କେନ୍ଦ୍ରାପଡା, ୨୯/୯: ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ କେନ୍ଦ୍ରାପଡ଼ା ଶାଖା ପକ୍ଷରୁ ଗୁଲନଗର ଉଚ୍ଚ ବାଳିକା ବିଦ୍ୟାଳୟରେ ଆଜି ଦିବା ୧୦ଟାରେ ସଭାପତି ପଣ୍ଡିତ ପ୍ରମୋଦ କୁମାର ତ୍ରିପାଠୀଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୯ଗୋଟି ମଣ୍ଡଳରୁ ଆସିଥିବା କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଚଳିତମାସ ୧ତାରିଖରେ ପାଳିତ ହୋଇଯାଇଥିବା ସଂସ୍କୃତ ଦିବସର ସମୀକ୍ଷା କରିବା ସହିତ ଆୟବ୍ୟୟ ତାଲିକା ସଂପାଦକ ପଣ୍ଡିତ ଭଗବାନ ସାହୁ ଉପସ୍ଥାପନ କରିଥିଲେ । […]

କେନ୍ଦ୍ରାପଡ଼ା,୨୯ା୯ : ୧୯୭୭ ମସିହା ବାଣୀବିହାରରେ ଇତିହାସ ପଢିଥିବା ଛାତ୍ରଛାତ୍ରୀମାନଙ୍କର ଏକ ବନ୍ଧୁମିଳନ ଉତ୍ସବ ମହାସମାରୋହରେ କେନ୍ଦ୍ରାପଡାରେ ସେପ୍ଟେମ୍ବର ୨୫ତାରିଖରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର କୈଳାସ ଚନ୍ଦ୍ର ବରାଳଙ୍କ ସୌଜନ୍ୟରେ ଏହି କାର୍ଯ୍ୟକ୍ରମ ଏକ ମନୋଜ୍ଞ ପରିବେଶ ମଧ୍ୟରେ କେନ୍ଦ୍ରାପଡାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ପରିସରରେ ଆୟୋଜିତ ହୋଇଥିଲା । ସମସ୍ତ ପୁରାତନ ଛାତ୍ରଛାତ୍ରୀ ମନ୍ଦିରକୁ ଯାଇ ଶ୍ରୀ […]

  ଜିଲ୍ଲାସ୍ତରୀୟ ସର୍ବଦଳୀୟ ଶୋକ ସଭାରେ ପ୍ରୟାତ ଜନନେତାଙ୍କ ପ୍ରତି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କେନ୍ଦ୍ରାପଡ଼ା,୨୯ା୯: ସି.ପି.ଆଇ.(ଏମ୍‌)ର ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀଙ୍କ ଅମ୍ଳାନ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇ କେନ୍ଦ୍ରାପଡା ପୈାରସଂସ୍ଥା ଟାଉନହଲ ପରିସରରେ ଏକ ଜିଲ୍ଲାସ୍ତରୀୟ ସର୍ବଦଳୀୟ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ସି.ପି.ଆଇ.(ଏମ୍‌)ର ବରିଷ୍ଠ ନେତା ଉମେଶ ଚନ୍ଦ୍ର ସିଂହଙ୍କ ସଭାପତିତ୍ୱରେ ଓ ଜିଲ୍ଲା ସମ୍ପାଦକ ଗୟାଧର ଧଳଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି […]

ପଟ୍ଟାମୁଣ୍ଡାଇ ୨୯/୯ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଂଚଳରେ ଜଣେ କଲେଜ ଛାତ୍ରୀ ରବିବାର ମଧ୍ୟାହ୍ନରେ ନିଜ ମାମୁଁ ଘରେ ଶାଢିଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତ ଛାତ୍ରୀ ଜଣଙ୍କ ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟ +୩ ଦିତୀୟ ବର୍ଷର ଛାତ୍ରୀ ବୋଲି ଜଣାପଡିଛି। ତାଙ୍କ ନାମ ଇତୀଶ୍ରୀ ସାହୁ (୧୯)। ସେ ତାଙ୍କ ମାମୁଁ ଘରେ ରହି ପାଠପଢୁଥିଲା ବେଳେ କାହିଁକି ଆତ୍ମହତ୍ୟା କଲେ ସେ ନେଇ ସ୍ପଷ୍ଟ ସୂଚନା […]

