ଟ୍ରଷ୍ଟ ପକ୍ଷରୁ ମାଗୁରଗଣ୍ଡପାଟଣା ଆଦିବାସୀ ବସ୍ତିରେ ଶିତବସ୍ତ୍ର ବଣ୍ଟନ



କେନ୍ଦ୍ରାପଡ଼ା,୨୪ା୧୧: ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଚକ୍ରୋଡା ଗ୍ରାମପଞ୍ଚାୟତର ମାଗୁରଗଣ୍ଡପାଟଣା ଆଦିବାସୀବସ୍ତିରେ ଶୀତବସ୍ତ୍ର ବଣ୍ଟନ କରାଯାଇଛି। ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ଏମରିଟସ ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସ ନିଜ ଜନ୍ମଭୂମି କେନ୍ଦ୍ରାପଡା ସହରର ବଡହାଟସ୍ଥିତ ବାସଗୃହକୁ ଆସିଥିବା ବେଳେ ଏହି ବସ୍ତି ସମ୍ପର୍କରେ ଶୁଣିବା ପରେ ସେଠାରେ ପହଞ୍ଚି ଗରୀବ ଆଦିବାସୀ ମହିଳା ଓ ପୁରୁଷମାନଙ୍କୁ ଶୀତବସ୍ତ କମ୍ବଳ ଏବଂ ଝିଅମାନଙ୍କୁ ଚାଦର ବଣ୍ଟନ କରିବା ସହିତ ଛୋଟ ଛୋଟ ପିଲାମାନଙ୍କୁ ବିସ୍କୁଟ ପ୍ୟାକେଟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରତିଭାପୂଜା ସଂସଦ ସଭାପତି ପ୍ରଦୀପ କୁମାର ମହାନ୍ତି ଓ ପ୍ରତାପ କୁମାର ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ। ପ୍ରତ୍ୟେକ ବର୍ଷ ଟ୍ରଷ୍ଟ ପକ୍ଷରୁ ଏହି ବସ୍ତିରେ ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ଡ. ଦାସଙ୍କ ପରାମର୍ଶ କ୍ର୍ରମେ ଶୀତବସ୍ତ୍ର ପ୍ରଦାନ କରାଯାଇଥାଏ। ଏଥିସହିତ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମଧ୍ୟ ସେମାନଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଥାଏ।


Discover more from

Subscribe now to keep reading and get access to the full archive.

Continue reading