ସମୟ ସୀମା ଭିତରେ କାମ ନ ସାରିଲେ ଠିକାଦାରଙ୍କ ଉପରେ ଆକ୍ସନ୍‌: ମନ୍ତ୍ରୀ


ଭୁବନେଶ୍ୱର ୧୭/୧୨- ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ମାଣାଧୀନ ଏକ ଶହ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଏହି ସମୀକ୍ଷା ପରେ ବିଭାଗୀୟ ମନ୍ତ୍ରୀ କଡ଼ା ନିର୍ଦେଶ ଦେଇଛନ୍ତି। କ୍ୱାଲିଟିରେ କମ୍ପରମାଇଜ ନ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ସମୟ ସୀମା ସୁଦ୍ଧା କାମ ଶେଷ ନକଲେ ଦଣ୍ଡ ବିଧାନ ହେବ ବୋଲି କହିଛନ୍ତି। ପେନାଲଟି ହେବା ସହ ସରକାର ଅନ୍ୟ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ପଛଘୁଞ୍ଚା ଦେବେ ନାହିଁ।
ରାଜ୍ୟର ସମସ୍ତ ରୋଡ଼, ବ୍ରିଜ୍‌, ବିଲଡିଂ, ଜାତୀୟ ରାଜପଥ ପ୍ରକଳ୍ପ, ଓବିସିସି ପ୍ରକଳ୍ପ ନେଇ ମନ୍ତ୍ରୀ ବିସ୍ତୃତ ସମୀକ୍ଷା କରିଥିଲେ। ଶହେ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ପ୍ରକଳ୍ପର ସମୀକ୍ଷା କରିଥିଲେ। ପ୍ରକଳ୍ପର ସ୍ଥିତି ନେଇ ଆଲୋଚନା ହେବା ସହ ପ୍ରକଳ୍ପ ଶେଷ ସମୟ ସୀମା ମଧ୍ୟ ଧର୍ଯ୍ୟ କରାଯାଇଥିଲା। ଶ୍ରୀ ହରିଚନ୍ଦନ କହିଛନ୍ତି, ପ୍ରକଳ୍ପରେ ସମସ୍ୟା ଅଛି, ସେ ନେଇ ଚର୍ଚ୍ଚା ହୋଇଥିଲା। ପୂର୍ବରୁ ଲମ୍ବା ସମୟ ଧରି ପ୍ରକଳ୍ପ କାମ ଚାଲୁଥିଲା। ବିଭାଗକୁ ଶୃଙ୍ଖଳିତ କରିବା ସହ ଅନ କିଛି ନିଷ୍ପତ୍ତି ହୋଇଥିଲା। ଲମ୍ବା ସମୟ ପାଇଁ ଭିତ୍ତିଭୂମି ଏବଂ ରୋଡ଼ ନେଟୱାର୍କକୁ ସୁଦୃଢ଼ କରିବାକୁ ବିସ୍ତୃତ ଆଲୋଚନା ହୋଇଥିଲା। ପୂର୍ତ୍ତମନ୍ତ୍ରୀଙ୍କ ଏହି ବୈଠକରେ ବିଭାଗୀୟ ଅଧିକାରୀଙ୍କ ସହ ସମସ୍ତ ଏଜେନସି ଏବଂ ଠିକାଦାରମାନେ ଉପସ୍ଥିତ ଥିଲେ।


Next Post

କେନ୍ଦ୍ରାପଡ଼ା ଅର୍ବାନ ବ୍ୟାଙ୍କ ପକ୍ଷରୁ ଅଗ୍ନିବିପନ୍ନଙ୍କୁ ସହାୟତା

Tue Dec 17 , 2024
କେନ୍ଦ୍ରାପଡ଼ା,୧୭ା୧୨: କେନ୍ଦ୍ରାପଡା ଅର୍ବାନ କୋପରେଟିଭ ବ୍ୟାଙ୍କ ପକ୍ଷରୁ ଅଗ୍ନି ବିପନ୍ନଙ୍କୁ ସହାୟତା ପ୍ରଦାନ କରାଯାଇଛି। କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ ନହଙ୍ଗ ପଞ୍ଚାୟତର ବଡ଼ସରାଦେଇପୁର ଗ୍ରାମର କୁଳମଣି ମଲିକଙ୍କ ଘର ଅଗ୍ନିକାଣ୍ଡରେ ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଥିଲା। ଫଳରେ ତାଙ୍କ ଘରର ସମସ୍ତ ଆସବାବପତ୍ର ପୋଡି ନଷ୍ଟ ହୋଇଯାଇଛି। ଗୋଟିଏ ସିଲେଇ ମେସିନ୍ ଦ୍ୱାରା କୁଳମଣୀଙ୍କ ପରିବାର ଲୋକ ଗୁଜୁରାଣ ମେଣ୍ଟାଉଥିଲେ। ତାହା ମଧ୍ୟ ପୋଡି ନଷ୍ଟ ହୋଇଯାଇଛି। […]

KANIKA