କୁରାଳ ପଞ୍ଚମୀ ମହାସମାରୋହରେ ପାଳିତ



କେନ୍ଦ୍ରାପଡ଼ା,୬ା୧୨: କେନ୍ଦ୍ରାପଡା ସହର ଉପକଣ୍ଠସ୍ଥ ଚକ୍ରପୁର ଗ୍ରାମରେ ଆଜି କୁମ୍ଭକାରମାନଙ୍କର ଗଣପର୍ବ କୁରାଳ ପ-୍‌ଚମୀ ମହାସମାରୋହରେ ପାଳନ କରାଯାଇଛି । କେନ୍ଦ୍ରାପଡା ଜିଲ୍ଲା କୁମ୍ଭକାର ସମିତି ପକ୍ଷରୁ ଆୟୋଜିତ ଏହି କାର୍ଯର୍୍ୟକ୍ରମରେ ଅରୁଣ କୁମାର ବେହେରା ଅଧ୍ୟକ୍ଷତା କରିଥିଲେ । ପାରମ୍ପରିକ ରୀତିନିତିରେ ଲକ୍ଷ୍ମୀନାରାୟଣଙ୍କ ପୂଜା ବିଧାନ କରାଯାଇ ପର୍ବ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରଫୁଲ୍ଲ ବେହେରା, ବାମଦେବ ବେହେରା, ଦାମୋଦର ବେହେରା, ଦଇତାରୀ ବେହେରା, କ୍ଷୀରୋଦ ବେହେରା ପ୍ରମୁଖ ନେତୃତ୍ୱ ନେଇଥିଲେ । ଚକ୍ରପୁର କୁମ୍ଭକାର ସଂଘର ସଦସ୍ୟ ଓ କର୍ମକର୍ତ୍ତାମାନେ ଏଥିରେ ସହଯୋଗ କରିଥିଲେ ।


Next Post

ଜିଲ୍ଲାସ୍ତରୀୟ ଆନ୍ତଃ କ୍ଲବ କ୍ରକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

Fri Dec 6 , 2024
କେନ୍ଦ୍ରାପଡ଼ା,୬ା୧୨: ଆଜି କେନ୍ଦ୍ରାପଡା ଜିଲ୍ଲା କ୍ରିକେଟ୍ ଆସୋସିଏସନ ତରଫରୁ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍‌ରେ ଓସିଏ ଦ୍ୱାରା ଆୟୋଜିତ ଜିଲ୍ଲାସ୍ତରୀୟ ଆନ୍ତଃ କ୍ଲବ ସୁପର ଲିଗ୍ ମ୍ୟାଚ୍ ହୋଇଯାଇଛି । ଜିଲ୍ଲା ସଂଘ ସମ୍ପାଦକ ଶୁଭାଶୀଷ ସେନାପତିଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ କାଉନସିଲର ତଥା ଯୁବ ନେତା ରଞ୍ଜିତ କୁମାର ସାହୁ, ସମ୍ମାନିତ ଅତିଥି ଭାବେ କେନ୍ଦ୍ରାପଡା ଜିଲ୍ଲା ବିଜେପି ଯୁବନେତା ତଥା ଏମ୍‌ପିଙ୍କ ପ୍ରତିନିଧି […]

KANIKA