ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ପଞ୍ଜିକୃତ ଶ୍ରମିକଙ୍କୁ ସହାୟତା ପ୍ରଦାନ



କେନ୍ଦ୍ରାପଡ଼ା, ୩ା୨: ଜିଲ୍ଲା ପ୍ରଶାସନ ଓ ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ (ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା) ଅଧୀନରେ ହିତାଧିକାରୀ ମାନଙ୍କୁ ପରିଚୟ ପତ୍ର ଏବଂ ବିଭିନ୍ନ ଆର୍ôଥକ ସହାୟତା ବିତରଣ କାର୍ଯ୍ୟକ୍ରମ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ କେନ୍ଦ୍ରାପଡା ଜିଲ୍ଲା ପରିଷଦର ସଭାପତି ସୁଶ୍ରୀ ଲିଲିତା ଦାସ, ମହାକାଳପଡା ବିଧାୟକଙ୍କ ପ୍ରତିନିଧି ଅଭିମନ୍ୟୁ ଗୋଛାୟତ ଯୋଗଦେଇ ପଞ୍ଜିକୃତ ନିର୍ମାଣ ଶ୍ରମିକମାନଙ୍କୁ ବିଭିନ୍ନ ସରକାରୀ ସହାୟତା ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପ୍ରଭାଗୀୟ ଶ୍ରମ ଆୟୁକ୍ତ ପ୍ରଦୀପ କୁମାର ମହାନ୍ତି ସଭା ପରିଚାଳନା କରିଥିବା ବେଳେ ଜିଲ୍ଲା ଶ୍ରମ ଅଧିକାରୀ ଅନନ୍ତ ପଦ୍ମନାଭ ମହାମାନସିଂହ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। କେନ୍ଦ୍ରାପଡା ଶ୍ରମିକ ଭାଇ ଓ ଭଉଣୀମାନଙ୍କୁ ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୋଟ ୩୧୧ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ବିଭିନ୍ନ ସହାୟତା ରାଶି ବାବଦକୁ ମୋଟ ୨କୋଟି ୩୨ଲକ୍ଷ ୫୩ ହଜାର ୨ଶହ ଟଙ୍କାର ଆର୍ଥିକ ସହାୟତା ରାଶୀ ଏବଂ ନୂତନ ଭାବରେ ପଞ୍ଜିକୃତ ହୋଇଥିବା ୫୦ ଜଣ ନିର୍ମାଣ ଶ୍ରମିକଙ୍କୁ ପରିଚୟ ପତ୍ର ବିତରଣ କରାଯାଇଥିଲା। ବିବାହ ସହାୟତା ବାବଦରେ ୬୧ଜଣଙ୍କୁ ୩୦ଲକ୍ଷ ୫୦ହଜାର, ଶିକ୍ଷାବୃତ୍ତି ସହାୟତା ବାବଦରେ ୯୬ଜଣଙ୍କୁ ୧୧ଲକ୍ଷ ୫୮ହଜାର ୨ଶହ ଟଙ୍କା, ମୃତ୍ୟୁକାଳୀନ ସହାୟତା ବାବଦରେ ୯୫ଜଣଙ୍କୁ ଏକ କୋଟି ୯୦ଲକ୍ଷ ଟଙ୍କା, ଅନ୍ତେଷ୍ଟିକ୍ରୀୟା ସହାୟତା ବାବଦରେ ୯ଜଣଙ୍କୁ ୪୫ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଏଥିସହିତ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ସମ୍ପାଦନ କରିବା ପାଇଁ ସମସ୍ତ ସହକାରୀ ଶ୍ରମ ଅଧିକାରୀ ଅଶୋକ କୁମାର ମୁର୍ମୁ, ଆଶୁତୋଷ ପଟେଲ, ଜ୍ୟୋତିରଞ୍ଜନ ପରିଡା, କନିଷ୍କ ନାରାୟଣ, ଏସ୍‌. ଡି. କିରଣ କୁମାର ଏବଂ କାର୍ଯ୍ୟାଳୟର ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ।


Next Post

ଶିକ୍ଷକନେତା ଭଗବାନ ଜେନାଙ୍କ ୮ମ ସ୍ମାରକୀ ବକ୍ତ୍ରୁତାମାଳା ଜାତୀୟ ଶିକ୍ଷାନୀତି, ୨୦୨୦

Mon Feb 3 , 2025
କେନ୍ଦ୍ରାପଡ଼ା, ୩ା୨: ଶିକ୍ଷକନେତା ତଥା ସାହିତ୍ୟିକ ପ୍ରାଧ୍ୟାପକ ଭଗବାନ ଜେନାଙ୍କ ଅଷ୍ଟମ ସ୍ମାରକୀ ବକ୍ତ୍ରୁତାମାଳା ସ୍ମୃତି କମିଟି ସଭାପତି ଅଧ୍ୟାପକ ଅଜୟ ସାମଲଙ୍କ ପରିଚାଳନାରେ ଲ’ କଲେଜ କଲୋନୀ ସ୍ଥିତ ଶ୍ରୀ ବଳଦେବଜୀଉ କଳା ସଂସ୍କୃତି ପ୍ରତିଷ୍ଠାନ ପରିସରରେ ଥିବା ବିକଳ୍ପ ବିଚାର ମଞ୍ଚ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉଦ୍ଘାଟକ ରୂପେ ଯୋଗଦେଇ ବିଶିଷ୍ଟ ଶିକ୍ଷାବିତ୍ ପ୍ରାଧ୍ୟାପକ ନନ୍ଦକିଶୋର ପରିଡ଼ା ଜାତୀୟ ଶିକ୍ଷାନୀତିର ପ୍ରଚଳନ ସମୟ ଏବଂ ପ୍ରସ୍ତୁତି […]

KANIKA