କେନ୍ଦ୍ରାପଡା,୨୨ା୪ : କେନ୍ଦ୍ରାପଡା ଜିଲ୍ଲା ପରିଷଦ ସଭାପତି ଗୀତାଞ୍ଜଳି ସେଠୀ ଆଜି ବିଜେପିରେ ଯୋଗ ଦେଇଛନ୍ତି । ସେ କେନ୍ଦ୍ରାପଡା ବିଧାନସଭା ଆସନରୁ ବିଜେପିର ପ୍ରାର୍ଥୀ ହେବେ ବୋଲି ଶୁଣା ଯାଉଛି । ଭାରତୀୟ ଜନତା ପାର୍ଟିରୁ ରାଜନୀତି ଆରମ୍ଭ କରିଥିବା ଶ୍ରୀମତୀ ସେଠୀ ବିଜେପି -ବିଜେଡି ମେଣ୍ଟସମୟରେ ଗତ ୨୦୦୨ମସିହାରେ ବିଜେପିରୁ କେନ୍ଦ୍ରାପଡା ଜିଲ୍ଲା ପରିଷଦର ଉପସଭାପତି ଭାବେ ନିର୍ବାଚିତ ହୋଇଥିଲେ । ପରବର୍ତ୍ତୀ ସମୟରେ ଶ୍ରୀମତୀ ସେଠୀ […]
Year: 2024
କେନ୍ଦ୍ରାପଡ଼ା ଜିଲ୍ଲାର ସର୍ବପୁରାତନ ଆଧ୍ୟାତ୍ମିକ ପୀଠ ପଟ୍ଟାମୁଣ୍ଡାଇ ରାଧାରମଣ ମଠରେ ପ୍ରଭୁ ଶ୍ରୀ ଶ୍ରୀ ରାଧାରମଣ ଦେବଙ୍କ ଶୁଭ ଆବିର୍ଭାବ ମହୋତ୍ସବ ଉଦଯାପିତ ହୋଇଯାଇଛି । ପୁରୀ ଗୋବର୍ଧନ ପୀଠର ସନ୍ଥ ସଂରକ୍ଷକ ସ୍ୱାମୀ ଅସୀମାନନ୍ଦ ଦାସମହାରାଜଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ପ୍ରଭୁ ରାଧାରମଣ ଦେବ, ପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର, ମା ସୁଭଦ୍ରା, ଗୋପେଶ୍ୱର ମହାଦେବ ଓ ପ୍ରଭୁ ହନୁମାନଜୀଉଙ୍କ ଯଥାରୀତି ପୂଜାର୍ଚନା ସହ ବିଶାଳ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି […]
ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଏଥିରୁ ନିସ୍ତାର ମିଳିପାରିନାହିଁ । ଉପକୂଳ ଓଡ଼ିଶା କେନ୍ଦ୍ରାପଡା ଜିଲାରେ ଆଜିବି ତାପମାତ୍ରା ୪୨ ଡିଗ୍ରୀ ପାଖାପାଖି ରହିଛି । ଅସହ୍ୟ ଗରମ ଯୋଗୁ ଲୋକେ ଯେତେ କାମ ଥିଲେ ବି ଅପରାହ୍ନରୁ ବାହାରକୁ ବାହାରିବାକୁ ପସନ୍ଦ କରୁନାହାଁନ୍ତି । ଏପରିସ୍ଥଳେ ଯେଉଁମାନେ ବିଭିନ୍ନ ଜରୁରି କାର୍ଯ୍ୟରେ ବାହାରକୁ ଯାଉଛନ୍ତି, ସେମାନଙ୍କୁ ଶୋଷ ହେଲେ ପ୍ରାୟତଃ ଥଣ୍ଡା ପାଉଚ ଓ ବୋତଲ ପାଣି […]
