କେନ୍ଦ୍ରାପଡ଼ା, ୨୪ା୭: ମୁଁ ଜାଣିଛି ଏହାକୁ କେହି ପଢ଼ିବେ ନାହିଁ କିମ୍ବା ପଢ଼ିଲେ ବୁଝିଲେ ସୁଦ୍ଧା କିଛି କରିପାରିବେ ନାହିଁ । କାରଣ ସେମାନଙ୍କର ସତ୍ସାହସ ନାହିଁ । ବର୍ତ୍ତମାନ ଓଡ଼ିଶାରେ ଅସ୍ମିତା ଏକ ସଙ୍କ୍ରାମକ ବ୍ୟାଧି ରୂପ ଧାରଣ କରିଛି । କେତେକ ତଥାକଥିତ ଶିକ୍ଷିତ ସାହିତ୍ୟିକ, ରାଜନୀତିକ, ସ୍ୱାର୍ଥପ୍ରେମୀ ଶାସକୀୟ ଅନୁଗ୍ରହ ଆଶାୟୀ ପଦପ୍ରତିଷ୍ଠାଲୋଭୀ ଯେଉଁ ମାନଙ୍କ ପାଖରେ ଅନୁଚର ବଳ, ଅର୍ଥ ବଳ, ଖବରକାଗଜ /ଗଣମାଧ୍ୟମ […]
Year: 2024
କେନ୍ଦ୍ରାପଡ଼ା, ୨୪ା୭: କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଲୟରୁ ଏସି ଚୋରି ମାମଲାର ତଦନ୍ତ ଦାୟୀତ୍ୱ ନେଇଛନ୍ତି ପୋଲିସ ଇନିସପେକ୍ଟର ପୂର୍ଣ୍ଣଚନ୍ଦ୍ର ପଟ୍ଟାୟତ । ଘଟଣାରୁ ପ୍ରକାଶ ଯେ ଏସି ଚୋରି ମାମଲାର ନିରପେକ୍ଷ ତଦନ୍ତ କରାଯିବା, ପୋଲିସ ଛାଡିଦେଇଥିବା ଚୋରି ଘଟଣାର ମାଷ୍ଟରମାଇଣ୍ଡ ଙ୍କୁ ଗିରଫ ଓ ମାମଲାର କ୍ରାଇମବ୍ରାଞ୍ଚ ଦ୍ୱାରା ତଦନ୍ତ ଦାବିରେ ମହାବିଦ୍ୟାଳୟର ପୁରାତନ ଛାତ୍ରମାନେ ଟାଉନ ଥାନା ସମ୍ମୁଖରେ ଧାରଣାରେ ବସିରହିଥିଲେ । ୫ଦିନ ଧାରଣାରେ […]
କେନ୍ଦ୍ରାପଡ଼ା, ୨୪ା୭: ଏସ୍ୟୁସିଆଇ(କମ୍ୟୁନିଷ୍ଟ) ଓଡିଶା ରାଜ୍ୟ କମିଟି ପକ୍ଷରୁ ଆଜି ରାଜ୍ୟରେ ନୂତନ ସରକାରଙ୍କ ପ୍ରଥମ ବିଧାନସଭା ଅଧିବେଶନ ଆରମ୍ଭରେ ସାଧାରଣ ମଣିଷର ଜୀବନ ଜୀବିକାର କେତେକ ମୌଳିକ ଦାବି ପୁରଣ ତଥା ଜ୍ୱଳନ୍ତ ସମସ୍ୟା ସମାଧାନ ଦାବିରେ ରାଜ୍ୟ ବିଧାନସଭା ସମ୍ମୁଖରେ ଏକ ରାଜ୍ୟ ସ୍ତରୀୟ ଗଣ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷିରେ ୧୪ଦଫା ଦାବି ସମ୍ବଳିତ ସ୍ମାରକପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କ ଜରିଆରେ ପ୍ରଦାନ […]
କେନ୍ଦ୍ରାପଡା, ୨୪/୭: କେନ୍ଦ୍ରାପଡ଼ା ସହର ଉପକଣ୍ଠ ଆଳିଜଙ୍ଗା ଗ୍ରାମର କିଡ଼ନୀ ବ୍ୟାଧିଗ୍ରସ୍ତ କବି ମନୋଜ ଦାସଙ୍କୁ ସହାୟତାର ହାତ ବଢ଼ାଇଛି କେନ୍ଦ୍ରାପଡ଼ା ଇଭେଣ୍ଟ ମ୍ୟାନେଜେର୍ସ(କେମ) ସଂଗଠନ । କାବ୍ୟ ସାହିତ୍ୟରେ ବିଭିନ୍ନ ଅନୁଷ୍ଠାନରୁ ପୁରସ୍କୃତ ଶ୍ରୀ ଦାସ ଗତ କିଛିମାସ ଧରି କିଡ଼ନୀ ରୋଗରେ ପୀଡିତ ଅଛନ୍ତି । ଶ୍ରୀ ଦାସ ତାଙ୍କ ପରିବାରର ଏକ ମାତ୍ର ରୋଜଗାରକ୍ଷମ ସଦସ୍ୟ । ବ୍ୟୟବହୁଳ ଚିକିତ୍ସାରେ ଥିବା ଖବର ପାଇ ତାଙ୍କ […]
ପଟ୍ଟାମୁଣ୍ଡାଇ ୨୫/୭ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ସହରର ବିଭିନ୍ନ ବଜାରରେ ଥିବା ଜଳଖିଆ ଦୋକାନ ଉପରେ ବୁଧବାର ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ ପକ୍ଷରୁ ଚଢାଉ କରାଯାଇ ଖାଦ୍ୟର ମାନ ଯାଂଚ କରାଯାଇଛି । କିଲା ସ୍ୱାସ୍ଥ୍ୟ ସମିତି ନିର୍ଦ୍ଦେଶକ୍ରମେ ଖାଦ୍ୟ ନିରାପତା ଅଧିକାରୀ ବିଭାଷ ମଜୁମଦାର ଓ କର୍ମଚାରୀ ସଦଳବଳେ ଚଢ଼ାଉ କରି ଜଳଖିଆ ଦୋକାନରେ ବିକ୍ରି ହେଉଥିବା ବିଭିନ୍ନ ପ୍ରକାର ମିଠା, ଷ୍ଟ୍ରିଟ୍ ଫୁଡ ଓ ତେଲଭାଜି […]
ପଟ୍ଟାମୁଣ୍ଡାଇ ୨୪/୭ ସରକାର ଗ୍ରାଂଚଳର ଲୋକଙ୍କ ଗମନାଗମନ କ୍ଷେତ୍ରରେ ଉନ୍ନତି ଆଣିବା ନିମନ୍ତେ ପ୍ରତ୍ୟେକ ବର୍ଷ ପଂଚାୟତ ସମିତି ଅଧିନରେ ବିପୁଳ ଟଙ୍କା ଖର୍ଚ୍ଚ କରି ରାସ୍ତା ନିର୍ମାଣ ଉପରେ ସରକାର ଗୁରୁତ୍ୱାରୋପ କରିଛନ୍ତି । ହେଲେ କେତେଜଣ ଅସାଧୁ କର୍ମଚାରୀ, ଅଧିକାରୀ ଓ କୁଜିନେତାଙ୍କ ମନମୁଖୀ କାମ ଯୋଗୁ ଲୋକେ ଭଲ ରାସ୍ତାରେ ଯାତାୟତ କରିପାରୁ ନାହାନ୍ତି । ନିମ୍ନମାନର କାମ ବହୁ ପ୍ରତୀକ୍ଷିତ ରାସ୍ତା ନିର୍ମାଣର ଅଳ୍ପ […]
ଭୁବନେଶ୍ୱର,୨୩ ।୭: କେନ୍ଦ୍ର ସରକାର ୨୦୨୪-୨୫ ଆର୍ôଥକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି । ବଜେଟକୁ ନେଇ ବିଭିନ୍ନ ମହଲରୁ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଆସୁଥିବା ବେଳେ ପ୍ରଥମଥର ପାଇଁ କେନ୍ଦ୍ରର ଭାଜପା ସରକାରକୁ ଟାର୍ଗେଟ କରିଛନ୍ତି ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି, କେନ୍ଦ୍ର ବଜେଟରେ ଓଡ଼ିଶା ପାଇଁ କିଛି ନାହିଁ । ଭାଜପା ନିଜ ଇସ୍ତାହାରରେ ଅନେକ […]
