ପଟ୍ଟାମୁଣ୍ଡାଇର ବିଭିନ୍ନ ସ୍ଥାନରେ ପବିତ୍ର ବାହୁଡାଯାତ୍ରା ପଟ୍ଟାମୁଣ୍ଡାଇ ଅଂଚଳର ବିଭିନ୍ନ ସ୍ଥାନରେ ପବିତ୍ର ବାହୁଡାଯାତ୍ରା ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଶାନ୍ତିପୂର୍ଣ୍ଣ ଭାବେ ସୋମବାର ସମ୍ପନ୍ନ ହୋଇଛି । ମାଉସୀ ମା’ ମନ୍ଦିରରେ ୯ଦିନ ରହଣିପରେ ପ୍ରଭୁ ଜଗନ୍ନାଥ ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ସୁଦଶନଙ୍କୁ ସାଙ୍ଗରେ ଧରି ଜନ୍ମବେଦି ରୁ ରତ୍ନବେଦିକୁ ଫେରିଛନ୍ତି । ମନ୍ଦିରର ସେବାୟତମାନେ ଶ୍ରୀଜୀଉଙ୍କୁ ପୂଜାର୍ଚ୍ଚନା କରି ପାଛୋଟି ଆଣିଛନ୍ତି । ପଟ୍ଟାମୁଣ୍ଡାଇ […]
Year: 2024
ପୁରୀ, ୧୪ା୭: ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ରବିବାର ଦିନ ୧ଟା ୨୮ରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲାଯାଇଛି । ରତ୍ନଭଣ୍ଡାର ଖୋଲିବା ପାଇଁ ଗଠନ କରାଯାଇଥିବା ସ୍ୱତନ୍ତ୍ର ଟିମ୍ ପ୍ରଥମେ ବାହାର ରତ୍ନଭଣ୍ଡାର ଖୋଲିଛନ୍ତି । ପ୍ରଥମେ ବାହାର ରତ୍ନଭଣ୍ଡାର ଖୋଲିବା ପରେ ଅଳଙ୍କାର ସ୍ଥାନାନ୍ତରିତ କରାଯାଇଛି । ଏହାକୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମ୍କୁ ସ୍ଥାନାନ୍ତରିତ କରାଯାଇଛି । ବାହାର ରତ୍ନଭଣ୍ଡାର ଖୋଲିବାର ପ୍ରାୟ ୨ ଘ ଭିତର ରତ୍ନଭଣ୍ଡାର ତାଲା […]
କେନ୍ଦ୍ରାପଡ଼ା, ୧୪ା୭: କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଓସ୍ତପୁର ଗ୍ରାମର ପ୍ରିୟଦର୍ଶନ ସ୍ୱାଇଁଙ୍କ ଘରୁ ଗତକାଲି ବିଳମ୍ବିତ ରାତିରେ କେହିନଥିବାର ସୁଯୋଗ ନେଇ ଗ୍ରୀଲ ଭାଙ୍ଗି ଘର ଭିତରେ ଚୋର ପସିବା ସହିତ ଆଲମିରା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନାଗହଣା କେହି ଲୁଟ କରିନେଇଥିବା ସଦର ଥାନାରେ ଅଭିଯୋଗ ହୋଇଛି । ପ୍ରିୟଦର୍ଶନ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ ସେ ପରିବାର ସହ କଟକ ଯାଇଥିବା ବେଳେ ଗତକାଲି ଅପରାହ୍ନ […]
