ଭୁବନେଶ୍ୱର,୧୯/୭: ନବୀନ ନିବାସରେ ବିଜେଡି ସୁପ୍ରିମୋଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ସଂଧ୍ୟାରେ ସଂସଦୀୟ ଦଳ ବୈଠକ ବସିଛି । ବୈଠକରେ ୯ ରାଜ୍ୟସଭା ଏମପିମାନେ ଉପସ୍ଥିତ ଥିଲେ । ଆସନ୍ତା ୨୨ରୁ ସଂସଦରେ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଆରମ୍ଭ ହେବାକୁ ଥିବା ସଂସଦ ଅଧିବେଶନ ସମୟରେ ଦଳର ଆଭିମୁଖ୍ୟ କ’ଣ ରହିବ ଓ ରାଜ୍ୟର ସ୍ୱାର୍ଥ ପାଇଁ କେଉଁ ପ୍ରଶ୍ନ ଉଠାଯିବ ଏନେଇ ରଣନୀତି ପ୍ରସ୍ତୁତ ହୋଇଛି ।ସବୁବେଳେ […]

କେନ୍ଦ୍ରାପଡ଼ା,୧୯/୭: ପଦ୍ମଶ୍ରୀ ବାଣୀକଣ୍ଠ ନିମାଇଁ ଚରଣ ହରିଚନ୍ଦନ ଥିଲେ ଭକ୍ତ କଣ୍ଠଶିଳ୍ପୀ । ମହାପ୍ରଭୁ ଶ୍ରୀଜଗନ୍ନାଥ ନିକଟରେ ନିଜକୁ ସମର୍ପିତ କରିଦେଇଥିଲେ । ସେଥିପାଇଁ ତାଙ୍କୁ ଚାମର ସେବାର ଅଧିକାର ମିଳିଥିଲା । ତାଙ୍କ ଇଚ୍ଛାନୁସାରେ ମହାପ୍ରଭୁ ତାଙ୍କୁ ବାହୁଡ଼ା ଦଶମୀରେ ବାହୁଡ଼େଇ ନେଇଥିଲେ । ସାଲବେଗ ହୁଅନ୍ତୁ କି ଦାସିଆ ବାଉରୀ ହୁଅନ୍ତୁ ମହାପ୍ରଭୁଙ୍କର ପରମ ଭକ୍ତ ଭାବେ ପରିଚିତ ଥିବା ଆମପାଇଁ କଥାବସ୍ତୁ ହୋଇପାରେ କିନ୍ତୁ ଆମ […]

କେନ୍ଦ୍ରାପଡା, ୧୯/୭: କେନ୍ଦ୍ରାପଡା ଜିଲ୍ଲାକୁ ଡେଙ୍ଗୁ ଓ ମ୍ୟାଲେରିଆ ରୋଗମୁକ୍ତ କରିବା ଆମର ଲକ୍ଷ୍ୟ ବୋଲି ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ମତବ୍ୟକ୍ତ କରିଛନ୍ତି । ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦ୍‌ଭାବନା ସଭାଗୃହରେ ଜାତୀୟ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ନିମନ୍ତେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ବୈଷୟିକ ଟାସ୍କଫୋର୍ସ ବୈଠକରେ ଅଧ୍ୟକ୍ଷତା କରି ସେ ଏହା ମତବ୍ୟକ୍ତ କରିଛନ୍ତି । ମୌସୁମୀ ବର୍ଷାର ପ୍ରାରମ୍ଭରେ ମଶା ବଂଶବୃଦ୍ଧି ହୋଇଥାଏ । […]