କେନ୍ଦ୍ରାପଡ଼ା,୨୩ା୭: ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ୨୦୨୪ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍ଭାବନା ସଭାକକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକର ଆଲୋଚନା ପରେ ସ୍ଥିର ହେଲା ଯେ, ସ୍ୱାଧୀନତା ଦିବସ ଦିନ ପ୍ରତ୍ୟୁଷ ୪.୩୦ ମିନିଟ୍ରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେ କେନ୍ଦ୍ରାପଡ଼ା ପୌରାଂଚଳରେ ରାମଧୂନ୍ ପରିବେଷଣ କରାଯିବ । […]
ଭୁବନେଶ୍ୱର,୨୩/୭- ମୋଦି ସରକାର ତୃତୀୟ ପାଳି ପୂର୍ଣ୍ଣାଙ୍ଗ ବଜେଟ୍ର ସିଂହ ଭାଗ ବିହାର ଓ ଆନ୍ଧ୍ର ପ୍ରଦେଶକୁ ଓଜାଡି ଦେଇଛନ୍ତି । ଏହି ଦୁଇ ରାଜ୍ୟରେ ସ୍ୱତନ୍ତ୍ର ପ୍ୟାକେଜ ସହ ଏକାଧିକ ବିକାଶ କାର୍ଯ୍ୟ ନେଇ ଘୋଷଣା କରାଯାଇଛି । ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଛି । କେନ୍ଦ୍ର ବଜେଟ ୨୦୨୪-୨୫ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣ ବିହାର ଓ ଆନ୍ଧ୍ର ପ୍ରଦେଶ ପାଇଁ ଟଙ୍କା […]
କେନ୍ଦ୍ରାପଡ଼ା, ୨୩ା୭: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ସ୍ଥିତ ଶାରଳାବିହାରର ଆଭ୍ୟନ୍ତରୀଣ ରାସ୍ତା ନିର୍ମାଣ କରାଯିବା ସହ ପାନୀୟ ଜଳ ଯୋଗାଣ କରାଯିବା ନିମନ୍ତେ ଜିଲ୍ଲାପାଳଙ୍କ ନିକଟରେ ଦାବି କରାଯାଇଛି । ଶାରଳାବିହାରର ଆଭ୍ୟନ୍ତରୀଣ ରାସ୍ତାଟି ଖାଲଖମାରେ ଭର୍ତ୍ତି ହୋଇଯାଇଯାଇଥିବା ବେଳେ ବର୍ଷା ଦିନରେ ସେହିସବୁ ଖାଲଖମାରେ ବର୍ଷାପାଣି ଭର୍ତ୍ତି ହୋଇ ନାଳନଦୀର ଭ୍ରମ ସୃଷ୍ଟି କରିଛି । ସେହି ରାସ୍ଥାଦେଇ ଶାରଳାବିହାରରୁ ଦୈନିକ ସ୍କୁଲ ଓ କଲେଜକୁ ପିଲାମାନେ […]
କେନ୍ଦ୍ରାପଡା ୨୩/୭- ଅପରାହ୍ନରେ କେନ୍ଦ୍ରାପଡା ଜିଲ୍ଲାର ଏକମାତ୍ର ଗୋଷ୍ଠୀ ବେତାର କେନ୍ଦ୍ର ବାରୁଅ ସ୍ଥିତ ରେଡିଓ ଭାବଗ୍ରାହୀର ଷ୍ଟୁଡିଓ ସରୋଜିନୀ ପରିସରରେ ଜାତୀୟ ପ୍ରସାରଣ ଦିବସ ପାଳିତ ହୋଇଯାଇଛି । ଭାବଗ୍ରାହୀ କଳା ନିକେତନ ଏବଂ ରେଡିଓ ଭାବଗ୍ରାହୀର ପ୍ରତିଷ୍ଠାତା ସଂଗୀତଜ୍ଞ ବିମଳ ପ୍ରସାଦ ପରିଡାଙ୍କ ଅଧ୍ୟକ୍ଷତା ଏବଂ ସଂଯୋଜନାରେ ଅନୁଷ୍ଠିତ ଏକ ଆଲୋଚନା ଚକ୍ରରେ ରେଡିଓ ଭାବଗ୍ରାହୀର କେନ୍ଦ୍ର ନିର୍ଦ୍ଦେଶକ ଇଂ. ବିଶ୍ୱଜିତ ପରିଡା, କାର୍ଯ୍ୟକ୍ରମ ନିଷ୍ପାଦିକା ସୁଶ୍ରୀ […]
କେନ୍ଦ୍ରାପଡ଼ା,୨୨/୭- ପୁନର୍ବାସ ସ୍ୱେଚ୍ଛାସେବୀ ସଂଗଠନ ଦି ଡେଷ୍ଟି ନେସନ୍ ପରିସରରେ ବିଶିଷ୍ଟ କଥାକାର ଡ. ବିରଜା ରାଉତରାୟଙ୍କ ପରିବର୍ଦ୍ଧିତ ପୁସ୍ତକ, ଭିନ୍ନକ୍ଷମ ପୂର୍ଣ୍ଣ ଥଇଥାନ ଅଧିନିୟମ. ୨୦୧୬ (ସଂକ୍ଷିପ୍ତ ସାର)କୁ ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ ବ୍ରତତୀ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ପାଠକାର୍ପଣ କରିଥିଲେ । ଏହାକୁ ବରିଷ୍ଟ ସାମ୍ବାଦିକ ମାତୃଦତ୍ତ ମହାନ୍ତି ସଂଯୋଜନା କରିଥିଲେ ବେଳେ ପୁନର୍ବାସର ପ୍ରତିଷ୍ଠାତା ତଥା ମୁଖ୍ୟ ଉପଦେଷ୍ଟା ଡ. ବିରଜା […]
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରମାଂଚଳ ଥାନା ଅନ୍ତର୍ଗତ ସଂସାରଫଳ ପୋଷ୍ଟ ଅଫିସରୁ ପୋଷ୍ଟ ମାଷ୍ଟର ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରି ଫେରାର ହୋଇଯାଇଥିବା ଜଣାପଡ଼ିଛି । ଏନେଇ ଜମାକାରୀ ତାତିବା ସହିତ ଡ଼ାକଘର ତାଲା ପକାଇଛନ୍ତି । ଜମାକାରୀଙ୍କ ଅଭିଯୋଗ ପାଇ ପଟ୍ଟାମୁଣ୍ଡାଇ ସବ୍-ପୋଷ୍ଟ ଅଫିସ୍ର ଇନ୍ସପେକ୍ଟର ଘଟଣାର ତନଖି ପାଇଁ ଆସିଥିବା ବେଳେ ହିତାଧିକାରୀମାନେ ଅଟକ ରଖିଥିଲେ । ତାଙ୍କ ପାଖରୁ ସନ୍ତୋଷ ଜନକ ପ୍ରତିଶ୍ରୁତି ପରେ […]
କେନ୍ଦ୍ରାପଡ଼ା, ୨୨ା୭: କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ କେନାଲ ବନ୍ଧ ରାସ୍ତାର ଦୁଧିଆ ଠାରୁ କଳପଡା ପର୍ଯ୍ୟନ୍ତ ରାସ୍ତାର ନିର୍ମାଣ ନିମନ୍ତେ ଜଳସେଚନ ବିଭାଗ ପକ୍ଷରୁ ୨୦ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳରେ ଏକ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି । ସେହି ପ୍ରକଳ୍ପରେ ଦୁଧିଆ ଠାରୁ ବଳରାମପୁର ପର୍ଯ୍ୟନ୍ତ ନିର୍ମିତ କେନାଲ ବନ୍ଧ ରାସ୍ତା ଅତ୍ୟନ୍ତ ନିମ୍ନମାନର ହୋଇଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ସ୍ଥାନୀୟ ଅଧିବାସୀଙ୍କ ପକ୍ଷରୁ […]
