ସେଣ୍ଟ ଯୋସେଫ ସ୍କୁଲରେ ବାର୍ଷିକ ବିଜ୍ଞାନ କମ୍ପ୍ୟୁଟର ଚିତ୍ରାଙ୍କନ ଓ ହସ୍ତକଳା ପ୍ରଦର୍ଶନୀ


କେନ୍ଦ୍ରାପଡା ସହର ଉପକଣ୍ଠରେ ଅବସ୍ଥିତ ଜିଲ୍ଲାର ଏକମାତ୍ର ଆଇ.ସି.ଏସ.ଇ ବିଦ୍ୟାଳୟରେ ବିଜ୍ଞାନ, କମ୍ପ୍ୟୁଟର, ଚିତ୍ରାଙ୍କନ ଓ ହସ୍ତକଳା ପ୍ରଦର୍ଶନୀ ଆଜି ଉତ୍ସାହ, ପ୍ରେରଣା ଓ ଆନନ୍ଦ ମୁଖରିତ ମୁହୂର୍ତ୍ତରେ ବିଦ୍ୟାଳୟର ଅଧ୍ୟକ୍ଷ ଫାଦର ନବ କିଶୋର ଡିିଗାଲଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ରସାୟନବିଜ୍ଞାନ ବିଭାଗର ମୁଖ୍ୟ ଶିକ୍ଷକ ପ୍ରହଲ୍ଲାଦ ପାତ୍ର, ଜୀବବିଜ୍ଞାନ ବିଭାଗର ମୁଖ୍ୟ ଶିକ୍ଷୟିତ୍ରୀ ସୁଶ୍ମିତା ଦାଶ, ପଦାର୍ଥବିଜ୍ଞାନ ବିଭାଗର ମୁଖ୍ୟ ଶିକ୍ଷକ ରାମନାଥ ପାଲ, କମ୍ପ୍ୟୁଟର ବିଭାଗ ମୁଖ୍ୟ ଅକ୍ଷୟ କୁମାର ପଣ୍ଡା ଏବଂ ଚିତ୍ରାଙ୍କନ ଓ ହସ୍ତକଳା ବିଭାଗର ମୁଖ୍ୟ ତବାସୁମ ବାହାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏହି ବାର୍ଷିକ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା । ଏହି ପ୍ରଦର୍ଶନୀରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଉଦ୍ଭିଦ୍ଦ ବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର ଡଃ. ଗୌତ୍ତମ ଚରଣ ଦାସ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ପ୍ରଦର୍ଶନୀର ଶୁଭାରମ୍ଭ କରିଥିଲେ । ବିଦ୍ୟାଳୟରେ ସର୍ବମୋଟ ୭୦ଟି ପ୍ରକଳ୍ପ ପ୍ରଦର୍ଶନୀରେ ସ୍ଥାନ ପାଇଥିଲା । ମୁଖ୍ୟଅତିଥି ଡଃ. ଦାସ ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇ ସାର ଗର୍ଭକ ଭାଷଣ ପ୍ରଦାନ କରିଥିଲେ । ପ୍ରଦର୍ଶନୀରେ ପ୍ରଦର୍ଶିତ ହୋଇଥିବା ପ୍ରକଳ୍ପ ଗୁଡିକର ଉପଯୁକ୍ତ ମୁଲ୍ୟାଙ୍କନ ନିର୍ଦ୍ଧାରଣ ପାଇଁ ଜିଲ୍ଲାର ବିଭିନ୍ନ ସ୍କୁଲ ଓ କଲେଜର ଶିକ୍ଷକଏବଂ ଶିକ୍ଷୟିତ୍ରୀଙ୍କ ସମେତ ଅଧ୍ୟାପକମାନେ ଯୋଗଦେଇଥିଲେ । ବାରୁଅ ଜବାହର ନବୋଦୟ ବିଦ୍ୟାଳୟର ପଦାର୍ଥ ବିଜ୍ଞାନ ଶିକ୍ଷକ ରାଜେଶ ଘଡେଇ, କେନ୍ଦ୍ରୀୟ ବିଦ୍ୟାଳୟର ଶିକ୍ଷକ ମନୋଜ କୁମାର ବାରିକ, କେନ୍ଦ୍ରୀୟ ବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗ ଶିକ୍ଷୟିତ୍ରୀ ସୁଧାମୟି ମାହାଲି, କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ରସାୟନ ବିଭାଗ ଅଧ୍ୟାପକ ବିନ୍ଦୁ ସାଗର ସାହୁ, କେନ୍ଦ୍ରୀୟ ବିଦ୍ୟାଳୟର ଜୀବ ବିଜ୍ଞାନ ବିଭାଗ ଶିକ୍ଷକ ଭାଗ୍ୟରଥି ସାହୁ, ଜବାହର ନବୋଦୟ ବିଦ୍ୟାଳୟ ଜୀବ ବିଜ୍ଞାନ ବିଭାଗ ଶିକ୍ଷକ ୟୁ.ଏନ୍ ମଲ୍ଲିକ, କମ୍ପ୍ୟୁଟର ବିଭାଗର ପ୍ରଜ୍ଞା ପାରମିତା ନାୟକ ଏବଂ ଚିତ୍ରାଙ୍କନ ଓ ହସ୍ତକଳା ପ୍ରଦର୍ଶନୀ ନିମନ୍ତେ ହିମାଂଶୁ ଦାସ ଓ ରାଜେନ୍ଦ୍ର କୁମାର ଦାଶ ପ୍ରମୁଖ ବିଚାରକ ମଣ୍ଡଳୀ ସେମାନଙ୍କ ବିଚାରର ଚୂଡାନ୍ତ ନିଷ୍ପତ୍ତି ନେଇ ଛାତ୍ରଛାତ୍ରୀମାନଙ୍କୁ ୧ମ,୨ୟ ଓ ୩ୟ ସ୍ଥାନ ପାଇଁ ମନୋନୀତ କରିଥିଲେ । ଏହି ପ୍ରଦର୍ଶନୀରେ ବହୁ ଦର୍ଶକ ଉପସ୍ଥିତ ହୋଇ ଛାତ୍ରଛାତ୍ରୀମାନଙ୍କ ପ୍ରକଳ୍ପ ପ୍ରଦର୍ଶନ ଓ ବ୍ୟାଖ୍ୟାରେ ଅଭିଭୂତ ହୋଇଥିଲା । ମୁଖ୍ୟ ଅତିଥି ଓ ବିଚାରକ ମଣ୍ଡଳୀ ଛାତ୍ରଛାତ୍ରୀଙ୍କ ପ୍ରକଳ୍ପ ପ୍ରଦର୍ଶନର ଉଚ୍ଚ ପ୍ରଶଂସା କରିବା ସହିତ ସେମାନଙ୍କୁ ବହୁ ମୁଲ୍ୟବାନ ଦିଗଦର୍ଶନ ଦେଇଥିଲେ । ଅପରାହ୍ନରେ ବିଦ୍ୟାଳୟର ହେଡଗାର୍ଲ ଅର୍ଚ୍ଚିତା ରାଉତଙ୍କ ଧନ୍ୟବାଦ ପ୍ରଦାନ ପରେ ପ୍ରଦର୍ଶନୀ କାର୍ଯ୍ୟକ୍ରମ ଶେଷ ହୋଇଥିଲା । ବିଦ୍ୟାଳୟର ଅଧ୍ୟକ୍ଷଙ୍କ ସହିତ ପ୍ରତ୍ୟେକ ସଦସ୍ୟ ଓ ସଦସ୍ୟାଙ୍କ ପ୍ରଚେଷ୍ଟା ଓ ପରିଶ୍ରମ ପ୍ରଶଂସନୀୟ ଥିଲା ।