କେନ୍ଦ୍ରାପଡ଼ା, ୧୪ା୭: କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଆଲୁମିନି ବୈଠକ ସଭାପତି ପ୍ରାଧ୍ୟାପକ ନନ୍ଦ କିଶୋର ପରିଡାଙ୍କ ଅଧ୍ୟକ୍ଷତାରେ କଲେଜ ମିନି କନଫରେନ୍ସ ହଲରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାବିଦ୍ୟାଳୟରୁ ଏସି ଚୋରି ଘଟଣାର ଉପଯୁକ୍ତ ତଦନ୍ତ ପୂର୍ବକ ପ୍ରକୃତ ଅଭିଯୁକ୍ତଙ୍କୁ ଦଣ୍ଡିତ କରାଯିବା ପାଇଁ ତଦନ୍ତକାରୀ ସଂସ୍ଥା ନିକଟରେ ଦାବି କରାଯାଇଛି । ଆସନ୍ତା ଅଗଷ୍ଟମାସ ୨୫ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ କେନ୍ଦ୍ରାପଡା ଜିଲ୍ଲାର ସମସ୍ତ […]
କେନ୍ଦ୍ରାପଡା, ୧୪/୭: କେନ୍ଦ୍ରାପଡା ଜିଲ୍ଲା ପୂର୍ବତନ ସୈନିକ ସଂଘର ୨୮ତମ ସାଧାରଣ ବାର୍ଷିକ ଅଧିବେଶନ ଗରାପୁରସ୍ଥିତ ଶ୍ରୀଶ୍ରୀ ଶିବାନନ୍ଦ ଆଶ୍ରମରେ ଅନୁଷ୍ଠିତ ହୋଇଯାଇଛି । ଏହି ଅଧିବେଶନରେ ଅଧ୍ୟକ୍ଷ କ୍ୟାପଟେନ ସୁରେନ୍ଦ୍ର କୁମାର ସାହୁ, ସାଧାରଣ ସମ୍ପାଦକ ସୁବେଦାର ମେଜର ବୀରବର ପାତ୍ର, ପୂର୍ବତନ ଅଧ୍ୟକ୍ଷ କୈଳାଶ ଚନ୍ଦ୍ର ରାଉତ, ପୂର୍ବତନ ସାଧାରଣ ସମ୍ପାଦକ ପବିତ୍ର ମୋହନ କାନୁନଗୋ, ପୂର୍ବତନ ଅଧ୍ୟକ୍ଷ ଏବଂ ସାଧାରଣ ସମ୍ପାଦକ ମହେଶ୍ୱର କର ତଥା […]
କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇରେ ସରକାରୀ ଶିକ୍ଷକ, ଅଧ୍ୟାପକମାନେ ସରକାରୀ ନିୟମର ଖୋଲା ଉଲ୍ଲଂଘନ କରି ବେସରକାରୀ ଟ୍ୟୁସନ୍ ଓ କୋଚିଂ ସେଂଟରରେ ଶିକ୍ଷାଦାନ କରୁଛନ୍ତି । ଯାହାକୁ ନେଇ ବିଭିନ୍ନ ସ୍ଥାନରେ ଟ୍ୟୁସନ୍, ଶତାଧିକ କୋଚିଂ ସେଂଟର ଓ ଟ୍ୟୁଟୋରିଆଲ ଆଦି ଅବାଧରେ ଚାଲିଛି । ଏହାଦ୍ୱାରା ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକରେ ଗୁଣାତ୍ମକ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି । ଏହାକୁ ନେଇ ଅଭିଭାବକମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଅଭିଭାବକ ତଥା […]
