ରାଜଶ୍ରୀର କବି କଥାକାର ଗୋଟିଏ ମଞ୍ଚରେ ସମ୍ବର୍ଦ୍ଧିତ



କେନ୍ଦ୍ରାପଡା,୨୩/୧୨: ରାଜ୍ୟର ଅଗ୍ରଣୀ ସାହିତ୍ୟ ପ୍ରତିଷ୍ଠାନ କୋରୋସ୍ଥିତ ରାଜଶ୍ରୀ କଳା ଓ ସାହିତ୍ୟ ସଂସଦର କର୍ମକର୍ତ୍ତାମାନେ ଗୋଟିଏ ମଞ୍ଚରେ ସମ୍ବର୍ଦ୍ଧିତ ହୋଇ ସଂସଦର ଗୌରବ ବୃଦ୍ଧି କରିଛନ୍ତି । ଗତକାଲି ଭୁବନେଶ୍ୱରସ୍ଥିତ ରେଡ୍‌କ୍ରସ୍ ଭବନରେ ପଲ୍ଲୀକବି ନନ୍ଦକିଶୋର ବଳ ଫାଉଣ୍ଡେସନ ପକ୍ଷରୁ ପ୍ରାୟୋଜିତ ରାଜ୍ୟସ୍ତରୀୟ ପଲ୍ଲୀକବିଙ୍କ ୧୪୯ତମ ଜନ୍ମଜୟନ୍ତୀ ପାଳନ ଅବସରରେ ଉଲ୍ଲେଖଯୋଗ୍ୟ ଭୂମିକା ଏବଂ ସାରସ୍ୱତ ସାଧନା ପାଇଁ ରାଜଶ୍ରୀ ତଥା ବେଳାଭୂମି ସାହିତ୍ୟ ସଂସଦର ସଭାପତି ବିଶିଷ୍ଟ ପରିବେଶବିତ୍ କାଶୀନାଥ ରାଉତରାୟଙ୍କୁ ଶ୍ରେଷ୍ଠ ପରିବେଶ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ଅନୁଷ୍ଠାନର ମାର୍ଗଦର୍ଶକ କବି ସଞ୍ଜୟ କୁମାର ରଥ, ଉପଦେଷ୍ଟା ଭାଷ୍ୟକାର ଅନାଦି ଚରଣ ମାହାଳି, ନାଟ୍ୟକାର ରମାକାନ୍ତ ନାୟକ, କାର୍ଯ୍ୟକାରୀ ସଭାପତି କବି ମଞ୍ଜୁଳ ମଞ୍ଜୁଶ୍ରୀ ବରାଳ, ଉପସଭାପତି ପ୍ରଜ୍ଞାଶ୍ରୀ ପ୍ରମୋଦ କୁମାର ତ୍ରିପାଠୀ, ଯୁଗ୍ମସମ୍ପାଦିକା କବି ସୁପ୍ରିୟା ସାହୁ, ସହସମ୍ପାଦକ ବ୍ୟଙ୍ଗକବି ଅପର୍ତ୍ତିଚରଣ ସେଠୀ, ଲଳିତ କବି ଚାରୁଲତା ଭୂୟାଁ, କବି ରଶ୍ମିତା ନାୟକ, କାର୍ଯ୍ୟକାରୀ ସଦସ୍ୟା କବି ମୋନାଲିସା ସିଂହ, କବି ସନ୍ନିଭା ମିଶ୍ର ଦାଶ, କବି ପ୍ରଜ୍ଞାଲୀନ ସାହୁ, ଗୀତିକାର ଶକୁନ୍ତଳା ଓଝା, କବି ସୁରେଶ ଚନ୍ଦ୍ର ରଥ, କବି ତରୁଣ କୁମାର ମିଶ୍ର, କବି ଦେବାଶିଷ ସ୍ୱାଇଁ, କବି ପରମାନନ୍ଦ ସ୍ୱାଇଁ ପ୍ରମୁଖ କବିମାନଙ୍କୁ ନନ୍ଦକିଶୋର ସାହିତ୍ୟ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା। ସଭାପତି ଇଂ ସୁଶାନ୍ତ କୁମାର ବଳଙ୍କ ଅଧ୍ୟକ୍ଷତାରେ ଏବଂ ସମ୍ପାଦକ ଆଶୁକବି ହେମନ୍ତ ଜେନାଙ୍କ ପରିଚାଳନାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହରେ ବରେଣ୍ୟ ଅତିଥି ଭାବେ ବରିଷ୍ଠ ସ୍ତମ୍ବକାର ଶ୍ରୀରାମ ଦାଶ, ଖଣ୍ଡପଡା ବିଧାୟକ ଇଂ ଦୁଷ୍ମନ୍ତ କୁମାର ସ୍ୱାଇଁ, ବିଧାନସଭା ସଚିବ ସାହିତ୍ୟିକ ଦାଶରଥି ଶତପଥୀ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ବିଶିଷ୍ଟ ସାହିତ୍ୟିକ ପ୍ରଫେସର ଡକ୍ଟର ବୈଷ୍ଣବ ଚରଣ ସାମଲ, ଡକ୍ଟର ବାବାଜୀ ଚରଣ ପଟ୍ଟନାୟକ, କବି ନିରଞ୍ଜନ ଜେନା ପ୍ରମୁଖ ଯୋଗ ଦେଇ ମାନପତ୍ର, ଅଙ୍ଗବସ୍ତ୍ର ଏବଂ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ।


Discover more from

Subscribe now to keep reading and get access to the full archive.

Continue reading