
କେନ୍ଦ୍ରାପଡା,୨୩ା୧୨: ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଆଖୁଆ ଓଢଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ଦ୍ୱାରା କେନ୍ଦ୍ରାପଡା ଜିଲ୍ଲାସ୍ତରୀୟ ୨୮ତମ ଶିଶୁ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡା ଜିଲ୍ଲା ଓଷ୍ଟାର ସଭାପତି ଅଶୋକ କୁମାର ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଷ୍ଟା ରାଜ୍ୟ ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାଶ, ମୁଖ୍ୟବକ୍ତା ଭାବେ ଓଷ୍ଟା ରାଜ୍ୟ ସମ୍ପାଦକ ପ୍ରଣବ କୁମାର ଜେନା, ସମ୍ମାନୀତ ଅତିଥି ଭାବେ ରାଜ୍ୟ ଓଷ୍ଟା ସମ୍ପାଦକ ନିର୍ମଳ କୁମାର ଜେନା, ସମାଜସେବୀ ଭଗବାନ ଜେନା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ କୁମାର ମହାପାତ୍ର, ପ୍ରଧାନ ଶିକ୍ଷୟିତ୍ରୀ ମଧୁମିତା ମହାପାତ୍ର ଓ ବ୍ଲକ ଓଷ୍ଟା ସଭାପତି ନାରାୟଣ ପ୍ରସାଦ ମନ୍ତ୍ରୀ ଯୋଗ ଦେଇଥିଲେ । ଜିଲ୍ଲା ସମ୍ପାଦକ ଭଗବାନ ସାହୁ, ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ବ୍ଲକ ସମ୍ପାଦକ ପ୍ରସନ୍ନ କୁମାର ପରିଡା ଅତିଥି ପରିଚୟ ପ୍ରଦାନ କରିଥିଲେ । ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ବିଶ୍ୱଜିତ୍ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବ୍ଲକ ସ୍ତରରୁ ସଫଳତା ପାଇଥିବା ଛାତ୍ରଛାତ୍ରୀମାନେ ଯୋଗଦେଇ ତର୍କ, କଣ୍ଠ ସଙ୍ଗୀତ, ଗଳ୍ପ ଲିଖନ, କବିତା ଲିଖନ, ସାଧାରଣ ଜ୍ଞାନ, ବୁଦ୍ଧି ପରୀକ୍ଷା, ଏକକ ଅଭିନୟ ଓ ଏକକ ନୃତ୍ୟ ପ୍ରଭୃତି ପ୍ରତିଯୋଗିତାରେ ଭାଗ ନେଇଥିଲେ । ଅପରାହ୍ନରେ ଜିଲ୍ଲା ସଭାପତି ଶ୍ରୀ ପରିଡାଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍ଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ଓଷ୍ଟା ଜିଲ୍ଲା ସମ୍ପାଦକ ତପନ କୁମାର ସିଂହ, ସମ୍ମାନୀତ ଅତିଥି ଭାବେ ପ୍ରାକ୍ତନ ରାଜ୍ୟ ଓଷ୍ଟା ସମ୍ପାଦକ ତ୍ରୈଲୋକ୍ୟନାଥ ସ୍ୱାଇଁ, ଜିଲ୍ଲା ସମ୍ପାଦକ ଭଗବାନ ସାହୁ, ପୂର୍ବତନ ଜିଲ୍ଲା ସଭାପତି ପ୍ରମୋଦ କୁମାର ବେହେରା, ବ୍ଲକ ସମ୍ପାଦକ ପ୍ରସନ୍ନ କୁମାର ପରିଡା, ବ୍ଲକ ଶିକ୍ଷାଧିକାରୀ ପ୍ରଫୁଲ୍ଲ କୁମାର ସ୍ୱାଇଁ ପ୍ରମୁଖ ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ସହ ଟ୍ରଫି ପ୍ରଦାନ କରିଥିଲେ । ଅନ୍ୟତମ ବିଶିଷ୍ଟ ଅତିଥି ଭାବେ ସଚେତନ ନାଗରିକ ମଞ୍ଚର ସାଧାରଣ ସମ୍ପାଦକ ଇଂ ସୌମ୍ୟରଞ୍ଜନ ବିଶ୍ୱାଳ ପ୍ରତିଯୋଗୀତାରେ ଭାଗ ନେଇଥିବା ୨୦୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀମାନଙ୍କୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୀବନୀ ଆଧାରିତ ପୁସ୍ତକ ଓ କଲମ ପ୍ରଦାନ କରି ଭବିଷ୍ୟତରେ ସ୍ୱାଭିମାନୀ ମଣିଷ ଭାବେ କେନ୍ଦ୍ରାପଡାର ଗରିମାକୁ ବୃଦ୍ଧି କରିବା ସହ ଅସ୍ମିତାକୁ ବଜାୟ ରଖିବାକୁ ବାର୍ତ୍ତା ମାଧ୍ୟମରେ ପରାମର୍ଶ ଦେଇଥିଲେ । ବିଭିନ୍ନ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନେ ହେଲେ ସ୍ୱୟଂପ୍ରଭା ଦାସ, ସୁଶ୍ରୀସଙ୍ଗୀତା ଧଳ, ନିତୁସ୍ମିତା ରାଉତ, ଲିସାରାଣୀ ଜେନା, କୃତିଦୀପା ଦାସ, ଶ୍ରଦ୍ଧାଞ୍ଜଳି ପଣ୍ଡା, ରାଜନନ୍ଦିନୀ ସାହୁ, ସୁଚିତ୍ରା ତରାଇ, ଶୁଭମ୍ଜ୍ୟୋତି ରାଉତ, ସୁଧାଂଶୁ ଶେଖର ରାଉତ, ରାଜ୍ୟସ୍ତରୀୟ ଶିଶୁ ଉତ୍ସବରେ ଯୋଗ ଦେବେ । ଓଷ୍ଟା ପରିସରର ଟିଟିକାନ୍ତ ନାୟକ, ସଞ୍ଜୟ ସାମଲ, ବିଶ୍ୱଜିତ୍ ଦାସ, ପୀତବାସ ପଣ୍ଡା, ଭାଗୀରଥି ମହାନ୍ତି, ରୀନା ରାଉତ, ସରୋଜିନୀ ସ୍ୱାଇଁ, ବିଜୟ କୁମାର ସ୍ୱାଇଁ, ପର୍ଶୁରାମ ନାୟକ ଓ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ସହଯୋଗ କରିଥିଲେ । ଶେଷରେ ଶିକ୍ଷକ ନେତା ଶାନ୍ତନୁ କୁମାର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡେରାବିଶ ବ୍ଲକ ସମ୍ପାଦକ ଗଗନବିହାରୀ ସୂତାର, ଆଳି ବ୍ଲକ ସମ୍ପାଦକ ଦେବରାଜ ନାୟକ, ରାଜନଗର ବ୍ଲକ ସମ୍ପାଦକ ସମୀରଣ ମଣ୍ଡଳ, ଗରଦପୁର ବ୍ଲକ ସମ୍ପାଦକ ମଳୟ କୁମାର ପାଣି, ମହାକାଳପଡା ବ୍ଲକ ସମ୍ପାଦକ ରଘୁନାଥ ଦାସ, ପଟ୍ଟାମୁଣ୍ଡାଇ ବ୍ଲକ ସମ୍ପାଦକ ଅକ୍ଷୟ ମହାନ୍ତି, କେନ୍ଦ୍ରାପଡା ବ୍ଲକ ସମ୍ପାଦକ ନାରାୟଣ ପଣ୍ଡା, ରାଜକନିକା ବ୍ଲକ ସମ୍ପାଦକ ଅରବିନ୍ଦ ନାୟକ, ମାର୍ଶାଘାଇ ବ୍ଲକ ସମ୍ପାଦକ ପ୍ରସନ୍ନ ପରିଡା, ସମେତ ଜିଲ୍ଲାର ୯ଟି ବ୍ଲକର ସଭାପତି, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟା ମଧୁଚ୍ଛନ୍ଦା ଶର୍ମା, ଅଲେଖ ଚନ୍ଦ୍ର ମହାନ୍ତି, ରବୀନ୍ଦ୍ର କୁମାର ଦାସ, ସରୋଜିନୀ ସ୍ୱାଇଁ, ବିଚିତ୍ର କୁମାର ସାହୁ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ବାବାଜୀ ଚରଣ ଦାସ ପ୍ରମୁଖ କାର୍ଯ୍ୟକ୍ରମକୁ ସମ୍ପାଦନ କରିବାରେ ସକ୍ରିୟ ସହଯୋଗ କରିଥିଲେ ।










