କେନ୍ଦ୍ରାପଡ଼ା, ୬ା୭: ଦିନକୁ ଦିନ ଅଧିକରୁ ଅଧିକ ବିବାଦରେ ଛନ୍ଦି ହୋଇପଡୁଥିବା ରାଜକନିକା ବ୍ଲକର ଦୁଇ ଛତୁଆ ପ୍ରସ୍ତୁତକାରୀ ସ୍ୱୟଂ ସହାୟିକା ଗୋଷ୍ଠୀ ନିଜ ନିଜର ନିମ୍ନମାନର ଛତୁଆ ପ୍ରସ୍ତୁତିକୁ ନେଇ ଚର୍ଚ୍ଚାରେ ଥିବା ବେଳେ ସେଥିମଧ୍ୟରୁ ଗୋଟିଏ ଗୋଷ୍ଠୀକୁ ଲାଦ୍ଭ ପାଇଁ ମଧ୍ୟାହ୍ନଭୋଜନ(ଏମଡିଏମ) ଚାଉଳ ଯୋଗାଣ, ଛତୁଆ ପ୍ରସ୍ତୁତି ଓ ବଣ୍ଟନ ସହ ଦୁଧ ପ୍ରକ୍ରିୟାକରଣ ଭଳି ଲାଭଜନକ କାର୍ଯ୍ୟକ୍ରମ ସବୁ ଦିଆଯାଇଛି । ତାହାକୁ ନେଇ ଏବେ […]

କେନ୍ଦ୍ରାପଡ଼ା, ୬ା୭: କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରୁ ଏକ ନୂତନ ଏ.ସି. ଚୋରୀ ହୋଇଥିବା ସମ୍ପର୍କରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଭିଜିତ ବୋଷଙ୍କ ପକ୍ଷରୁ କେନ୍ଦ୍ରାପଡା ଟାଉନ ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ଏହି ଅଭିଯୋଗ ପାଇବା ପରେ ଟାଉନ ଥାନା ପୋଲିସ ପକ୍ଷରୁ ତଦନ୍ତ କରାଯାଇ କଲେଜରେ ଦୀର୍ଘଦିନ ଧରି କାମକରୁଥିବା ଜଣେ ଇଲେକ୍ଟ୍ରିକର୍ମଚାରୀ କୁ ଗିରଫ କରାଯିବା ସହ ତାଙ୍କ ଠାରୁ ଚୋରୀ ଯାଇଥିବା ଏସି ଟିକୁ […]

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ପ୍ରଶାସନ ଓ ମିଶନ ଶକ୍ତି ପକ୍ଷରୁ ୭୫ତମ ବନ ମହୋତ୍ସବ ଅବସରରେ ପରିବେଶ ସୁରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକ୍ରମେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।  ଏହି ଉପଲକ୍ଷେ ପଟ୍ଟାମୁଣ୍ଡାଇ  ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟଙ୍କ ପୌରହିତ୍ୟରେ ଆୟୋଜିତ ଉତ୍ସବରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଜଳବାୟୁ ପରିବର୍ତନ ଯୋଗୁଁ ମାଟି ତଳେ […]

କେନ୍ଦ୍ରାପଡ଼ା, ୬ା୭: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବୀର ହନୁମାନଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମୁଡ୍ ତରଫରୁ ନିକିରାଇ କଲେଜର ଉପାଧ୍ୟକ୍ଷ ଡଃ ହେମନ୍ତ ପରିଡାଙ୍କ ଅଧ୍ୟକ୍ଷତାରେ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଇକୋ କ୍ଲବର ମାଷ୍ଟର ଟ୍ରେନର ପରିବେଶବିତ୍ ଗୋପୀନାଥ ଦାଶ ଯୋଗଦେଇ କହିଥିଲେ ପରିବେଶ ସୁରକ୍ଷା ନକଲେ ଜୀବ ଓ ଉଦ୍ଭିଦ ଜଗତ ବଞ୍ଚିତ ରହିପାରିବ […]

