
ପଟ୍ଟାମୁଣ୍ଡାଇ ୨୮/୧୨- ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟରେ ଗଣିତ ବିଭାଗ ଓ କମ୍ପୁଟର ସାଇନ୍ସ ବିଭାଗର ମିଳିତ ଆନୁକୂଲ୍ୟରେ “ଡ଼ିସ୍କ୍ରିଟ ମାଥା ମାଟିକସ ଆଣ୍ଡ ଆର୍ଟିଫିସିଆଲ ଇଟେଂଲିଜେନ୍ସ ” ରାଜ୍ୟ ସ୍ଥରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ କରିଥିବା ବେଳେ ଗଣିତ ବିଭାଗର ମୁଖ୍ୟ ଅଧ୍ୟାପକ ଅରବିନ୍ଦ ପାଣ୍ଡବ ସ୍ୱାଗତଭାଷଣ ଓ ଆଲୋଚନା ଚକ୍ରର ସନ୍ଧର୍ଭ ପାଠ କରିଥିଲେ । ଭୁବନେଶ୍ୱର ସିଲିକନ ବିଶ୍ୱବିଦ୍ୟାଳୟର ପ୍ରଫେସର ଡ଼କ୍ଟର ପ୍ରୟାଗ ପ୍ରସାଦ ମିଶ୍ର ମୁଖ୍ୟ ଆଲୋଚକ ଓ ଭୁବନେଶ୍ୱର କୀଟ ବିଶ୍ୱବିଦ୍ୟାଳୟର କମ୍ପୁଟର ସାଇନ୍ସ ସହକାରୀ ପ୍ରଫେସର ଡ଼କ୍ଟର ସତ୍ୟାନନ୍ଦ ଚମ୍ପତି ରାୟ ଆଲୋଚକ ଭାବେ ଯୋଗ ଦେଇଥିଲେ । ଆଲୋଚନା ଚକ୍ରରେ ଏକ ସ୍ମରଣିକା ଉନ୍ମୋଚିତ ହୋଇଥିଲା । ଏହି ଆଲୋଚନା ଚକ୍ରରେ ଡ଼ ମିଶ୍ର ଡ଼ିସ୍କ୍ରିଟ ମାଥା ମାଟିକସର ମୂଳ ତତ୍ୱ ବିଷୟରେ ଆଲୋଚନା ପୂର୍ବକ ପିଲାମାନଙ୍କ ସହ ପ୍ରଶ୍ନ ଉତର କାର୍ଯ୍ୟ କ୍ରମରେ ଭାଗ ନେଇ ଥିଲେ । ଡ଼ ଚମ୍ପତି ରାୟ ଆର୍ଟିଫିସିଆଲ ଇଟେଂଲିଜେନ୍ସର ବିଭିନ୍ନ ତତ୍ୱ ଭିତିକ ପ୍ରୟୋଗର ବାଖ୍ୟାନ କରିଥିଲେ । ଆଏ.କ୍ୟୁ.ଏସି ସଂଯୋଜକ ତଥା ରସାୟନ ବିଭାଗର ପ୍ରାଧ୍ୟାପକ ଡ଼ଃ ସୁନୀଲ କୁମାର ପ୍ରଧାନ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ବିଭାଗର ଅନ୍ୟତମ ଅଧ୍ୟାପକ ଡ ନିର୍ମଳ କୁମାର ସାହୁ ଧନ୍ୟବାଦ ପ୍ରସ୍ତାବ ରଖିଥିଲେ । କମ୍ପୁଟର ସାଇନ୍ସ ବିଭାଗର ମୁଖ୍ୟ ଅଧ୍ୟାପକ ବିଶ୍ୱଜିତ ଷଡ଼ଙ୍ଗୀ ଓ ଅଧ୍ୟାପିକା ପ୍ରିୟଙ୍କା ପ୍ରିୟଦର୍ଶିନୀ ବାରିକ ସଭାରେ ଉପସ୍ଥିତ ଥିଲେ । ଜିଲା ତଥା ରାଜ୍ୟର ବିଭିନ୍ନ କଲେଜରୁ ଗଣିତ ବିଭାଗର ପ୍ରାଧ୍ୟାପକ ବିପିନ ବିହାରୀ ନାଥ ,ଶିବ ଚରଣ ଦାସ, ରତ୍ନାକର ସାହୁ, ରତିକାନ୍ତ ଲେଙ୍କା,ତୁଷାର କାନ୍ତ ପରିଡା , ମିନପ୍ରଭା ସାହୁ ,ଜୟନ୍ତ ସାହୁ ,ଅମରେନ୍ଦ୍ର ମଲିକ,ଏଲିନା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଉଭୟ ବିଭାଗର ସମସ୍ତ ଛାତ୍ରଛାତ୍ରୀ , ଗଣିତ ଆଲୁମିନି ଆସୋସିଏସନ ସଭ୍ୟ ବୃନ୍ଦ , ମହାବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକାମାନେ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟ କ୍ରମକୁ ପ୍ରାଧ୍ୟାପିକା ଡ ଅଞ୍ଜଳି କୁମାରୀ ଦାଶ,ଡ଼ ରମେଶ କୁମାର ସାହୁ ,ଅଧ୍ୟାପିକା ସରୋଜିନୀ ମିଶ୍ର , ଅଧ୍ୟାପକ ରଞ୍ଜନ କୁମାର ଗାହାଣ, ଅଧ୍ୟାପକ ପିଂଟୁ ପଟେଲ,ଅଧ୍ୟାପିକା ଦେବସ୍ମିତା ତ୍ରିପାଠୀ ପ୍ରମୁଖ ପରିଚାଳନ କରିଥିଲେ ।
One thought on “ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟର ଗଣିତ ବିଭାଗରେ ରାଜ୍ୟ ସ୍ତରୀୟ ଆଲୋଚନା ଚକ୍ର”
Comments are closed.












Good