କେନ୍ଦ୍ରାପଡା ୨୧/୪- ତେଣ୍ଡାକୁଡା ପଞ୍ଚାୟତର ସାନନୟନ ପୁର ଗ୍ରାମରେ ହନୁମାନଜୀଉଙ୍କ ଦ୍ୱାଦଶତମ ବାର୍ଷିକ ଜନ୍ମୋସ୍ଥବ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ହନୁମାନ ଜୟନ୍ତୀ ଉପଲକ୍ଷେ ସକାଳୁ ଗ୍ରାମବାସୀଙ୍କ ଦ୍ୱାରା କଳସୀଯାତ୍ରା କରାଯାଇଥିଲା । ପଣ୍ଡିତ ବିଷ୍ଣୁ ଚରଣ ପତିଙ୍କ ଦ୍ୱାରା ହନୁମାନଙ୍କ ମହାସ୍ନାନ, ଅଭିଷେକ ଓ ଷୋଡଶ ଉପଚାର ପୂଜନ କାର୍ଯ୍ୟ କରାଯାଇଥିଲା । ଏହି ପୂଜା ଉତ୍ସବରେ ଜଗବନ୍ଧୁ ଦଳାଇ ଓ ବିଜୟଲଷ୍ମୀ ଦଳାଇ କର୍ତ୍ତା ଓ […]
କେନ୍ଦ୍ରାପଡ଼ା,୨୧ା୪: କେନ୍ଦ୍ରାପଡା ଅବକାରୀ ବିଭାଗ ପକ୍ଷରୁ ବିପୁଳ ପରିମାଣର ଦେଶିମଦ ଜବତ ହୋଇଥିବା ସୂଚନା ମିଳିଛି । ଏକ ବିଶେଷ ସୁତ୍ରରୁ ଖବର ପାଇ କେନ୍ଦ୍ରାପଡା ଅବକାରୀ ବିଭାଗ ଜିଲ୍ଲାର ମହାକାଳପଡାସ୍ଥିତ ସରକାରୀ ଠିପିବନ୍ଦ ମଦ ଦୋକାନ ପାଖ ଏକ ହୋଟେଲ ନିକଟରେ ଥରବା ଏକ ଘରୁ ବିପୁଳ ପରିମାଣର ଦେଶୀମଦ ଜବତ କରିବା ସହ ସେହିସବୁ ଦେଶୀମଦ କାଟୁନକୁ ଏକ ୪୦୭ ମିନି ଟ୍ରକ୍ରେ ବୋଝେଇ କରି କେନ୍ଦ୍ରାପଡା […]
କେନ୍ଦ୍ରାପଡା,୨୧ା୪: ବିଶିଷ୍ଟ ଜନନାୟକ ତଥା ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ନବମ ଶ୍ରାଦ୍ଧ ବାର୍ଷିକୀ ଆଜି କେନ୍ଦ୍ରାପଡା ତିନିମୁହାଣୀସ୍ଥିତ ସ୍ମୃତି ପୀଠରେ ଅନୁଷ୍ଠିତ ହୋଇଯାଇଛି । ସ୍ମୃତି ପରିଷଦର ସଭାପତି ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେଉରାଙ୍କ ପୌରୋହିତ୍ୟରେ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଥିବା ବେଳେ ଅତିଥି ଭାବରେ ନନ୍ଦକିଶୋର ପରିଡା, ଶତ୍ରୁଘ୍ନ ପାଣ୍ଡବ, ଗଣେଶ୍ୱର ବେହେରା, ଗୟାଧର ଧଳ, ଅଜୟ କୁମାର ସାମଲ, ଆକବର ଅଲ୍ଲୀ, ରାଜେଶ […]
କେନ୍ଦ୍ରାପଡା,୨୦ା୪: କେନ୍ଦ୍ରାପଡାର ମୁଖ୍ୟ ପ୍ରବେଶ ପଥ ଦୁହୁରିଆରୁ ଏକ ବିଶାଳ ଶୋଭାଯାତ୍ରାରେ ଆସି କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କୁ ଦର୍ଶନ କରି ଆର୍ଶିବାଦ ଭିକ୍ଷା କଲେ କଂଗ୍ରେସର କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ଇଂ ସିଦ୍ଧାର୍ଥସ୍ୱରୂପ ଦାଶ । କଟକ-ଚାନ୍ଦବାଲି ରାସ୍ତାରେ ସାଲେପୁର ପାଖରୁ ଏକ ବାଇକ ଶୋଭାଯାତ୍ରାରେ ଆସି ଦୁହୁରିଆ ଠାରେ ପହଞ୍ଚିବା ପରେ ସେଠାରୁ ଦଳର କର୍ମୀମାନେ ଇଂ ଦାଶଙ୍କୁ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦିପନାର ସହ ପାଛୋଟି […]
