ନେତାଜୀ ମଡେଲ ସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ



କେନ୍ଦ୍ରାପଡ଼ା,୨୪ା୧୨: ମଙ୍ଗଳବାର ସ୍ଥାନୀୟ ନେତାଜୀ ମଡେଲ ସ୍କୁଲର ୨୩ତମ କ୍ରୀଡା ଉତ୍ସବ ସ୍କୁଲ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ସ୍କୁଲ ଅଧ୍ୟକ୍ଷ ଅଜୟ କୁମାର ପୃଷ୍ଟିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କ୍ରୀଡା ଉତ୍ସବକୁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନା କରିଥିଲେ । ଅଭିଭାବକମାନେ ମଧ୍ୟ ଖେଳରେ ସହଯୋଗ କରିଥିଲେ । ଶିଶୁଙ୍କୁ ବିଭିନ୍ନ ବର୍ଗରେ ଭାଗ କରାଯାଇ ବିଭିନ୍ନ ଖେଳର ଆୟୋଜନ କରାଯାଇଥିଲା । ବେଲୁନ ଫୁଟା ରେସ୍‌, ବ୍ରିଞ୍ଜାଲ ରେଜ୍ ଭାରି ମନୋରମ ଥିଲା । ଅଭିଭାବକମାନଙ୍କ ମଧ୍ୟରେ ମ୍ୟୁଜିକ୍ ଚେୟ୍ୟାର ଖେଳ ହୋଇଥିଲା । ସେମାନଙ୍କୁ ମଧ୍ୟ ପୁସ୍କୃତ କରାଯାଇଥିଲା । ଦୁଇଦିନଧରି ଚାଲିଥିବା ଏହି ଖେଳର ଶେଷରେ ସମସ୍ତ ଶିଶୁମାନଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ ।


Next Post

ବ୍ରାହ୍ମଣୀ କଲେଜରେ ଆନ୍ତଃ ଜିଲ୍ଲା ଏନ ଏସ ଏସ ପ୍ରଶିକ୍ଷଣ ଶିବିର

Tue Dec 24 , 2024
ପଟ୍ଟାମୁଣ୍ଡାଇ ୨୪/୧୨-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀ କଲେଜରେ ଗତ ୨୧ ତାରିଖ ଠାରୁ ୨୩ ତାରିଖ ପର୍ଯ୍ୟନ୍ତ ତ୍ରିଦିବସୀୟ ଆନ୍ତଃ ଜିଲ୍ଲା ଜାତୀୟ ସେବା ଯୋଜନା ସ୍ୱେଛାସେବୀ ନେତୃତ୍ୱ ବିକାଶ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଉତ୍କଳ ବିଶ୍ୱବିଦ୍ୟାଳୟ ଜାତୀୟ ସେବା ଯୋଜନା (ଏନଏସଏସ ) କାର୍ଯ୍ୟକ୍ରମ ସଂଯୋଜକ ଡ଼ ବ୍ରଜ ନାରାୟଣ ପାତ୍ର ଓ କଲେଜ ଅଧ୍ୟକ୍ଷ ପ୍ରଫେସର ଡ଼ ଗୌରୀ ସାମଲ ଉଦଘାଟନ […]