ପଟ୍ଟାମୁଣ୍ଡାଇ ତା ୧୯/୯-ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଂଚଳରେ ସ୍ୱଚ୍ଛଭାରତ ଅଭିଯାନକୁ ସଫଳ କରିବା ସହିତ ପୌର ପରିଷଦକୁ ସ୍ଵଛ ନିର୍ମଳ ଓ ସରସ ସୁନ୍ଦର କରି ଗଢି ତୋଳିବା ପୌର ପରିଷଦ ପକ୍ଷରୁ ସ୍ୱଚ୍ଛ ସାଥୀ ଓ ସ୍ୱଚ୍ଛ ସୁପରଭାଇଜର ନିଯୁକ୍ତି ଦିଆଯାଇଥିଲା ।  ଏହି ସ୍ୱଚ୍ଛ ସାଥିମାନେ ଦୀର୍ଘ ୫ ବର୍ଷରୁ ଉର୍ଦ୍ଧ ସମୟ ଧରି ମାସିକ ୪, ୦୦୦ ଓ ୮ ହଜାର ସ୍ୱଳ୍ପ ଦରମାରେ ନିଜର […]

ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ କରାଗଲେ ଆନନ୍ଦ ଜେନାଙ୍କୁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ କେନ୍ଦ୍ରାପଡ଼ା,୧୮ା୭: ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ୧୪୦ତମ ଜୟନ୍ତୀ ପାଳନ ଅବସରରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ପ୍ରଜା ଆନ୍ଦୋଳନ ଓ ସ୍ୱାଧୀନତା ସଂଗ୍ରାମ ପ୍ରତି ଥିବା ଅତୁଳନୀୟ ଅବଦାନକୁ ପ୍ରକୃତ ସମ୍ମାନ କରାଯିବ ଯେତେବେଳେ ଆମେ ରାଜ୍ୟ ସ୍ତରୀୟ ଜୟନ୍ତୀ ସମାରୋହ କରିବା ସହିତ […]

କେନ୍ଦ୍ରାପଡା, ୧୮/୭: ତୁଳସୀ କ୍ଷେତ୍ରାଧିଶ ଶ୍ରୀ ସିଦ୍ଧବଳବେଜୀଉଙ୍କ ପବିତ୍ର ବାହୁଡା ଯାତ୍ରା ସନ୍ଧ୍ୟାରେ ମନ୍ଦିର ସନ୍ନିକଟ ଦୋଳ ମଣ୍ଡପରେ ବାରୋସ୍ଥିତ ଜିଲ୍ଲାର ଅନ୍ୟତମ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନ ଏବଂ ରେଡିଓ ଭାବଗ୍ରାହୀ ଆନୁକୂଲ୍ୟରେ ଓଡିଶା ସରକାରଙ୍କ ସଂସ୍କୃତି ବିଭାଗ ଏବଂ ଜିଲ୍ଲା ସଂସ୍କୃତି ପରିଷଦ ସହାୟତାରେ ଭାବପୂର୍ଣ୍ଣ ଭକ୍ତି ସଙ୍ଗୀତ ଏବଂ ଆଧ୍ୟାତ୍ମିକ ନୃତ୍ୟ ସଫଳତାର ସହିତ ପରିବେଷିତ ହୋଇଯାଇଛି । କଳା ନିକେତନର ପ୍ରତିଷ୍ଠାତା […]

କେନ୍ଦ୍ରାପଡ଼ା, ୧୮ା୭: କେନ୍ଦ୍ରାପଡା ଜିଲ୍ଲା କ୍ଷତ୍ରୀୟ ଖଣ୍ଡାୟତ ମହାସଂଘ ତରଫରୁ କେନ୍ଦ୍ରାପଡା ଜିଲ୍ଲାର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କର ପବିତ୍ର ବାହୁଡା ଯାତ୍ରା ଉପଲକ୍ଷେ ଇଚ୍ଛାପୁରସ୍ଥିତ ବଡଦାଣ୍ଡରେ ଦୁଇଦିନ ଧରି ଜଳଛତ୍ର ଓ ଅନ୍ନପ୍ରସାଦ ବିତରଣ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ ସଭାପତି ଗୋଲଖ ଚନ୍ଦ୍ର ପଢିହାରୀ, ସଭାପତି କରତ କୁମାର ବେଉରା, ସଂଯୋଜକ ଚନ୍ଦନ ପରିଡା ପରିଚାଳନା କରିବା ସହିତ ସଂଘର ସମସ୍ତ […]