କେନ୍ଦ୍ରାପଡା ଜିଲ୍ଲା ରାଜନଗର ଆସନର ପୂର୍ବତନ ବିଜେପି ପ୍ରାର୍ଥୀ, ପଟ୍ଟାମୁଣ୍ଡାଇ-ରାଜନଗର ବିକାଶ ପରିଷଦ ପ୍ରତିଷ୍ଠାତା ବାର୍ଷିଆନ ନେତା ବିଜୟକେତନ ସ୍ୱାଇଁ ଶୁକ୍ରବାର ବିଜେପି ଛାଡି ଭୁବନେଶ୍ୱର ଶଙ୍ଖ ଭବନରେ ବିଜେଡିରେ ଅନୁଷ୍ଠାନିକ ଭାବେ ସାମିଲ ହୋଇଥିଲେ । ଶଙ୍ଖ ଭବନରେ ଆୟୋଜିତ ସ୍ୱତନ୍ତ୍ର ମିଶ୍ରଣ ପର୍ବରେ ସାଂସଦ ସସ୍ମିତ ପାତ୍ର, ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପୂର୍ବତନମନ୍ତ୍ରୀ ମାହାଙ୍ଗା ବିଧାୟକ ପ୍ରତାପ ଜେନା, ରାଜନଗର ବିଧାୟକ ଧ୍ରୁବ ସାହୁ ଓ ରାଜ୍ୟ […]
କେନ୍ଦ୍ରାପଡ଼ା,୨୦ା୪: କେନ୍ଦ୍ରାପଡା ଅବକାରୀ ଅଧିକ୍ଷକ ଦେବୀ ପ୍ରସାଦ ମିଶ୍ରଙ୍କୁ ରାଜ୍ୟ ଅବକାରୀ ବିଭାଗ ନିଲମ୍ବିତ କରିଥିବା ଜଣାପଡିଛି । ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ଏସଙ୍କ୍ରାନ୍ତରେ ପତ୍ର ସଂଖ୍ୟା – ୨୫୬୭ ତା ୧୯.୦୪.୨୦୨୪ରିଖରେ ନିର୍ଦେଶନାମା ପ୍ରକାଶ ପାଇଛି । ଏଠାରେ ସୂଚନା ଯୋଗ୍ୟ ଯେ କେନ୍ଦ୍ରାପଡା ଅବକାରୀ ଅଧିକ୍ଷକ ଶ୍ରୀ ମିଶ୍ର ଲାଞ୍ଚ ମାଗୁଥିବା ଏକ ଅଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ସହିତ ଦେଶୀ ଓ ବିଦେଶୀ […]
କେନ୍ଦ୍ରାପଡା ୨୦/୪- ଜାତୀୟ କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଲେ ଛାତ୍ର ନେତା ସାର୍ଥକ ମହାପାତ୍ର । ଆଜି ଶନିବାର ଦିନ ବିଜେଡିରେ ଯୋଗ ଦାନ କଲେ । ସେ ୨୦୨୧ ମସିହା ରୁ ୨୦୨୩ ପର୍ଯ୍ୟନ୍ତ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ର କଂଗ୍ରେସ କ୍ୟାମ୍ପସ କମିଟିର ସଭାପତି ରହିଥିଲେ । ଏହା ପରେ ରାଜ୍ୟ ଛାତ୍ର କଂଗ୍ରେସ ସାମାଜିକ ଗଣମାଧ୍ୟମ ସଂଯୋଜକ ଦାୟିତ୍ୱ ମଧ୍ୟ ତୁଲାଇଥିଲେ । […]
