ତାଲୁକ ଆଇନ ସେବା ସମିତି ପକ୍ଷରୁ ମାନବ ଅଧିକାର ଦିବସ ପାଳିତ



ପଟ୍ଟାମୁଣ୍ଡାଇ ୧୦/୧୨ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ପକ୍ଷରୁ ମାନବ ଅଧିକାର ଓ ଆଇନ ସଚେତନତା ଶିବିର ପଟ୍ଟାମୁଣ୍ଡାଇ ସିଭିଲ କୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆଇନ ସେବା ସମିତି ଅଧ୍ୟକ୍ଷା ତଥା ବରିଷ୍ଠ ଦେୱାନୀ ବିଚାରପତି ସୁଶ୍ରୀସଙ୍ଗୀତା ମଲ୍ଲିକ ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ମାନବ ଅଧିକାର ଦିବସ ହେଉଛି ଏକ ଐତିହାସିକ ଦିବସ , ସ୍ୱାଧୀନ ଚେତନା ନେଇ ସମ୍ମାନର ସହ ବଂଚିବାର ଅଧିକାର ହେଉଛି ପ୍ରତ୍ୟେକ ମଣିଷର ମାନବୀୟ ଅଧିକାର। ଆମର ସମ୍ବିଧାନ ବହୁସଶକ୍ତ, ଯାହାକି ସମାଜର ଧନୀ କି ଦରିଦ୍ର ସମସ୍ତ ବ୍ୟକ୍ତିଙ୍କୁ ସମାନ ନ୍ୟାୟ ଓ ସମାନ ଅଧିକାର ପ୍ରଦାନ କରିଥାଏ ବୋଲି ମତ ପ୍ରକାଶ କରିଥିଲେ। ପଟ୍ଟାମୁଣ୍ଡାଇ ବାର ଆଶୋସିଏସନ କୋଷାଧକ୍ଷ ତଥା ପାନେଲ ଲୟାର ଧୀରେନ୍ଦ୍ରନାଥ ସାହୁଙ୍କ ସଂଯୋଜନାରେ ଆୟୋଜିତ ଶିବିରରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ବିଦ୍ୟୁତଲତା ପ୍ରଧାନ ଯୋଗ ଦେଇ ମାନବ ଅଧିକରାର ଅର୍ଥ ହେଉଛି ସମସ୍ତଙ୍କୁ ସବୁ ଅଧିକାର ଦେବା , ଯାହା ବ୍ୟକ୍ତିର ଜୀବନ, ସ୍ୱତନ୍ତ୍ରତା, ସମ୍ମାନତା ଓ ପ୍ରତିଷ୍ଠା ସହ ଜଡ଼ିତ । ଏହି ସମସ୍ତ ଅଧିକାର ଭାରତୀୟ ସମ୍ବିଧାନର ତୃତୀୟ ଭାଗରେ ମୌଳିକ ଅଧିକାର ନାଁରେ ରହିଛି ଏବଂ ଏହି ଅଧକାରର ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କୁ କୋର୍ଟ ଦ୍ୱାରା ଦଣ୍ଡ ଦିଆଯାଇଥାଏ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ମଣିଷ । ଏଣୁ ସବୁ ବର୍ଗର ମଣିଷ କିଭଳି ଉଚିତ୍ ସମ୍ମାନ ଓ ନ୍ୟାୟ ପାଇବେ ସେନେଇ ବିଶ୍ୱସମୂହ ମାନବିକ ଅଧିକାର ଦିବସ ପାଳନ କରୁଛି । ପଟ୍ଟାମୁଣ୍ଡାଇ ବାର ଆଶୋସିଏସନ ସଭାପତି ଆଇନଜିବୀ ତପନ କୁମାର ମିଶ୍ର, ପୂର୍ବତନ ସଭାପତି ବରିଷ୍ଠ ଆଇନୀଜୀବୀ ଭୀମସେନ ପ୍ରଧାନ, ସମ୍ପାଦକ ଆଇନୀଜୀବି ରବୀନ୍ଦ୍ର ଦାଶ, ଉପସଭାପତି ଆଇନୀଜୀବୀ ସୁରେଶ ନରେନ୍ଦ୍ର ମାନବ ଅଧିକାରର ବିଭିନ୍ନ ଦିଗ ଉପରେ ଆଲୋକପାତ କରି ଲୋକମାନେ ଯେଭଳି ନିଜର ଅଧିକାର ପ୍ରତି ଜାଗୃତ ରହିବେ । ସମାନ ଅଧିକାର ସହ ବଂଚିବା ହିଁ ମାନବ ଅଧିକାର ଦିବସର ମୁଖ୍ୟ ବାର୍ତା ବହନ କରେ ବୋଲି ମତ ପ୍ରକାଶ କରିଥିଲେ। ତାଲୁକ ସେବା ସମିତି ଅଧକ୍ଷା ସୁଶ୍ରୀ ସଂଗୀତା ମଲ୍ଲିକ ଉପସ୍ଥିତ କଲେଜ ଛାତ୍ରୀଛାତ୍ର ମାନଙ୍କୁ ଭିଜୁଆଲ ମାଧ୍ୟମରେ ମାନବ ଅଧିକାରର ବିଭିନ୍ନ ଦିଗ ଓ କର୍ତବ୍ୟ ବିଷୟରେ ଆଲୋକପାତ କରି ଛାତ୍ରୀଛାତ୍ର ମାନେ ସଚେତନ ହୋଇ ସୁସ୍ଥ ସମାଜ ଗଠନ ଦିଗରେ ବ୍ରତୀ ହେବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସିଭିଲ କୋର୍ଟରଲିଗାଲ ଏଡ଼ର ଅପର୍ଣା ସାମଲ, ମୋହନ ଦାଶଙ୍କ ସମେତ ସମସ୍ତ କର୍ମକର୍ତା ଓ ସିଭିଲ କୋର୍ଟର ସମସ୍ତ କର୍ମକର୍ତା ସମସ୍ତ ପିଏଲଭି ସଭ୍ୟାସଭ୍ୟ ଯୋଗ ଦେଇଥିଲେ । ଶେଷରେ ବରିଷ୍ଠ ଓକିଲ ଭବାନୀ ଶଙ୍କର ପଣ୍ଡାଧନ୍ୟବାଦ ଦେଇଥିଲେ ।


