କେନ୍ଦ୍ରାପଡା ଜିଲ୍ଲା କୋଷାଗାର ଅଧିକାରୀଙ୍କୁ ସମ୍ବର୍ଦ୍ଧିତ



କେନ୍ଦ୍ରାପଡା,୧୮ା୧୨:ଜାତୀୟ ପେନସନ୍ ଦିବସ ଉପଲକ୍ଷେ କେନ୍ଦ୍ରାପଡା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ତରଫରୁ ସ୍ଥାନୀୟ ଜିଲ୍ଲା କୋଷାଗାର ଅଧିକାରୀ ଓ ତାଙ୍କର ସହକର୍ମୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ପେନ୍‌ସନ୍‌ଧାରୀଙ୍କଠାରୁ ଶୃଙ୍ଖଳିତ ଭାବରେ ବାର୍ଷିକ ଜୀବନ ପ୍ରମାଣପତ୍ର ସଂଗ୍ରହ କରିବା ଉତ୍ତମ ସେବା ପ୍ରଦାନ ଓ ବ୍ୟବହାର ପ୍ରଦର୍ଶନ କରିବା ସହ ଜନୈକା ଶଯ୍ୟାଶାୟିନୀ ବୃଦ୍ଧାଙ୍କୁ ତାଙ୍କ ବାସଭବନରେ ସହକର୍ମୀଙ୍କ ସହ ପହଞ୍ôଚ ପରିବାର ପେନସନ୍ ପ୍ରଦାନ କରିଥିବାରୁ ଜିଲ୍ଲା କୋଷାଗାର ଅଧିକାରୀ ପ୍ରମୋଦ କୁମାର ରାଉତ, ମୁଖ୍ୟ ହିସାବ ରକ୍ଷକ ସତ୍ୟରଞ୍ଜନ ନାୟକ ଓ ବରିଷ୍ଠ ସହାୟକ ଅବିନାଶ ରଥଙ୍କୁ ସଂଘ ତରଫରୁ ଉତ୍ତରୀୟ ତଥା ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସମ୍ବର୍ଦ୍ଧନା ପର୍ବରେ ସଂଘ ସଭାପତି ପୀତାମ୍ବର ଦାସ, ସାଧାରଣ ସମ୍ପାଦକ ହେମନ୍ତ କୁମାର ଜେନା, କାର୍ଯ୍ୟକାରୀ ସଭାପତି ବ୍ରଜକିଶୋର ଜେନା, ସଂଗଠନ ସମ୍ପାଦକ ଅକ୍ଷୟ କୁମାର ନାୟକ, କୋଷାଧ୍ୟକ୍ଷ ନରୋତ୍ତମ ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।


Discover more from

Subscribe now to keep reading and get access to the full archive.

Continue reading