କେନ୍ଦ୍ରାପଡା ଜିଲ୍ଲା କୋଷାଗାର ଅଧିକାରୀଙ୍କୁ ସମ୍ବର୍ଦ୍ଧିତ



କେନ୍ଦ୍ରାପଡା,୧୮ା୧୨:ଜାତୀୟ ପେନସନ୍ ଦିବସ ଉପଲକ୍ଷେ କେନ୍ଦ୍ରାପଡା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ତରଫରୁ ସ୍ଥାନୀୟ ଜିଲ୍ଲା କୋଷାଗାର ଅଧିକାରୀ ଓ ତାଙ୍କର ସହକର୍ମୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ପେନ୍‌ସନ୍‌ଧାରୀଙ୍କଠାରୁ ଶୃଙ୍ଖଳିତ ଭାବରେ ବାର୍ଷିକ ଜୀବନ ପ୍ରମାଣପତ୍ର ସଂଗ୍ରହ କରିବା ଉତ୍ତମ ସେବା ପ୍ରଦାନ ଓ ବ୍ୟବହାର ପ୍ରଦର୍ଶନ କରିବା ସହ ଜନୈକା ଶଯ୍ୟାଶାୟିନୀ ବୃଦ୍ଧାଙ୍କୁ ତାଙ୍କ ବାସଭବନରେ ସହକର୍ମୀଙ୍କ ସହ ପହଞ୍ôଚ ପରିବାର ପେନସନ୍ ପ୍ରଦାନ କରିଥିବାରୁ ଜିଲ୍ଲା କୋଷାଗାର ଅଧିକାରୀ ପ୍ରମୋଦ କୁମାର ରାଉତ, ମୁଖ୍ୟ ହିସାବ ରକ୍ଷକ ସତ୍ୟରଞ୍ଜନ ନାୟକ ଓ ବରିଷ୍ଠ ସହାୟକ ଅବିନାଶ ରଥଙ୍କୁ ସଂଘ ତରଫରୁ ଉତ୍ତରୀୟ ତଥା ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସମ୍ବର୍ଦ୍ଧନା ପର୍ବରେ ସଂଘ ସଭାପତି ପୀତାମ୍ବର ଦାସ, ସାଧାରଣ ସମ୍ପାଦକ ହେମନ୍ତ କୁମାର ଜେନା, କାର୍ଯ୍ୟକାରୀ ସଭାପତି ବ୍ରଜକିଶୋର ଜେନା, ସଂଗଠନ ସମ୍ପାଦକ ଅକ୍ଷୟ କୁମାର ନାୟକ, କୋଷାଧ୍ୟକ୍ଷ ନରୋତ୍ତମ ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।


Next Post

ଜିଲ୍ଲାସ୍ତରୀୟ ସିନିୟର ଆନ୍ତଃ କ୍ଲବ କ୍ରକେଟ୍ ଟୁର୍ଣ୍ଣାମେଣ୍ଟ , ସୁପର ଲିଗ ମ୍ୟାଚରେ କେନ୍ଦ୍ରାପଡା ଟାଇଗର୍ସ କ୍ରିକେଟ କ୍ଲବ ବିଜୟୀ

Wed Dec 18 , 2024
କେନ୍ଦ୍ରାପଡ଼ା,୧୮ା୧୨:କେନ୍ଦ୍ରାପଡା ଜିଲ୍ଲା କ୍ରିକେଟ୍ ଆସୋସିଏସନ ଏବଂ ଓସିଏର ମିଳିତ ଆନୁକୂଲ୍ୟରେ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍‌ରେ ଆୟୋଜିତ ଜିଲାସ୍ତରୀୟ ଆନ୍ତଃ କ୍ଲବ ସୁପର ଲିଗ୍ ଏକାଦଶ ମ୍ୟାଚ୍‌ରେ କେନ୍ଦ୍ରାପଡା ଟାଇଗର୍ସ କ୍ରିକେଟ କ୍ଲବ ବିଜୟୀ ହୋଇଛି। ବୁଧବାର ଦିନ କେନ୍ଦ୍ରାପଡା ଟାଇଗର୍ସ କ୍ରିକେଟ କ୍ଲବ ଏବଂ ଗୋପବନ୍ଧୁ କ୍ରିକେଟ କ୍ଲବ ମଧ୍ୟରେ ସୁପର ଲିଗ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଗୋପବନ୍ଧୁ କ୍ରିକେଟ କ୍ଲବ ଟସ୍ ଜିତି ବ୍ୟାଟିିଂ କରି ୩୮.୩ […]

KANIKA