ପ୍ରତିବର୍ଷ ଜୁଲାଇ ମାସର ୧ ତାରିଖ ରୁ ୭ ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶରେ ପାଳିତ ହେଉଛି ୭୫ତମ ବନମହୋତ୍ସବ । ଏହି ଅବସରରେ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ବକ୍ତାରପୁର ହାଇସ୍କୁଲ ୨୦୦୧ ମସିହା ପୂର୍ବତନ ଛାତ୍ରୀଛାତ୍ରଙ୍କ ତରଫରୁ ଅଳଭା ୟୁଜି ୟୁପି ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୁରାତନ ଛାତ୍ର ଆଇନଜିବୀ ମନୋଜ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଧାନ […]

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଶ୍ରୀ ଶ୍ରୀ ପତିତପାବନ ଜିଉଙ୍କର ରାତି ପାହିଲେ ଜମିବ ଭକ୍ତଙ୍କ ଭିଡ଼ । ଘଂଟିଘଂଟା, ଶଙ୍ଖ ଧ୍ୱନିରେ ଉଛୁଳି ଉଠିବ ଚର୍ତୁଦିଗ । ଭକ୍ତଙ୍କ ଗହଳୀ ଭିଡରେ ମାଉସୀ ଘରକୁ ଯିବେ ତିନି ଠାକୁର । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଥିବା ବେଳେ ଶ୍ରୀଜୀଉଙ୍କ ରଥର ସାଜସଜ୍ଜାରେ ଶେଷ ସ୍ପର୍ଶ ଦେଉଛନ୍ତି ଶିଳ୍ପୀ ଓ କାରିଗର । ସମସ୍ତ ଶିଳ୍ପୀ ଅକ୍ଷୟ ତୃତୀୟା ଠାରୁ […]

ପଟ୍ଟାମୁଣ୍ଡାଇ ନଗର ଯୁବବିଜେଡି ସଭାପତି ମିଟୁ ମନୋଜ ନାୟକ ଦଳୀୟ ପଦବୀ ଓ ଦଳର ପ୍ରାଥମିକ ସଦସ୍ୟ ପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି । ସେ ନିଜର ଇସ୍ତଫାପତ୍ର କେନ୍ଦ୍ରାପଡ଼ା ଜିଲ୍ଲା ଯୁବବିଜେଡି ସଭାପତି ରାଜେଶ ଦାସଙ୍କ ନିକଟକୁ ପଠାଇ ଦେଇଛନ୍ତି । ନିଜ ଇସ୍ତଫାପତ୍ରରେ ସେ ବ୍ୟକ୍ତିଗତ କାରଣ ପାଇଁ ଇସ୍ତଫା ଦେଇଥିବା ଦର୍ଶାଇଛନ୍ତି । ଜଣେ ଯୁବଛାତ୍ର ନେତା ଭାବେ ଏକ ଜାତୀୟ ଦଳରୁ ରାଜନୈତିକ କ୍ୟାରିଅର […]

କେନ୍ଦ୍ରାପଡା, ୫ା୭:କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ବାଳିକା ଉଚ୍ଚ ବିଦ୍ୟାଳୟର ଗୃହ ନିର୍ମାଣ କାର୍ଯ୍ୟରେ ଅନିୟମିତତା ହୋଇଥିବା ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ ହୋଇଛି । ୨୦୨୨-୨୩ ଆର୍ଥିକ ବର୍ଷରେ ୫-ଟି ଯୋଜନାର ତୃତୀୟ ପର୍ଯ୍ୟାୟରେ ଗତ ୬ମାସ ତଳେ ଏହି ଶ୍ରେଣୀଗୃହର ନିର୍ମାଣ କାର୍ଯ୍ୟ କରାଯାଇଛି । ମୋଟ ବ୍ୟୟ ଅଟ୍ଟକଳ ୪୫ଲକ୍ଷ ଟଙ୍କା ରହିଥିବା ବେଳେ ଗୃହନିର୍ମାଣ ପାଇଁ ବ୍ୟୟ ଅଟ୍ଟକଳ ୭ଲକ୍ଷ, ୬୫ହଜାର ୮୦ଟଙ୍କା ରହିଛି । […]