କେନ୍ଦ୍ରାପଡା, ୨୨ା୭: ଆଷାଢ ପୂର୍ଣିମାରେ କୃଷ୍ଣ-ଦ୍ୱେପାୟନ ଭଗବାନ ଶ୍ରୀବ୍ୟାସଦେବ ଜନ୍ମଲାଭ କରିଥିବାରୁ ଏହାକୁ ବ୍ୟାସ ପୂର୍ଣ୍ଣିମା ବା ଗୁରୁ ପୂର୍ଣ୍ଣିମା ଭାବରେ ଅଭିହିତ କରାଯାଏ । ସର୍ବଭାରତୀୟ ସାଂସ୍କୃତିକ ପରମ୍ପରା ଅନୁସାରେ ଏହିଦିନ ବିଭିନ୍ନ ମଠ, ମନ୍ଦିର, ଗୁରୁଧାମ ଏବଂ ଆଧ୍ୟାତ୍ମିକ ସାଂସ୍କୃତିକ ଅନୁଷ୍ଠାନମାନଙ୍କରେ ଗୁରୁପୂର୍ଣ୍ଣିମା ଉତ୍ସବ ଯଥାବିଧି ପାଳନ କରାଯାଏ । ଏହି କ୍ରମରେ କେନ୍ଦ୍ରାପଡା ଜିଲ୍ଲାର ଏକମାତ୍ର ଗୋଷ୍ଠୀ ବେତାର କେନ୍ଦ୍ର ବାରୁଅସ୍ଥିତ ରେଡିଓ ଭାବଗ୍ରାହୀ ଏବଂ […]
କେନ୍ଦ୍ରାପଡ଼ା, ୨୨ା୭: କେନ୍ଦ୍ରାପଡା-ବସପୁର ପୂର୍ତ୍ତ ବିଭାଗ ରାସ୍ତାର ମାହାରାକୂଳ ନିକଟରୁ ବାମପାଶ୍ୱର୍ରେ ମାର୍ଶାଘାଇ ଯାଇଥିବା ୧୫ ନମ୍ବର ଶାଖା କେନାଲର ସଫେଇ ଓ ଗାର୍ଡୱାଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଏହି କାର୍ଯ୍ୟ ନିମନ୍ତେ ୧୦ଲକ୍ଷ ଟଙ୍କାର ବ୍ୟୟ ଅଟ୍ଟକଳ କରାଯାଇଥିବା ବସପୁର ସେକ୍ସନର କନିଷ୍ଠ ଯନ୍ତ୍ରୀ ବିଜୟ କୁମାର ମହାନ୍ତି କହିଛନ୍ତି । ଚାଷୀଙ୍କ ଜମିକୁ ଜଳ ଯୋଗାଣ ନିମନ୍ତେ ଏହି କାର୍ଯ୍ୟ ଜଳସେଚନ ବିଭାଗ ପକ୍ଷରୁ […]
କେନ୍ଦ୍ରାପଡ଼ା, ୨୧ା୭: କେନ୍ଦ୍ରାପଡା ଦିବ୍ୟ ଜୀବନ ସଂଘ ଶାଖା ଆନୁକୂଲ୍ୟରେ ଗରାପୁର ସ୍ଥିତ ଶିବାନନ୍ଦ ଆଶ୍ରମ ପରିସରରେ ଗୁରୁପୂର୍ଣ୍ଣିମା ମହୋତ୍ସବ ଓ ଗୁରୁପାଦ ପୂଜା ପର୍ବ ମହା ସମାରୋହରେ ପାଳିତ ହୋଇଯାଇଛି । ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏବଂ ପୌରହିତ୍ୟରେ ଗୁରୁପାଦ ପୂଜା, ଆଧ୍ୟାତ୍ମିକ ସତ୍ସଂଗ କାର୍ଯ୍ୟକ୍ରମ ସମେତ ଶିବାନନ୍ଦ ଭଜନ ଗଙ୍ଗା ପକ୍ଷରୁ ଭକ୍ତି ସଙ୍ଗୀତ ପରିବେଷଣ କରାଯାଇଥିଲା । […]
