
ରାଜ୍ୟ ସରକାରଙ୍କ ନୂଆ-ଓ କାର୍ଯ୍ୟକ୍ରମ ଅନ୍ତର୍ଗତ ଯୁବଓଡିଶା ନବୀନ ଓଡିଶା ସମନ୍ୱିତ ଯୁବବିକାଶ କାର୍ଯ୍ୟକ୍ରମ ପଟ୍ଟାମୁଣ୍ଡାଇ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ଅଧ୍ୟକ୍ଷା ଡ଼ ରାଜଲଷ୍ମୀ ମହାନ୍ତିଙ୍କ ପୌରହିତ୍ୟ ଆୟୋଜିତ ଉଦଘାଟନୀ ଉତ୍ସବରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ. ମୁଖ୍ୟଅତିଥି ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ ସମ୍ମାନିତଅତିଥି ଓ ଡିଗ୍ରୀ କଲେଜ ଅଧ୍ୟକ୍ଷ ରମେଶ ଚନ୍ଦ୍ର ଦେଠୀ ମୁଖ୍ୟବକ୍ତା ଭାବେ ଯୋଗ ସମନ୍ୱିତ ଯୁବବିକାଶ କାର୍ଯ୍ୟକ୍ରମ ନୂତନ ସଶକ୍ତ ଓଡିଶା ଗଠନର ଭିତିଭୂମିକୁ ସୁଦୃଢ କରିବାରେ ସହାୟକ ହେବ ବୋଲି ପ୍ରକାଶ କରିବା ସହିତ ରାଜ୍ୟ ସରକାରଙ୍କ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଉତ୍ସବରେ ନୂଆ ଓ କାର୍ଯ୍ୟକ୍ରମର ନୋଡାଲ ଅଫିସର ଅଧ୍ୟାପିକା ରିତା ଦାସ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିବାବେଳେ ସାଂସ୍କୃତିକ କମିଟି ନୋଡାଲ ଅଫିସର ଅଧ୍ୟାପିକା ପୁଷ୍ପାଞ୍ଜଳି ମହାନ୍ତି , କ୍ରୀଡା କମିଟିର ନୋଡାଲ ଅଫିସର ଅଧ୍ୟାପିକା ଅନୁପମା ଦାସ ଓ ସାମାଜିକ ସେବା ଅଧ୍ୟାପିକା ସୁକାନ୍ତି ଲେଙ୍କା ସଂସ୍କୃତି କ୍ରୀଡା ଓ ସମାଜସେବାକୁ ନେଇ ଆୟୋଜିତ ସମନ୍ୱିତ ଯୁବବିକାଶ କାର୍ଯ୍ୟକ୍ରମ ଯୁବଶକ୍ତିର ପ୍ରତିଭା ବିକାଶ କ୍ଷେତ୍ରରେ ରହିଥିବା ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ଅଧ୍ୟାପକ ଆଲୋକ ସାହୁଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ କଲେଜ ଅଧ୍ୟକ୍ଷ ଶ୍ରୀଭୂୟାଁ ସ୍ୱାଗତଭାଷଣ ଓ ପ୍ରଧ୍ୟାପିକା ଡ଼ ଅଞ୍ଜଳି ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶେଷରେ ଅଧ୍ୟାପିକା ପୁଷ୍ପଲତା ସାହୁ ଧନ୍ୟବାଦ ଦେଇଥିଲେ । ଏଇ ଅବସରରେ ପାରମ୍ପରିକ ନୃତ୍ୟ ଫ୍ୟାସନ ସୋ ସମେତ ବିଭିନ୍ନ କ୍ରୀଡା ପ୍ରତିଯୋଗିତା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ଓ ଛାତ୍ରୀମାନେ ଯୋଗ ଦେଇଥିଲେ ।
















