ପଟ୍ଟାମୁଣ୍ଡାଇ ୧୨/୧୨ – କେନ୍ଦ୍ରାପଡା଼ ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳରେ ସରକାରଙ୍କ ଆଲୋକୀ କରଣ ବ୍ୟବସ୍ଥା ଫେଲ ମାରିଥିବା ବେଳେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇ ଅନ୍ଧାରରେ ଯିବାଆସିବା କରୁଛନ୍ତି । ଗାଁ ଦାଣ୍ଡ ଆଲୋକିକରଣ ପାଇଁ ରାଜ୍ୟ ସରକାର ଶହ ଶହ କୋଟି ଟଙ୍କାର ବିନିଯୋଗ କରି ଗାଁ ମାନଙ୍କରେ ବିଜୁଳିବତୀ ବ୍ୟବସ୍ଥା କରିଥିଲେ। ହେଲେ ମରାମତି ଅଭାବରୁ ଲାଗିଥିବା ଲାଇଟ ଅଚଳ ହୋଇ ପଡିରହିଛି। ପ୍ରତି […]
Day: 18 December 2024
ପଟ୍ଟାମୁଣ୍ଡାଇ ୧୮/୧୨ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳର ବିଭିନ୍ନ କାର୍ଯ୍ୟରେ ନିୟୋଜିତ ଥିବା ପ୍ରଗତି ରଥର ସାରଥି ଶ୍ରମିକମାନେ ଅନେକ ସମୟରେ ଅବହେଳାର ଶିକାର ହେଉଛନ୍ତି। ଦୀର୍ଘ ବର୍ଷର କାର୍ଯ୍ୟ କୁଶଳତା ସତ୍ୱେ ସେମାନଙ୍କୁ ଉପଯୁକ୍ତ ପାରିଶ୍ରମିକ ମିଳୁନି। ଆବଶ୍ୟକ ସୁବିଧା ସୁଯୋଗ ପ୍ରଦାନ କରାଯାଉନି। ରାଜ୍ୟ ଓ ରାଜ୍ୟ ବାହାରେ କାର୍ଯ୍ୟରତ ସମସ୍ତ ଶ୍ରମିକ ରାଜ୍ୟର ବିକାଶରେ ଯୋଗଦାନ ଅତୁଳନୀୟ ଓ ଅବିଶ୍ୱସନୀୟ ହୋଇଥିବା ବେଳେ ରାଜ୍ୟ […]
ହେଉଛି ଅଭାବି ଧାନ ବିକ୍ରୀ ସମ୍ପାଦକଙ୍କ ମନମାନିରେ ଅବହେଳିତ ସମବାୟ ସମିତି ଚାଷୀଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ ପଟ୍ଟାମୁଣ୍ଡାଇ ୧୬/୧୨ କୃଷି ପ୍ରଧାନ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ବର୍ତମାନ ସମୟରେ ଧାନଚାଷ ପର୍ଯ୍ୟାପ୍ତ ପରିମାଣରେ ହୋଇଛି ।ବିଭିନ୍ନ ସ୍ଥାନରେ ଖରିଫ୍ଧାନ ଅମଳ ହୋଇଚାଲିଥିବା ବେଳେ ତାକୁ ବିକିବାକୁ ଚିନ୍ତାରେ ପଡିଛନ୍ତି ଚାଷୀ । କାରଣ ଧାନ କ୍ରୟ ପାଇଁ ପ୍ରଶାସନ ସମବାୟ ସମିତିରେ ମଣ୍ଡି ବ୍ୟବସ୍ଥା କରିଛନ୍ତି । […]
ଘରୋଇ ସ୍କୁଲ ମୁହାଁ ଅଭିଭାବକ ଅଗ୍ନିନିରାପନ ବ୍ୟାବସ୍ଥା ରହୁନି ବିପଦମୁକ୍ତ ନୁହେଁ ଆବାସିକ ବିଦ୍ୟାଳୟ ପଟ୍ଟାମୁଣ୍ଡାଇ ୧୮/୧୨ -କେନ୍ଦ୍ରାପଡା ଜିଲାର ୨ୟ ବୃହତମ ସହର ଭାବେ ପରିଗଣିତ ପଟ୍ଟାମୁଣ୍ଡାଇ ପୌରାଂଚଳ ସମେତ ବ୍ଳକର ବିଭିନ୍ନ ଗ୍ରାମାଂଚଳରେ ମାଳ ମାଳ ବେଆଇନ କୋଚିଂ ସେଂଟର ଖୋଲାଯାଇ ଶିକ୍ଷାର ବେପାର ଚଲିଛିି । କୋଚିଂ ସେଂଟରର ମାଲିକମାନଙ୍କ ପାଖରୁ ଏକାଧିକ ବିଦ୍ୟାଳୟର ଶିକ୍ଷକ ଓ କଲେଜର ଅଧ୍ୟାପକ ମାନେ ମୋଟାଅଙ୍କର ଟଙ୍କା ନେଇ […]
ପଟ୍ଟାମୁଣ୍ଡାଇ ୧୮/୧୨ -ପଟ୍ଟାମୁଣ୍ଡାଇ ଧୋୟାଂଚଳର ବିଶିଷ୍ଟ ଚିକିତ୍ସକ ସମାଜସେବୀ ଶତ୍ରୁଘ୍ନ ନାଥଶର୍ମାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସମାଜସେବୀ ଭରତ ଚନ୍ଦ୍ର ନାଥଶର୍ମାଙ୍କ ପୌରହିତ୍ୟରେ ତରଡ଼ିପାଳ ଠାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଅଧ୍ୟାପକ ରବି ରଞ୍ଜନ ଶର୍ମା, ଧୋୟାଂଚଳ ବିକାଶ ପରିଷଦ ସମ୍ପାଦକ ରାଜକୁମାର ବିଶ୍ୱାଳ ବିଚିତ୍ରାନନ୍ଦ ସାମଲ,ସୁରେଶ ଶର୍ମା, କୃପାସିନ୍ଧୁ ନାଥ ଶର୍ମା,ବିନୋଦ ଶର୍ମା, ଶରତ ଶର୍ମା,ବିକାଶ ମଂଚ କୋଷାଧକ୍ଷ ପ୍ରେମାନନ୍ଦ ସୂତାର, […]
