୨୭ ଡିସେମ୍ବରରେ ଯୁବ ସାଂସ୍କୃତିକ ମହୋତ୍ସବ



କେନ୍ଦ୍ରାପଡା, ୧୩ା୧୨: ବିବିଧ କଳାର ସମାବେଶୀ ମଞ୍ଚ “ସିମ୍ଫୋନି’ ପକ୍ଷରୁ ଚଳିତ ମାସ ୨୭ ଡିସେମ୍ବରରେ ପ୍ରଥମ ଜିଲ୍ଲା ଯୁବ ସାଂସ୍କୃତିକ ମହୋତ୍ସବ “ଯୁବ ତରଙ୍ଗ’ର ଆୟୋଜନ କରିବାକୁ ଯାଉଛି । ଏଥିନିମନ୍ତେ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ବିରଜା ରାଉତରାୟଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଂସ୍କୃତି ଭବନରେ ଆୟୋଜିତ ହେବାକୁ ଥିବା ଏହି ଏକଦିବସୀୟ ଜିଲ୍ଲାସ୍ତରୀୟ ଉତ୍ସବରେ ଯୁବ ବର୍ଗ ସେମାନଙ୍କ ବିବିଧ କଳା ଓ ସୃଜନାତ୍ମକ କଳା ନୈପୁଣ୍ୟ ପ୍ରଦର୍ଶନର ସୁଯୋଗ ଲାଭ କରିବେ।୧୫ ବର୍ଷରୁ ୨୯ ବର୍ଷ ମଧ୍ୟରେ ଥିବା ଯୁବ ପ୍ରତିଭାଧାରୀମାନେ ଏହି ଅବସରରେ କବିତା, ଗଳ୍ପ, ହାସ୍ୟ ଅଭିନୟ, ଚିତ୍ରକଳା, ନୃତ୍ୟ, ଏକକ ଅଭିନୟ, ସଙ୍ଗୀତ କଳା ପରିବେଷଣ କରିବେ। ଏହି ବୟସ ବର୍ଗ ମଧ୍ୟରେ ଆସୁଥିବା ଯୁବ ସୃଜନାଶିଳ୍ପୀମାନେ ସେମାନଙ୍କ କଳା ସଙ୍ଗୀତ ଅନୁଷ୍ଠାନ କିମ୍ବା ବିଭିନ୍ନ ମହାବିଦ୍ୟାଳୟର ଅଧକ୍ଷଙ୍କ ସୁପାରିସ୍ ପତ୍ର ମାଧ୍ୟମରେ ଯୋଗଦାନ କରିପାରିବେ। ବିଶେଷକରି ଦଳଗତ ଇଭେଣ୍ଟକୁ ଅଗ୍ରାଧିକାର ଦିଆଯିବ ବୋଲି ସିମ୍ଫୋନିର ମୁଖ୍ୟ କାର୍ଯ୍ୟ ନିବାହୀ ଡ଼ ହିମାଂଶୁ ପରିଡା ଜଣାଇଛନ୍ତି । ଅଂଶଗ୍ରହଣକାରୀ ସମସ୍ତଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯିବ । ଏତଦ୍‌ବ୍ୟତୀତ ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ ଜିଲ୍ଲାରୁ କୃତିତ୍ୱ ହାସଲ କରି ଥିବା ସମସ୍ତ ଯୁବ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯିବ। ଏହି ପ୍ରସ୍ତୁତି ବୈଠକରେ ପ୍ରଥମେ ସଂଯୋଜକ ସ୍ୱପ୍ନାଂଶୁ କୁମାର ଦାସ ସ୍ୱାଗତ୍ ଭାଷଣ, ସମ୍ପାଦକ ଡ. ବିନାୟକ ପ୍ରସାଦ ପ୍ରଧାନ ପ୍ରାରମ୍ଭିକ ସୂଚନା ଓ କାର୍ଯ୍ୟକ୍ରମର ରୂପରେଖ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ସଭାପତି ନବଜ୍ୟୋତି ରାୟ ପରାମର୍ଶ କ୍ରମେ ଏହି କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ସମ୍ପୂର୍ଣ୍ଣ କରିବା ପାଇଁ ଚାରିଜଣ କାର୍ଯ୍ୟକ୍ରମ ସଂଯୋଜକ ସର୍ବଶ୍ରୀ ଡ. ଗିରିଜାକାନ୍ତ ଦାସ, ଡ. ଆଶୁତୋଷ ରାଉତ, ଜୟଶ୍ରୀ ଦାସ, ଦିବ୍ୟ ରଞ୍ଜନ ବେହେରା ଏବଂ ସେମାନଙ୍କୁ ସହାୟତା ନିମନ୍ତେ ସହ ସଂଯୋଜକ ଭାବେ ଗୋଲାପ ରାଉତ, ଲିଜା ପଣ୍ଡା, ସିନୁଲତା ଦାସଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଉପସ୍ଥିତ ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଡ଼ ସୁକାନ୍ତ କୁମାର ପ୍ରଧାନ, ଦିଲ୍ଲୀପ କୁମାର ସ୍ୱାଇଁ, ଗୌତମ ଚନ୍ଦ୍ର ଜେନା, ପବିତ୍ର କୁମାର ସାହୁ, କେମ୍ ସମ୍ପାଦକ ମହମ୍ମଦ ଜାହିଦ ଖାଁ, କବି ଶୁଭ୍ରାଂଶୁ କୁମାର ଦାସ, ନୃସିଂହ ତ୍ରିପାଠୀ, ଶୁଭାଂଶୁ କୁମାର ଦାସ, କୈଳାସ ଚନ୍ଦ୍ର ମହାନ୍ତି, ସୂର୍ଯ୍ୟକାନ୍ତ ମହାନ୍ତି, ଶାନ୍ତନୁ ମଲ୍ଲିକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସର୍ବଶେଷରେ କୋଷାଧ୍ୟକ୍ଷ ବଂଶୀଧର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।


Next Post

କଂସାର-ସାହାସପୁର ହାଇସ୍କୁଲର ହୀରକ ଜୟନ୍ତୀ ଉଦଘାଟିତ

Fri Dec 13 , 2024
କେନ୍ଦ୍ରାପଡ଼ା,୧୩ା୧୨: ଗ୍ରାମ ପରିବେଶ ସହିତ ବିଦ୍ୟାଳୟର ପରିବେଶ ଶିକ୍ଷାଦାନ ଉପରେ ପ୍ରଭାବ ପକାଇଥାଏ। ଗାଁ ଗଣ୍ଡାରେ ମଦର ପ୍ରସାର ଶିକ୍ଷା ବ୍ୟବସ୍ଥା ଏବଂ ଉତ୍ତରପିଢିଙ୍କି ପଙ୍ଗୁ କରିଦେବ। ସ୍ୱାଧୀନତା ଆନ୍ଦୋଳନ ପରି ମଦ ବିରୋଧୀ ଆନ୍ଦୋଳନ ହେବା ଆବଶ୍ୟକ। ସମସ୍ୟାର ସମାଧାନ ଯିଏ କରେ ସିଏ ନେତା। ଶିକ୍ଷକ, ଡାକ୍ତର, ଅଧିଭକ୍ତା ଏହି କାମ କରି ନେତା ପଦବାଚ୍ୟ ହୋଇପାରିବେ ବୋଲି କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର-ସାହାସପୁର ଉଚ୍ଚ ବିଦ୍ୟାଳୟର […]

KANIKA