ପଟ୍ଟାମୁଣ୍ଡାଇ ୨୭/୯ -ସରକାର ପ୍ରତିବର୍ଷ ରାସ୍ତାଘାଟ ନିର୍ମାଣରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ କେତେକ ସ୍ଥାନରେ ଦାୟିତ୍ୱରେ ଥିବା ଅଧିକାରୀ, ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁ ସେହି ଅର୍ଥ ବାଟମାରଣା ହେଉଛି । ଫଳରେ ରାସ୍ତା କାମରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି। ଏପରିକି କେତେକ କ୍ଷେତ୍ରରେ ସରକାରୀ ନିୟମ ମୁତାବକ କାମ କରା ନ ଯାଇ ଠିକାଦାର ନିଜ ମନ ମୁତାବକ କାମ କରୁଥିବା […]

କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଂଚଳ ପକ୍ଷରୁ ସହରରେ ସ୍ୱଚ୍ଛତା ହିଁ ସେବା-୨୦୨୪ ଅଭିଯାନ ଜାରି ରହିଛି। ଚଳିତ ବର୍ଷ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ପୌର ପରିଷଦ ପକ୍ଷରୁ ଗତ ୧୭ ଠାରୁ ବ୍ୟାପକ ସଫେଇ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ହେଲେ ସହରର ବିଭିନ୍ନ ସ୍ଥାନରେ ଅଳିଆ ଗଦା ହୋଇ ରହି ପୂତି ଗନ୍ଧମୟ ପରିବେଶ ସୃଷ୍ଟି କରୁଛି। ତେବେ ପୌରାଂଚଳର ସ୍ୱଚ୍ଛତା ଅଭିଯାନ କାନ୍ଥରେ ଚିତ୍ର ଅଙ୍କା, ବ୍ୟାନରଲଗା […]

କେନ୍ଦ୍ରାପଡ଼ା,୨୮ା୯: କେନ୍ଦ୍ରାପଡା ବାଲିଯାତ୍ରା କମିଟିର ସଭାପତି ବରିଷ୍ଠ ଆଇନଜୀବୀ ପ୍ରଦୀପ କୁମାର ଦାଶଙ୍କ ପୈାରହିତ୍ୟରେ ଶନିବାର ଗୁଲନଗର ପଞ୍ଚାୟତର ସୁଜାନଗରସ୍ଥିତ ବାଲିଯାତ୍ରା ପଡିଆରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରସ୍ତୁତି ବୈଠକରେ ଆସନ୍ତା ନଭେମ୍ବରମାସ ୧୫ତାରିଖରେ କେନ୍ଦ୍ରାପଡା ବାଲିଯାତ୍ରା ଅନୁଷ୍ଟିତ ହେବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି ବୈଠକରେ ବାଲିଯାତ୍ରା କମିଟି ସମ୍ପାଦକ ସରକାରୀ ଓକିଲ ସଞ୍ଜୟ କୁମାର ଜେନା, ଉପସଭାପତି ଧିରେନ୍ଦ୍ର କୁମାର ଦାସ, କୋଷାଧ୍ୟକ୍ଷ ମନୋରଞ୍ଜନ ତ୍ରିପାଠୀ, ସାଂସ୍କୃତିକ […]

କେନ୍ଦ୍ରାପଡ଼ା,୨୮ା୯: ଷ୍ଟେଟବ୍ୟାଙ୍କ ବାଣିଜ୍ୟ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ କେନ୍ଦ୍ରାପଡା ଷ୍ଟେଟବ୍ୟାଙ୍କ ମୁଖ୍ୟଶାଖା ସମ୍ମିଳନୀ କକ୍ଷରେ ଷ୍ଟେଟବ୍ୟାଙ୍କ ପେନସନର୍ସ ସମସ୍ୟା ସମାଧାନ ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଞ୍ଚଳିକ କାର୍ଯ୍ୟାଳୟର ମାନବସମ୍ବଳ ବିକାଶ ପରିଚାଳକ ସୁକାନ୍ତ କୁମାର ସାହୁ ଏହି ବୈଠକରେ ପୈାରହିତ୍ୟ କରିଥିଲେ। ଷ୍ଟେଟବ୍ୟାଙ୍କ ପେନସନର୍ସ ସଙ୍ଘ, ଭୁବନେଶ୍ୱର ସର୍କଲର ଆଞ୍ଚଳିକ ସମ୍ପାଦକ ଗଣେଶ୍ୱର ମେକାପ ବୈଠକ ପରିଚାଳନା କରିବା ସହିତ ବିଭିନ୍ନ ସମସ୍ୟା ଉପସ୍ଥାପନା କରିଥିଲେ। ବୈଠକରେ […]

ପଟ୍ଟାମୁଣ୍ଡାଇ ୨୮/୯ -ପଟ୍ଟାମୁଣ୍ଡାଇ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ଅଭିଭାବକ-ଶିକ୍ଷକ ବୈଠକ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟରେ ପ୍ରାଣୀ ବିଜ୍ଞାନ ପ୍ରକୋଷ୍ଠରେ ଆୟୋଜିତ ବୈଠକରେ ପଟ୍ଟାମୁଣ୍ଡାଇ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ମୁଖ୍ୟ ଅଧ୍ୟାପିକା ସରୋଜିନୀ ମିଶ୍ର ବୈଠକର ଉଦେଶ୍ୟ ଓ ଲକ୍ଷ୍ୟ ଉପରେ ଆଲୋକପାତ କରି ଉପସ୍ଥିତ ଅଭିଭାବକମାନଙ୍କୁ ସୁଚିନ୍ତିତ ମତାମତ ଦେବାକୁ ପରାମର୍ଶ ଦେଇଥିଲେ । ଅତିଥି ଅଧ୍ୟାପକ […]

କେନ୍ଦ୍ରାପଡ଼ା, ୨୮ା୯: ଓଡିଶା ନର୍ସିଂ କର୍ମଚାରୀ ସଙ୍ଘ କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ଶ୍ୟାମଗୁଡିଆସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ୧୦ଦଫା ସମ୍ବଳିତ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସେହି ଦାବି ଗୁଡିକ ମଧ୍ୟରେ ୨୦୧୩ମସିହା ନଭେମ୍ବର ୧୨ତାରିଖ ପୂର୍ବରୁ ନିଯୁକ୍ତି ପାଇଥିବା ନର୍ସିଂ ଅଫିସରମାନଙ୍କର ୬ବର୍ଷ ଚୁକ୍ତି ଭିତ୍ତିକ ଅବଧିକୁ ମୂଳ ଚାକିରୀସୀମାରେ ମିଶାଇ ପଦୋନ୍ନତି ଏବଂ ସମସ୍ତ ଆର୍ଥିକ ସୁବିଧା ପ୍ରଦାନ କରାଯିବା, ଯୋଗ୍ୟ ନର୍ସିଂ ଅଫିସରମାନଙ୍କୁ […]

କେନ୍ଦ୍ରାପଡା, ୨୮/୯: ଶନିବାର ଅପରାହ୍ନ ୪ ଘଟିକା ସମୟରେ କେନ୍ଦ୍ରାପଡା ଟାଉନ୍ ହଲ୍‌ଠାରେ ଆସନ୍ତା ଗାନ୍ଧୀ ଜୟନ୍ତୀଠାରୁ ଏକ ମାସ ବ୍ୟାପି ହେବାକୁ ଥିବା ପଦଯାତ୍ରା କାର୍ଯ୍ୟକ୍ରମ ନିମନ୍ତେ ନଗର ବିଜେଡି ତରଫରୁ ଏକ ପ୍ରସ୍ତୁତି ବୈଠକ ନଗର ସଭାପତି ଯଯାତୀ କେଶରୀ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଜିଲ୍ଲା ବିଜେଡି ସଭାପତି ଧିରେନ୍ କୁମାର ସାହୁ ଓ କେନ୍ଦ୍ରାପଡାର ବିଧାୟକ ଗଣେଶ୍ୱର ବେହେରା ଯୋଗଦେଇ […]

ପଟ୍ଟାମୁଣ୍ଡାଇ ୨୮/୯ -ରାଜ୍ୟବ୍ୟାପି ନର୍ସିଂ କର୍ମଚାରୀ ସଙ୍ଘ ଡାକରାରେ ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରର ନର୍ସିଂ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ଥରୀୟ ସ୍ୱାସ୍ଥ୍ୟକେନ୍ଦ୍ରର ନର୍ସିଂ କର୍ମଚାରୀ ମାନେ ସିରିଞ୍ଜ ଛାଡ଼ ଆନ୍ଦୋଳନରେ ସାମିଲ ହୋଇ ସ୍ୱାସ୍ଥ୍ୟକେନ୍ଦ୍ର ସମୁଖରେ ବସିଥିଲେ । ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ଥରୀୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ପ୍ରତ୍ୟେହ ଆସୁଥିବା ପ୍ରାୟ ଦୁଇ ହଜାରରୁ ଅଧିକ ରୋଗୀ ମାନଙ୍କ ସେବା ବାଧା ପ୍ରାପ୍ତ ହୋଇଛି । ଯାହାଫଳରେ ରୋଗୀ […]

