କେନ୍ଦ୍ରାପଡା ଜିଲ୍ଲା ଅବସରପ୍ରାପ୍ତ କର୍ମଚାରୀ ସଂଘର ମାସିକ ବୈଠକ


କେନ୍ଦ୍ରାପଡ଼ା,୩୦ା୧୧: କେନ୍ଦ୍ରାପଡା ସହରର ଗୋପସ୍ଥିତ ରାମ ମନ୍ଦିର ପରିସରରେ ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ମାସିକ ବୈଠକ ଡଃ ଉପେନ୍ଦ୍ରନାଥ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ନିମ୍ନଲିଖିତ ପ୍ରସ୍ତାବ ଗୁଡିକ ଆଗତ କରଯାଇ ସର୍ବସମ୍ମତିକ୍ରମେ ଗୃହୀତ ହେଲା । ସେହି ପ୍ରସ୍ତାବଗୁଡିକ ହେଉଛି ସଂଘରେ ଥିବା ସମସ୍ତ ବରିଷ୍ଠ ନାଗରିକଙ୍କର ସରକାରୀ ପରିଚୟ ପତ୍ର ପ୍ରଦାନ ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଆବେଦନ କରିବା, ସଂଘର ସ୍ଥାୟୀଗୃହ ନିମନ୍ତେ ଜିଲ୍ଲାପାଳଙ୍କ ନିକଟରେ ଆବେଦନ କରିବା, ୨୦୨୫ ମସିହା ଜାନୁୟାରୀ ମାସରେ ବଣଭୋଜି କରିବା, କୋଭିଡ୍ ସମୟରେ ପ୍ରଦାନ କରାଯାଇ ନଥିବା ୧୮ ମାସର ବକେୟା ମହଙ୍ଗା ଭତ୍ତା ପ୍ରଦାନ କରିବା ପାଇଁ ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରିବା, ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନଙ୍କୁ ପଡୋଶୀ ରାଜ୍ୟ ଭଳି ତତୁଲ୍ୟ ଚିକିତ୍ସା ଭତ୍ତା ପ୍ରଦାନ ନିମନ୍ତେ ସରକାରଙ୍କ ପାଖରେ ଦାବି କରିବା । ଆଲୋଚନାରେ ବୈଷ୍ଣବ ସ୍ୱାଇଁ, ସୁରେଶ ପଟ୍ଟନାୟକ, ଡଃ ଦିଲ୍ଲୀପ ମିଶ୍ର, ଶ୍ରୀକାନ୍ତ ସାହୁ, ମଧୁସୂଦନ ବାରିକ, କରୁଣାକର ଦାସ, ଶ୍ରୀନିବାସ ପରିଡା, କୃଷ୍ଣଚନ୍ଦ୍ର ଜେନା, ପ୍ରସନ୍ନ କୁମାର ସାହାଣୀ ପ୍ରମୁଖ ଭାଗ ନେଇଥିଲେ । ପ୍ରକୃତିବନ୍ଧୁ ନୃସିଂହ ଚରଣ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।


Next Post

ବିଶ୍ୱ ଏଡସ ଦିବସ : ସଚେତନତା ହିଁ ପ୍ରକୃତ ନିଦାନ

Sun Dec 1 , 2024
ଭୁବନେଶ୍ୱର୧/୧୨- ଆଜି ହେଉଛି ବିଶ୍ୱ ଏଡସ ଦିବସ । ଏଚଆଇଭି ଭୂତାଣୁ ରେ ସଂକ୍ରମିତ ଲୋକଙ୍କୁ ସହାୟତା ପ୍ରଦାନ କରିବା ସହ ଏଡସ ସଙ୍କ୍ରାନ୍ତୀୟ ରୋଗରେ ପୀଡିତ ଲୋକଙ୍କୁ ସମର୍ଥନ ଜଣାଇବାଲାଗି ଏହି ଦିବସ ପାଳନ କରାଯାଇଥାଏ । ଏଚଆଇଭି ସଂକ୍ରମଣ ସମ୍ପର୍କରେ୍ ଲୋକମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ୧୯୮୮ ମସିହାରୁ ପ୍ରତିବର୍ଷ ୧ ଡିସେମ୍ବରରେ ବିଶ୍ୱ ଏଡ୍‌ସ ଦିବସ ପାଳନ କରାଯାଉଛି। ବିଶ୍ୱରେ ୨୦୨୩ ସୁଦ୍ଧା ୩୯.୯ ଏଚଆଇଭି […]

KANIKA