କେନ୍ଦ୍ରାପଡା ଜିଲା ରାଜନଗର ବିଧାନସଭା କ୍ଷେତ୍ର ପାଇଁ ମଙ୍ଗଳବାର ଭାଜପା ଯୁବନେତା ଲଳିତ ବେହେରାଙ୍କ ନାମ ଘୋଷଣା ହେବା ପରେ ଲଳିତଙ୍କ ସମର୍ଥଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଛି । ତେବେ ଲଳିତଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରି ଅଲେଖଙ୍କ ସମର୍ଥକମାନେ ଦଳୀୟ ନିଷ୍ପତି ବିରୋଧକରି ଶୁକ୍ରବାର ପଟ୍ଟାମୁଣ୍ଡାଇ ଛୁଆଳିଆ ପିଠରେ ୫ଶହରୁ ଉର୍ଦ୍ଧ୍ୱ କର୍ମକର୍ତା ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଟିକେଟ ଉପରେ ପୁନଃ ବିଚାର କରିବାକୁ କରିଛନ୍ତି । […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳରେ ପାରଦ ଉପରମୁହାଁ ହୋଇ ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ଅସହ୍ୟ ଗୁଳଗୁଳି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବା ବେଳେ ପୌରାଂଚଳରେ ପାନୀୟଜଳ ସଙ୍କଟ ଦେଖାଦେଇଛି । ପଟ୍ଟାମୁଣ୍ଡାଇ ବିଜୁ ପଟ୍ଟନାୟକ ଛକ ସମ୍ପ୍ରତି ଏକ ଅସ୍ଥାୟୀ ବସଷ୍ଟାଣ୍ଡରେ ପରିଣତ ହୋଇଥିବାରୁ ପ୍ରତ୍ୟହ ହଜାର ହଜାର ଲୋକ ବସ ଯୋଗେ ବିଭିନ୍ନ ଗନ୍ତବ୍ୟ ସ୍ଥଳକୁ ଯାତାୟାତ କରୁଛନ୍ତି । ଏଠାରେ ପାନୀୟଜଳ ବ୍ୟବସ୍ଥା ନଥିବାରୁ ଯାତ୍ରୀ ଓ […]
କେନ୍ଦ୍ରାପଡ଼ା,୧୯ା୪: ବିଶିଷ୍ଟ ଜନନାୟକ ପ୍ରଜ୍ଞାପୁରୁଷ ତଥା ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ନବମ ଶ୍ରାଦ୍ଧବାର୍ଷିକ ଚଳିତ ଏପ୍ରିଲ ୨୧ ତାରିଖ ରବିବାର କେନ୍ଦ୍ରାପଡା ତିନିମୁହାଣୀସ୍ଥିତ ସ୍ମୃତିପୀଠରେ ଅନୁଷ୍ଠିତ ହେବ । ସ୍ମୃତି ପରିଷଦର ସଭାପତି ପ୍ରାକ୍ତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରାଙ୍କ ପୌରହିତ୍ୟରେ ହେବାକୁ ଥିବା ସ୍ମୃତି ଶ୍ରଦ୍ଧାଞ୍ଜଳି ସଭାରେ ପ୍ରଫେସର ନନ୍ଦକିଶୋର ପରିଡା ମୁଖ୍ୟ ଅତିଥି ଭାବରେ ଯୋଗଦେବେ । କାର୍ଯ୍ୟକ୍ରମ ରୂପରେଖ ପ୍ରସ୍ତୁତ ପାଇଁ […]
