ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ , ଶପଥପାଠ ଏବଂ ରଙ୍ଗୋଲି କାର୍ଯ୍ୟକ୍ରମ



କେନ୍ଦ୍ରାପଡ଼ା,୨୮ା୧୦:ଦୁର୍ନୀତି ନିବାରଣ ସଚେତନନା ସପ୍ତାହ (୨୭ ଅକ୍ଟୋବର -୨ ନଭେମ୍ବର) ପାଳନ ଅବସରରେ ସାଧୁତା ଶପଥ ପାଠ କରାଯାଇଛି। ଏହି ଉପଲକ୍ଷେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ସମସ୍ତ ଅଧିକାରୀ /କର୍ମଚାରୀଙ୍କୁ ଓସ୍ୱାନ ପ୍ଲାଟଫର୍ମରେ ସାଧୁତାର ଶପଥ ପାଠ କରାଇଛନ୍ତି ।ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଓସ୍ୱାନ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ରଘୁରାମ ଆର. ଆୟର, ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ, ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ମଲ୍ଲିକ, ଭିଜିଲାନ୍ସ ଡିଏସପି ଭାଗ୍ୟଲକ୍ଷ୍ମୀ ପୁହାଣଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ କର୍ମୀଚାରୀ ମାନେ ଉପସ୍ଥିତ ରହି ସାଧୁତାର ଶପଥ ପାଠ କରିଥିଲେ। ଅପରାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ମଲ୍ଲିକ କାର୍ଯ୍ୟାଳୟର ସମସ୍ତ କର୍ମୀଚାରୀମାନଙ୍କୁ ସାଧୁତାର ଶପଥ ପାଠ କରାଇଥିଲେ। ଏହାସହିତ ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମ ଅବସରରେ ଭିଜିଲାନ୍ସ ବିଭାଗ ପକ୍ଷରୁ ସ୍ଥାନୀୟ ତୁଳସୀ ମହିଳା ମହାବିଦ୍ୟାଳୟରେ ରଙ୍ଗୋଲି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। କୃତି ପ୍ରତିଯୋଗୀଙ୍କୁ ଆସନ୍ତା ୧ ତାରିଖରେ ହେବାକୁ ଥିବା ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ପୁରସ୍କୃତ କରାଯିବ।


Next Post

କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନର ବାତ୍ୟା ପ୍ରସ୍ତୁତି

Wed Oct 29 , 2025
କେନ୍ଦ୍ରାପଡ଼ା,୨୮ା୧୦:ବାତ୍ୟା ମନ୍ଥା ପ୍ରଭାବରେ କେନ୍ଦ୍ରାପଡ଼ା ଜିଲ୍ଲାରେ ସୋମବାର ରାତିରୁ ମଙ୍ଗଳବାର ରାତି ପର୍ଯ୍ୟନ୍ତ ପ୍ରବଳ ବର୍ଷା ହୋଇଛି। ଏହାଦ୍ୱାରା ଲୋକମାନେ ଘରୁ ବାହାରକୁ ବାହାରି ପାରି ନାହାନ୍ତି। ଅତି ଜରୁରୀ କାମ ନ ଥିଲେ କେହି ଘରୁ ବାହାରକୁ ବାହାରି ନଥିଲେ। କାରଣ କେବଳ ବର୍ଷା ହୋଇ ନଥିଲା। ବରଂ ବର୍ଷା ସହ ବଜ୍ରପାତ ମଧ୍ୟ ହୋଇଥିଲା। ତେଣୁ ବଜ୍ରପାତ ଭୟରେ ପ୍ରାୟ ଲୋକମାନେ ଘରୁ ବାହାରକୁ ବାହାରିବା ପାଇଁ […]

KANIKA