Next Post

କେନ୍ଦ୍ରାପଡାରେ ଭାରତ ସ୍କାଉଟସ୍ ଏବଂ ଗାଇଡସ୍‌ର ଜିଲ୍ଲା କ୍ୟାମ୍ପୋରୀ ଉଦଯାପିିତ ରାଜ୍ୟ ସ୍ତରରେ ପୁରସ୍କୃତ ହେବ କେନ୍ଦ୍ରାପଡା ଜିଲ୍ଲା ସ୍କାଉଟସ୍ ଓ ଗାଇଡସ୍‌

Tue Dec 10 , 2024
କେନ୍ଦ୍ରାପଡ଼ା,୧୦ା୧୨: କେନ୍ଦ୍ରାପଡାରେ ଜିଲ୍ଲା ସ୍ତରୀୟ ଭାରତ ସ୍କାଉଟସ ଏବଂ ଗାଇଡସର ଚତୁର୍ଦଶ କ୍ୟାମ୍ପୋରୀ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ସିଦ୍ଧ ମରିଚିଆଣୀ ବିଦ୍ୟାପୀଠରେ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ସ୍କାଉଟସ ଓ ଗାଇଡସର ରାଜ୍ୟ ମୁଖ୍ୟ କମିଶନର ତଥା ଜାତୀୟ ଉପସଭାପତି ଡ. କାଳି ପ୍ରସାଦ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କ୍ୟାମ୍ପୋରୀ ଅତ୍ୟନ୍ତ ସୁନ୍ଦର, ଚିତାକର୍ଷକ ଓ ଶାନ୍ତିଶୃଙ୍ଖଳାର ସହିତ […]

KANIKA