କେନ୍ଦ୍ରାପଡା, ୨୦/୭: କବି ତଥା କଥାକାର ମାତୃଦତ୍ତ ମହାନ୍ତିଙ୍କ କବିତା ପୁସ୍ତକ “ଦାଦନର ପାଦ’ ତୁଳସୀକ୍ଷେତ୍ରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ଅରୁଣସ୍ତମ୍ଭ ସମ୍ମୁଖରେ ଉନ୍ମୋଚିତ ହୋଇଯାଇଛି । ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ କବି ତଥା ଅନୁବାଦିକା ନବଜ୍ୟୋତି ରାୟ, କବି ଅଧ୍ୟାପକ ବୃନ୍ଦାବନ ଦାସ ଓ ପାଠକ ପୂର୍ଣ୍ଣଚନ୍ଦ୍ର ପଣ୍ଡା ଅତିଥି ଭାବେ ଯୋଗଦେଇ ପୁସ୍ତକ ଉନ୍ମୋଚନ କରିବା ସହିତ ପୁସ୍ତକରେ ଥିବା କବିତାଗୁଡିକ ସାମ୍ପ୍ରତିକ ସମାଜରେ […]
ପଟ୍ଟାମୁଣ୍ଡାଇ ୨୦/୭ -ପଟ୍ଟାମୁଣ୍ଡାଇ କଲେଜ ପରିଚାଳନା ପରିଷଦ ବୈଠକ ଶନିବାର ଅନୁଷ୍ଟିତ ହୋଇଥିବା ବେଳେ ଖବର ପାଇ ପଟ୍ଟାମୁଣ୍ଡାଇ ନଗର ଭାଜପା ପ୍ରତିନିଧି ଦଳ ସେଠାରେ ପହଁଚି ଉକ୍ତ ବୈଠକୁ ବନ୍ଦ କରିଦେଇଥିବା ସୁଚନା ମିଳିଛି । ସୁଚନା ଅନୁଯାଇ ପଟ୍ଟାମୁଣ୍ଡାଇ କଲେଜ ସମ୍ମିଳନୀ କକ୍ଷରେ ଆଜି ପରିଚାଳନା ପରିଷଦ ଅଧ୍ୟକ୍ଷ ଅଧିକାରୀ ଲକ୍ଷ୍ମୀନାରାୟଣ ଦାଶ, କଲେଜ ଅଧ୍ୟକ୍ଷ ଦିଲ୍ଲିପ ଭୁୟାଁ ଓ ପରିଷଦର ସଭ୍ୟ ମାନଙ୍କୁ ନେଇ ଏକ […]
ପଟ୍ଟାମୁଣ୍ଡାଇ -ଚଳିତ ବର୍ଷ ବିଳମ୍ବିତ ବର୍ଷା ଯୋଗୁ ପଟ୍ଟାମୁଣ୍ଡାଇ ଅଂଚଳରେ ଚାଷ କାର୍ଯ୍ୟ ପଛେଇ ଯାଇଛି । ବର୍ତର୍ମାନ ଯେଉଁଠି ରୁଆ ବେଉଷଣ ହେବା କଥା ସେଠି ଧାନ ବୁଣାବୁଣି ଓ ତଳି ପକା କାର୍ଯ୍ୟ ଚାଲିଛି । ଏପରି କି ଅନେକ ସ୍ଥାନରେ ଜମିରେ ଲଙ୍ଗଳ ଧାର ପଡ଼ି ନ ଥିବାରୁ ସେଗୁଡ଼ିକ ପଡ଼ିଆ ପଡ଼ିଛି । କୃଷି ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପଟ୍ଟାମୁଣ୍ଡାଇ ଅଂଚଳରେ […]
କେନ୍ଦ୍ରାପଡା, ୨୦ା୭: ଗତ ଜୁଲାଇ ୧୮ ଗୁରୁବାର ସନ୍ଧ୍ୟାରେ କେନ୍ଦ୍ରାପଡା ସ୍ୱଂୟଶାସିତ ମହାବିଦ୍ୟାଳୟ ପରିଦର୍ଶନ କରି ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ସମ୍ପର୍କରେ ଅଧ୍ୟକ୍ଷ ଡ. ଅଭିଜିତ ଜେନାଙ୍କ ସହ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ଆଲୋଚନା କରିଥିଲେ । ଦୀର୍ଘ ୨ଘଣ୍ଟା ବ୍ୟାପି ଆଲୋଚନାରେ ସେ କଲେଜ ପରିସରରୁ ଏସି ଚୋରି ଘଟଣା ସମ୍ପର୍କରେ ଅବଗତ ହେବା ସହ ଉଦ୍ବେଗ ପ୍ରକାଶ କରିଥିଲେ । ଏକାଧିକ ଚୋରି ଘଟଣାରେ ଦୁଇ […]
