
କେନ୍ଦ୍ରାପଡ଼ା,୮ା୧୨: କେନ୍ଦ୍ରାପଡା ଜିଲ୍ଲା କ୍ରିକେଟ୍ ଆସୋସିଏସନ ତରଫରୁ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍ରେ ଓସିଏ ଦ୍ୱାରା ଆୟୋଜିତ ଜିଲ୍ଲାସ୍ତରୀୟ ଆନ୍ତଃ କ୍ଲବ ସୁପର ଲିଗ୍ ମ୍ୟାଚ୍ର ତୃତୀୟ ଦିବସରେ ବାଲାବାବା କ୍ଲବ ଓ କେନ୍ଦ୍ରାପଡା ଟାଇଗର୍ସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ ବାଲାବା କ୍ଲବ କେନ୍ଦ୍ରାପଡା ଟାଇଗର୍ସ କ୍ଲବକୁ ୩୭ରନରେ ପରାସ୍ତ କରିଥିଲା । ବାଲାବାବା କ୍ରିକେଟ କ୍ଲବ ପ୍ରଥମେ ବ୍ୟାଟିଂ କରି ୪୫ ଓଭରରେ୬ ଉଇକେଟ ପତନରେ ୨୭୧ରନ କରିଥିଲା । କେନ୍ଦ୍ରାପଡା ଟାଇଗର୍ସ ୪୨ ଓଭରେ ୨୩୪ରନ କରି ଅଲଆଉଟ ହୋଇଥିଲା । ଏହି ମ୍ୟାଚରେ ବାଲାବାବା କ୍ଲବର ବିକାଶ ପରିଡା ୧୧୪ବଲରେ ୯୦ରନ କରି ମ୍ୟାନ ଅଫ ମ୍ୟାଚ ହୋଇଥିଲେ । ନିରଞ୍ଜନ ଦାସ ଓ ଲଲିତେଣ୍ଡୁ ପଣ୍ଡା ଅମ୍ପାୟର ଭାବେ ମ୍ୟାଚ ପରିଚାଳନା କରିଥିଲେ । ସ୍କୋରର ଭାବେ ଚିରଞ୍ଜିବି ବଳ ଓ ଆନନ୍ଦ ବେହେରା ପରିଚାଳନା କରିଥିଲେ । କେନ୍ଦ୍ରାପଡା ଜିଲ୍ଲା କ୍ରିକେଟ ଆସୋସିଏସନର ସମ୍ପାଦକ ଶୁଭାଶିଷ ସେନାପତିଙ୍କ ତତ୍ୱାବଧାନରେ ସଭ୍ୟ ଆକବର ଅଲ୍ଲୀ ଚନ୍ଦନ, ସୁବାଷ ସାହୁ, ବରଦାକାନ୍ତ ବରାଳ, ନିରଞ୍ଜନ ପତ୍ରୀ, ପ୍ରଫୁଲ୍ଲ ମଲ୍ଲିକ, ସମୀର ମହାପାତ୍ର, ଦୀପକ ବାରିକ, ସତ୍ୟପ୍ରକାଶ ତ୍ରିପାଠୀ, ହରିଶ କର, ଜଗନ୍ନାଥ ସାହୁ, ଜ୍ୟୋତି ଶତପଥୀ, ଚିରଞ୍ଜିବ ବଳ, ହରିହର ବେହେରା, ଅନୁପ ରାଉତ, ଅସିତ ଦାସ ପ୍ରମୁଖଙ୍କ ସହଯୋଗରେ ଏହି ମ୍ୟାଚ ଅନୁଷ୍ଠିତ ହୋଇଥିଲା ।











