ହରିହରାନନ୍ଦ ବାଳାଶ୍ରମରେ ପୁରାତନ ଛାତ୍ରସଂସଦ ମହାମିଳନ



ପଟ୍ଟାମୁଣ୍ଡାଇ ୨୧/୧୨-ପଟ୍ଟାମୁଣ୍ଡାଇ ହରିହରାନନ୍ଦ ବାଳାଶ୍ରମର ୨୦ବର୍ଷ ପୂର୍ତି ଉପଲକ୍ଷେ ପୁରାତନ ଛାତ୍ରସଂସଦ ପକ୍ଷରୁ ୨ୟ ମହାମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବକୁ ହରିହରା ନନ୍ଦ ବାଳାଶ୍ରମ ପ୍ରତିଷ୍ଠାତା ଅନ୍ତର୍ଯ୍ୟାତିକ ଖ୍ୟାତିସମ୍ପନ୍ନ କ୍ରିୟାଯୋଗୀ ପରମହଂସ ପ୍ରଜ୍ଞାନାନନ୍ଦ ଉଦଘାଟନ କରିଥିଲେ । ବାଳାଶ୍ରମ ଅଧକ୍ଷ ଡ଼ ମଳୟ ନନ୍ଦଙ୍କ ପୌରହିତ୍ୟରେ ଆୟୋଜିତ ଉତ୍ସବରେ ଓଡିଶୀ ଓ ଛଉ ବିଦ୍ୟାଳୟ ପ୍ରତିଷ୍ଠାତା ପଦ୍ମଶ୍ରୀ ଏଲିଆନା ସୀତାରିଷ୍ଟ ମୁଖ୍ୟଅତିଥି,ଯୁବପରିବେଶବିତ ସୌମ୍ୟ ରଞ୍ଜନ ବିଶ୍ୱାଳ, ପ୍ରଜ୍ଞାନ ମିଶନ ସମ୍ପାଦକ ସ୍ୱାମୀ ଦିବ୍ୟ ସ୍ୱରୂପାନନ୍ଦ ଗିରି ସ୍ୱାମୀ ସମର୍ପଣାନନ୍ଦ ଗିରି ପ୍ରମୁଖ ସମ୍ମାନିତଅତିଥି ଭାବେ ଯୋଗ ଦେଇ ହରିହରାନନ୍ଦ ବାଳାଶ୍ରମର ପ୍ରତିଷ୍ଠାର ମହାତ୍ମ୍ୟ ଓ ସମାଜ ପ୍ରତି ଦାନ ସମ୍ପର୍କରେ ଆଲୋକପାତ କରିବା ସହିତ ଅବହେଳିତ ଶିଶୁଙ୍କୁ ଉନ୍ନତ ଜୀବନ ଓ ଶିକ୍ଷା ପ୍ରଦାନର ଭୂୟସୀ ପ୍ରଶଂସା କରିଥିଲେ । ପୁରାତନ ଛାତ୍ରୀଛାତ୍ରମାନେ ବାଳାଶ୍ରମ ଉନ୍ନତି ପାଇଁ ୪୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ । ଏଇ ଅବସରରେ ବାଳାଶ୍ରମ ପ୍ରତିଷ୍ଠାର ମୁଖ୍ୟ ପୁରୋଧା ସମାଜସେବୀ ଗୋପୀନାଥ କର,ପ୍ରାକ୍ତନ ଅଧକ୍ଷା ଡ଼ ସୁନୀତି ଦେବୀ,ପ୍ରକୃତିବିତ ଚନ୍ଦ୍ରାବତୀ ସ୍ୱାଇଁ, ସ୍ୱାଭିମାନ ପ୍ରତିଷ୍ଠାନ ମୁଖ୍ୟ ଡ଼ ସ୍ମୃତି ମହାପାତ୍ର ପ୍ରମୁଖଙ୍କୁ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା । ପରମହଂସ ପ୍ରଜ୍ଞାନାନନ୍ଦ ସମସ୍ତଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ । ଶେଷରେ ଛାତ୍ରଛାତ୍ରୀମାନେ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading