ବିଜ୍ଞାନ ମେଳା ପଦର୍ଶନୀରେ ମହୁମାଛି ଆକ୍ରମଣ , ୨୦ ଆହତ


ପଟ୍ଟାମୁଣ୍ଡାଇ ୨୯/୧୧ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ମଣ୍ଡଳ କଷଣଅଂଟା ସ୍ଥିତ ପଂଚାୟତ ହାଇସ୍କୁଲ ପଡିଆରେ ହେଉଥିବା ବିଜ୍ଞାନ ମେଳା ପଦର୍ଶନୀରେ ପ୍ରାୟ ୨୦ଜଣ ଛାତ୍ରୀଛାତ୍ର ମହୁମାଛି ଆକ୍ରମଣରେ ଆହତ ହୋଇଥିବା ବେଳେ ବହୁ ଅଭିଭାବକ ଆହତ ହୋଇଥିବା ସୂଚନା ମିଳିଛି। । ବିଜ୍ଞାନ ପ୍ରଦର୍ଶନୀରେ ଏଭଳି ଦୃଶ୍ୟକୁ ସାଧାରଣରେ ନାପସନ୍ଦ କରାଯାଇଛି । ପଟ୍ଟାମୁଣ୍ଡାଇ ସହରକୁ ଲାଗି ଏମଏନ ହାଇସ୍କୁଲ ପଡିଆ ଥିଲେ ସୁଦ୍ଧା ବ୍ଲକ ଶୀକ୍ଷାଧିକାରୀ କାହା ସ୍ୱାର୍ଥରେ ୩ କି ମି ଦୂର କଷଣଅଂଟା ହାଇସ୍କୁଲ ପଡିଆରେ ବିଜ୍ଞାନ ମେଳା ଆୟୋଜନ କରିଥିଲେ ତାହା ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି କରିଛି ।

ପଟ୍ଟାମୁଣ୍ଡାଇ ମଣ୍ଡଳ ଶିକ୍ଷା ଅଧିନ କଷଣଅଂଟା ସ୍ଥିତ ପଂଚାୟତ ହାଇସ୍କୁଲ ପଡିଆ ଠାରେ ଶୁକ୍ରବାର ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଥିଲା। ମେଳାର ଅନତି ଦୂରରେ ବହୁ ଲତାଗଛ ରହି ଜଙ୍ଗଲର ଭ୍ରମ ସୃଷ୍ଟି କରିଛି । ମାତ୍ର ବିଜ୍ଞାନ ପ୍ରଦର୍ଶନୀ ସ୍ଥାନରେ ଟ୍ରେଣ୍ଡଘେରା ମରାଯାଇ ମହା ଆଡମ୍ବରରେ ବିଜ୍ଞାନମେଳା ଆୟୋଜନ କରାଯାଇଥିଲା । ଏହି ବିଜ୍ଞାନ ମେଳାରେ ବ୍ଲକ ସ୍ତରରୁ ୪୧ଟି ହାଇସ୍କୁଲର ଛାତ୍ରୀଛାତ୍ର ଭାଗନେଇଥିଲେ । ଉଦଘାଟନୀ ଉତ୍ସବ ପରେ ବିଭିନ୍ନ ସ୍‌ୁଲର ଶତାଧିକା ଛାତ୍ରୀଛାତ୍ର ବିଜ୍ଞାନ ମେଳା ଦେଖିବାକୁ ସେଠାକୁ ଆସିଥିଲେ । ମଧ୍ୟହ୍ନ ୨ ଟା ପରେ ହଠାତ ମହୁମାଛିମାନେ ସେଠାରେ ଆକ୍ରମଣ କରିଥିଲେ। ଆକ୍ରମଣ ପରେ ଛାତ୍ରୀଛାତ୍ର ମାନେ ଏଣେ ତେଣେ ଦୌଡିବା ସହ ଆହତ ହୋଇପଡିଥିଲେ । ଏହି ଆକ୍ରମଣରେ ବିଜ୍ଞାନ ପଦର୍ଶନକାରୀ ଛାତ୍ରୀଛାତ୍ରଙ୍କ ସହ ବହୁ ଦେଖଣା ହାରି ଛାତ୍ରୀଛାତ୍ର ଓ ଅଭିଭାବକ ଆହତ ହୋଇଥିବା ଦେଖିବାକୁ ମିଳିଛି ।ସେମାନଙ୍କୁ ସେଠାରେ ପ୍ରାଥମିକ ଚିକିତ୍ସା କରାଇବା ପରେ ଅଧିକ ଚିକିତ୍ସା ପାଇଁ ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ତେବେ ଆକ୍ରମଣ ପରେ ପଦର୍ଶନୀ ଛାତ୍ରୀଛାତ୍ର ମାନେ ଭୟଭୀତ ହୋଇପଡିଥିଲେ ।


Discover more from

Subscribe now to keep reading and get access to the full archive.

Continue reading