କେନ୍ଦ୍ରାପଡ଼ା, ୫ା୭: କେନ୍ଦ୍ରାପଡା ବ୍ଲକ ଅଧିନ ଓସ୍ତପୁର ଗ୍ରାମପଞ୍ଚାୟତର ଦେପୁର ଗ୍ରାମସ୍ଥିତ ସରସ୍ୱତୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ସପ୍ତାହ- ୨୦୨୪ ଆଜି ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରଧାନ ଶିକ୍ଷୟିତ୍ରୀ କାଦମ୍ବିନୀ ନାୟକଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଉତ୍ସବରେ ଛାତ୍ରଛାତ୍ରୀମାନେ ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଯଶ୍ୱସୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅନୁରୋଧ କ୍ର୍ରମେ ‘ମା ପାଇଁ ଗଛଟିଏ’କାର୍ଯ୍ୟକ୍ରମକୁ ସଫଳ କରିଥିଲେ । […]

କେନ୍ଦ୍ରାପଡ଼ା, ୫ା୭: କେନ୍ଦ୍ରାପଡା ଜିଲ୍ଲା ଦକ୍ଷତା ମିଶନ ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକର ପ୍ରାରମ୍ଭରେ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଘନଶ୍ୟାମ ସାହା ଜିଲ୍ଲାରେ କାର୍ଯ୍ୟକାରୀ ହୋଇଥିବା ଦକ୍ଷତା ବିକାଶ ସମ୍ବନ୍ଧରେ ସମସ୍ତ ତଥ୍ୟ ଉପସ୍ଥାପନା କରିଥିଲେ । ଏହି ବୈଠକରେ ଦକ୍ଷତା ବିକାଶ ସମ୍ବନ୍ଧୀୟ ତଥା ନିଯୁକ୍ତି ଭିତ୍ତିକ ଦକ୍ଷତା […]

ପଟ୍ଟାମୁଣ୍ଡାଇ କଲେଜ ତାର ଶକ୍ତି, ଦୁର୍ବଳତା ଓ ଆହ୍ୱାନକୁ ସମୀକ୍ଷା କରି ଆଗକୁ ବଢିଲେ ଓଡିଶାର ଏକ ଅଗ୍ରଣୀ କଲେଜ ଭାବେ ସୁନାମ ଅର୍ଜନ କରିବା ସହିତ ସଫଳ ଛାତ୍ରଛାତ୍ରୀ ସୃଷ୍ଟି କରିବାରେ ସଫଳ ହୋଇପାରିବ ବୋଲି ଆଜି ପଟ୍ଟାମୁଣ୍ଡାଇ କଲେଜର ୫୪ତମ ପ୍ରତିଷ୍ଠା ଦିବସରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାଜନଗର ବିଧାୟକ ଧ୍ରୁବ ସାହୁ ପ୍ରକାଶ କରିଛନ୍ତି ।   କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ କଲେଜ ପରିଚାଳନା […]

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇକୁ ଏକ ସ୍ୱତନ୍ତ୍ର ସବଡିଭିଜନ ମାନ୍ୟତା ଦେବା ପାଇଁ ଅଂଚଳବାସୀଙ୍କ ତରଫରୁ ଦୀର୍ଘ ବର୍ଷ ହେଲା ଦାବି ହୋଇ ଆସୁଛି ।ଏଥିନେଇ ରାଜ୍ୟ ସରକାର ସବ୍‌ଡିଭିଜନ ପ୍ରସ୍ତାବକୁ ବିଚାରଧୀନ ରଖିଥିବା ବେଳେ ପଟ୍ଟାମୁଣ୍ଡାଇରେ ବିଭିନ୍ନ ଉପଖଣ୍ଡ ସ୍ତରିୟ ସରକାରୀ ଦପ୍ତର ମାନ ଖୋଲିଛନ୍ତି । ହେଲେ ପଟ୍ଟାମୁଣ୍ଡାଇକୁ ରାଜସ୍ୱ ସବଡିଭିଜନ ମାନ୍ୟତା ଦେବା ବାକି ରହିଛିା ଫଳରେ ପଟ୍ଟାମୁଣ୍ଡାଇ ଉପରେ ନିର୍ଭର କରୁଥିବା ବିଭିନ୍ନ ବ୍ଲକ ଅଧିନରେ […]

