କେନ୍ଦ୍ର ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବିରେ ସମତା ସୈନିକ ଦଳର ବିକ୍ଷୋଭ



କେନ୍ଦ୍ରାପଡା,୨୫ା୧୨: ସମ୍ବିଧାନ ପ୍ରଣେତା ଡ. ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ପ୍ରତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ରାଜ୍ୟସଭାରେ ଅସମ୍ମାନଜନକ ବକ୍ତବ୍ୟ ପ୍ରତିବାଦରେ ନିଖିଳ ଭାରତ ସମତା ସୈନିକ ଦଳ ଓଡିଶା ଶାଖା ପ୍ରତିବାଦ କରି ବିକ୍ଷୋଭ ପ୍ରଦର୍ଶନ କରିଛି । ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବିରେ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସମତା ସୈନିକ ଦଳ ଓଡିଶା ଶାଖାର ସଭାପତି ସୁଧିର କୁମାର ମଲ୍ଲିକଙ୍କ ନେତୃତ୍ୱରେ ଶତାଧିକ ଦଳୀୟ ସମର୍ଥକ ଓ କର୍ମୀ କେନ୍ଦ୍ରାପଡା ସହରସ୍ଥ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଗୃହମନ୍ତ୍ରୀଙ୍କ ଅଶାଳୀନ ବକ୍ତବ୍ୟର ପ୍ରତିବାଦ ପ୍ରଦର୍ଶନ କରି କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଭାରତୀୟମାନଙ୍କୁ ଏକ ଶକ୍ତ ସମାନତାଭିତ୍ତିକ ମୂଲ୍ୟବାନ୍ ସମ୍ବିଧାନ ପ୍ରଦାନ କରିଥିବା ବାବାସାହେବ ଆମ୍ବେଦକରଙ୍କ ପ୍ରତି ଗୃହମନ୍ତ୍ରୀ ଶାହାଙ୍କ ଅସମ୍ମାନ ଭାରତୀୟମାନଙ୍କ ପାଇଁ ଅସମ୍ମାନ । ଏପରି ଏକ ଅବାଞ୍ଛିତ ବ୍ୟକ୍ତି ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବା ଉଚିତ୍ ନୁହେଁ । ସେ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ସମତା ସୈନିକ ଦଳ ଦାବି କରିଛି । ଏହି ଦାବିକୁ ନେଇ ଏକ ଦାବିପତ୍ର ରାଷ୍ଟ୍ରପତି ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦଳର ରାଜ୍ୟ ସଭାପତି ଶ୍ରୀ ମଲ୍ଲିକ, ରାଜ୍ୟ ସମ୍ପାଦକ ଗୟାଧର ଦାସ, କେନ୍ଦ୍ରାପଡା ନଗର ସଭାପତି ଅପୂର୍ବ ସେଠୀ, ମହିଳା ସଭାପତି ମମତାମୟୀ ମଲ୍ଲିକ, ମନୋଜ ମଲ୍ଲିକ, ସୁରତ ମଲ୍ଲିକ, ତ୍ରିଲୋଚନ ମଲ୍ଲିକ, ସୂର୍ଯ୍ୟକାନ୍ତ ମଲ୍ଲିକ, ପ୍ରଶାନ୍ତ ମହାପାତ୍ର, ଉତ୍ତମ ମଲ୍ଲିକ ପ୍ରମୁଖ ଦାବିପତ୍ର ପ୍ରଦାନ କରିଥିଲେ ।


Next Post

ସମାଜସେବୀ ପ୍ରଭାକର ପରିଡାଙ୍କ ଦ୍ୱାଦଶାହରେ ଶ୍ରଦ୍ଧାଞ୍ଜଳି

Wed Dec 25 , 2024
କେନ୍ଦ୍ରାପଡା,୨୫ା୧୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଡମାଣିତିଆ ଗ୍ରାମର ସମାଜସେବୀ ସ୍ୱର୍ଗତ ପ୍ରଭାକର ପରିଡାଙ୍କ ଦ୍ୱାଦଶାହ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ତାଙ୍କ ବଡମାଣିତିଆସ୍ଥିତ ବାସଭବନରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଆଳି ବିଧାୟକ ପ୍ରତାପ କେଶରୀ ଦେବ, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟକ ଅତନୁ ସବ୍ୟସାଚୀ ନାୟକ, କିଶୋର ଚନ୍ଦ୍ର ତରାଇ, ଜିଲ୍ଲା ପରିଷଦ ସଭାପତି ଲିଲିତା ଦାସ, ୭ନମ୍ବର […]

You May Like