କେନ୍ଦ୍ରାପଡା ଜିଲାର ବିଣିଜ୍ୟକ ପେଣ୍ଠସ୍ଥଳି ପଟ୍ଟାମୁଣ୍ଡାଇରେ ସ୍ୱଚ୍ଛ ପରିମଳ ବ୍ୟବସ୍ଥା ନେଇ ପୌରପରିଷଦ ପକ୍ଷରୁ ଦୀର୍ଘସୁତ୍ରୀ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ସଚେତନତା କ୍ୟାମ୍ପ ଠାରୁ ଆରମ୍ଭ କରି ଘରେ ଘରେ ବର୍ଜ୍ୟବସ୍ତୁ ପରିଚାଳନା ନେଇ ତାଲିମ ମଧ୍ୟ ଦିଆଯାଉଛି । ହେଲେ ତାହା ଅଧିକାଂଶରେ ବିଫଳ ହେଉଥିବାର ଦେଖିବାକୁ ମିଳିଛି । ସେଥିମଧ୍ୟରୁ ଗୋଟିଏ ହେଉଛି ଇ-ଟଏଲେଟ । କୋଟିକୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ଏହି ଟଏଲେଟ […]
କେନ୍ଦ୍ରାପଡ଼ା, ୧୩ା୭: ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଦୀର୍ଘ ତିନି ବର୍ଷ ଧରି କ୍ରିୟାନୁଷ୍ଠାନ କମିଟି ନେତୃତ୍ୱରେ ଧାରାବାହିକ ଭାବରେ ଚାଲିଥିବା ଆନ୍ଦୋଳନକୁ ପୂର୍ବତନ ସରକାର ଉପେକ୍ଷା କରି ଚାଲିଥିଲା ବେଳେ ଏବେ ସରକାର ପରିବର୍ତ୍ତନ ହେବା ପରେ ଜିଲ୍ଲାବାସୀଙ୍କର ଏହି ଦାବି ପୁରଣ ହେବାର ଆଶା ପୋଷଣ କରିଛି । ଏହି ଉଦ୍ଦେଶ୍ୟରେ ପବ୍ଲିକ୍ ରିଡିଂ ରୁମ୍ ପରିସରରେ କମିଟିର ସଭାପତି ଅଧ୍ୟାପକ ଅଜୟ ସାମଲଙ୍କ ପରିଚାଳନାରେ […]
କେନ୍ଦ୍ରାପଡା, ୧୩/୭: କେନ୍ଦ୍ରାପଡାର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ସଂଗଠନ “ବାଗ୍ଦେବୀ କଳା ମନ୍ଦିର” ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ସଙ୍ଗୀତ ଓ ନୃତ୍ୟ ମହୋତ୍ସବ ଉଦ୍ଯାପିତ ହୋଇଯାଇଛି । ଅନୁଷ୍ଠାନର ସଂଯୋଜକ ସଙ୍ଗୀତ ନିର୍ଦ୍ଦେଶକ ସତ୍ୟପ୍ରିୟ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଂସ୍କୃତିକ ସନ୍ଧ୍ୟାରେ କେନ୍ଦ୍ରାପଡାର ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଓଡିଶାର ସଂସ୍କୃତି […]
କେନ୍ଦ୍ରାପଡା, ୧୨/୭: ଜଳବାୟୁ ପରିବର୍ତ୍ତନ ଜନିତ ଆହ୍ୱାନ ସମ୍ପ୍ରତି ପୃଥିବୀର ଅସ୍ତିତ୍ୱ ଓ ଭବିଷ୍ୟତକୁ ନେଇ ଏକ ସଂକଟମୟ ଦୋଛକିରେ ଠିଆ କରାଇ ଦେଇଛି । ସାରାବିଶ୍ୱ ଏବେ ଆଶଙ୍କାଗ୍ରସ୍ତ । ସବୁଜିମା ହିଁ ଏହାର ଏକମାତ୍ର ସମାଧାନର ମାର୍ଗ । ଏ ଦିଗରେ ଏକ ଅଭିନବ ସଚେତନତା ସୃଷ୍ଟି ନିମନ୍ତେ ‘ପୁନର୍ବାସ’ ପକ୍ଷରୁ ସମାଜର ବିଭିନ୍ନ ବର୍ଗର ପ୍ରତିନିଧି ଯେପରି ଡାକ୍ତର, ଶିକ୍ଷକ ଓ ଅନ୍ୟ ପ୍ରତିନିଧିମାନଙ୍କୁ ଉତ୍କୃଷ୍ଟ […]
