
ପଟ୍ଟାମୁଣ୍ଡାଇ ତା ୨୯/୧୨-ପଟ୍ଟାମୁଣ୍ଡାଇ ଓ ରାଜନଗର ଅଂଚଳର ଲୋକପ୍ରିୟ ଡାକ୍ତର ରଶ୍ମି ରଞ୍ଜନ ମହାନ୍ତିଙ୍କ ପିତା ବିଶିଷ୍ଟ ସମାଜସେବୀ କୃଷ୍ଣ ଚନ୍ଦ୍ର ମହାନ୍ତିଙ୍କ ୧ମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି ।ଏହି ଉପଲକ୍ଷେ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ପ୍ରାକ୍ତନ ଅଧକ୍ଷ ମାନସ କୁମାର ପରିଡାଙ୍କ ପୌରହିତ୍ୟରେ ନିମପୁର ଠାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ରାଜନଗର ବିଧାୟକ ଧ୍ରୁବ ସାହୁ, ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ରାଜନଗର ବ୍ଲକ ଅଧକ୍ଷା ପ୍ରତିଭା ପାତ୍ର, ପଟ୍ଟାମୁଣ୍ଡାଇ ବ୍ଲକ ବିଜେଡି ସଭାପତି କିଶୋର ସାହୁ, ଉପସଭାପତି ସର୍ବେଶ୍ୱର ମହାନ୍ତି ଆଳି ବ୍ଲକ ବିଜେଡି ସଭାପତି ସନାତନ ମିଶ୍ର, ଶାସନ ସରପଞ୍ଚ ସଂଗ୍ରାମ ବାରିକ, ପୂର୍ବତନ ସରପଞ୍ଚ ଅଶୋକ ପରିଡା ଓ ପ୍ରଶାନ୍ତ ପରିଡା ବଳଭଦ୍ରପୁର ସରପଞ୍ଚ ପ୍ରିୟବ୍ରତ ଓଝା, ବରିଷ୍ଠ ନେତା ପଞ୍ଚାନନ ଧଳ, କନିଷ୍ଠ ଯନ୍ତ୍ରୀ ସୁଦାମ ସାହୁ, ସମାଜ ସେବୀ କୈଳାଶ ମହାନ୍ତି,ଶଙ୍କର ମହାନ୍ତି ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ଦିବଂଗତ କୃଷ୍ଣ ମହାନ୍ତିଙ୍କ କର୍ମମୟ ଜୀବନ ଉପରେ ଆଲୋକପାତ କରିବା ସହିତ ତାଙ୍କ ଅମ୍ଲାନ ସ୍ମୃତି ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଶେଷରେ ରବୀନ୍ଦ୍ର ପରିଡା ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମ ଅନୁପ ପରିଡା ରୋଲେକ୍ସ ପରିଡା,ଜ୍ଞାନ ରଞ୍ଜନ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ ।