Next Post

କୋଲକାତାରୁ ପାରାଦୀପ ଆସୁଥିବା ବସ୍ ଜଳିଗଲା

Sat Nov 11 , 2023
କୋଲକାତା ବାବୁଘାଟ ବସ୍ ଟର୍ମିନାଲରୁ ପାରାଦୀପ ଆସୁଥିବା ଏକ ଶତୀତାପ ନିୟନ୍ତ୍ରିତ ଯାତ୍ରୀବାହୀ ବସ୍ ‘ଶିବମ୍ ଟ୍ରାଭେଲ୍ସ’ ଶୁକ୍ରବାର ରାତି ପ୍ରାୟ ସାଢ଼େ ୧୦ଟାରେ ଚଳନ୍ତା ଅବସ୍ଥାରେ ଜଳିଯାଇଛି । ପଶ୍ଚିମବଙ୍ଗର ଖଡ଼ଗପୁର ଥାନା ଅନ୍ତର୍ଗତ ମାଡ଼ପୁରଠାରେ ଏହି ଘଟଣା ଘଟିଛି । ମିଳିଥିବା ପ୍ରାଥମିକ ସୂଚନା ଅନୁଯାୟୀ ଶୁକ୍ରବାର କୋଲକାତା ବାବୁଘାଟ ୪୫ରୁ ୫୦ ଯାତ୍ରୀ ନେଇ ପାରାଦୀପ ଆସୁଥିଲା । ରାତି ପ୍ରାୟ ୧୦ଟା ବେଳେ କୋଲକାତାଠାରୁ […]

KANIKA