ଶ୍ରୀଧର ବେହେରା ପଟ୍ଟାମୁଣ୍ଡାଇ ମହିଳା ଡିଗ୍ରୀ କଲେଜ ଅଧ୍ୟକ୍ଷ


ପଟ୍ଟାମୁଣ୍ଡାଇ ୨୮/୧୨-ପଟ୍ଟାମୁଣ୍ଡାଇ ମହିଳା ଡିଗ୍ରୀ କଲେଜ ଭାରପ୍ରାପ୍ତ ଅଧ୍ୟକ୍ଷ ଭାବରେ ଓଡ଼ିଆ ବିଭାଗ ଅଧ୍ୟାପକ ଶ୍ରୀଧର ବେହେରାଙ୍କୁ ନିଯୁକ୍ତି ଦିଆଯାଇଚ୍ଛି । ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ସଚିବଙ୍କ ସରକାରୀ ଚିଠି ନଂ ୨୫୧/ପିଡବ୍ଲ୍ୟୁଡିସି ତା ୨୩. ୧୨. ୨୪ରିଖ ଅନୁଯାୟୀ ପଟ୍ଟାମୁଣ୍ଡାଇ ମହିଳା ଡିଗ୍ରୀ କଲେଜ ପରିଚାଳନା କମିଟି ସଭାପତି ତଥା କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲାପାଳ ଜିଲ୍ଲାପାଳ ଅଫିସ ଆଦେଶ ନଂ ୧୩୭୫ ତା ୨୭. ୧୨. ୨୦୨୪ବଳରେ ପଟ୍ଟାମୁଣ୍ଡାଇ ମହିଳା ଡିଗ୍ରୀ କଲେଜ ଭାରପ୍ରାପ୍ତ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି । ଏହି ଆଦେଶରେ ପଟ୍ଟାମୁଣ୍ଡାଇ ମହିଳା ଡିଗ୍ରୀ କଲେଜ ଭାରପ୍ରାପ୍ତ ଅଧ୍ୟକ୍ଷ ତଥା ଇତିହାସ ବିଭାଗ ଅଧ୍ୟାପକ ରମେଶ ଚନ୍ଦ୍ର ଦେଠୀଙ୍କୁ ତୁରନ୍ତ ନବନିଯୁକ୍ତ ଭାରପ୍ରାପ୍ତ ଅଧ୍ୟକ୍ଷ ଅଧ୍ୟାପକ ଶ୍ରୀବେହେରାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବାକୁ ନିର୍ଦେଶ ଦେଇଛନ୍ତି ।