ଡିସେମ୍ବର ୧୩ରେ ନିର୍ମାଣ ଶ୍ରମିକଙ୍କ ରଣହୁଙ୍କାର



କେନ୍ଦ୍ରାପଡା, ୯ା୧୨: କେନ୍ଦ୍ରାପଡା ଜିଲ୍ଲା ଶ୍ରମ ଅଫିସ୍‌ରେ ୨୦୧୮ ମସିହାରୁ ୪୦୦୦ ନିର୍ମାଣ ଶ୍ରମିକଙ୍କ ପିଲାଙ୍କ ଛାତ୍ରବୃତ୍ତି ଆବେଦନପତ୍ର, ୧୭୦୦ରୁ ଉର୍ଦ୍ଧ୍ୱ ଶ୍ରମିକଙ୍କ କନ୍ୟା ବିବାହ ସହାୟତା ପାଇଁ ଦରଖାସ୍ତ ଓ ୬୦୦ରୁ ଉର୍ଦ୍ଧ୍ୱ ମୃତ୍ୟୁକାଳୀନ ସହାୟତା ଲାଗି ଦରଖାସ୍ତମାନ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ପଡିରହିଛି । ୨୦୨୩-୨୪ ଆର୍ôଥକ ବର୍ଷରେ ସମସ୍ତ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସେମାନଙ୍କ ଜିଲ୍ଲାରେ ଥିବା ଶ୍ରମିକମାନଙ୍କୁ ସେମାନଙ୍କର ସହାୟତା ରାଶି ପ୍ରଦାନ କରିଥିବା ବେଳେ କେନ୍ଦ୍ରାପଡା ଜିଲ୍ଲାରେ ଗୋଟିଏ ଟଙ୍କା ଦିଆଯାଇନାହିଁ । ଏ ବିଷୟରେ କେନ୍ଦ୍ରାପଡା ଜିଲ୍ଲାପାଳ, ଶ୍ରମ ଆୟୁକ୍ତ ଓ ଶ୍ରମ ମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ଫଳ ଶୂନ । ରାଜ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡରେ ୬୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଗଚ୍ଛିତ ଥିଲେ ମଧ୍ୟ କେନ୍ଦ୍ରାପଡା ଜିଲ୍ଲା ଶ୍ରମ ଅଧିକାରୀ ଚନ୍ଦନ ମାଝୀ ଓ ଡବ୍ଲୁ.ସି ରାକେଶ କୁମାର ସିଂଙ୍କ ଅବହେଳା ଓ ଲାଞ୍ଚଖୋର ମନବୃତ୍ତି ପାଇଁ ଆଜି ଜିଲ୍ଲାର ଶ୍ରମିକମାନେ ତାଙ୍କ ପ୍ରାପ୍ୟରୁ ବଞ୍ôଚତ । ତେଣୁ ଜିଲ୍ଲା ଶ୍ରମ ଅଧିକାରୀ ଓ ଡବ୍ଲୁ.ସିଙ୍କୁ କରାଯାଇ ଶ୍ରମିକମାନଙ୍କର ପ୍ରାପ୍ୟ ପାଇବା ପାଇଁ ଆସନ୍ତା ଡିସେମ୍ବର ୧୩ ତାରିଖରେ ଏକ ବିଶାଳ ଶ୍ରମିକ ସମାବେଶର ଆୟୋଜନ କରାଯାଇଛି । କେନ୍ଦ୍ରାପଡା ଜିଲ୍ଲା ମିଳିତ ଶ୍ରମିକ ସଂଗଠନ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲା ମିଳିତ ଶ୍ରମିକ ସଂଗଠନର ସାଧାରଣ ସମ୍ପାଦକ ଇଂ. ସୌମ୍ୟରଞ୍ଜନ ଧଳ ଏକ ପ୍ରେସ୍ ବିବୃତ୍ତିରେ ମତ ରଖିଛନ୍ତି । ଉକ୍ତ ବୈଠକରେ କେନ୍ଦ୍ରାପଡା ଜିଲ୍ଲା ମିଳିତ ଶ୍ରମିକ ସଂଗଠନର ସଭାପତି ଜଗତ୍‌ଜୀବନ ଦାସ, ବରିଷ୍ଠ ଶ୍ରମିକ ନେତା ପ୍ରକାଶ ଚନ୍ଦ୍ର ମହାନ୍ତି ଓ ଜିଲ୍ଲାର ୬୦ରୁ ଉର୍ଦ୍ଧ୍ୱ ଶ୍ରମିକ ସଂଗଠନର ନେତୃବୃନ୍ଦ ଉପସ୍ଥିତ ଥିଲେ ।


Next Post

ବିଶ୍ୱ ପ୍ରାର୍ଥନା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

Mon Dec 9 , 2024
କେନ୍ଦ୍ରାପଡ଼ା,୯ା୧୨: ସାରାବିଶ୍ୱରେ ପ୍ରତ୍ୟେକ ଦିନ କୌଣସି ନା କୌଣସି ଦିବସ ପାଳିତ ହେଉଛି । କିନ୍ତୁ ଏପର୍ଯ୍ୟନ୍ତ ପ୍ରାର୍ଥନା ଦିବସ ବିଶ୍ୱସ୍ତରରେ ପାଳିତ ହେବା କିମ୍ବା ୟୁନେସ୍କୋ ପକ୍ଷରୁ ମାନ୍ୟତାପ୍ରାପ୍ତ ହୋଇ ପାରିନଥିବା ଅତ୍ୟନ୍ତ ପରିତାପର ବିଷୟ । ତେଣୁ ଏ ସମ୍ପର୍କରେ କେନ୍ଦ୍ରାପଡାର ଗରାପୁରସ୍ଥିତ ଦିବ୍ୟଜୀବନ ସଂଘ ଶିବାନନ୍ଦ ଆଶ୍ରମର ସନ୍ନ୍ୟାସିନୀ ଶ୍ରୀମା’ ସ୍ୱାମୀ ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ଉଦ୍ୟମରେ୨୦୧୭ ମସିହାରୁ ଦୀର୍ଘ ୭ବର୍ଷ ଧରି ପ୍ରାର୍ଥନା ଦିବସ […]

You May Like