ଡେରାବିଶ – ୧୨/୭ – ଖାଦ୍ୟ ସୁରକ୍ଷା ଯୋଜନାରେ ସମସ୍ତ ଗରିବ ହିତାଧିକାରୀଙ୍କୁ ରାସନ ମିଳିବା ନେଇ ରାଜ୍ୟ ଓ କେନ୍ଦ୍ର ସରକାର ଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡ øପ୍ରଦାନ କରିଛନ୍ତି । ଏଥରସହିତ ଭୁମିହୀନ, ଅସହାର, ବେରୋଜଗାର ଓ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ପ୍ରତ୍ୟେକ ମାସରେ ଅନ୍ତୋଦୟ ଯୋଜନା ମାଧ୍ୟମରେ ୩୫ କେଜି ଚାଉଳ ଦେବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି । […]
ପଟ୍ଟାମୁଣ୍ଡାଇ ତା ୧୨/୭-ପଟ୍ଟାମୁଣ୍ଡାଇ ବ୍ଲକ ଜରିଆ ବଳଦେବ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ସିଦ୍ଧ ପରମହଂସ ନୋଡାଲ ଉପ୍ରା ସ୍କୁଲ କ୍ଲଷ୍ଟର ପକ୍ଷରୁ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ନୃସିଂହଜୀଉ ନୋଡାଲ ଉପ୍ରା ସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଅରକ୍ଷିତ ସାହୁଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ପ୍ରାକ୍ତନ ବି ଇ ଓ ନରହରି ସୂତାର ମୁଖ୍ୟଅତିଥି, ପ୍ରାକ୍ତନ ସ୍କୁଲ ଏସ ଆଇ ବିଜୟ […]
କେନ୍ଦ୍ରାପଡା,୧୨ା୭: କେନ୍ଦ୍ରାପଡ଼ା କେନ୍ଦ୍ରୀୟ ବିଦ୍ୟାଳୟର ତୃତୀୟ ଶ୍ରେଣୀ ଛାତ୍ର ବିକାଶ ରଞ୍ଜନ ସାହୁ ବିଦ୍ୟାଳୟ ପରିସରରେ ୧୨୦ ଟି ବୃକ୍ଷର ଚାରା ଲଗାଇ ବିଶ୍ୱତାପ ନିୟନ୍ତ୍ରଣର ବାର୍ତ୍ତା ଦେଇଛନ୍ତି । ନିଜର ଜନ୍ମଦିନକୁ ପରିବେଶର ସୁରକ୍ଷା ପାଇଁତ୍ତସେ ଉତ୍ସର୍ଗ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ ପୃଥିବୀ ପୃଷ୍ଠରୁ ବ୍ୟାପକ ବୃକ୍ଷ କାଟି ନଷ୍ଟ କରାଯାଉଥିବାରୁ ବିଶ୍ୱ ତାପନ ପରିସ୍ଥିତି ସୃଷ୍ଟି ହେଉଛି । ଫଳରେ ଜଳବାୟୁରେ […]
