ଆସନ୍ତା ୩୧ରେ କେନ୍ଦ୍ରାପଡା ଗସ୍ତ କରିବେ ବିରୋଧିଦଳ ନେତା ନବୀନ ପଟ୍ଟନାୟକ , ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ହୋଇଥିବା ଫସଲ ଦେଖିବେ



ଭୁବନେଶ୍ୱର, ୨୮।୧୨ : ଆସନ୍ତା ୩୧ ତାରିଖରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କେନ୍ଦ୍ରାପଡା ଜିଲ୍ଲା ଗସ୍ତରେ କରିବେ। ଏହି ଗସ୍ତ ଅବସରରେ ଶ୍ରୀ ପଟ୍ଟନାୟକ କେନ୍ଦ୍ରାପଡା ଜିଲ୍ଲାରେ ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ହୋଇଥବା ଅଂଚଳ ପରିଦର୍ଶନ କରିବେ ।
କେନ୍ଦ୍ରାପଡା ଜିଲାର ରାଜନଗର ନିର୍ବାଚନମଣ୍ଡଳୀ ଚନ୍ଦନନଗର ଠାରେ ଠିକ ଦିନ ୧୧ଟାରେ ପହଁଚି ଅଦିନିଆ ବର୍ଷା ଦ୍ୱାରା ହୋଇଥିବା ଫସଲହାନୀ ଆକଳନ କରିବେ । ବର୍ଷାରେ କ୍ଷତିଗ୍ରସ୍ତ ଚାଷୀକୁଳ ସହ ଆଲୋଚନା କାର୍ଯ୍ୟକ୍ରମ ରହିଛି । ପରେ ରାଜନଗର ଯିବେ ।
ସେହିପରି ୩୦ରେ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି,ଶେରଗଡ଼,କବିସୂର୍ଯ୍ୟନଗର ଆସିକା ଓ ଖଲିକୋଟ ଆଦି ଅଞ୍ଚଳ ପରିଦର୍ଶନ କରିବେ। କ୍ଷତିଗ୍ରସ୍ତ ଚାଷ ଅଂଚଳ ବୁଲି ଦେଖିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିବେ। ଫସଲ କ୍ଷତି ସମ୍ପର୍କ ରେ ପଚାରି ବୁଝିବେ। ସମ୍ପୃକ୍ତ ଅଧିକାରୀମାନଙ୍କ ସହ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିବେ।


Next Post

ଉମେଶ ରାଉତ ଚାରିଟେବୁଲ ଟ୍ରଷ୍ଟ ବାର୍ଷିକ ଉତ୍ସବ

Sun Dec 29 , 2024
ପଟ୍ଟାମୁଣ୍ଡାଇ ୨୯/୧୨- ଆଦର୍ଶ ଶିକ୍ଷକ ଉମେଶ ଚନ୍ଦ୍ର ରାଉତ ଚାରିଟେବୁଲ ଟ୍ରଷ୍ଟ ୪ର୍ଥ ବାର୍ଷିକ ଉତ୍ସବ ପଟ୍ଟାମୁଣ୍ଡାଇ ବ୍ଲକ ସିଙ୍ଗାରପୁର ଠାରେ ପାଳିତ ହୋଇଯାଇଛି । ଗାଳ୍ପିକ ପ୍ରଦୀପ ନାୟକଙ୍କ ପୌରହିତ୍ୟ ଓ ବବିତା ମଞ୍ଜରୀ ରାଉତଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ ପଦ୍ମବିଭୂଷଣ ସୁଦର୍ଶନ ସାହୁ ମୁଖ୍ୟଅତିଥି, ମୁଖ୍ୟ ବିଶିଷ୍ଟ ଶିକ୍ଷାବିତ ସଚିନଦନ ଦାସ ମୁଖ୍ୟବକ୍ତା, ପ୍ରାକ୍ତନ ଅଧ୍ୟାପକ ଡ଼ଃ ଧରଣୀଧର ରାଉତ ସମ୍ମାନିତଅତିଥି ଭାବେ ଯୋଗ ଦେଇ ଆଦର୍ଶ […]

KANIKA