ଆସନ୍ତା ୩୧ରେ କେନ୍ଦ୍ରାପଡା ଗସ୍ତ କରିବେ ବିରୋଧିଦଳ ନେତା ନବୀନ ପଟ୍ଟନାୟକ , ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ହୋଇଥିବା ଫସଲ ଦେଖିବେ



ଭୁବନେଶ୍ୱର, ୨୮।୧୨ : ଆସନ୍ତା ୩୧ ତାରିଖରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କେନ୍ଦ୍ରାପଡା ଜିଲ୍ଲା ଗସ୍ତରେ କରିବେ। ଏହି ଗସ୍ତ ଅବସରରେ ଶ୍ରୀ ପଟ୍ଟନାୟକ କେନ୍ଦ୍ରାପଡା ଜିଲ୍ଲାରେ ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ହୋଇଥବା ଅଂଚଳ ପରିଦର୍ଶନ କରିବେ ।
କେନ୍ଦ୍ରାପଡା ଜିଲାର ରାଜନଗର ନିର୍ବାଚନମଣ୍ଡଳୀ ଚନ୍ଦନନଗର ଠାରେ ଠିକ ଦିନ ୧୧ଟାରେ ପହଁଚି ଅଦିନିଆ ବର୍ଷା ଦ୍ୱାରା ହୋଇଥିବା ଫସଲହାନୀ ଆକଳନ କରିବେ । ବର୍ଷାରେ କ୍ଷତିଗ୍ରସ୍ତ ଚାଷୀକୁଳ ସହ ଆଲୋଚନା କାର୍ଯ୍ୟକ୍ରମ ରହିଛି । ପରେ ରାଜନଗର ଯିବେ ।
ସେହିପରି ୩୦ରେ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି,ଶେରଗଡ଼,କବିସୂର୍ଯ୍ୟନଗର ଆସିକା ଓ ଖଲିକୋଟ ଆଦି ଅଞ୍ଚଳ ପରିଦର୍ଶନ କରିବେ। କ୍ଷତିଗ୍ରସ୍ତ ଚାଷ ଅଂଚଳ ବୁଲି ଦେଖିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିବେ। ଫସଲ କ୍ଷତି ସମ୍ପର୍କ ରେ ପଚାରି ବୁଝିବେ। ସମ୍ପୃକ୍ତ ଅଧିକାରୀମାନଙ୍କ ସହ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିବେ।


Discover more from

Subscribe now to keep reading and get access to the full archive.

Continue reading