ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ



କେନ୍ଦ୍ରାପଡ଼ା,୯ା୧୨: ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଙ୍ଘ, କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଜରିଆରେ ଏକ ନଅ ଦଫା ସମ୍ବଳିତ ଦାବିପତ୍ର ସୋମବାର ପ୍ରଦାନ କରାଯାଇଛି। ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ପାଚିକାମାନେ ଦୀର୍ଘ ବର୍ଷ ଧରି ମାସିକ ମାତ୍ର ୨ହଜାର ଟଙ୍କା ପାରିଶ୍ରମିକରେ ସକାଳ ୯ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବିଦ୍ୟାଳୟରେ ରୋଷେଇ କରି ଦେଶର ଭବିଷ୍ୟତ ବଂଶଧର ମାନଙ୍କର ସ୍ୱାସ୍ଥ୍ୟରକ୍ଷା ସହିତ ବିଦ୍ୟାଳୟରେ ଉପସ୍ଥାନ ବୃଦ୍ଧି କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ସେମାନେ ବର୍ଷକୁ ମାତ୍ର ୧୦ମାସର ପାରିଶ୍ରମିକ ପାଉଥିବା ବେଳେ ଅସୁସ୍ଥତା ପାଇଁ ସେମାନଙ୍କୁ ଛୁଟି ମିଳେ ନାହିଁ। ୬୨ବର୍ଷ ବୟସରେ ସେମାନଙ୍କୁ ଏହି ଚାକିରୀରୁ ବିଦା କରାଯାଉଥିବା ବେଳେ ସେମାନଙ୍କୁ ଟଙ୍କାଟିଏ ବି ପେନସନ ପ୍ରଦାନ କରାଯାଏନାହିଁ। ତେଣୁ ସେମାନଙ୍କୁ ମାସିକ ୨ହଜାର ଟଙ୍କା ପାରିଶ୍ରମିକ ତୁରନ୍ତ ପଦାନ କରାଯିବା, କାମ କରିପାରୁନଥିବା ପାଚିକାଙ୍କୁ ବାହାର କରାନଯିବା, ୬୫ବର୍ଷ ବୟସରେ କାମ କରିବାକୁ ସୁଯୋଗ ଦେବା, ଛଟେଇ ପାଚିକାଙ୍କୁ ତୁରନ୍ତ ନିଯୁକ୍ତି ପ୍ରଦାନ, ସର୍ବନିମ୍ନ ପେନସନ ବ୍ୟବସ୍ଥା କରାଯିବା, ମଧ୍ୟାହ୍ନ ଭୋଜନ ମୂଲ୍ୟ ୨୫ଟଙ୍କା କରାଯିବା, କାର୍ଯ୍ୟ ସାମୟରେ ଦୂର୍ଘଟଣା ଘଟିଲେ ବୀମା ଯୋଜନା ଭୁକ୍ତ କରାଯିବା, ୨୫ଜଣ ଛାତ୍ରଛାତ୍ରୀରେ ଜଣେ ପାଚିକା ବ୍ୟବସ୍ଥା ଲାଗୁ କରାଯିବା, ପାଚିକାଙ୍କୁ ସରକାରୀ ଚାକିରୀର ମାନ୍ୟତା ପ୍ରଦାନ ପ୍ରଭୃତି ଦାବି ଗୁଡିକ ରହିଛି। ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ ସମୟରେ ସଙ୍ଘର ଜିଲ୍ଲା ସମ୍ପାଦିକା ଶୁଭାଙ୍ଗିନୀ ଭଦ୍ର, ସୁହାନା ବେଗମ, ଗଜେନ୍ଦ୍ର ନାଥ ନାୟକ, ଏ.ଆଇ.ଟି.ୟୁ.ସି.ର ରାଜ୍ୟ ନେତା ଆଇନଜୀବୀ ରମଣିରଞ୍ଜନ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ।


Next Post

କଷଣଅଂଟା ହାଇସ୍କୁଲରେ ଅଭିମୁଖୀକାରଣ କାର୍ଯ୍ୟକ୍ରମ

Mon Dec 9 , 2024
ପଟ୍ଟାମୁଣ୍ଡାଇ ୯/୧୨ -ରାଜ୍ୟ ସରକାରଙ୍କ ଦ୍ୱାରା ପଟ୍ଟାମୁଣ୍ଡାଇ ବ୍ଲକରେ ନୂତନ ଭାବେ ନିଯୁକ୍ତ ପାଇଥିବା କନିଷ୍ଠ ଶିକ୍ଷକମାନଙ୍କୁ ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ ସହ ୬ବର୍ଷ ପୂରଣ କରିଥିବା ଶିକ୍ଷକମାନଙ୍କୁ ସ୍ଥାୟୀ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା । ଏହି ଉପଲକ୍ଷେ କଷଣଅଂଟା ହାଇସ୍କୁଲ ଠାରେ ଏକ ଦିନିକିଆ ଅଭିମୁଖୀକରଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ରାଜ୍ୟସ୍ତରୀୟ ଶିକ୍ଷକ ନେତା ସିଆରସିସି ମଳୟ ଜେନାଙ୍କ ସଂଯୋଜନାରେ […]

You May Like