କେନ୍ଦ୍ରାପଡ଼ା, ୧୯ା୪: କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ କର୍ମୀମାନେ ଏବେ କହିଲେଣି ଯେ ଆଗାମୀ ସାଧାରଣ ନିର୍ବାଚନରେ ବିଧାୟକ ପଦବୀରେ ଦଳ ମଧ୍ୟରୁ ପ୍ରାର୍ଥୀ କରାନଗଲେ ସେମାନେ ଆଉ ଆମଦାନୀ ନେତାଙ୍କୁ ଭୋଟ ଦେବେନାହିଁ । ଅନ୍ୟ ଦଳରୁ ଆମଦାନୀ ହୋଇଥିବା ତଥା ଏହି ଜିଲ୍ଲାର ଭୋଟର ହୋଇନଥିବା କୈାଣସି ନେତାଙ୍କୁ ଯଦି ଚଳିତ ନିର୍ବାଚନରେ କଂଗ୍ରେସ ଦଳରୁ ପ୍ରାର୍ଥୀ କରାଯାଏ ତେବେ ସେମାନେ ସେହି ପ୍ରାର୍ଥୀଙ୍କ ସପକ୍ଷରେ […]
କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ଟାଉନବଳରାମପୁର ଗାମରେ ଗୁରୁବାର ଛୁରାଭୂଷି ହତ୍ୟା କରିଥିବାଘଟଣାରେ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଅଭିଯୋଗ ଅନୁଯାୟୀ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଓସ୍ତପୁର ପଞ୍ଚାୟତର ସାରଙ୍ଗ ଗ୍ରାମର ଅକ୍ଷୟ ଖଟୁଆ ମାର୍ଶାଘାଇରୁ ଏକ ଏସି ମରାମତି ସାରି ଟାଉନ ବଳରାମପୁର ଗ୍ରାମର ହନୁମାନଜୀଉଙ୍କ ମନ୍ଦିର ପାଖରେଏକ ପାନ ଦୋକାନରୁ ପାନ କିଣୁଥିବା ବେଳେ ସେଠାରେ ଆଦିତ୍ୟ ପ୍ରସାଦ […]
କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଂଚଳରେ ବଣୁଆ ମାଙ୍କଡ଼ ଉପଦ୍ରବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହି ମାଙ୍କଡ଼ ମାନେ ଦଳ ଦଳ ହୋଇ ଆସି ବିଲ ବାଡ଼ି ବଗିଚାରେ ଥିବା ଫସଲ ନଷ୍ଟ କରିବା ସହିତ ବିଭିନ୍ନ ଚାଳ ଛପର ଘରର ମଧ୍ୟ କ୍ଷତି ଘଟାଉଛନ୍ତି । ଏପରିକି ମାଙ୍କଡ଼ ଆକ୍ରମଣର ଶିକାର ହୋଇ ବହୁ ଲୋକ ଆହତ ହେବା ଖବର ଜନମାନସରେ ଆଲୋଡନ ସୃଷ୍ଟି […]
କେନ୍ଦ୍ରାପଡା,୧୯ା୪- ତୁଳସୀକ୍ଷେତ୍ରର ଶ୍ରୀ ବଳଦେବ ସଂସ୍କୃତି ଅନ୍ତର୍ଗତ ପ୍ରସିଦ୍ଧ ଗୁପ୍ତକ୍ଷେତ୍ର ସଖୀବଟରେ ଦ୍ୱାବିଂଶତିମ ବିଶ୍ୱଶାନ୍ତି ମହାଯଜ୍ଞ ଭବ୍ୟ ପରିବେଶରେ ଆରମ୍ଭ ହୋଇଛି । ବୁଧବାର ପବିତ୍ର ଶ୍ରୀରାମ ନବମୀ ସନ୍ଧ୍ୟାରେ ଶିବାନନ୍ଦ ଆଶ୍ରମର ଅଧ୍ୟକ୍ଷା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଯଜ୍ଞର ଶୁଭାରମ୍ଭ କରିଥିଲେ । ପ୍ରଜ୍ଞାନ ମିଶନର ସହସମ୍ପାଦକ ସ୍ୱାମୀ ଅନିର୍ବାଣାନନ୍ଦ ଗିରି ମୁଖ୍ୟବକ୍ତା ଭାବେ ଯୋଗଦେଇ ସାମ୍ପ୍ରତିକ ସମାଜରେ ନୈତିକ ଅବକ୍ଷୟ ରୋକିବାକୁ ହେଲେ […]