କେନ୍ଦ୍ରାପଡ଼ା, ୨୦ା୭: କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଆଇତିପୁର ଗ୍ରାମର ତପସ୍ୱିନୀ ସାମନ୍ତରାୟଙ୍କ ଝିଅ ଦିପ୍ତିମୟୀ ସାମନ୍ତରାୟ ଜନ୍ମରୁ ୮ବର୍ଷ ଧରି ଏକ ଅଜଣା ରୋଗରେ ପିଡିତ ହୋଇ ବିଛଣାରେ ପଡିରହିଛନ୍ତି । ଏସମ୍ପର୍କରେ ବାରମ୍ବାର ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯିବା ପରେ ତାଙ୍କୁ ଡାକ୍ତରୀ ପରୀକ୍ଷା କରାଯାଇ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ ପରେ ତାଙ୍କ ନାମରେ ଭିନ୍ନକ୍ଷମ ଭତ୍ତା ମଞ୍ଜୁର କରାଯାଇଥିଲା । କିନ୍ତୁ ଅତ୍ୟନ୍ତ […]
କେନ୍ଦ୍ରାପଡା -ଗମନାଗମନର ସୁବିଧା ପାଇଁ ସରକାର ରାସ୍ତାଗୁଡିକୁ ପ୍ରଶସ୍ତୀକରଣ ଓ ଦୋହରାକରଣ କରିବା ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ମାତ୍ର ରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନମାନର ହେଉଥିବା ନେଇ ଅଧିକାରୀଙ୍କୁ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଏ ନେଇ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମ ଉନ୍ନୟନ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଅଧୀନରେ ଥିବା ଗଣ୍ଡକୁଳ-ସାତଭଉଣୀ ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା ଓ […]
କେନ୍ଦ୍ରାପଡା -୧୯ ।୭: ଓଡିଶାର କଳା ସଂସ୍କୃତିର ଅନ୍ୟତମ ଜିଲ୍ଲା କେନ୍ଦ୍ରାପଡାରେ କଳା ସଂସ୍କୃତିକୁ ଉଦଜୀବିତ ରଖିବା, ଯାତ୍ରା କମିଟିମାନଙ୍କୁ ସୁରକ୍ଷା ଦେବା ଓ ଜିଲ୍ଲାର କଳାକାରମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ କେନ୍ଦ୍ରାପଡା ଜିଲ୍ଲା ଯାତ୍ରା କମିଟି ସଂଘ କାର୍ଯ୍ୟକାରୀ କମିଟି ବୈଠକରେ ଦୃଢ ନିଷ୍ପତି ଗ୍ରହଣ କରାଯାଇଛି । କେନ୍ଦ୍ରାପଡା ଜିଲ୍ଲା ଯାତ୍ରା କମିଟି ସଂଘର ସଭାପତି ମିହିର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲ୍ଲା […]