
କେନ୍ଦ୍ରାପଡା ୮ା୮: କେନ୍ଦ୍ରାପଡା ସଦରଥାନା ପୋଲିସ ମୁଖ୍ୟାତ ଡକାୟତ ମିର୍ଜାମେହେବୁବ ବେଗକୁ ଗିରଫ କରି କୋଟଚାଲାଣ କରିଛି । ତା ନାମରେ ୧୨ରୁ ଅଧିକ ମାମଲା ଅଛି । ଗତକାଲି ସେ ଠାକୁରପାଟଣାର ମିର୍ଜାପାଟଣା ଗ୍ରାମରେ ଡକାୟତି କରିବାକୁ ଯାଉଥିବା ଅବସ୍ଥାରେ ସଦରଥାନା ପୋଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ମେହେବୁବ ପାଟକୁରାରେ ୨ଟି, ବଡଚଣା ୨ଟି, କେନ୍ଦ୍ରାପଡା ସଦରଥାନା ଅଞ୍ଚଳରେ ୭ରୁ ଉର୍ଦ୍ଧ ମାମଲା ରହିଛି ବୋଲି ସଦର ଥାନା ଆଇଆଇସି ସୂଚନା ଦେଇଛନ୍ତି । ସେ ଗତ କିଛି ଦିନ ମଧ୍ୟରେ ବିଭିନ୍ନ ସ୍ଥାନରେ ଲୋକମାନଙ୍କ ଘର କବାଟ, ଝରକା ଭାଙ୍ଗି ବହୁ ମୁଲ୍ୟବାନ ସାମଗ୍ରି ଚୋରି କରୁଥିଲା । ଯାହା ପୋଲିସର ମୁଣ୍ଡ ବିନ୍ଧା ହୋଇଥିଲା । ତା ପାଖରୁ ଗୋଟିଏ ଚୋରା ସ୍କୁଟି, ଗୋଟିଏ ବନ୍ଧୁକ, ଦୁଇଟି ମୋବାଇଲ ଓ ଘର ଲୁଟ କରିବାର ବିଭିନ୍ନ ସାମଗ୍ରୀ ପୋଲିସ ଜବତ କରିଛି । ତାହାର ସହଯୋଗୀ ଲୋକା ପୂର୍ବରୁ ଗିରଫ ହୋଇଥିଲା । ଲୋକାଠାରୁ ତଥ୍ୟ ପାଇ ସଦରଥାନା ପୋଲିସ ମେହେବୁବକୁ ଗିରଫ କରିବାରେ ସଫଳ ହୋଇଥିଲା । ସଦର ଥାନା ପୋଲିସ କେସ ନଂ ୫୬୪/୨୩ ଆଇପିସି ୩୯୯/୪୦୨ ଦଫାରେ ଗିରଫ କରି କୋର୍ଟ ଚାଲାଣ କରିଛି ।











