ଷ୍ଟେଟବ୍ୟାଙ୍କ ପେନସନର୍ସ ସଙ୍ଘ ଆଞ୍ଚଳିକ କମିଟି ବୈଠକ



କେନ୍ଦ୍ରାପଡ଼ା,୨୪ା୧୧: ଭାରତୀୟ ଷ୍ଟେଟବ୍ୟାଙ୍କର କେନ୍ଦ୍ରାପଡା ମୁଖ୍ୟଶାଖା ସମ୍ମିଳନୀ କକ୍ଷରେ ଷ୍ଟେଟବ୍ୟାଙ୍କ ପେନସନର୍ସ ସଙ୍ଘ ଆଞ୍ଚଳିକ କମିଟିର ଏକ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି। ଷ୍ଟେଟବ୍ୟାଙ୍କ ପେନସନର୍ସ ସଙ୍ଘ ଆଞ୍ଚଳିକ ସମ୍ପାଦକ ଗଣେଶ୍ୱର ମେକାପଙ୍କ ପୈାରହିତ୍ୟରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଷ୍ଟେଟବ୍ୟାଙ୍କ କର୍ମଚାରୀ ସଙ୍ଘ ଓଡିଶା ସର୍କଲର ପ୍ରଥମ ସାଧାରଣ ସମ୍ପାଦକ ଓ ସଭାପତି ସ୍ୱର୍ଗତ ଆଲୋକ କୁମାର ଦେଙ୍କ ବିୟୋଗରେ ଗଭିର ଶୋକ ପ୍ରକାଶ କରାଯିବା ସହ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ନିକଟରେ ଅବସର ଗ୍ରହଣ କରିଥିବା ଷ୍ଟେଟବ୍ୟାଙ୍କ କର୍ମଚାରୀ ସଙ୍ଘ ଓଡିଶା ସର୍କଲର ପୂର୍ବତନ ସଭାପତି ସ୍ୱାଧୀନ କୁମାର ଦାଶଙ୍କୁ ଉତ୍ତରୀୟ ଓ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ପେନସନର୍ସ ସଙ୍ଘକୁ ସ୍ୱାଗତ କରାଯାଇଥିଲା। ସଙ୍ଘ ପକ୍ଷରୁ ବିଭିନ୍ନ ସାମାଜିକ କାର୍ଯ୍ୟ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏଭଳି ବୈଠକ ଓ ବନ୍ଧୁମିଳନ ଦ୍ୱାରା ମାନଶିକ ଶାନ୍ତି ମିଳୁଥିବା ସଭ୍ୟମାନେ ପ୍ରକାଶ କରିଥିଲେ। ଷ୍ଟେଟବ୍ୟାଙ୍କ ମୁଖ୍ୟଶାଖାର ଉପପରିଚାଳକ ସତ୍ୟମ୍ କୁମାର ଓ ଅଭିଷେକ ସିଂହ ବୈଠକରେ ଯୋଗଦେଇ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀମାନଙ୍କୁ ଅଭିନନ୍ଦନ ଜଣାଇ ଉତ୍ତମ ଗ୍ରାହକ ସେବାର ପ୍ରତିଶୃତି ପ୍ରଦାନ କରିଥିଲେ। ଏଥିସହିତ ବ୍ୟାଙ୍କ ଜମା ବୃଦ୍ଧି ଓ ଋଣ ପ୍ରଦାନରେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀମାନଙ୍କ ସହଯୋଗ କାମନା କରିଥିଲେ। ଷ୍ଟେଟବ୍ୟାଙ୍କ କର୍ମଚାରୀ ସଙ୍ଘ କେନ୍ଦ୍ରାପଡା ଶାଖା ସମ୍ପାଦକ ରାକେଶ କୁମାର ପରିଡା ଏବଂ ଉପଦେଷ୍ଟା ରଞ୍ଜନ କୁମାର ଦାସ ଉତ୍ତମ ଗ୍ରାହକ ସେବାର ପ୍ରତିଶୃତି ଦେଇଥିଲେ। ଏହି ବୈଠକରେ ପେନସନର୍ସ ସଙ୍ଘ କେନ୍ଦ୍ରାପଡା ଜିଲ୍ଲା ସମ୍ପାଦକ ଉଦୟନାଥ ସାହୁ, ପ୍ରଭାକର ନାୟକ, ହରିପଦ ପଣ୍ଡା, ଅତୁଲ ଚନ୍ଦ୍ର ଗିରି, ନିତ୍ୟାନନ୍ଦ ସେଠୀ, ଦୁର୍ଯ୍ୟୋଧନ ସେଠୀ, ଅଜୟ କୁମାର ନାୟକ, ସୁଦାମ ଗୋଛାୟତ, ନଗେନ୍ ମହାକୁଡ, ସଙ୍ଘମିତ୍ରା ସିଂହ, ଗୋଲକ ବିହାରି ବେହେରା, ଗୈାରାଙ୍ଗ ସାହୁ, କ୍ଷିରୋଦ ବେହେରା, ସୈାର ପ୍ରସାଦ ତ୍ରିପାଠୀ, ରାମଚନ୍ଦ୍ର ସେଠୀ, ଜିତେନ କର, ବୈକୁଣ୍ଠ ଗୋଛାୟତ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶେଷରେ ବ୍ୟାଙ୍କ କର୍ମଚାରୀ ସଙ୍ଘର ବରିଷ୍ଠ ଉପଦେଷ୍ଟା ମାଧବାନନ୍ଦ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।


Discover more from

Subscribe now to keep reading and get access to the full archive.

Continue reading