କେନ୍ଦ୍ରାପଡ଼ା, ୪/୭: କେନ୍ଦ୍ରାପଡା ପୌରାଞ୍ଚଳସ୍ଥିତ ବଳଦେବ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ରୁବିନା ପ୍ରଧାନଙ୍କ ନେତୃତ୍ୱରେ ଜୁନିୟର ରେଡ୍‌କ୍ରସ ତରଫରୁ ବନ ମହୋତ୍ସବ ପାଳନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ସାଧନ କର୍ମୀ ତପନ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନର ବିଦ୍ୟାଳୟର ଜୁନିୟର ଛାତ୍ରଛାତ୍ରୀମାନେ ବିଭିନ୍ନ ଚାରାରୋପଣ କରିଥିଲେ । ବିଦ୍ୟାଳୟର ଅନ୍ୟ ଶିକ୍ଷକ, ଶିକ୍ଷୟତ୍ରୀ ଓ ଶିକ୍ଷା କର୍ମଚାରୀ ସହଯୋଗ କରିଥିଲେ ।

ଭରତପୁର କେନାଲବନ୍ଧ  କେନ୍ଦ୍ରାପଡ଼ା, ୪ା୭: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମର କେନାଲ ପୋଲ ଠାରୁ ବାଳିକା ବିଦ୍ୟାଳୟ ପର୍ଯ୍ୟନ୍ତ ଯାଇଥିବା କେନାଲବନ୍ଧ ରାସ୍ତାଟି ଖାଲଖମାରେ ପୂର୍ଣ୍ଣ ହୋଇପଡିଛି । ଏଥିସହିତ ବର୍ଷାରେ ସେହି ରାସ୍ତାଟିରେ ଯିବାକୁ ହେଲେ ଆଣ୍ଠୁଏ କାଦୁଅ ଭିତରେ ଦେଇ ଯିବାକୁ ପଡୁଛି । ସେହି ରାସ୍ତା ଦେଇ ଭରତପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଭରତପୁର ବାଳିକା ଉଚ୍ଚ ବିଦ୍ୟାଳୟକୁ ଦୈନିକ ଶତାଧିକ ଛାତ୍ରଛାତ୍ରୀ […]

କେନ୍ଦ୍ରାପଡ଼ା, ୨ା୭: ଆପଣ କୋଭିଡ ଟୀକା ନେଇଥିଲେ । ତେଣୁ ଆପଣଙ୍କୁ ସରକାର ଙ୍କ ପକ୍ଷରୁ ଚାରି ହଜାର ଟଙ୍କା ପୁରସ୍କାର ରାଶି ମିଳିବ । ତେଣୁ ମୋବାଇଲରେ ଦିଆଯାଇଥିବା ଲିଙ୍କ କୁ କ୍ଲିକ କରନ୍ତୁ ଓ ପୁରସ୍କାର ରାଶି ଜିତନ୍ତୁ । ଏହି ଭଳି କଲ୍ ଆସିଥିଲା କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା ଥାନା ଅନ୍ତର୍ଗତ ବଉଳାଙ୍ଗ ଗ୍ରାମ ର ମା ଶାରଳା ଏଣ୍ଟରପ୍ରାଇଜର୍ସର ମାଲିକ ପ୍ରସନ କୁମାର ରାଉତଙ୍କୁ […]

କେନ୍ଦ୍ରାପଡ଼ା, ୨ା୭: ଯୁବ ଭାରତ କୃଷକ ସଂଘ ପକ୍ଷରୁ ଆଜି ରାଜ୍ୟ କାର୍ଯ୍ୟକାରିଣୀ କମିଟିର ସଦସ୍ୟା ସୁପ୍ରଭା ଦାସ ମହାନ୍ତିଙ୍କ ସଭାପତିତ୍ୱରେ ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମାର୍ଶାଘାଇ ବ୍ରାହ୍ମଣୀଗାଁରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହେଇଯାଇଛି ।ଏହି ସମୀକ୍ଷା ବୈଠକରେ ମୁଖ୍ୟ ଅତିଥି ଭାବେ ଯୁବ ଭାରତ କୃଷକ ସଂଘର ରାଜ୍ୟ ସଭାପତି ପ୍ରଭାକର ନାୟକ ଯୋଗଦେଇ ଉଦବୋଧନ ଦେଇ କୃଷକ ମାନଙ୍କ ମୌଳିକ ଓ ବୃତ୍ତିଗତ ସମସ୍ୟାର […]