ପଟ୍ଟାମୁଣ୍ଡାଇ ୧୮/୧୨ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ସଂସାରଫଳ ଗ୍ରାମରେ ଶ୍ରୀ ଅରବିନ୍ଦଙ୍କ ୩୦ତମ ପାଠଚକ୍ର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ମା’ ଶ୍ରୀ ଅରବିନ୍ଦଙ୍କୁ ପୁଷ୍ପାର୍ପଣ ସହ ନୀରବ ଧ୍ୟାନ ଓ ଅର୍ଗାନ ମ୍ୟିଜିକ ମଧ୍ୟମରେ ଧ୍ୟାନ, ପାର୍ଥନା, ଦୁର୍ଗାସ୍ତ୍ରୋତ୍ର ସହିତ ପୁସ୍ତକଚିନ୍ତନ କରାଯାଇ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଥିଲା। କାର୍ଯ୍ୟକ୍ରମରେ ମାତୃବନ୍ଦନା ଗାନ କରାଯାଇ ସବିଶେଷ ବିବରଣୀ ପାଠ କରାଯାଇଥିଲା । ପାଠଚକ୍ରର ଆୟୋଜକ ପଂଚାନନ ସ୍ୱାଇଁ ମା’ ଶ୍ରୀ ଅରବିନ୍ଦଙ୍କ […]
କେନ୍ଦ୍ରାପଡ଼ା, ୧୮ା୧୨ : ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର କର୍ମଚାରୀ ତପନ କୁମାର ପରିଡାଙ୍କ ହୃଦଘାତ ଜନିତ କାରଣରୁ ୫୯ ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟରେ୧୯୯୦ ମସିହାରେ ଶିକ୍ଷିତ ଚପରାଶି ଭାବରେ ଯୋଗଦାନ କରିଥିଲେ। ମଙ୍ଗଳବାର ମଢିଆଳସ୍ଥିତ ସୂଚନା କେନ୍ଦ୍ର ଓ ପାଠାଗାରରେ କାର୍ଯ୍ୟରତ ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ […]
କେନ୍ଦ୍ରାପଡ଼ା, ୧୮ା୧୨: କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ପଡିଆଠାରେ ଆୟୋଜିତ ‘ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା-୨୦୨୪’ର ଶୁଭ ଉଦଘାଟନ କରିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ସମ୍ମାନୀତ ଅତିଥିଭାବେ ଆଳି ବିଧାୟକ ପ୍ରତାପ କେଶରୀ ଦେବ, କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, […]
କେନ୍ଦ୍ରାପଡ଼ା,୧୮ା୧୨:କେନ୍ଦ୍ରାପଡା ଜିଲ୍ଲା କ୍ରିକେଟ୍ ଆସୋସିଏସନ ଏବଂ ଓସିଏର ମିଳିତ ଆନୁକୂଲ୍ୟରେ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍ରେ ଆୟୋଜିତ ଜିଲାସ୍ତରୀୟ ଆନ୍ତଃ କ୍ଲବ ସୁପର ଲିଗ୍ ଏକାଦଶ ମ୍ୟାଚ୍ରେ କେନ୍ଦ୍ରାପଡା ଟାଇଗର୍ସ କ୍ରିକେଟ କ୍ଲବ ବିଜୟୀ ହୋଇଛି। ବୁଧବାର ଦିନ କେନ୍ଦ୍ରାପଡା ଟାଇଗର୍ସ କ୍ରିକେଟ କ୍ଲବ ଏବଂ ଗୋପବନ୍ଧୁ କ୍ରିକେଟ କ୍ଲବ ମଧ୍ୟରେ ସୁପର ଲିଗ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଗୋପବନ୍ଧୁ କ୍ରିକେଟ କ୍ଲବ ଟସ୍ ଜିତି ବ୍ୟାଟିିଂ କରି ୩୮.୩ […]
କେନ୍ଦ୍ରାପଡା,୧୮ା୧୨:ଜାତୀୟ ପେନସନ୍ ଦିବସ ଉପଲକ୍ଷେ କେନ୍ଦ୍ରାପଡା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ତରଫରୁ ସ୍ଥାନୀୟ ଜିଲ୍ଲା କୋଷାଗାର ଅଧିକାରୀ ଓ ତାଙ୍କର ସହକର୍ମୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ପେନ୍ସନ୍ଧାରୀଙ୍କଠାରୁ ଶୃଙ୍ଖଳିତ ଭାବରେ ବାର୍ଷିକ ଜୀବନ ପ୍ରମାଣପତ୍ର ସଂଗ୍ରହ କରିବା ଉତ୍ତମ ସେବା ପ୍ରଦାନ ଓ ବ୍ୟବହାର ପ୍ରଦର୍ଶନ କରିବା ସହ ଜନୈକା ଶଯ୍ୟାଶାୟିନୀ ବୃଦ୍ଧାଙ୍କୁ ତାଙ୍କ ବାସଭବନରେ ସହକର୍ମୀଙ୍କ ସହ ପହଞ୍ôଚ ପରିବାର ପେନସନ୍ ପ୍ରଦାନ କରିଥିବାରୁ ଜିଲ୍ଲା କୋଷାଗାର […]