କେନ୍ଦ୍ରାପଡ଼ା, ୧୨ା୭: କୁଶିଆପାଳସ୍ଥିତ ସରକାରୀ ସିନିଅର ବେସିକ ଉନ୍ନିତ ହାଇସ୍କୁୁଲରେ ବ୍ଲକ ସ୍ତରୀୟ ପ୍ରେରଣା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀକାନ୍ତ କୁମାର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବ୍ଲକ ସ୍ତରୀୟ ପ୍ରେରଣା ମହୋତ୍ସବରେ ପ୍ରଧାନ ଶିକ୍ଷୟିତ୍ରୀ ଶୁଭାଲିନ ଜେନା ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରିଥିଲେ । ଏଥିରେ ସମ୍ମାନୀତ ଅତିଥି ଭାବେ ନୋଡାଲ ପ୍ରଧାନ ଶିକ୍ଷୟିତ୍ରୀ ଡ. କାନନବାଳା ନାୟକ […]
କେନ୍ଦ୍ରାପଡ଼ା, ୧୨ା୭: କେନ୍ଦ୍ରାପଡା ମହାବିଦ୍ୟାଳୟରୁ ଏସି ଚୋରି ଘଟଣାର ମାଷ୍ଟରମାଇଣ୍ଡ ଗିରଫ ଓ ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ ଦ୍ୱାରା କରାଯିବା ଦାବିରେ ଟାଉନ ଥାନା ସମ୍ମୁଖରେ ବିଗତ ୫ଦିନ ଧରି ଧାରଣାରତ ମହାବିଦ୍ୟାଳୟର ପୁରାତନ ଛାତ୍ରମାନେ ଆଜି ଅପରାହ୍ନରେ ଦାବି ପୁରଣର ପ୍ରତିଶୃତି ପାଇବା ପରେ ଧାରଣାକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯିବା ଘୋଷଣା କରିଛନ୍ତି । ଆଜି ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟ୍ଟାରିଆଙ୍କ ନିର୍ଦେଶରେ ପୋଲିସ ମୁଖ୍ୟାଳୟର ଡିଏସପି […]
କେନ୍ଦ୍ରାପଡ଼ା, ୧୧ା୭: ନାବାର୍ଡ ଏସ.ଏଫ୍.ଏସି ଏବଂ ଓ ଏନ ଡିସିର ମିଳିତ ଆନୁକୁଲ୍ୟରେ କଟକ ବାଲିଯାତ୍ରା ପଡ଼ିଆରେ କୃଷକ ଉତ୍ପାଦକ ସଂଗଠନ ମାନଙ୍କୁ ନେଇ ତରଙ୍ଗ ମେଳା -୨ ଅନୁଷ୍ଠିତ ହୋଇଯାଇଛି । ଜୁଲାଇ ୪ରୁ ଜୁଲାଇ ୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଚାଷୀମାନଙ୍କର ଉତ୍ପାଦ ପ୍ରଦର୍ଶନୀ ତଥା ବିକ୍ରିବଟା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଓଡ଼ିଶା ଓ ପଶ୍ଚିମବଙ୍ଗ ରାଜ୍ୟରୁ ୪୦ଟି କୃଷକ ଉତ୍ପାଦକ ସଂଘର […]
କେନ୍ଦ୍ରାପଡ଼ା, ୧୧ା୭: ନ୍ୟାସନାଲ ସ୍ପୋର୍ଟ୍ସ ଫେଡେରେସନ ପକ୍ଷରୁ ମଧ୍ୟପ୍ରଦେଶ ରାଜ୍ୟର ଉଜୈନଠାରେ ଆୟୋଜିତ ସର୍ବ ଭାରତୀୟ ସିନିୟର ପାୱ।ର ଲିଫ୍ଟିଂ ଚମ୍ପିଅନସିପ୍ ପ୍ରତିଯୋଗିତାରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପଞ୍ଚାୟତର ଜଗନ୍ନାଥପୁର ଗ୍ରାମ ନିବାସୀ ନୃସିଂହ ଚରଣ ସ୍ୱାଇଁ ଓ କମଳା ସ୍ୱାଇଁଙ୍କ ନାତି ତଥା ଶିକ୍ଷକ ନିର୍ମଳ କୁମାର ସ୍ୱାଇଁଙ୍କ ୨୧ବର୍ଷୀୟ ପୁତ୍ର ରୋନିତ ରୋଶନ ସ୍ୱାଇଁ ଅଂଶଗ୍ରହଣ କରି ରୌପ୍ୟ ପଦକ ହାସଲ କରିଛନ୍ତି । ପୂର୍ବରୁ […]