ପଟ୍ଟାମୁଣ୍ଡାଇ ୧୮/୭ – ପଟ୍ଟାମୁଣ୍ଡାଇ ପୌର ପରିଷଦ ବୈଠକ ପୌରାଧକ୍ଷ ହେମନ୍ତ ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ସମସ୍ତ ସରକାରୀ ଯୋଜନାର ସଫଳ ରୂପାୟନ ସହ ସମସ୍ତ ମୌଳିକ ସମସ୍ୟା ଶିକ୍ଷା ସ୍ୱାସ୍ଥ୍ୟ, ଗମନାଗମନ ପିଇବା ପାଣି, ବିଦ୍ୟୁତ ଆଦି ବିଭିନ୍ନ ସମସ୍ୟା ସମାଧାନ କରି ପୌରାଂଚଳ ବାସୀଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ଉପରେ ଗୁରୁତ୍ୱାରୋପ […]

ପଟ୍ଟାମୁଣ୍ଡାଇ୧୮/୭ – ନୂଆଦିଲ୍ଲୀର ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ଉତ୍ସବ ପାଳନ ଅବସରରେ ୯ ଦିନ ଧରି ସାଂସ୍କୁତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ସୁନାମଧନ୍ୟ କଳାକାର ମାନେ ଯୋଗବ ଦେଇ ବିଭିନ୍ନ ସାଂସ୍କୁତିକ କାର୍ଯ୍ୟକ୍ରମ ପରିବେଷଣ କରିଥିବା ବେଳେ ପଟ୍ଟାମୁଣ୍ଡାଇ ଅଂଚଳର ନରସଂହପୁର ଗ୍ରାମର ପ୍ରବାସୀ ପ୍ରଦ୍ମ୍ୟୁନ ଦାସଙ୍କ କନ୍ୟା ଶ୍ରୀୟକା ଦାସ ଓଡିଶୀ ଓ ଗିତୀ ନାଟ୍ୟ କାଂଚିଅଭୀଯାନ ପ୍ରଦର୍ଶନ କରି ଦର୍ଶକ ମାନଙ୍କ ମନମୁଗ୍ଧ କରିଥିଲେ […]

ପଟ୍ଟାମୁଣ୍ଡାଇ ୧୮/୯ ପଟ୍ଟାମୁଣ୍ଡାଇ ପଂଚାୟତ ସମିତିର ୩ୟ ଅଧିବେଶନ ବ୍ଲକ ସମ୍ମିଳନୀ କକ୍ଷରେ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ପୌରହିତ୍ୟ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜନଗର ବିଧାୟକ ଧ୍ରୁବ ସାହୁ ଯୋଗ ଦେଇ ପାନୀୟଜଳ, ଶିକ୍ଷା, ସ୍ୱାସ୍ଥ୍ୟ, ଯୋଗାଣ,ପରିମଳ ଓ ମହିଳା ଶିଶୁ ବିକାଶ କ୍ଷେତ୍ରରେ ଲାଗି ରହିଥିବା ସମସ୍ୟା ଦୂର କରି ଉନ୍ନୟନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେବା ସହ କେନ୍ଦ୍ର ସରକାର ପଟ୍ଟାମୁଣ୍ଡାଇ ବ୍ଲକର […]

