ପ୍ରକାଶ ପାଇଲା ବିଜ୍ଞପ୍ତି : ଆସନ୍ତା ୨୮ରେ ବଡପଡା ସରପଂଚ ପଦ ଉପନିର୍ବାଚନ



ପଟ୍ଟାମୁଣ୍ଡାଇ ୨୪/୧୨ -କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବଡପଡା ପଂଚାୟତର ସରପଂଚ ପଦ ଉପନିର୍ବାଚନ ନିମନ୍ତେ ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଧିବଦ୍ଧଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ବଡପଡା ପଂଚାୟତ ସରପଂଚ ଆସନ ପାଇଁ ଆସନ୍ତା ଜାନୁଆରୀ ୨୮ ତାରିଖ ଉପନିର୍ବାଚନ ଅନୁଷ୍ଠିତ ହେବ । ଏ ନେଇ କମିଶନର ଜିଲ୍ଲାପାଳମାନଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି । ଉପ ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡା ଜିଲା ପ୍ରଶାସନ ପକ୍ଷରୁ ଖସଡା ପ୍ରସ୍ତୁତ ଚାଲିଛି । ବିଜ୍ଞପ୍ତି ଅନୁଯାୟୀ ନିର୍ବାଚନ ଅଧିକାରୀ ମାନେ ଚଳିତମାସ ୨୬ରେ ନୋଟିସ ଜାରି କରିବେ । ମନୋନୟନ ପତ୍ର ଗୁଡ଼ିକ ୩୦ ଓ ୩୧ ଡିସେମ୍ବର ୨୦୨୪ ଠାରୁ ୧.୧.୨୦୨୫ ମଧ୍ୟରେ ଗ୍ରହଣ କରାଯିବ । ଜାନୁଆରୀ ୨ରେ ଯାଂଚ କରାଯାଇ ବିଧିବଧ ମନୋନୀତ ପ୍ରାର୍ଥଙ୍କର ତାଲିକା ପ୍ରକାଶ କରାଯିବ । ପ୍ରାର୍ଥାମାନେ ଚାହିଁଲେ ସେମାନଙ୍କର ନାମାଙ୍କନ ୪ ତାରିଖ ଅପରାହ୍ନ ୩ ସୁଦ୍ଧା ପ୍ରତ୍ୟାହାର କରିପାରିବେ । ପ୍ରାର୍ଥର ମାନଙ୍କ ଚୂଡ଼ାନ୍ତ ତାଲିକା ୬ତାରିଖ ୧୧ ଟାରେ ପ୍ରକାଶ କରାଯିବ । ଜାନୁଆରୀ ୨୮ ସକାଳ ୭ ଘଂଟିକା ଠାରୁ ମଧ୍ୟାହ୍ନ ୧ ଘଟିକା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ ଏବଂ ୨୯ରେ ଭୋଟ ଗଣତି ଓ ୩୦ରେ ଫଳାଫଳ ଘୋଷଣା କରାଯିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି। ଏ ନେଇ ପଟ୍ଟାମୁଣ୍ଡାଇ ବଡପଡା ରାଜନୀତିରେ ଉଷ୍ମତା ଦେଖାଯାଇଛି ।
ପ୍ରକାଶ ଯେ, ବଡପଡା ପଂଚାୟତ ସରପଂଚ ସ୍ୱଦାମୀନୀ ସେଠୀଙ୍କ ଗତ ୨୦୨୩ ଅକ୍ଟୋବରରେ ଦେହାନ୍ତ ହୋଇଥିଲା । ମାତ୍ର ଦିର୍ଘଦିନ ବିତିଯାଇଥିଲେ ବି ଉପନିର୍ବାଚନ ପାଇଁ ରାଜ୍ୟ ସରକାର କୌଣସି ପଦକ୍ଷେପ ନନେବାରୁ ପଂଚାୟତବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଏନେଇ ବୁଦ୍ଧିଜିବୀ ପାରେଶ୍ୱର ସେଠୀ ପଂଚାୟତବାସୀ ଦସ୍ତଖତ ସହିତ ଏକ ଚିଠି ଲେଖି ରାଜ୍ୟ ନିର୍ବାଚନ କମିଶନର ଓ ପଂଚାୟତ ରାଜ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ସେହିପରି ଦେଉଳୀଗ୍ରାମର ଉତ୍କଳମଣୀ ଯୁବକସଂଘ ସଭାପତି ଗୌତମ ବେହେରା ମଧ୍ୟ ନିର୍ବାଚନ କମିସନଙ୍କୁ ଅଭିଯୋଗ କରିଥିଲେ । ମାତ୍ର ଦିର୍ଘ ଦିନ ବିତି ଯାଇଥିଲେ ସୁଧା କୌଣସି ପଦେକ୍ଷପ ନିଆ ନଜିବାରୁ କାଠୀଆପଡା ଗ୍ରାମର ଯୁବ ସମାଜିକକର୍ମୀ ଦେବାଶିଷ ଦାଶ ଓଡିଶା ହାଇକୋଟଙ୍କ ଦ୍ୱାରସ୍ତ ହୋଇ ଗତ ନଭେମ୍ବର ୨୫ ରେ ଏକ ଡବ୍ଲୁ ପିସି ନଂ-୨୯୬୭୯ ରେ ଏକ ପିଟିସନ ଦାଖଲ କରିଥିଲେ । ତାହାର ନିେର୍ଦ୍ଧେଶ ୫ ଦିସେମ୍ବରରେ ଅସିବା ପରେ ରାଜୟ ନିର୍ବାଚନ କମିସନର ଏହି ବିଜ୍ଞପ୍ତି ଜାରି କରିଛନ୍ତିା


Next Post

ଓଡ଼ିଶାର ନୂଆ ରାଜ୍ୟପାଳ ଡା. ହରିବାବୁ କମ୍ଭମ୍ପତି

Tue Dec 24 , 2024
ନୂଆଦିଲ୍ଲୀ, ୨୪ା୧୨ ବଦଳିଲେ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ। ମିଜୋରାମର ରାଜ୍ୟପାଳ ଡା. ହରି ବାବୁ କମ୍ଭମ୍ପତିଙ୍କୁ ଓଡିଶାରବ ନୂତନ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। ରାଷ୍ଟ୍ରପତି ହରିବାବୁଙ୍କୁ ନିଯୁକ୍ତି ଦେଇଥିବା ବେଳେ ରାଜ୍ୟପାଳ ପଦରୁ ରଘୁବର ଦାସ ଇସ୍ତଫା ଦେଇଛନ୍ତି। ସେହିଭଳି ଓଡ଼ିଶା ସମେତ ଆଉ ୪ ରାଜ୍ୟରେ ମଧ୍ୟ ରାଜ୍ୟପାଳ ନିଯୁକ୍ତ ହୋଇଛନ୍ତି। ଜେନେରାଲ ବିଜୟ କୁମାର ସିଂହଙ୍କୁ ମିଜୋରାମ ରାଜ୍ୟପାଳ, ରାଜେନ୍ଦ୍ର ବିଶ୍ୱନାଥ ଅର୍ଲେକରଙ୍କୁ କେରଳ […]

KANIKA