କେନ୍ଦ୍ରାପଡା,୧୯/୪ : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବସୁପୁର ସ୍ଥିତ ମା’ ବାସନ୍ତୀ ଦୁର୍ଗା ପୂଜା ପ୍ରାଙ୍ଗଣରେ ରାଜ୍ୟର ଅଗ୍ରଣୀ ସାମାଜିକ ସାଂସ୍କୃତିକ ତଥା ସେବା ଅନୁଷ୍ଠାନ “ଧନୁର୍ଜ୍ଜୟ ବିଶ୍ୱାଳ ଚାରିଟେବୁଲ ଟ୍ରଷ୍ଟ’, ର ୪୫ତମ ବାର୍ଷିକ ପୂଜ୍ୟପୂଜା ପ୍ରତିଭା ସମ୍ମାନ ସମାରୋହ ଆନୁଷ୍ଠାନିକ ଭାବେ ସମ୍ପର୍ଣ୍ଣ ହୋଇଛି । ଉକ୍ତ ଉତ୍ସବରେ ଟ୍ରଷ୍ଟର ସଭାପତି ସୁବାଷ ଚନ୍ଦ୍ର ବିଶ୍ୱାଳ ସଭାପତିତ୍ୱ କରି ସଭାର ଉଦ୍ଦ୍ୟେଶ ସମ୍ବଦ୍ଧରେ ଆଲୋକପାତ କରିଥିଲେ । […]
ଭୁବନେଶ୍ୱର, କେନ୍ଦ୍ରାପଡା ୧୯-୪: ବିଜେଡିରେ ଯୋଗ ଦେଲେ ପଟ୍ଟାମୁଣ୍ଡାଇ-ରାଜନଗର ବିକାଶ ପରିଷଦ ପ୍ରତିଷ୍ଟାତା ତଥା ବରିଷ୍ଠ ଭାଜପାନେତା ବିଜୟ କେତନ ସ୍ବାଇଁ । ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରତାପ ଜେନା, ଏମ୍ପି ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ଶ୍ରୀ ସ୍ଵାଇଁ ବିଜେଡ଼ିରେ ଯୋଗଦେଇଛନ୍ତି । ବିଜେଡିକୁ ଫେରିବା ପରେ ଶ୍ରୀ ସ୍ଵାଇଁ ପ୍ରତିକ୍ରିୟା ରଖି କହିଛନ୍ତି, ମୁଁ ଜୀବନ ସାରା ବିଜୁ ବାବୁଙ୍କ ଆଦର୍ଶରେ କାମ କରିଛି। […]
କେନ୍ଦ୍ରାପଡ଼ା,୧୯ା୪ କେନ୍ଦ୍ରାପଡ଼ା ଟାଉନ ଥାନା ଅନ୍ତର୍ଗତ ଟାଉନ ବଳରାମପୁର ହନୁମାନ ମନ୍ଦିର ନିକଟରେ ଗୁରୁବାର ଅପରାହ୍ନରେ ସାମାନ୍ୟ ବଚସା କେନ୍ଦ୍ର କରି ଜଣେ ଯୁବକ ଓସ୍ତପୁର ପଞ୍ଚାୟତ ସାରଙ୍ଗ ଗ୍ରାମର ଦୁର୍ଯ୍ୟୋଧନ ଖଟୁଆଙ୍କ ପୁଅ ଅକ୍ଷୟଙ୍କୁ ୧୬ଥର ଛୁରି ଭୁସି ଆକ୍ରମଣ କରି ବୀଭତ୍ସ ଭାବେ ହତ୍ୟା କରିଛନ୍ତି । ସ୍ଥାନୀୟ ଲୋକ ଗୁରୁତର ଅବସ୍ଥାରେ ଅକ୍ଷୟଙ୍କୁ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ […]
କେନ୍ଦ୍ରାପଡ଼ା, ୧୮ା୪: କେନ୍ଦ୍ରାପଡା ପୈାରସଂସ୍ଥାରେ ଆବାସ ଯୋଜନାରେ ନିର୍ମାଣ କରାଯାଇଥିବା ଗୃହ ମିଳୁନଥିବା ନେଇ ଅଭିଯୋଗ ହୋଇଛି । କେନ୍ଦ୍ରାପଡା ପୈାରାଞ୍ଚଳ ଅଧିନ ୧୬ନମ୍ବର ୱାର୍ଡରେ ଦୁଇଜଣ ହିତାଧିକାରୀଙ୍କୁ ଆବାସ ଯୋଜନାରେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା । କିନ୍ତୁ ସେହି ଦୁଇଜଣ ହିତାଧିକାରୀଙ୍କୁ ଗୃହ ନିର୍ମାଣ ନିମନ୍ତେ ୩ଟି କିସ୍ତିରେ ଅର୍ଥ ପ୍ରଦାନ କରାଯାଇଥିବା ବେଳେ ଏବେ ସେହି ନିର୍ମାଣ କରାଯାଇଥିବା ଗୃହ ଦୁଇଟି ମିଳୁନଥିବା ନେଇ ଅଭିଯୋଗ ହୋଇଛି […]