କେନ୍ଦ୍ରାପଡ଼ା, ୨ା୭: ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟର ସଦସ୍ୟା ସ୍ୱର୍ଗତା କାଥରିନ ଦାସଙ୍କ ଜନ୍ମ ଦିବସ ରାଜ୍ୟର ବିଭିନ୍ନ ସ୍ତାନରେ ପାଳିତ ହୋଇଯାଇଛି । ଏହି ଅବସରରେ କେନ୍ଦ୍ରାପଡାର ଗରାପୁରସ୍ଥିତ ରେସୱା କାର୍ଯ୍ୟାଳୟରେ ମଧ୍ୟ ଏହା ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଟ୍ରଷ୍ଟର ମୁଖ୍ୟ ପୃଷ୍ଠପୋଷକ ଆମେରିକାସ୍ଥିତ ଆଲସ୍କା ବିଶ୍ୱ ବିଦ୍ୟାଳୟର ଏମିରେଟସ ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସଙ୍କ ଧର୍ମପତ୍ନୀ ସ୍ୱର୍ଗତା କାଥରିନ […]

କେନ୍ଦ୍ରାପଡ଼ା, ୨ା୭: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାଗବତପୁର ଗ୍ରାମପଞ୍ଚାୟତର ବାଲିଆ ବଜାରସ୍ଥିତ ସାରସ୍ୱତ ମାର୍କେଟ କମ୍ପେ୍ଲକ୍ସ ପରିସରରେ ପ୍ରଥମ ଥର ପାଇଁ ପ୍ରାଣକୃଷ୍ଣ ସାମଲଙ୍କ ସଂଯୋଜନାରେ ପାଳିତ ହୋଇଯାଇଛି । ବାଲିଆ ଅଞ୍ଚଳର ତିନି ପିଢୀର ଚିକିତ୍ସକ ପରିବାର ଡା. ବିଶ୍ୱ ପ୍ରକାଶ କାନୁନଗୋ ଓ ଡା. ସ୍ନେହଲତା କାନୁନଗୋଙ୍କୁ ପୁଷ୍ପଗୁଛ, ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଆସନ୍ତା ବର୍ଷ ଠାରୁ ବାଲିଆର ଡା. […]

କେନ୍ଦ୍ରାପଡା,୨ା୭: ସମ୍ପ୍ରତି ପୃଥିବୀ ପାଇଁ ଅସହ୍ୟ ଜଳବାୟୁ ପରିବର୍ତ୍ତନ ଜନିତ ଆହ୍ୱାନ ଓ ଜୁଲାଇ ମାସ ୧ ତାରିଖ ଠାରୁ ଆରମ୍ଭ ହେଉଥିବା ଜାତୀୟ ବନ ମହୋତ୍ସବ ପରିପ୍ରେକ୍ଷୀରେ ଭିନ୍ନକ୍ଷମଙ୍କ ସେବା ଓ ସାମାଜିକ ପୁନଃପ୍ରତିଷ୍ଠା ଦିଗରେ କାର୍ଯ୍ୟରତ ଅନୁଷ୍ଠାନ “ପୁନର୍ବାସ” ପକ୍ଷରୁ ସବୁଜ ହସ ସପ୍ତାହ ପାଳନ ଓ ଏକ ଆଲୋଚନା ଶୀର୍ଷକ “ସବୁଜିମା: ଏକ ଜୀବନଧାରା”ର ଆୟୋଜନ କରାଯାଇଥିଲା । ପୁନର୍ବାସର ମୁଖ୍ୟ ଉପଦେଷ୍ଟା ବିଶିଷ୍ଟ କଥାକାର […]

କେନ୍ଦ୍ରାପଡା, ୨/୭: ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟା ନେଇ କେନ୍ଦ୍ରାପଡା ଜିଲ୍ଲା ମିଳିତ ଟ୍ରେଡ ୟୁନିୟନର ବୈଠକ ଆଜି ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ନିକଟବର୍ତ୍ତୀ ମଦରଟେରେସା ଇଣ୍ଟରନ୍ୟାସନାଲ ସ୍କୁଲ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାର ବିଭିନ୍ନ ଶ୍ରମିକ ସଂଗଠନର ଶ୍ରମିକନେତାମାନେ ଯୋଗ ଦେଇଥିଲେ । ଆଲୋଚନାର ବିଷୟବସ୍ତୁ ଭାବେ ବିଗତ ଦିନରୁ ପଡିରହିଥିବା ଶ୍ରମିକମାନଙ୍କର ମୃତ୍ୟୁକାଳୀନ ସହାୟତା, ବିବାହ ସହାୟତା, ପଡିରହିଥିବା ଆବେଦନଗୁଡିକୁ ତୁରନ୍ତ ଅନୁମୋଦନ ଉପରେ […]

