ଜିଲ୍ଲାସ୍ତରୀୟ ଆନ୍ତଃ କ୍ଲବ କ୍ରକେଟ୍ ଟୁର୍ଣ୍ଣାମେଣ୍ଟ , ସୁପର ଲିଗ ମ୍ୟାଚରେ ନେତାଜୀ ୟୁଥ କ୍ଲବ ବିଜୟୀ



କେନ୍ଦ୍ରାପଡ଼ା,୧୩ା୧୨: କେନ୍ଦ୍ରାପଡା ଜିଲ୍ଲା କ୍ରିକେଟ୍ ଆସୋସିଏସନ ତରଫରୁ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍‌ରେ ଓସିଏ ଦ୍ୱାରା ଆୟୋଜିତ ଜିଲ୍ଲାସ୍ତରୀୟ ଆନ୍ତଃ କ୍ଲବ ସୁପର ଲିଗ୍ ମ୍ୟାଚ୍‌ରେ ନେତାଜୀ ୟୁଥ କ୍ଲବ ଓ ପଞ୍ଚୁପାଣ୍ଡବ କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ନେତାଜୀ ୟୁଥ କ୍ଲବ ଟସ୍ ଜିତି ବ୍ୟାଣ୍ଟି କରି ୩୨.୩ ଓଭରେ ୧୭୮ରନ କରି ଅଲଆଉଟ ହୋଇଥିଲା । ସେହିପରି ପଞ୍ଚୁପାଣ୍ଡବ କ୍ରିକେଟ କ୍ଲବ ୨୪.୧ ଓଭରେ ୧୧୧ରନ କରି ଅଲଆଉଟ ହୋଇଥିଲା । ଏହି ମ୍ୟାଚରେ ନେତାଜୀ ୟୁଥ କ୍ଲବ ପଞ୍ଚୁପାଣ୍ଡବ କ୍ରିକେଟ କ୍ଲବକୁ ୬୭ରନରେ ପରାସ୍ତ କରିଥିଲା । ଏହି ମ୍ୟାଚରେ ନେତାଜୀ ୟୁଥ କ୍ଲବର ଇସାନ କିରନ ପାତ୍ର ୬ଟି ବାଉଁଣ୍ଡରି ଓ ଗୋଟିଏ ଛକାମାରି ୬୨ବଲରେ ୫୧ରନ କରି ମ୍ୟାନ ଅଫ ମ୍ୟାଚ ହୋଇଥିଲେ । ବିଶ୍ୱଜିତ ଅଧିକାରୀ ଓ ଲଲିତେଣ୍ଡୁ ପଣ୍ଡା ଅମ୍ପାୟର ଭାବେ ମ୍ୟାଚ ପରିଚାଳନା କରିଥିଲେ । ଚିରଞ୍ଜିବି ବଳ ଓ ଏସକେ ମିନାଜୁଦିନ୍ ସ୍କୋରର ଭାବେ ପରିଚାଳନା କରିଥିଲେ । କେନ୍ଦ୍ରାପଡା ଜିଲ୍ଲା କ୍ରିକେଟ ଆସୋସିଏସନର ସମ୍ପାଦକ ଶୁଭାଶିଷ ସେନାପତିଙ୍କ ତତ୍ୱାବଧାନରେ ଏହି ମ୍ୟାଚ ଅନୁଷ୍ଠିତ ହୋଇଥିଲା ।


Next Post

୨୭ ଡିସେମ୍ବରରେ ଯୁବ ସାଂସ୍କୃତିକ ମହୋତ୍ସବ

Fri Dec 13 , 2024
କେନ୍ଦ୍ରାପଡା, ୧୩ା୧୨: ବିବିଧ କଳାର ସମାବେଶୀ ମଞ୍ଚ “ସିମ୍ଫୋନି’ ପକ୍ଷରୁ ଚଳିତ ମାସ ୨୭ ଡିସେମ୍ବରରେ ପ୍ରଥମ ଜିଲ୍ଲା ଯୁବ ସାଂସ୍କୃତିକ ମହୋତ୍ସବ “ଯୁବ ତରଙ୍ଗ’ର ଆୟୋଜନ କରିବାକୁ ଯାଉଛି । ଏଥିନିମନ୍ତେ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ବିରଜା ରାଉତରାୟଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଂସ୍କୃତି ଭବନରେ ଆୟୋଜିତ ହେବାକୁ ଥିବା ଏହି ଏକଦିବସୀୟ ଜିଲ୍ଲାସ୍ତରୀୟ ଉତ୍ସବରେ ଯୁବ ବର୍ଗ ସେମାନଙ୍କ ବିବିଧ […]

KANIKA