ପଟ୍ଟାମୁଣ୍ଡାଇ ତା ୨୩/୧୨-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ନରସିଂହପୁର ପଂଚାୟତ ଅଢାଖଣ୍ଡ ଗ୍ରାମରେ ଗ୍ୟାସ ଫାଟି ଗତକାଲି ରବୀନ୍ଦ୍ର ମଲିକଙ୍କ ଘର ପୋଡି ଯାଇଥିଲା । ଖବର ପାଇ ଗତକାଲି ନରସିଂହପୁର ସରପଞ୍ଚ ଦିପ୍ତିମୟୀ ପରିଡା ଘଟଣାସ୍ଥଳରେ ପହଂଚି ବିପନ୍ନ ପରିବାରକୁ ଚୁଡା, ଗୁଡ଼, ଅଟା, ବିସ୍କୁଟ, ପାଲ ସହିତ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଆଜି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରି ବିପନ୍ନ ପରିବାରକୁ ସହାୟତା ପ୍ରଦାନ କରିଛନ୍ତି । ସାଂସଦଙ୍କ ପକ୍ଷରୁ ନରସିଂହପୁର ସରପଞ୍ଚ ଦୀପ୍ତିମୟୀ ପରିଡା, ବିଜେପି ଯୁବନେତା ସୁଶୀଲ ପରିଡା, ଆଡ଼ଭୋକେଟ ଭାରତ ଭୂଷଣ ଦାସ, ପରେଶ ସାହୁ, ସୁବ୍ରତ ଦାସ, ଗିରିଜାଶଙ୍କର ସାମଲ, ଶୈଳେନ୍ଦ୍ର ପରିଡା ପ୍ରମୁଖ ବିପନ୍ନ ପରିବାରକୁ ଭେଟି ଆର୍ଥିକ ସହାୟତା ପ୍ରଦାନ କରିଥିଲେ ।