କେନ୍ଦ୍ରାପଡାରେ ଭାରତ ସ୍କାଉଟସ୍ ଏବଂ ଗାଇଡସ୍‌ର ଜିଲ୍ଲା କ୍ୟାମ୍ପୋରୀ ଉଦଯାପିିତ ରାଜ୍ୟ ସ୍ତରରେ ପୁରସ୍କୃତ ହେବ କେନ୍ଦ୍ରାପଡା ଜିଲ୍ଲା ସ୍କାଉଟସ୍ ଓ ଗାଇଡସ୍‌



କେନ୍ଦ୍ରାପଡ଼ା,୧୦ା୧୨: କେନ୍ଦ୍ରାପଡାରେ ଜିଲ୍ଲା ସ୍ତରୀୟ ଭାରତ ସ୍କାଉଟସ ଏବଂ ଗାଇଡସର ଚତୁର୍ଦଶ କ୍ୟାମ୍ପୋରୀ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ସିଦ୍ଧ ମରିଚିଆଣୀ ବିଦ୍ୟାପୀଠରେ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ସ୍କାଉଟସ ଓ ଗାଇଡସର ରାଜ୍ୟ ମୁଖ୍ୟ କମିଶନର ତଥା ଜାତୀୟ ଉପସଭାପତି ଡ. କାଳି ପ୍ରସାଦ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କ୍ୟାମ୍ପୋରୀ ଅତ୍ୟନ୍ତ ସୁନ୍ଦର, ଚିତାକର୍ଷକ ଓ ଶାନ୍ତିଶୃଙ୍ଖଳାର ସହିତ ସମ୍ପନ୍ନ ହୋଇଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ। କେନ୍ଦ୍ରାପଡା ଜିଲ୍ଲା ସ୍ତରୀୟ କ୍ୟାମ୍ପୋରୀ ଅତ୍ୟନ୍ତ ଉଚ୍ଚ କୋଟିର ହୋଇଥିବାରୁ ଏହି ଜିଲ୍ଲା ସ୍କାଉଟସ୍ ଓ ଗାଇଡସ୍‌କୁ ରାଜ୍ୟସ୍ତରୀୟ ଉତ୍ସବରେ ରାଜ୍ୟପାଳ ପୁରସ୍କୃତ କରିବେ ବୋଲି ସେ ଘୋଷଣା କରିଥିଲେ। ମୁଖ୍ୟବକ୍ତା ଭାବେ ଗାଇଡର ରାଜ୍ୟ ସାଂଗଠନିକ କମିଶନର ତଥା ପ୍ରଶାସନିକ ଅଧିକାରୀ ଅନାମିକା ଦାଶ ଯୋଗଦେଇ ସ୍କାଉଟସ ଓ ଗାଇଡସ୍ ଶିବିରାର୍ଥୀଙ୍କୁ ସେବା ପ୍ରଦାନରେ ବ୍ରତୀ ହେବା ସହ ସ୍ୱଛତା ଓ ଶୃଙ୍ଖଳା ରକ୍ଷା କରିବା ସହିତ ପିତା,ମାତା ଓ ଗୁରୁଙ୍କୁ ଭକ୍ତିକଲେ ଜୀବନରେ ବଡ ମଣିଷ ହୋଇପାରିବ ବୋଲି କହିଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ତଥା ସ୍କାଉଟ ଓ ଗାଇଡ୍‌ସ ଜିଲ୍ଲା ମୁଖ୍ୟ କମିଶନର ପ୍ରଦୀପ କୁମାର ନାଗ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦ୍‌ଯାପନୀ ଉତ୍ସବରେ ସମ୍ମାନୀତ ଅତିଥି ଭାବେ ନବରଙ୍ଗପୁର ଜିଲ୍ଲା ସଂଗଠନ ଆୟୁକ୍ତ ଜ୍ଞାନଜ୍ୟୋତି ମହାନ୍ତି, କେନ୍ଦ୍ରାପଡା ମଣ୍ଡଳ ଶିକ୍ଷା ଅଧିକାରୀ କୈଳାସ ଚନ୍ଦ୍ର ଦଳାଇ, ଆଳି ଓ ରାଜକନିକାର ମଣ୍ଡଳ ଶିକ୍ଷା ଅଧିକାରୀ ନଳିନୀରଞ୍ଜନ ରାଉତରାୟ, ମହାକାଳପଡା ମଣ୍ଡଳ ଶିକ୍ଷା ଅଧିକାରୀ ତନ୍ମୟ କୁମାର ବେହେରା, ଜିଲ୍ଲା ସମ୍ପାଦିକା ସ୍ମିତାପ୍ରତୀଭା ସାହୁ, ସମାଜସେବୀ ଅକ୍ଷୟ କୁମାର ପାଣି, ଜିଲ୍ଲା କମିଶନର(ବାଳିକା) ଜୟନ୍ତୀ ଦେଇ ପ୍ରମୁଖ ଯୋଗଦେଇ ଚରିତ୍ର ଗଠନ, ଶୃଙ୍ଖଳା ରକ୍ଷା ଉପରେ ବକ୍ତବ୍ୟ ରଖିଥିଲେ। ଜିଲ୍ଲା ପ୍ରଶିକ୍ଷଣ ଆୟୁକ୍ତ ସରୋଜକାନ୍ତ ବିଶ୍ୱାଳ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଜିଲ୍ଲା ଆୟୁକ୍ତ ପିତବାସ ପଣ୍ଡା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସିଦ୍ଧ ମରିଚିଆଣୀ ଉଚ୍ଚ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ଅମୂଲ୍ୟ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ବିଭିନ୍ନ ପ୍ରତିଯୋଗିତାର କୃତି ଶିବିରାର୍ଥୀମାନଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା। ମୁଖ୍ୟ ଅତିଥି କ୍ୟାମ୍ପୋରୀରେ ପହଞ୍ଚିବା ପରେ ତାଙ୍କୁ ଉତ୍ସୋସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ସେ ପ୍ରଥମେ ଅନୁଷ୍ଠିତ ଖାଦ୍ୟମେଳାକୁ ଅନ୍ୟ ଅତିଥିମାନଙ୍କ ସହିତ ବୁଲି ଦେଖିବା ସହ ଭିନ୍ନ ଭିନ୍ନ ଖାଦ୍ୟରୁ କିଛି ଖାଇ ଖାଦ୍ୟର ସ୍ୱାଦ ଓ ମାନ ପରୀକ୍ଷା କରିଥିଲେ। ସନ୍ଧ୍ୟାରେ ଶିବିରାର୍ଥୀ ଛାତ୍ରଛାତ୍ରୀମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି ଶିବିରରେ ଜିଲ୍ଲାର ୩୫ଟି ବିଦ୍ୟାଳୟର ୭୫୫ରୁ ଉର୍ଦ୍ଧ୍ୱ ସ୍କାଉଟସ ଓ ଗାଇଡସର ବିଦ୍ୟାର୍ଥୀଙ୍କ ସମେତ ଏକଶହରୁ ଉଦ୍ଦ୍ୱର୍ ସ୍କାଉଟ ମାଷ୍ଟର ଓ ଗାଇଡ କ୍ୟାପଟେନମାନେ ଯୋଗଦେଇଥିଲେ। ଏଥିରେ ଆଖୁଆ ଅଢଙ୍ଗ ଉଚ୍ଚ ବିଦ୍ୟାଳୟ ଚମ୍ପିୟନ ହୋଇଥିବା ବେଳେ ଚଉଦକୁଲାଟର ଜଗନ୍ନାଥ ବିଦ୍ୟାପୀଠ ଓ ବଜ୍ରମହାକାଳୀ ଉଚ୍ଚ ବିଦୟାଳୟ ଧନିଆପଡା ରନର୍ସଅପ ହୋଇଛନ୍ତି।


Next Post

ଚା ଦୋକାନ ଟେବୁଲ

Tue Dec 10 , 2024
ଆଜି ଚାହା ଦୋକାନ ଟେବୁଲରେ କେତେ ଜଣ ଲୋକ ବସି ବାତତଳାପ ହେଉଥିଲେ । ସେଥିରେ କେତେ ଜଣ ମୁହଁ ଚିହ୍ନା ଲୋକ ବସିଥାନ୍ତି । ସେମାନଙ୍କ ବାର୍ତାଳାପରେ ରାଜେନ୍ଦ୍ର ବାବୁ କହିଲେ – ରାଜନିତିରେ ସବୁ ସମ୍ଭବ । ଏକ ପ୍ରବାଦ ଅଛି ଯେ ମିଛର ଗୋଡ ନାହିଁ, କିନ୍ତୁ ରାଜନୀତିରେ ମିଥ୍ୟାର ଗୋଡ ଅଛି ଏବଂ ସେମାନେ ମଧ୍ୟ ଦ୍ରୁତ ଗତି ଦୌଡିପାରନ୍ତି । କେବଳ ଏତିକି […]

KANIKA