ପଟ୍ଟାମୁଣ୍ଡାଇ ୧୮/୭ – ପଟ୍ଟାମୁଣ୍ଡାଇରେ ଚାଲିଥିବା ଏକ ବେଆଇନ ପାଥୋଲାବକୁ ଆଜି ସିଲ୍ କରିଛି ପ୍ରଶାସନ । ପଟ୍ଟାମୁଣ୍ଡାଇ କେନାଲ ମୁଖ୍ୟ ରାସ୍ତା ଖୋଲିଥିବା ପାଥୋ ଲ୍ୟାବ ବିନା ଲାଇସେନ୍ସରେ ଚାଲିଥିବା ନେଇ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ ହୋଇଥିଲା । ଫଳରେ ଗୁରୁବାର ପଟ୍ଟାମୁଣ୍ଡାଇ ତହସିଲଦାର ଓ ପୋଲିସ୍ ପ୍ରଶାସନର ଉପସ୍ଥିତିରେ ସିଲ୍ କରାଯାଇଛି । ପଟ୍ଟାମୁଣ୍ଡାଇ କେନାଲରୋଡ଼ରେ ଏବି କମ୍ଲେକ୍ସରେ ଜଣେ ବ୍ୟକ୍ତି ଗାୟତ୍ରୀ ଡିଜିଟାଲ୍ ଏକ୍ସରେ […]

ପଟ୍ଟାମୁଣ୍ଡାଇ ୧୮/୭ -ଜବରଦଖଲ ଯୋଗୁଁ ଗାଁ ଗଳି ରାସ୍ତା ଏବେ ସଂକିର୍ଣ୍ଣ ହୋଇଯାଇଛି । ଫଳର ଲୋକେ ରାସ୍ତା ଦେଇ ଯାତାୟତ କରିବାରେ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଯାନବାହାନ ଗାଁ ଭିତରକୁ ଯିବାରେ ସମସ୍ୟା ସୃଷ୍ଟି ହେଉଛି ।କୌଣସି ଆପାତକାଳୀନ ସମୟରେ ଅସୁବିଧାର ସମ୍ମୁଖିନ ହେଉଛନ୍ତି ଗ୍ରାମବାସୀ । ତେଣୁ ତୁରନ୍ତ ଜବରଦଖଲରେ ଥିବା ରାସ୍ତକୁ ଜବରଦଖଲ ମୁକ୍ତ କରିବା ପାଇଁ ଗୁରୁବାର ପଟ୍ଟାମୁଣ୍ଡାଇ ପୌରାଂଚଳ ୱାର୍ଡ ନଂ-୯ […]

ପଟ୍ଟାମୁଣ୍ଡାଇ ୧୮/୯ – ପଟ୍ଟାମୁଣ୍ଡାଇ ବ୍ଲକ କାର୍ଯ୍ୟାଳୟ ସଭା ଗୃହରେ ଗୁରୁବାର ୩ୟ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକକୁ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ସଭାପତିତ୍ୱ କରିଥିଲେ। ବୈଠକରେ କେନ୍ଦ୍ରାପଡ଼ା ସାଂସଦ ପଟ୍ଟାମୁଣ୍ଡାଇ ବ୍ଲକ ପ୍ରତିନିଧି ଶଶିକାନ୍ତ ସ୍ୱାଇଁ ଅତିଥି ଭାବେ ଯୋଗ ଦେଇ ତାଙ୍କ ଅଭିଭାଷଣରେ ସମସ୍ତଙ୍କୁ ସ୍ବାଗତ କରିବା ସହିତ ବିଭାଗର ଅଧିକାରୀଙ୍କ ଅନୁପସ୍ଥିତିକୁ ନେଇ ବିରକ୍ତ ପ୍ରକାଶ କରିଥିଲେ। ଉନ୍ନତ ମାନର ଛତୁଆ […]

ଭୁବନେଶ୍ୱର,: ଜବରଦଖଲ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ବଡ଼ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ସରକାରୀ ଜମି ଜବରଦଖଲ କରି କୋଠା କରିଥିଲେ ବୁଲିବ ବୁଲିବ ବୁଲ ଡୋଜର । ବଡ଼ବଡ଼ିଆଙ୍କ ଜବରଦଖଲ କୋଠାରେ ବୁଲଡୋଜର ବୁଲିବ । ଆଗରୁ ଖାଲି ଗରିବଙ୍କ ଘର ଭଙ୍ଗା ହେଉଥିଲା, ଏବେ ବଡ଼ବଡ଼ିଆଙ୍କ ଘର ଭଙ୍ଗାହେବ । ୪ ଡିସିମିଲ ଜାଗାରେ କୁଡ଼ିଆ କରି ରହୁଥିବା ଗରିବ ଜବରଦଖଲକାରୀ ନୁହଁ […]

