
ପଟ୍ଟାମୁଣ୍ଡାଇ ୨୦/୧୨ -ଦୁଛ ଛାତ୍ରଙ୍କ ମଧ୍ୟରେ ଝଗଡା ଝାଟିରୁ ଜଣେ ୟୁପି ସ୍କୁଲ ଛାତ୍ରକୁ ଆଜି ପ୍ରାଣାନ୍ତକ ଆକ୍ରମଣ ହୋଇଛି। ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ଏହି ଆକ୍ରମଣ କରିଛି। ଗୁରୁତର ଅବସ୍ଥାରେ ଛାତ୍ରକୁ ଡାକ୍ତରଖାନାରେ ଭର୍ତି କରାଯାଇଛି। ଦୁଇ ଛାତ୍ର ହେଉଛନ୍ତି କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅଧିନ ଏକ ସ୍କୁଲ ର ବୋଲି ଜଣାପଡ଼ିଛି। ଏଥିନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ । ହେଲେ ପୋଲିସ ଖବରପାଇ ଉକ୍ତ ସ୍ଥାନରେ ପହଁଚି ତଦନ୍ତ ଚଳାଇଛି । ବିଦ୍ୟାଳୟ ପକ୍ଷରୁ ଏ ନେଇ ପଟ୍ଟାମୁଣ୍ଡାଇ ବିଇଓ ହରିହର ଦଳାଇଙ୍କୁ ଅବଗତ କରାଯାଇଛି ।
ପଟ୍ଟାମୁଣ୍ଡାଇ ଏକ ସ୍କୁଲ୍ରେ ଶୁକ୍ରବାର ସାଢେ ଗୋଟାଏ ବେଳେ ମଧ୍ୟାହ୍ନ ଛୁଟି ସମୟରେ ଅଷ୍ଟମରେ ପଢୁଥିବା ଉଭୟ ନାବାଳକ ଛାତ୍ର ଏକ ସ୍ଥାନରେ ବସିଥିବାବେଳେ ଦୁଇଜଣଙ୍କ ଭିତରେ ବଚସା ହୋଇଥିଲା। ପରେ ଜଣେ ଛାତ୍ର ସେଠାରୁ ଘରୁ ଯାଇ ଏକ ଛୁରାଆଣି ସେଠାରେ ବସିଥିବା ଅନ୍ୟଜଣେ ଛାତ୍ରଙ୍କ ପିଠିପଟେ ଭୁସି ସେଠାରୁ ଫେରାର ହୋଇଯାଇଥିଲା। ଆକ୍ରମଣର ଶିକାର ହୋଇଥିବା ଛାତ୍ରକୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସ୍କୁଲର ଆସିଷ୍ଟାଣ୍ଡ ଶିକ୍ଷକ ସୁଶାନ୍ତ ଦାସ ଉଦ୍ଧାର କରି ପଟ୍ଟାମୁଣ୍ଡାଇ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରାଇଥିଲେ । ମାତ୍ର ଏବାବଦରେ ଖବର ପ୍ରଚାର ହେଲାପରେ ଅଭିଭାବକଙ୍କ ମଧ୍ୟରେ ଉତ୍ୟଜନା ବୃଦ୍ଧିପାଉଥିବା ଜାଣି ଗ୍ରାମାଂଚଳ ପୋଲିସ ଘଟଣା ସ୍ଥଳରେ ପହଁଚି ଘଟଣା ଘଟାଇଥିବା ନାବାଳକ ଛାତ୍ରକୁ ହେପାଜତକୁ ନେଇଛି । ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ବେଳେ ନାବାଳକ ଛାତ୍ରଙ୍କ ବିଷୟରେ ପୋଲିସ କିଛି କହିବାକୁ ମନା କରି ଦେଇଛି।