ପଟ୍ଟାମୁଣ୍ଡାଇ ୨୭/୯ ରାଜ୍ୟ ସରକାରଙ୍କ ନିର୍ଦେଶରେ ପରିବେଶ ସ୍ୱଚ୍ଛ ନିର୍ମଳ ରଖିବା ସହିତ ଲୋକମାନଙ୍କୁ ନିରୋଗ ରହିବା ପାଇଁ ବାର୍ତା ଦେବା ଉଦେଶ୍ୟରେ ଆଜି ପଟ୍ଟାମୁଣ୍ଡାଇ ପୌର ପରିଷଦ ପକ୍ଷରୁ ସ୍ୱଚ୍ଛତା ହିଂ ସେବା ସଚେତନତା ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁଙ୍କ ନେତୃତ୍ୱରେ ଆୟୋଜିତ ଶୋଭାଯାତ୍ରା ପଟ୍ଟାମୁଣ୍ଡାଇ ସହର ପରିକ୍ରମା କରି ପଟ୍ଟାମୁଣ୍ଡାଇ କଲେଜରେ ପହଂଚି ଥିଲା । ଏଥିରେ ପୌର […]

ପଟ୍ଟାମୁଣ୍ଡାଇ୨୭/୯ -ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ କଷଣଅଂଟା ହାଇସ୍କୁଲରେ ଜିଲ୍ଲା ସ୍ତରୀୟ କ୍ରୀଡା ଭଲି ବଲ, ଚେସ, ବ୍ୟାଡ଼ିମିଂଟନ ଯୋଗ ଆଦି ଏକ ଦିବସୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସିଆରସିସି ମଳୟ ଜେନାଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ ପଟ୍ଟାମୁଣ୍ଡାଇ ପୌରପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ ମୁଖ୍ୟଅତିଥି ,କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା ଧିକାରୀ ପ୍ରଦୀପ ନାଗ, ମୁଖ୍ୟବକ୍ତା ରାଜ୍ୟ ପୁରସ୍କୃତ ଶିକ୍ଷକ କଣ୍ଡୁରୀ ଚରଣ ସ୍ୱାଇଁ, ପଟ୍ଟାମୁଣ୍ଡାଇ ବ୍ଲକ […]

କେନ୍ଦ୍ରାପଡ଼ା, ୨୭ା୯: କେନ୍ଦ୍ରାପଡ଼ା ସହର ଉପକଣ୍ଠ ବାରିମୂଳ ଠାରେ ଅବସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟକୁ କେନ୍ଦ୍ରାପଡ଼ା – ଇନ୍ଦୁପୁର ମୁଖ୍ୟ ରାସ୍ତା ସହିତ ସଂଯୋଗ କରୁଥିବା ରାସ୍ତାଟି ଅତ୍ୟନ୍ତ ଅଣଓସାରିଆ ଓ ବ୍ୟସ୍ତବହୁଳ ରାସ୍ତା ହୋଇଯାଇଛି। ଫଳରେ ସେହି ରାସ୍ତା ଦେଇ ଛାତଛାତ୍ରୀମାନେ ବିଦ୍ୟାଳୟ ମଧ୍ୟକୁ ପ୍ରବେଶ କରିବା ଓ ବିଦ୍ୟାଳୟରୁ ଗୃହକୁ ପ୍ରସ୍ଥାନ କରିବା ସମୟରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଦ୍ୟାଳୟ ପ୍ରବେଶ ପଥ ଦେଇ ଏକ ରାସ୍ତା […]