କେନ୍ଦ୍ରାପଡ଼ା, ୧୮ା୪: କେନ୍ଦ୍ରାପଡା ବ୍ଲକ ଅଧିନ ଭରତପୁର ଗ୍ରାମପଞ୍ଚାୟତର ଜଗନ୍ନାଥପୁରସ୍ଥିତ ମା’ବାସନ୍ତୀ ଦୂର୍ଗାଦେବୀଙ୍କ ପୂଜା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରବିବାର ଷଷ୍ଠୀରେ ବିଲ୍ୱବରଣ, ବିହିତ ପୂଜା ଓ ଦେବୀ ବୋଧନ କରାଯାଇଥିବା ବେଳେ ସୋମବାର ମା’ଙ୍କ ମହାସପ୍ତମୀରେ ଅଷ୍ଟୋତ୍ତରତ୍ତଶତ କଳସ ଯାତ୍ରା, ଘଟନିମର୍ଜନ, ଜଳାଭିଷେକ, ନବପତ୍ରିକା ଦୋଳାରୋହଣ ଶୋଭାଯାତ୍ରା ଓ ନଗର ପରିକ୍ରମା କରାଯାଇ ସହସ୍ରାଧାର ସ୍ନାନ କରାଯିବା ସହ ଦେବୀଙ୍କର ସପ୍ତମୀ ଜନିତ […]
କେନ୍ଦ୍ରାପଡା ୧୮/୪- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପୁରୁଷୋତ୍ତମ ପ୍ରଭୁ ଶ୍ରୀ ରାମ ନବମୀ ଉପଲକ୍ଷେ ଯୁବ ସ୍ୱାଭିମାନ ଗ୍ରୁପ, କେନ୍ଦ୍ରାପଡା ପକ୍ଷରୁ ଗୋପଛକ ଠାରେ ଅନ୍ୟୁନ ଦେଢ଼ ହଜାର ଲୋକଙ୍କ ପାଇଁ ଦହି ପଣାର ଆୟୋଜନ କରାଯାଇଥିଲା । ପ୍ରବଳ ଗ୍ରୀଷ୍ମ ପ୍ରବାହ ଅସହ୍ୟ ଗୁଳୁଗୁଳି ରେ ଯୁବ ସ୍ୱାଭିମାନର ବନ୍ଧୁ ମାନେ ଗୋପଛକ ଠାରେ ସମସ୍ତ ବାଟୋଇ ମାନଙ୍କୁ ଦହି ପଣା ଆବଣ୍ଟନ କରିଥିଲେ । ଏବଂ ଅପରାହ୍ନ […]
କେନ୍ଦ୍ରାପଡ଼ା, ୧୭ା୪: କେନ୍ଦ୍ରାପଡା ସହରର ସାନ୍ତସାହିସ୍ଥିତ ଶିରିଡି ସାଇ ମନ୍ଦିରରେ ଶିରିଡିସାଇ ସେବାସଂସ୍ଥା ଆନୁକୂଲ୍ୟରେ ଶ୍ରୀରାମ ନବମୀ ଓ ବାବାଙ୍କ ଚବାଡି ଶୋଭାଯାତ୍ରା ମହାସମାରୋହରେ ଆଜି ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳ ୬ଟାରେ ମଙ୍ଗଳ ଆରତୀ କରାଯାଇ ବାବାଙ୍କୁ ସ୍ନାନ କରାଯିବା ପରେ ଷୋଡଶ ଉପଚାରରେ ପୂଜାର୍ଚ୍ଚନା ଏବଂ ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା । ପରେ କଳସ ଶୋଭାଯାତ୍ରା ଓ ପାରାୟଣ ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟାରେ […]










