କେନ୍ଦ୍ରାପଡ଼ା,୨୯ା୧୧: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୋ ପ୍ରାଥମିକ କୃଷି ସମବାୟ ସମିତିରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା ନେଇ ବାରୋ ପଂଚାୟତର ପୂର୍ବତନ ସରପଂଚ ଭାଗିରଥୀ ଜେନା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ବାରୋ ସେବା ସମବାୟ ସମିତିରେ ସମ୍ପାଦକ ଭାବରେ ଥିବା ଶ୍ରୀହର୍ଷ ମହାନ୍ତି ଦୀର୍ଘ ୩୦ବର୍ଷରୁ ଅଧିକ ସମୟ ଧରି ଗୋଟିଏ ସ୍ଥାନରେ ରହି କୋଟି କୋଟି ଟଙ୍କା ହଡପ କରିବା ସହିତ ଅଗଣତାନ୍ତ୍ରିକ ଓ ବେଆଇନ ଭାବେ କାର୍ଯ୍ୟ କରିଚାଲିଛନ୍ତି । ସମ୍ପାଦକ ସମିତିର ଅଂଶଧନ ହଡପ କରିବା ସହିତ ଏକାର୍ଣ୍ଣବର୍ତୀ ପରିବାରର ସଦସ୍ୟମାନଙ୍କୁ ୭/୮ଟି ଋଣ ଦେବା, କୋଟିଏ ଟଙ୍କା ଆତ୍ମସାତ୍ କରିବା ନେଇ ଖବର କାଗଜରେ ସମ୍ପାଦକଙ୍କ ଫଟୋ ପ୍ରକାଶ ପାଇବା, ଜମାକାରୀଙ୍କୁ ଜମା ଟଙ୍କା ନ ମିଳିବା, ବିନା ସଭ୍ୟରେ ନୋଟ୍ବନ୍ଦୀ ସମୟରେ ଫେକ୍ ଆକାଉଣ୍ଟ ଖୋଲି କଳାଧନକୁ ଧଳା କରିବା, ଋଣ ଲଗାଣ ଓ ଋଣ ଜମା ବାବଦରେ ପ୍ରତି ଗ୍ରାମରେ ଦଲାଲ ନିଯୁକ୍ତି କରି ଲାଂଚ ଖାଇବା, ସାର ଓ ଓøଷଧ ଚାଷୀମାନଙ୍କୁ ନ ଦେଇ ଚଢାଦରରେ ଖୋଲା ବଜାରରେ ବିକ୍ରୀ କରିବା, ହରିଲୁଟ୍ କରିଥିବା ତ୍ରିଲୋଚନପୁର ଗ୍ରାମର ବିଧବା ମହିଳାଙ୍କ ସ୍ଥାୟୀ ଜମା ୨୦ହଜାର ଟଙ୍କାର ମୂଳ ଓ ସୁଧ ଅର୍ଥକୁ ଡିଆର୍ସିଏସ୍ଙ୍କ ନିର୍ଦ୍ଦେଶନାମାକୁ ବେଖାତିର ଫେରସ୍ତ ନକରିବା, ୨୦୧୮ ମସିହା ଖରିଫ ଚାଷରେ ଗରିବ ଚାଷୀ ଦାଖଲ କରିଥିବା କୃଷି ବୀମା ବାବଦ ୪୯ ପ୍ରତିଶତ ଛାଡ ହୋଇଥିବା ୪୨୯ଜଣ ଚାଷୀଙ୍କ ପ୍ରାୟ ୮୦ଲକ୍ଷ ଟଙ୍କାକୁ ସମ୍ପାଦକ ଓ ତତ୍କାଳୀନ ସିସିବି ଶାଖା ପରିଚାଳକ ଚଳୁ କରିବା, ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପତ୍ର ଅନୁସାରେ ମଣ୍ଡିରେ ଧାନ ଦେଉଥିବା ଚାଷୀଙ୍କୁ ଅଖା ନ ଫେରାଇବା, ଚାଷୀଙ୍କୁ ସମିତିରେ ଉଚିତ୍ ସମ୍ମାନ ପ୍ରଦାନ କରା ନଯିବା, ନୂତନ ସଭ୍ୟ ପାଇଁ ଆବେଦନ କଲେ ତାହା ଗ୍ରହଣ ନ କରିବା, ବାରୁଅ ପ୍ରାଥମିକ ସେବା ସମବାୟ ସମିତିର ସ୍ଥିତିବାନ ଜମି ହଡପ କେଶକୁ ସମ୍ପାଦକ ସମ୍ପୂର୍ଣ୍ଣ ସହଯୋଗ କରୁଥିବା ପ୍ରଭୃତି ଅଭିଯୋଗ ପତ୍ରରେ ଶ୍ରୀ ଜେନା ଦର୍ଶାଇଛନ୍ତି । ଏହି ଅଭିଯୋଗ ଉପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସମବାୟ ସମିତି ସମୂହର ଉପ ସହକାରୀ ନିବନ୍ଧକ ତଥା ତଦନ୍ତ ଅଧିକାରୀ ତଦନ୍ତ କରିବା ପାଇଁ ନୋଟିସ ପ୍ରଦାନ କରିଛନ୍ତି। ସେ ବାରୋ ସେବା ସମବାୟ ସମିତିର ଋଣଗ୍ରହୀତା ଚାଷୀ, ସଦସ୍ୟ, ଅଭିଯୋଗକାରୀ ଶ୍ରୀ ଜେନା, ସିସିବି କେନ୍ଦ୍ରାପଡା ଶାଖାର ପରିଚାଳକ, ସମବାୟ ସମିତି ସମୂହର ବରିଷ୍ଠ ସହକାରୀ ନିବନ୍ଧକ ପ୍ରମୁଖଙ୍କୁ ନୋଟିସ ମାଧ୍ୟମରେ ଜଣାଇଛନ୍ତି ଯେ ଆସନ୍ତା ଡିସେମ୍ବର ମାସ ୩ ତାରିଖ ପୂର୍ବାହ୍ନ ସାଢେ ୧୧ଟା ସମୟରେ ସମବାୟ ସମିତି ସମୂହର ବରିଷ୍ଠ ସହକାରୀ ନିବନ୍ଧଙ୍କ କାର୍ଯ୍ୟାଳୟରେ ଶ୍ରୀ ଜେନାଙ୍କ ଅଭିଯୋଗର ଶୁଣାଣି କରାଯିବ । କିନ୍ତୁ ଅଭିଯୋଗକାରୀ ଶ୍ରୀ ଜେନା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ଅର୍ଥ ଆତ୍ମସାତ୍ କରୁଥିବା ସଂସ୍ଥାରେ ଏହାର ତଦନ୍ତ କରାନଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ତଦନ୍ତ କରାଯିବାକୁ ସେ ଜିଲ୍ଲାପାଳଙ୍କୁ ବିନମ୍ର ନିବେଦନ କରିଛନ୍ତି ।
kanika odisha
Next Post
ମେଡିକାଲ କଲେଜ ପ୍ରାପ୍ୟ ଆମର ହକ- ମିଳିତ କ୍ରିୟାନୁଷ୍ଠାନ କମିଟି ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଦୀର୍ଘ ମିଆଦି ଆନ୍ଦୋଳନ ପାଇଁ ମହାପ୍ରସ୍ତୁତି
Fri Nov 29 , 2024
କେନ୍ଦ୍ରାପଡ଼ା, ୨୯ା୧୧: ନାହିଁନାହିଁର ଜିଲ୍ଲା କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଦୀର୍ଘ ବର୍ଷ ଧରି ବିଭିନ୍ନ ସ୍ତରରେ ଦାବି ହେଇ ଆସୁଛି। ଏହାକୁ ଏକ ସାମଗ୍ରିକ ରୂପ ଦେଇ ୨୦୧୬ମସିହାରେ କେନ୍ଦ୍ରାପଡା ଜିଲ୍ଲା ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ପାଇଁ ମିଳିତ କ୍ରିୟାନୁଷ୍ଠାନ କମିଟି ଜନ୍ମଗ୍ରହଣ କଲା। ଏହି ସଙ୍ଗଠନରେ ବିଭିନ୍ନ ରାଜନୈତିକ ଦଳ ସମେତ ବିଭିନ୍ନ ବର୍ଗର ଜନଗଣ ସାମିଲ ହେଇ ଲଗାତାର ଆନ୍ଦୋଳନ କରି […]

KANIKA
- 3 years ago
ପାରାଉଡାଣ ପ୍ରତିଯୋଗୀତାରେ ବିଜୟୀଙ୍କୁ ପୁରସ୍କୃତ
- 2 years ago
ପ୍ରସନ୍ନ ପରିଡାଙ୍କ ପକ୍ଷରୁ ବନ୍ଧୁ ମିଳନ ଉତ୍ସବ
- 2 years ago
ପାନୀୟଜଳ ଯୋଗାଣ ଏକକ ଦକ୍ଷତା ବିକାଶ ତାଲିମ ଚୟନ
- 3 years ago
ବୃକ୍ଷରୋପଣ କାର୍ଯ୍ୟକ୍ରମ