କେନ୍ଦ୍ରାପଡ଼ା, ୨୬ା୯: କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଗାନ୍ଧୀ ଭବନ ପରିସରରେ ଜିଲ୍ଲା ସ୍ୱାମୀ ବିବେକାନନ୍ଦ ଲୋକ ସଂସଦର ଯୁବ ଶାଖା ଆନୁକୂଲ୍ୟରେ ଲୋକ ସଂସଦର ଉଦବୋଧନୀ ବକ୍ତୃତାମାଳା ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ସଭାରେ ଜିଲ୍ଲା ଲୋକ ସଂସଦର ସଭାପତି ଅଧିକାରୀ ଲକ୍ଷ୍ମୀନାରାୟଣ ଦାଶ ସଭାପତିତ୍ୱ କରିଥିଲେ। ସ୍ୱାମୀ ବିବେକାନନ୍ଦ ଲୋକ ସଂସଦର କଟକ ଜିଲ୍ଲା ସଭାପତି ଜଗତ କିଶୋର ଦାସ ଏଥିରେ ମୁଖ୍ୟବକ୍ତା ଭାବେ […]

ପଟ୍ଟାମୁଣ୍ଡାଇ ୨୬/୯ – ପଟ୍ଟାମୁଣ୍ଡାଇ ତାଲୁକ ଆଇନସେବା ସମିତି ପକ୍ଷରୁ ପକସୋ ଆଇନ ଉପରେ ଏକ ସଚେତନତା ଶିବିର କଷଣଅଂଟା ପଂଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୮ବର୍ଷରୁ କମ ବୟସର ପିଲାମାନେ ସମ୍ମୁଖୀନ ହେଉଥିବା ଶୋଷଣର ଶିକାର ହୋଇ ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ ତାହାର ସମାଧାନ ଓ ସହାୟତା ସମ୍ପର୍କରେ ଆଲୋଚନା ହୋଇଥିଲା । ତାଲୁକ ଆଇନ ସେବା ସମିତି ଅଧକ୍ଷା ତଥା […]

କେନ୍ଦ୍ରାପଡ଼ା, ୨୬ା୯ : ରାଜ୍ୟ ସରକାରଙ୍କ ଅଧିନରେ କାର୍ଯ୍ୟ କରି ଅବସର ନେଉଥିବା କର୍ମଚାରୀଙ୍କ ପାଇଁ ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ପୁରୁଣା ପେନସନ ପାଇଁ ଜାତୀୟ ଆନ୍ଦୋଳନ, ଓଡିଶା, କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ପ୍ରଦାନ କରାଯାଇଥିବା ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି ଯେ ଗତ ଦୁଇ ଦଶନ୍ଧି ହେବ ପୁରୁଣା ପେନସନ ଉଛେଦ କରାଯାଇଛି। ଏହାଦ୍ୱାରା ଦୁଇ […]

ପଟ୍ଟାମୁଣ୍ଡାଇ,୨୬/୯ -ପଟ୍ଟାମୁଣ୍ଡାଇ କଲେଜ ଶିକ୍ଷା ବିଭାଗ ପକ୍ଷରୁ ମୂଲ୍ୟବୋଧ ଶିକ୍ଷା ଦୃଷ୍ଟିକୋଣରେ ଶିକ୍ଷକମାନଙ୍କ ଭୂମିକା ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟରେ ଆୟୋଜିତ ଆଲୋଚନାଚକ୍ରରେ କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ କଲେଜ ଅଧ୍ୟାପିକା ଡ଼ ରତ୍ନମଞ୍ଜରୀ ଦାସ ଯୋଗ ଦେଇ ବିଷୟ ଭିତିକ ଆଲୋଚନା କରିଥିଲେ । କଲେଜ ଶିକ୍ଷା ବିଭାଗ ମୁଖ୍ୟ ନିବେଦିତା ନାୟକ ସ୍ୱାଗତଭାଷଣ ଓ ଅତିଥିପରିଚୟ ପ୍ରଦାନ କରିଥିଲେ […]

ପଟ୍ଟାମୁଣ୍ଡାଇ,୨୬/୯-କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଜଳସେଚନ ଉପଖଣ୍ଡ ଅଳଭା-୨ ନିମପୁର ଦେଇ ପ୍ରଭାବିତ ହେଉଥିବା ବ୍ରାହ୍ମଣୀ ନଦୀର ପୋଖରୀସାହି ନିକଟରେ ବୁଧବାର ନଦୀପଠାରୁ ଅତଡା ଖସି ବନ୍ଧ ପାଇଁ ବିପଦ ସୃଷ୍ଟି କରିଛି। ଏହି ବନ୍ଧ ପଟ୍ଟାମୁଣ୍ଡାଇ ଉତିକଣ ଅଂଚଳ ସମେତ ରାଜନଗର ଓ ମହାକାଳପଡା ବ୍ଲକ ଲୋକମାନଙ୍କୁ ସୁରକ୍ଷା ଦେଇ ଆସିଛି । ଗତକାଲି ରାଜନଗର ବିଧାୟକ ଧ୍ରୁବ ସାହୁ, ଅଧିକ୍ଷଣଯନ୍ତ୍ରୀ ଉମେଶ ଚନ୍ଦ୍ର ସେଠୀ, କେନ୍ଦ୍ରାପଡ଼ା ଜିଲ୍ଲାପାଳ ସ୍ମୃତି […]