କେନ୍ଦ୍ରାପଡା,ପଟ୍ଟାମୁଣ୍ଡାଇ ୨/୬ -ଓଡ଼ିଆ ଅସ୍ମିତାର ସୁରକ୍ଷା ନାରା ଦେଇ ଓଡିଶାରେ କ୍ଷମତା ହାସଲ କରିଥିବା ଭାରତୀୟ ଜନତା ପାର୍ଟି ଓଡ଼ିଆ ଅସ୍ମିତାକୁ ପ୍ରବଂଚନାରେ ପରିଣତ କରିବା ସହିତ ଆକାଶ ଛୁଆଁ ଦରଦାମ ବୃଦ୍ଧି ଓ ବ୍ୟାପକ ଦୁର୍ନୀତି ରୋକିବାରେ ବିଫଳତା ପ୍ରତିବାଦରେ ପଟ୍ଟାମୁଣ୍ଡାଇ ବ୍ଲକ କଂଗ୍ରେସ ପକ୍ଷରୁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଆଜି ସ୍ଥାନୀୟ ମଙ୍ଗଳା ମଣ୍ଡପ ଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି […]

ଜୁଲାଇ ପହିଲା ସୋମବାର ଠାରୁ ସାରା ଦେଶରେ ୧୮୬୦ ମସିହାରୁ ଚାଲିଥିବା ବ୍ରିଟସ ଆଇନକୁ ହଟାଇ ନୂଆ ପୋଲିସ ଆଇନ ଲାଗୁ ହୋଇଛି । ନୂଆ ଆଇନ ଆସିବା ପରେ ଆଇପିସି, ସିଆରପିସି ଓ ଏଭିଡେନ୍ସ ଆକ୍ଟକୁ ହଟାଇ ଦିଆଯିବ । ଇଣ୍ଡିଆନ ପେନାଲ କୋଡ୍ ପରିବର୍ତେ ଆସିବ ଭାରତୀୟ ନ୍ୟାୟ ସଂହିତା । କୋଡ ଅଫ୍ କ୍ରିମିନାଲ ପେୟାସିଜିଅର ପରିବର୍ତେ ଲାଗୁ ହେବ ଭାରତୀୟ ନାଗରିକ ସୁରକ୍ଷା ସଂହିତା […]

ପଟ୍ଟାମୁଣ୍ଡାଇ ୧/୭ ଫୌଜଦାରୀ ନ୍ୟାୟ ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ କେନ୍ଦ୍ର ସରକାର ୩ଟି ନୂଆ ଆଇନ ଲାଗୁ କରିଛନ୍ତି । ଭାରତର ମହାମହିମ ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ଗତ ଡିସେମ୍ବର ୨୫ ତାରିଖରେ ଏହି ୩ ନୂଆ ଆଇନ୍ ଭାରତ ସରକାରଙ୍କ ରାଜପତ୍ରରେ ପ୍ରକାଶ ପାଇବା ପରେ ଜୁଲାଇ ପହିଲା ସୋମବାର ଠାରୁ ସାରା ଦେଶରେ ୧୮୬୦ ମସିହାରୁ ଚାଲିଥିବା ବ୍ରିଟସ ଆଇନକୁ ହଟାଇ ନୂଆ ପୋଲିସ ଆଇନ […]

କେନ୍ଦ୍ରାପଡା, ୨୯ା୬: ସାରା ଦେଶରେ ଆଜିଠାରୁ ନୂତନ ଭାରତୀୟ ନ୍ୟାୟ ସଂହିତା ଲାଗୁ ହେବାକୁ ଯାଉଥିବାରୁ ସାଧାରଣ ଲୋକମାନଙ୍କୁ ସେ ସମ୍ପର୍କରେ ସଚେତନ କରିବା ପାଇଁ କେନ୍ଦ୍ରାପଡା ଟାଉନ ଥାନା ପକ୍ଷରୁ ଆଜି ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀ ଆହୂତ କରାଯାଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ଟାଉନ ଥାନା ଅଧିକାରୀ ଦିଲ୍ଲିପ କୁମାର ସାହୁ ଯୋଗଦେଇ ନୂତନ ଭାରତୀୟ ନ୍ୟାୟ ସଂହିତା ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ […]