ଚୂଲି ନିଆଁରେ ପୋଡ଼ି ମହିଳାଙ୍କ ମୃତ୍ୟୁ



କେନ୍ଦ୍ରାପଡ଼ା,୧୯ା୧୨: ଚୂଲିରେ ରୋଷେଇ କରୁଥିବା ବେଳେ ଶାଢୀରେ ଆକସ୍ମିକ ଭାବେ ନିଆଁ ଲାଗି ପୋଡ଼ିଯାଇଥିବା ମହିଳାଙ୍କ ମୃତ୍ୟୁ ହୋଇଛି। କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ମାର୍ଶାଘାଇ ବ୍ଲକ୍‌ର ମଙ୍ଗରାଜପୁର ପଞ୍ଚାୟତ ଅନ୍ତର୍ଗତ ନଚ୍ଛିପଡ଼ା ଗ୍ରାମର ପ୍ରଶାନ୍ତ କୁମାର ପରିଡ଼ାଙ୍କ ପତ୍ନୀ ମାନସୀ ପରିଡ଼ାଙ୍କର ୩୮ବର୍ଷ ବୟସରେ ଭୁବନେଶ୍ୱରସ୍ଥିତ ଏମ୍ସ ହସ୍ପିଟାଲରେ ପରଲୋକ ହୋଇଯାଇଛି । ଗତ ୧୨ତାରିଖ ମଧ୍ୟାହ୍ନରେ ନିଜ ଘର ଅଗଣାରେ ଥିବା ଏକ ଚୂଲିରେ ମାନସୀ ରୋଷେଇ କରୁଥିଲେ । ହଠାତ୍ ତାଙ୍କ ଶାଢୀ କାନିରେ ନିଆଁ ଲାଗିଯାଇଥିଲା । ସେ ନିଆଁକୁ ଲିଭାଇବାକୁ ଉଦ୍ୟମ କରିଥିଲେ ହେଁ ସିଲିକ୍ ଶାଢୀଟି ପିନ୍ଧିଥିବା କାରଣରୁ ପିନ୍ଧା ଶାଢୀଟି ସହିତ ତାଙ୍କ ଶରୀର ନିଆଁରେ ଜଳିଯାଇଥିଲା । ଏହାପରେ ନିରୂପାୟ ମାନସୀ ଚିତ୍କାର କରିବାରୁ ପରିବାର ଲୋକେ ଦୌଡ଼ି ଆସିବା ବେଳକୁ ମାନସୀଙ୍କ ଶରୀର ଜଳୁଥିଲା । ସେମାନେ ତାଙ୍କୁ ଉଦ୍ଧାର କରି ତତ୍କାଳ ଡ଼ାକ୍ତଖାନାରେ ଭର୍ତ୍ତି କରିଥିଲେ । ହେଲେ ତାଙ୍କ ଶରୀର ୭୦ପ୍ରତିଶତରୁ ଅଧିକ ପୋଡ଼ି ଯାଇଥିବାରୁ ଦୀର୍ଘ ପ୍ରାୟ ଏକ ସପ୍ତାହ ହେବ ଆଇସିୟୁରେ ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ମାନସୀ ଆଖିବୁଜି ଦେଇଛନ୍ତି । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ସ୍ୱାମୀ ପ୍ରଶାନ୍ତ ଓ ପରିବାର ଲୋକେ ଉପସ୍ଥିତ ଥିଲେ । ତାଙ୍କର ଦୁଇଟି ଝିଅ ଅଛନ୍ତି । ଏହି ଖବର ପହଞ୍ଚିବା ପରେ ନଚ୍ଛିପଡ଼ା ଗ୍ରାମରେ ଶୋକର ଛାୟା ଖେଳି ଯାଇଛି । ଏମ୍ସରୁ ତାଙ୍କ ମର ଶରୀରକୁ ପୁରୀ ସ୍ୱର୍ଗଦ୍ୱାର ନିଆଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି ।


Discover more from

Subscribe now to keep reading and get access to the full archive.

Continue reading