ରାଜ୍ୟସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀରେ ପ୍ରଥମ ପ୍ରାଣତୋଷଙ୍କୁ ସମ୍ବର୍ଦ୍ଧନା

ରାଜ୍ୟସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀରେ ପ୍ରଥମ ପ୍ରାଣତୋଷଙ୍କୁ ସମ୍ବର୍ଦ୍ଧନା-min


ପଟ୍ଟାମୁଣ୍ଡାଇ ୨୩/୧୨ -ବରଗଡ ଜିଲ୍ଲା ବରପାଲି ବାଳକ ହାଇସ୍କୁଲରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ବାଲବୈଜ୍ଞାନିକ ପ୍ରଦର୍ଶନୀରେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଗଙ୍ଗାରାମପୁର ଗ୍ରାମ ପଂଚାୟତ ଗଙ୍ଗାରାମପୁର ହାଇସ୍କୁଲର କୁନି ବୈଜ୍ଞାନିକ ପ୍ରାଣ ତୋଷ ପ୍ରଧାନଙ୍କ ପ୍ରକଳ୍ପ ପ୍ରଥମ ସ୍ଥାନ ଅଧିକାର କରିଛନ୍ତିା ଏହି ଉପଲକ୍ଷେ ପ୍ରଧାନଶିକ୍ଷକ ଚିତରଞ୍ଜନ କବିଙ୍କ ପୌରହିତ୍ୟରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳାଇ ମୁଖ୍ୟଅତିଥି ,ପୋଖରୀଆପଡ଼ା ସାଧନାକେନ୍ଦ୍ର ସଂଯୋଜକ ମଳୟ କୁମାର ଜେନା, ଅଳପୁଆ ସାଧାନାକେନ୍ଦ୍ର ସଂଯୋଜକ ପ୍ରଦୀପ କୁମାର ତରାଇ, ସୂର୍ଯ୍ୟମଣୀ ସାଧନା କେନ୍ଦ୍ର ସଂଯୋଜକ ରଞ୍ଜନ କୁମାର ସାହୁ, ସ୍ୱପେନଶ୍ୱର ସାଧନା କେନ୍ଦ୍ର ସଂଯୋଜକ ଲୋକନାଥ ନାୟକ, ଏଲସ ସାଧନାକେନ୍ଦ୍ର ସଂଯୋଜକ ଆଶିଷ କୁମାର ମହାପାତ୍ର, ସିଦ୍ଧ ପରମହଂସ ନୋଡାଲ ସାଧନାକେନ୍ଦ୍ର ସଂଯୋଜକ ରଞ୍ଜନ କୁମାର ବେହେରା, ସମାଜସେବୀ ପ୍ରମୋଦ ଗାହାଣ, ସିଦ୍ଧ ପରମହଂସ ନୋଡାଲ ସ୍କୁଲ ସଭାପତି ଅପର୍ଣ୍ଣା ତରାଇ, ବରିଷ୍ଠ ଶିକ୍ଷକ ଅଭୟ କୁମାର ମହାରଣା, ବିଜ୍ଞାନ ଶିକ୍ଷକ ଭରତ ଚନ୍ଦ୍ର ସ୍ୱାଇଁ, ଶିଶିର କୁମାର ସାହୁ, ହରିହର ବାରିକ,ସତ୍ୟବାନ୍ ତରାଇ ପ୍ରମୁଖ ଯୋଗ ଦେଇଥିଲେ । ମୁଖ୍ୟଅତିଥି ବ୍ଲକ୍ ଶିକ୍ଷାଧିକାରୀ ଦଳାଇ କୁନି ବୈଜ୍ଞାନିକ ପ୍ରାଣତୋଷ ପ୍ରଧାନ ଓ ବିଜ୍ଞାନ ଶିକ୍ଷକ ଭରତ ଚନ୍ଦ୍ର ସ୍ୱାଇଁଙ୍କୁ ପୁଷ୍ପଗୁଚ୍ଛ ଉତରୀୟ ପ୍ରଦାନ କରି ସମ୍ଭଦ୍ଧିତ କରିଥିଲେ । ରାଜ୍ୟସ୍ତରରେ ପ୍ରଥମ ହୋଇ ଜୋନ ସ୍ତରକୁ ମନୋନୀତ ହୋଇଥିବା କୁନି ବୈଜ୍ଞାନିକ ପ୍ରାଣତୋଷଙ୍କୁ ଆସନ୍ତା ଜାନୁୟାରୀ ମାସ ୭,୮,୯ ତାରିଖ କଲିକତା ବିଆଇଟିଏମ ଜୋନ୍ ସ୍ତରର ସଫଳତା ହାସଲ ପାଇଁ ଉତ୍ସାହିତ କରିଥିଲେ। ଏହି ସମ୍ବର୍ଦ୍ଧନା ସଭାରେ ସ୍କୁଲ ପରିଚାଳନା କମିଟି ସଭାପତି ବଙ୍ଗାଳୀ ଚରଣ ତରାଇ, ସମସ୍ତ ଶିକ୍ଷକ କର୍ମଚାରୀ ଯୋଗ ଦେଇଥିଲେ । ଗଙ୍ଗାରାମ ପୁର ହାଇସ୍କୁଲର ବିରଳ ସଫଳତା ପାଇଁ ପ୍ରଧାନଶିକ୍ଷକ, ସମସ୍ତ ଶିକ୍ଷକ କର୍ମଚାରୀ ଓ ଗ୍ରାମବାସୀଙ୍କ ସାହାଯ୍ୟ ଓ ସହଯୋଗ ପାଇଁ ସମ୍ଭବ ହୋଇପାରିଛି ଓ ସମଗ୍ର ଜିଲ୍ଲାରେ ଉଦାହରଣ ସୃଷ୍ଟି କରିଛ । ଏଥିପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ଗଙ୍ଗାରାମପୁର ହାଇସ୍କୁଲର ଦଶମ ଶ୍ରେଣୀର ଛାତ୍ରୀ ସୁଚିତ୍ରା ତରାଇ ଜିଲ୍ଲା ଓଷ୍ଟା ଦ୍ୱାରା ପରିଚାଳିତ ଶିଶୁ ମହୋତ୍ସବ ରେ ଏକକ ନୃତ୍ୟରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ସ୍ତରୀୟ ଶିଶୁ ମହୋତ୍ସବକୁ ମନୋନୀତ ହୋଇ ଗଙ୍ଗାରାମପୁର ହାଇସ୍କୁଲ ପାଇଁ ଗୈାରବ ଆଣିଛି।