କେନ୍ଦ୍ରାପଡ଼ା, ୧୧ା୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦେଶ୍ୟରେ କେନ୍ଦ୍ରାପଡା ସିଟୁ ପକ୍ଷରୁ ଏକ ସ୍ମାରକପତ୍ର ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ରଙ୍କୁ ଆଜି ପ୍ରଦାନ କରାଯାଇଛି । ସେହି ସ୍ମାରକପତ୍ରରେ ଉଲ୍ଲେଖ ରହିଛି ଯେ ରାଜ୍ୟର ଶ୍ରମଜୀବୀ ଲୋକଙ୍କର ଆଶୁ ଓ ମୈାଳିକ ସମସ୍ୟାର ସମାଧାନ ପାଇଁ ସମସ୍ତ ପ୍ରକାର ଉଦ୍ୟମ ମୁଖ୍ୟମନ୍ତ୍ରୀ କରିବେ । ରାଜ୍ୟର ସମୁଦାୟ ଶ୍ରମଜୀବୀ ଜନସଂଖ୍ୟାର ୯୦ ପ୍ରତଶତରୁ ଉର୍ଦ୍ଧ୍ୱ ଯେଉଁମାନେ ବିଭିନ୍ନ ଘରୋଇ […]
କେନ୍ଦ୍ରାପଡ଼ା, ୧୧ା୭: କେନ୍ଦ୍ରାପଡା ମହାବିଦ୍ୟାଳୟରୁ ଏସି ଚୋରି ଘଟଣାରେ ଟାଉନ ଥାନା ପୋଲିସର ଏକ ଟିମ୍ ଆଜି ମହାବିଦ୍ୟାଳୟ ପରିସରରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । କେଉଁଠାରେ ଏସି ଲାଗିଥିଲା ଏବଂ କେଉଁଠି ଷ୍ଟାବିଲାଇଜର ଲାଗିଥିଲା ପୋଲିସ ସେସବୁ ବିଷୟରେ ତଦନ୍ତ କରିଛି । ଏସି ଓ ଷ୍ଟାବିଲାଇଜରର କାଗଜପତ୍ର ଇତ୍ୟାଦି ପୋଲିସ ଯାଞ୍ଚ କରିଛି । କଲେଜ ହିସାବ ବିଭାଗକୁ ଯାଇ ଏସି ଓ ଷ୍ଟାବିଲାଇଜର […]
କେନ୍ଦ୍ରାପଡ଼ା,୧୧ା୭ : କେନ୍ଦ୍ରାପଡା ସହର ନିକଟ ଭ୍ରମରଦିଆପାଟଣାର ଉଦୟନଗର ଗାଁରେ ଥିବା ଟାଇମସ୍ ଗୁରୁକୂଳ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବିଦ୍ୟାର୍ଥୀ ମାନେ କ୍ଲାସ କରୁଥିବା ସମୟରେ ଅସହ୍ୟ ଗୁଳୁଗୁଳି ଓ ବିଦ୍ୟୁତ ବିଭ୍ରାଟ ଯୋଗୁ ୧୨ ଛାତ୍ରୀଛାତ୍ର ସଂଜ୍ଞାହୀନ ହୋଇ ପଡିଛନ୍ତି । ବିଦ୍ୟାଳୟ ପକ୍ଷରୁ ସେମାନଙ୍କୁ କେନ୍ଦ୍ରାପଡା ଜିଲା ଡାକ୍ତରଖାନାରେ ଭର୍ତି କରାଯାଇଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବିଦ୍ୟାଳୟରେ […]