ପୁରୀ,୧୭ା୭: ତିନି ରଥରେ ବସି ବିଶ୍ୱବାସୀଙ୍କୁ ଦର୍ଶନ ଦେଉଛନ୍ତି ତିନି ଠାକୁର । ସୋମବାର ମାଉସୀ ମା ଘରେ ପୋଡ଼ ପିଠା ଖାଇ ଫେରିବା ପରେ ଆଜି ମହଣ ମହଣ ସୁନାରେ ସୁସଜ୍ଜିତ ହୋଇ ବଡ଼ଦାଣ୍ଡରେ ତିନି ରଥିରେ ତିନି ଠାକୁର ସୁନା ବେଶରେ ଦର୍ଶନ ଦେଇଥିଲେ । ମଥାରେ ସୁନାର କିରିଟ ସାଙ୍ଗକୁ କାନରେ ସୁନାର କୁଣ୍ଡଳ । କମରରେ ସୁନାର କମରପଟି, ପାଦରେ ଶ୍ରୀପୟର । ବଡ଼ଠାକୁର […]

କେନ୍ଦ୍ରାପଡା, ୧୭/୭: ପବିତ୍ର ବାହୁଡା ଯାତ୍ରାରେ ବ୍ରହ୍ମତାଳଧ୍ୱଜ ରଥାରୂଢ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କୁ ଜିଲ୍ଲା କୌବର୍ତ୍ତ ସମାଜ ପକ୍ଷରୁ ପାରମ୍ପରିକ ଚୂଡାଘଷା ଭୋଗ ଅର୍ପଣ କରାଯାଇଛି । ଗତ ମଙ୍ଗଳବାର ଅପରାହ୍ନରେ ବଳଦେବଜୀଉଙ୍କ ରଥଦାଣ୍ଡରେ କୈବର୍ତ୍ତ ସାହି କମାରଖଣ୍ଡି ଛକରେ ରଥ ରହିବା ସମୟରେ କୈବର୍ତ୍ତ ସମାଜ ପକ୍ଷରୁ ପ୍ରସ୍ତୁତ ଚୂଡାଘଷା ଭୋଗକୁ ମାହାଲ ପଣ୍ଡା ନୃସିଂହ ପ୍ରସାଦ ପତ୍ରୀ ରୀତିନୀତିର ସହ ପୂଜାର୍ଚ୍ଚନା କରି ଶ୍ରୀଜୀଉମାନଙ୍କୁ ଅର୍ପଣ କରିଥିଲେ […]

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୋଖରୀଆପଡା ସ୍ଥିତ ପତିତପାବନଜୀଉଙ୍କ ରଥଯାତ୍ରାର ବାହୁଡ଼ା ପର୍ବ ସୋମବାର ଶେଷ ହୋଇଥିବା ବେଳେ ବୁଧବାର ବଡ଼ ଏକାଦଶୀ ତିଥିରେ ଚତୁର୍ଦ୍ଧାମୂର୍ତି ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେଇଛନ୍ତି । ସଂନ୍ଧ୍ୟାଧୂପ ପରେ ସ୍ୱତନ୍ତ୍ର ନୀତି ନିର୍ଘଂଟରେ ବଡ଼ଠାକୁର ବଳଭଦ୍ର, ଜଗତରନ୍ନାଥ ଜଗନ୍ନାଥ, ଭଉଣୀ ସୁଭଦ୍ରା ଓ ସୁଦର୍ଶନଙ୍କୁ ସୁନାବେଶରେ ସଜାଯାଇଛି । ଚତୁର୍ଦ୍ଧାମୂର୍ତିଙ୍କ ସୁନାବେଶ ଦେଖିବା ପାଇଁ ଶହଶହ ଭକ୍ତଙ୍କ ସମାବେଶ ହୋଇଥିଲା । ଶ୍ରୀଜୀଉମାନେ ବକ୍ତାରପୁରସ୍ଥିତ […]

କେନ୍ଦ୍ରାପଡ଼ା,୧୬।୭- ବିଦ୍ୟୁତ ଖୁଣ୍ଟ ଉପରକୁ ଚଢ଼ିଗଲା କୁମ୍ଭୀର। ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ପ୍ରଭାହିତ ପାଟଶାଳ ନଦୀରୁ କୁମ୍ଭୀର ଛୁଆ ଉଠିଆସି ବିଦ୍ୟୁତ ଖୁଣ୍ଟ ଉପରେ ଚଢିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏବେ କୁମ୍ଭୀର ପ୍ରଜନନ ଋତୁ ଚାଲିଛି। ବଉଳା କୁମ୍ଭୀରମାନେ ଭିତରକନିକା ଅଞ୍ଚଳରେ ଚଳିତ ବର୍ଷ ୧୧୪ଟି ବସା କରିଛନ୍ତି। ବଉଳା କୁମ୍ଭୀର ଜନବସତି ମୁହାଁ ସମସ୍ତେ ଜାଣିଥିବେ। ସେମାନେ ପୁଣି ଅନେକଙ୍କୁ ଆକ୍ରମଣ […]

ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ଯୋଗୁ ଏବେ ଖରିଫ ଧାନ ଚାଷ ପ୍ରଭାବିତ ହେବାକୁ ବସିଛି । ପଟ୍ଟାମୁଣ୍ଡାଇ ଅଂଚଳ୍‌ରେ ଏବେ ଗଜାମରୁଡ଼ି ଆଶଙ୍କା ଦେଖା ଦେଲାଣି । ଚାଷୀମାନେ ଯଥା ସମୟରେ ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ । ମାତ୍ର ଆଷାଢ଼ ଶେଷହେବାକୁ ବସିଥିଲେ ମଧ୍ୟ ଭଲ ବର୍ଷା ହେଉ ନ ଥିବାରୁ ଧାନ ତଳି ସୁଖିବାକୁ ଲାଗିଲାଣି ।ଏହି ଅଂଚଳରେ ଅଧିକାଂଶ ଜମିରେ ଜଳସେଚନ ସୁବିଧା ଥିଲେ […]

କେନ୍ଦ୍ରାପଡ଼ା, ୧୬ା୭: କେନ୍ଦ୍ରାପଡା ଏକ ଭାଇଚାରାର ସହର । ଏଠି ସମସ୍ତ ସମ୍ପ୍ରଦାୟର ଲୋକମାନେ ଏକାଠି ହୋଇ ସମସ୍ତ ପର୍ବପର୍ବାଣୀ ପାଳନ କରିଥାନ୍ତି । ଏହାର ଏକ ଝଲକ କେନ୍ଦ୍ରାପଡା ଜିଲ୍ଲା ତଥା ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ସିଦ୍ଧ ଶ୍ରୀବଳଦେବଜୀଉଙ୍କ ଘୋଷଯାତ୍ରାରେ ଦେଖିବାକୁ ମିଳିଥିଲା । ସିଦ୍ଧ ଶ୍ରୀବଳଦେବଜୀଉଙ୍କ ଘୋଷଯାତ୍ରା ଅବସରରେ ରେସ୍ୱା ସ୍ୱେଛାସେବୀ ସଂଗଠନ ଏବଂ ସୁଭଦ୍ରା ଟ୍ରେଡରର ମିଳିତ ସହାୟତାରେ ଶ୍ରୀଜୀଉଙ୍କ ରଥଦାଣ୍ଡରେ ଭକ୍ତଙ୍କ ନିମନ୍ତେ ମୃଦୁ […]

