ପଟ୍ଟାମୁଣ୍ଡାଇ କଂଗ୍ରେସ ପକ୍ଷରୁ ଶୋକ ସଭା, ମହମବତୀ ଶୋଭାଯାତ୍ରା



ପଟ୍ଟାମୁଣ୍ଡାଇ ତା ୨୭/୧୨-ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ବିଶିଷ୍ଟ ଅର୍ଥନୀତିଜ୍ଞ ଡ଼ ମନମୋହନ ସିଂଙ୍କ ବିୟୋଗରେ ପଟ୍ଟାମୁଣ୍ଡାଇ ବ୍ଲକ ଓ ନଗର କଂଗ୍ରେସ ପକ୍ଷରୁ ଶୋକ ସଭା କରାଯାଇଛି । ଜିଲ୍ଲା ଯୁବକଂଗ୍ରେସ ପ୍ରାକ୍ତନ ସଭାପତି ସତ୍ୟପ୍ରିୟ ସାମଲଙ୍କ ପୌରହିତ୍ୟରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ , ଧନେଶ୍ୱର ଦାସ, ରବି ନାରାୟଣ ମିଶ୍ର,  ଅଶ୍ୱିନୀ ପାତ୍ର, ଜିଲ୍ଲା କଂଗ୍ରେସ ଦଳିତ ସେଲ ଅଧ୍ୟକ୍ଷ ସର୍ବେଶ୍ୱର ସେଠୀ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ପ୍ରଭାତ ସେଠୀ, ପ୍ରଶାନ୍ତ ରାଉତ, ପ୍ରକାଶ ମହାନ୍ତି, ଅଜୟ ବାଇ, ପ୍ରମୋଦ ପୃଷ୍ଟି, ପୂର୍ବତନ ସରପଞ୍ଚ ବୈଷ୍ଣବ ବାଇ,ପୁରୁଷୋତ୍ତମ ବାଇ ପ୍ରମୁଖ ଭାଷଣ ଦେଇ ପୁର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ବିୟୋଗ ଦେଶ ପାଇଁ ଅପୂରଣୀୟ କ୍ଷତି ବୋଲି ମତପ୍ରକାଶ କରିବା ସହିତ ତାଙ୍କ ଅମର ଆତ୍ମାର ସଦଗତି ପାଇଁ ୨ମିନିଟ ନୀରବ ପ୍ରାର୍ଥନା କରିଥିଲେ ।

ଛାତ୍ର କଂଗ୍ରେସ ପକ୍ଷରୁ ମହମବତୀ ଶୋଭାଯାତ୍ରା କରାଯାଇଛି । ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ବିଭୁ ପ୍ରସାଦ ଜେନା, ଜିଲ୍ଲା ଦଳିତ ସେଲ ଅଧକ୍ଷ ସର୍ବେଶ୍ୱର ସେଠୀ ପଟ୍ଟାମୁଣ୍ଡାଇ ନଗର ଛାତ୍ର କଂଗ୍ରେସ ସଭାପତି ଦିବେଶ ରାଜଙ୍କ ନେତୃତ୍ୱରେ ଛାତ୍ରକଂଗ୍ରେସ କର୍ମୀ ମାନେ ପଟ୍ଟାମୁଣ୍ଡାଇ ମେଡିକାଲ ଛକ ଠାରୁ ମନମୋହନ ସିଂ ଅମର ରହେ ସ୍ଲୋଗାନ ଦେଇ ମହମବତୀ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରିବା ପରେ ପଟ୍ଟାମୁଣ୍ଡାଇ ଶ୍ରୀରାମ ମନ୍ଦିର ନିକଟରେ ପହଂଚି ଥିଲେ । ଶ୍ରୀରାମ ମନ୍ଦିର ଠାରେ ଛାତ୍ରକଂଗ୍ରେସ କର୍ମୀମାନେ ପ୍ରଭୁ ଶ୍ରୀରାମଙ୍କ ନିକଟରେ ମହମବତୀ ଜାଳି ଦିବଂଗତ ମନମୋହନ ସିଂଙ୍କ ଆତ୍ମାର ସଦଗତି କାମନା କରିଥିଲେ ।


Next Post

ନିଗମାନନ୍ଦ ଆଶ୍ରମ ବାର୍ଷିକ ଉତ୍ସବ

Fri Dec 27 , 2024
ପଟ୍ଟାମୁଣ୍ଡାଇ ତା ୨୭/୧୨-ପୁରୀ ନୀଳାଚଳ ସାରସ୍ୱତ ସଂଘର ଶାଖା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବାଛରା ପଂଚାୟତ ମଣ୍ଡପଡା ସାରସ୍ୱତ ସଂଘ ର ବାର୍ଷିକ ଉତ୍ସବ ନିଗମାନନ୍ଦ ଆସନ ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି ।ଏଇ ଅବସରରେ ଏକ ସୁସଜ୍ଜିତ ଆସନ ମଣ୍ଡପରେ ଠାକୁରଙ୍କୁ ଉପବିଷ୍ଟ କରାଯାଇ ଷୋଡଶ ଉପଚାର ପୂଜା, ଆଳତି ସ୍ରୋତ ବନ୍ଦନା,ପ୍ରାର୍ଥନା ଓ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି । ପୁରୀ ନୀଳାଚଳ ସାରସ୍ୱତ ସଂଘ ପରିଚାଳକ […]

KANIKA