ତରଡ଼ିପାଳ ପଂଚାୟତରେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ



ପଟ୍ଟାମୁଣ୍ଡାଇ ବ୍ଲକର ତରଡ଼ି ପାଳ ପଂଚାୟତରେ ଆଜି ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ବିଡ଼ିଓ ଶୁଭ୍ରାଂଶୁ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ କାର୍ଯ୍ୟକ୍ରମକୁ ଉଦଘାଟନ କରି ପ୍ରଶାସନ ଜନସାଧାରଣ ସମସ୍ୟା ସମାଧାନ ଦିଗରେ ନିଷ୍ଠାର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଏଥିରେ ପଟ୍ଟାମୁଣ୍ଡାଇ ତହସିଲଦାର ପଂଚାନନ ନାୟକ ଅତିରିକ୍ତ ବିଡ଼ିଓ ସନ୍ତୋଷ କୁମାର ମନ୍ତ୍ରୀ, ତରଡ଼ିପାଳ ସରପଂଚ ଦେବ ବ୍ରତ ନାୟକ, ସମିତିସଭ୍ୟ ନିରଞ୍ଜନ ବାରିକ ଯୋଗ ଦେଇ ପଲ୍ଲୀ ପ୍ରଶାସନର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏଥିରେ ଆବାସ, ରାସନକାର୍ଡ ଓ ଭତାକୁ ମିଶାଇ ସମୁଦାୟ ୧୦ ଆପତି ଅଭିଯୋଗ ଉପରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦିଆଯାଇଥିଲା । ଏଥିରେ ୫ଜଣଭତା ପାଇଁ ଆବେଦନ କରିଥିବାବେଳେ ୨ କେ ସି ସି ଡ଼ାଇରୀ ପାଇଁ ଆବେଦନ କରିଥିଲେ । ଏଥି ସହିତ ୪ ଏସ ଏସ ଜି ଙ୍କ ବ୍ୟାଙ୍କ ସଂଯୋଗୀକରଣ, ୫୦ଜଣ ପଶୁଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯାଇଥିଲା । ଏହି ସରକାରୀ କାର୍ଯ୍ୟକ୍ରମରେ , ମିଶନଶକ୍ତି ସଂଯୋଜକ ପ୍ରଭୁ ଧବଳେଶ୍ୱର ବରାଳ, ଜୀବିକା ମିଶନ ସଂଯୋଜିକା ସୁଶ୍ରୀ ସଂଗୀତା ଭୂୟାଁ ,,ଯୋଗାଣ ନିରୀକ୍ଷକ ମଧୁସ୍ମିତା ଜେଟି, ବ୍ଲକ ସମାଜକଲ୍ୟାଣ ଅଧିକାରିଣୀ ସସ୍ମିତା ନାୟକ,ପଂଚାୟତ ନିର୍ବାହୀ ଅଧିକାରୀ ସ୍ମୃତି ରଞ୍ଜନ ଦାସ ,ଜି ଆର ଏସ,ମେଡିକାଲ ଅଫିସର, ବ୍ଲକ ଉଦ୍ୟାନ ଅଧିକାରୀ ଓ ବ୍ଲକ ପଶୁସମ୍ପଦ ଅଧିକାରୀ ପ୍ରମୁଖ ବହୁ ବ୍ଲକ ସ୍ତରୀୟ ପ୍ରଶାସନିକ ଅଧିକାରୀମାନେ ଯୋଗ ଦେଇ ଜନସାଧାରଣଙ୍କ ଆପତି ଅଭିଯୋଗ ଶୁଣିଥିଲେ । ଏହି ପଲ୍ଲୀ ପ୍ରଶାସନ କାର୍ଯ୍ୟକ୍ରମରେ ଆଗତ ସମସ୍ତ ଅଭିଯୋଗ ଉପରେ ଉଚିତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଶାସନ ପକ୍ଷରୁ ପ୍ରତିଶୃତି ଦିଆଯାଇଛି ।