କେନ୍ଦ୍ରାପଡ଼ା, ୧୬ା୭: କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ପୁରାତନ ଛାତ୍ରମାନେ ସୋମବାର ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ମହାବିଦ୍ୟାଳୟ ପାଣ୍ଠିରୁ ହଡପ ହୋଇଥିବା କୋଟି କୋଟି ଟଙ୍କାର ଭିଜିଲାନ୍ସ ବିଭାଗ ଦ୍ୱାରା ତଦନ୍ତ କରାଯିବାକୁ ଦାବି କରିଛନ୍ତି । ଏଥିସହିତ ଦୀର୍ଘ ୧୦ବର୍ଷରୁ ଉଦ୍ଧ୍ୱର୍ ସମୟ ଧରି କେନ୍ଦ୍ରାପଡା ମହାବିଦ୍ୟାଳୟରେ ରହି ଆସିଥିବା ଅଧ୍ୟାପକ/ଅଧ୍ୟାପିକାମାନଙ୍କୁ ତୁରନ୍ତ ବଦଳି କରାଯିବାକୁ ମଧ୍ୟ ଦାବି କରଥିଲେ । ମହାବିଦ୍ୟାଳୟର […]

ଭୁବନେଶ୍ୱର,୧୬।୭: ରତ୍ନଭଣ୍ଡାର ଚାବିକୁ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି ପ୍ରଦେଶ କଂଗ୍ରେସର ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକ। ଚାବି କାହା ପାଖରେ ଅଛି ଓ କିଏ ରଖିଛି ଏନେଇ ସେ ବଡ଼ ବୟାନ ଦେଇଛନ୍ତି। ଓଡିଶାରେ ଗଣମାଧ୍ୟମ, ମୁଖ୍ୟମନ୍ତ୍ରୀ, ରାଜ୍ୟ ଆଇନ ମନ୍ତ୍ରୀ ତଥା ବହୁବିଶିଷ୍ଟ ରାଜନୈତିକ ବ୍ୟକ୍ତି ବିଶେଷମାନେ ବାରମ୍ବାର କହି ଆସୁଛନ୍ତି ଯେ ୪୬ ବର୍ଷ ପରେ ରତ୍ନଭଣ୍ଡାର ଖୋଲାଯାଇଛି। ଯାହାକୁ ନିରଞ୍ଜନ ଖୋଲାଖୋଲି ଖଣ୍ଡନ କରିଛନ୍ତି। […]

କେନ୍ଦ୍ରାପଡା, ୧୫/୭: ଓଡିଶା ଆଦର୍ଶ ଯୁବ ସଂଗଠନ ତରଫରୁ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ପଞ୍ଚାୟତର ଗୁଣ୍ଡୁଚି ମଠ ନିକଟରେ ଆଜି ୨୦୦ରୁ ଅଧିକ ବୃକ୍ଷରୋପଣ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଧାୟକ ଗଣେଶ୍ୱର ବେହେରା କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । ସେ କହିଥିଲେ ଯେ ଜଳବାୟୁ ପରିବର୍ତ୍ତନ ଜନିତ ଆହ୍ୱାନ ସମ୍ପ୍ରତି ପୃଥିବୀର ଅସ୍ତିତ୍ୱ ଓ ଭବିଷ୍ୟତକୁ ନେଇ ଏକ ସଂକଟମୟ ଦୋଛକିରେ ଠିଆ […]

କେନ୍ଦ୍ରାପଡା ୧୫/୭ – କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ପିତାମ୍ବର ସାମଲଙ୍କୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତ କରାଯାଇଛି । ଏହା ପୂର୍ବରୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାମଲଙ୍କୁ ପଦୋନ୍ନତି ମିଳିଛି । ଓଡ଼ିଶା ଲୋକସେବା ଆୟୋଗର ସୁପାରିଶ କ୍ରମେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଚିଠି ନମ୍ବର […]