କେନ୍ଦ୍ରାପଡ଼ା, ୨୬/୯: ବର୍ତ୍ତମାନ ବରିଷ୍ଟ ନାଗରିକ ହେଉ କିମ୍ବା ସାଧାରଣ ଲୋକମାନେ ହୁଅନ୍ତୁ ବିଭିନ୍ନ ପ୍ରକାର ରୋଗରେ ପିଡିତ ହେଉଛନ୍ତି । ବିଷେଶ କରି ପିଟି ଓ ଅଣ୍ଟା ଯନ୍ତ୍ରଣା, ମାଂସପେଶୀ ଜନିତ ଯନ୍ତ୍ରଣା, ସ୍ନାୟୁଗତ ସମସ୍ୟା,ପକ୍ଷଘାତ, ଗଣ୍ଠି ବ୍ୟଥା କିମ୍ବା ଲିଗାମେଣ୍ଟ ସମସ୍ୟା ଦେଖାଯାଉଛି । ଏହାକୁ ଲକ୍ଷ୍ୟକରି କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ପଞ୍ଚାୟତର ରାମନଗର ପାଟଣା ଠାରେ ନିୟୁ ହୋପ ଫିଜିଓ ଥେରାପି କେନ୍ଦ୍ର ଡା. […]

କେନ୍ଦ୍ରାପଡ଼ା, ୨୫ା୯: କେନ୍ଦ୍ରାପଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଟିଇ ଏବଂ ଏସସିଇଆରଟି ସହାୟତାରେ ଏକ ଜିଲ୍ଲା ସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମିତା ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ୍ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏଥିରେ ମୁଖ୍ୟବକ୍ତା ଭାବେ […]

ପଟ୍ଟାମୁଣ୍ଡାଇ ୨୫/୯ -ଅଲ ଓଡିଶା ଜିପିଏଲଏଫ କର୍ମୀ ସଂଘ ଆହ୍ୱାନରେ ପଟ୍ଟାମୁଣ୍ଡାଇ ଜିପିଏଲଏଫ କର୍ମୀ ସଂଘ ପକ୍ଷରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଡାକରା ଦିଆଯାଇଚ୍ଛି । ପଟ୍ଟାମୁଣ୍ଡାଇ ବ୍ଲକର ୬ଟି ସିଏସଏସ ଦୀର୍ଘ ୧୨ବର୍ଷ ଧରି ନୀରବଛିନ୍ନ ଭାବେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ କରିଆସୁଛନ୍ତି । ଦୀର୍ଘ ୬ମାସ ହେଲା ପଟ୍ଟାମୁଣ୍ଡାଇ ବ୍ଲକର ତୃଣମୂଳସ୍ତରରେ କାର୍ଯ୍ୟ କରୁଥିବା ଏମବିକେ, ବ୍ୟାଙ୍କ ମିତ୍ର, ସିଆରପିସିଏମ, ପ୍ରାଣୀ ମିତ୍ର, କୃଷି ମିତ୍ର ଏଲଏସପି […]

ପଟ୍ଟାମୁଣ୍ଡାଇ ୨୫/୯ -ପଟ୍ଟାମୁଣ୍ଡାଇ କଲେଜ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ଓଡ଼ିଆ ଭାଷାର ଅସ୍ମିତା ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟରେ ଆୟୋଜିତ ଆଲୋଚନାଚକ୍ରରେ ଗବେଷକ ଡ଼ ନୀଳମଣି ଲେଙ୍କା ଯୋଗ ଦେଇ ଓଡ଼ିଆ ଅସ୍ମିତା ଉପରେ ଆଲୋକପାତ କରି କହିଥିଲେ ଯେ . ଗୋଟିଏ ଜାତିର ଅସ୍ମିତା ତା’ର ସାମୁହିକ ପରିଚୟ । ସେଥିରେ ଥାଏ ତା’ର ଜୀବନ […]