କେନ୍ଦ୍ରାପଡା, ୧୦/୭: କେନ୍ଦ୍ରାପଡା ସଦରଥାନା ଅନ୍ତର୍ଗତ ଚକ୍ରୋଡା ପଞ୍ଚାୟତ କାର୍ଯ୍ୟାଳୟରୁ ଏକମାସ ପୂର୍ବରୁ ଦୁର୍ବୃତ୍ତମାନଙ୍କ ଦ୍ୱାରା ବହୁ ମୂଲ୍ୟବାନ ସାମଗ୍ରୀ ତାଲା ଭାଙ୍ଗି ଚୋରି ହୋଇଥିଲା । ଚକ୍ରୋଡା ସରପଞ୍ଚ ତନୁଜା ନାୟକ ସଦର ଥାନାରେ ଏତଲା ଦେଇଥିଲେ । ଏହି ଏତଲାକୁ ଭିତ୍ତିକରି ସଦର ଥାନା ପୋଲିସ ବହୁ ସାମଗ୍ରୀ ଜବତ କରି ୫ଜଣଙ୍କୁ ଥାନାରେ ଅଟକ ରଖିଛି । ଡକାୟତମାନେ ହେଲେ ସଦରଥାନା ଅନ୍ତର୍ଗତ ନରିଲୋ ଗ୍ରାମର […]
କେନ୍ଦ୍ରାପଡା, ୧୦ା୭: କେନ୍ଦ୍ରାପଡା ପୌରସଂସ୍ଥା ଅନ୍ତର୍ଗତ ଭଗେଶ୍ୱରପୁରସ୍ଥିତ ବଳଦେବ ଉଚ୍ଚ ବିଦ୍ୟାଳୟରେ ୭୫ତମ ବନ ମହୋତ୍ସବ ପାଳନ କରାଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ବିଦ୍ୟାଳୟର ପୁରାତନ ଛାତ୍ର ସଂସଦର ସଭାପତି ଅଧ୍ୟାପକ ଅଜୟ କୁମାର ସାମଲ ସଭାପତିତ୍ୱ କରିଥିଲେ । କେନ୍ଦ୍ରାପଡା ବନପାଳ ରାମ ତିରିଆ, ବନରକ୍ଷୀ ମୋନାଲିସା ସାହୁ, ଲକ୍ଷ୍ମୀକାନ୍ତ ଲେଙ୍କା ଓ ବିଜୟକେତନ ଦାଶ, ପାରା କର୍ମଚାରୀ ଦ୍ୱୟ ପ୍ରମୁଖ ବନ ମହୋତ୍ସବ ପାଳନର […]
କେନ୍ଦ୍ରାପଡା ୧୦/୭ – ଓଡିଶା ଲଳିତକଳା ଏକାଡେମି ଦ୍ୱାରା ଆୟୋଜିତ ‘ଶ୍ରୀ ଜଗନ୍ନାଥ’ ଚିତ୍ରକଳା ଶିବିର ଭୂବନେଶ୍ୱର ପାନ୍ଥନିବାସ ଠାରେ ପୁରୀ ରଥଯାତ୍ରା ଉପଲକ୍ଷେ ୨୮ ଜଣ ସୁନାମଧନ୍ୟ ଚିତ୍ରଶିଳ୍ପୀଙ୍କୁ ନେଇ ଚିତ୍ର କର୍ମଶାଳା ଅନୁଷ୍ଠିତ ହୋଇଅଛି । ଏହା ୧ ଜୁଲାଇ ଠାରୁ ଆରମ୍ଭ ହୋଇ ୪ ଜୁଲାଇରେ ଶେଷ ହୋଇଥିବା ବେଳେ ପୁରୀଠାରେ ଏହି ପ୍ରଦଶନୀ ବାହୁଡା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ । ଉକ୍ତ […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବରିଷ୍ଠ ନାଗରିକ ମଂଚ ତରଫରୁ ବରିଷ୍ଠ ସଭ୍ୟ ତଥା ସ୍ଥାନୀୟ ସାତ ଭଉଣୀ ମଧ୍ୟ ଇଂରାଜୀ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଦିବଗଂତ ଲକ୍ଷ୍ମୀଧର ଦାଶଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ପଟ୍ଟାମୁଣ୍ଡାଇ ସ୍ଥିତ ବରିଷ୍ଠ ନାଗରିକ ଚିତ ବିନୋଦନ ଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଅଛି । ବରିଷ୍ଠ ନାଗରିକ ମଂଚ ସଭାପତି ପ୍ରଫେସର ଅନିରୁଦ୍ଧ ରାଉଳ ସଭାପତିତ୍ୱ ଅନୁଷ୍ଠିତ ସଭାରେ ସମ୍ପାଦକ ପ୍ରଫେସର ଭରତ […]