କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକର ଶ୍ରୀରାମପୁର ପଂଚାୟତର ସ୍ୱତନ୍ତ୍ର ରାଜନୈତିକ ଗୁରୁତ୍ୱ ରହିଛି । ଦୀର୍ଘ ବର୍ଷ ଧରି ଅଣକଂଗ୍ରେସ ରାଜନୀତିର ଗଡ଼ ଭାବେ ଖ୍ୟାତି ଲାଭ କରିଥିବା ଏହି ପଂଚାୟତ ବହୁ ପ୍ରଭାବଶାଳୀ ନେତୃତ୍ୱ ସୃଷ୍ଟି କରି ପାରିଛି । ଶ୍ରୀରାମପୁର ପଂଚାୟତରେ ଆଗାମୀ ସାଧାରଣ ନିର୍ବାଚନରେ ରେକର୍ଡ ବିଜୟ ପାଇଁ କ୍ଷେତ୍ର ପ୍ରସ୍ତୁତ କରିଛି ବିଜେଡି । ଉଭୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ବୃହତ ବିଜୟ […]
Year: 2024
କେନ୍ଦ୍ରାପଡ଼ା, ୨ା୫: ପ୍ରବଳ ଗ୍ରୀଷ୍ମ ପ୍ରବାହ ସମୟରେ ଲୋ ଭୋଲଟେଜ ଓ ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ କେନ୍ଦ୍ରାପଡା ଟିପିସିଓଡିଏଲ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ମହିଳାମାନେ ଧାରଣା ଦେଇଥିବା ଦେଖିବାକୁ ମିଳିଛି । ଅଭିଯୋଗ ଅନୁଯାୟୀ କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ କୁଶିଆପାଳ ଗ୍ରାମପଞ୍ଚାୟତର ତଳପାଟଣା ଗ୍ରାମର ପ୍ରାୟ ୨ଶହ ଘର ଟିପିସିଓଡିଏଲ ଅଧିକାରୀଙ୍କ ବୈମାତୃକ ମନୋଭାବ ଯୋଗୁଁ ଲୋ ଭୋଲଟେଜ ଏବଂ ଅଘୋଷିତ ବିଦ୍ୟୁତ […]
କେନ୍ଦ୍ରାପଡ଼ା, ୨ା୫: ମଇ ପହିଲା ହେଉଛି ବିଶ୍ୱ ଶ୍ରମଜୀବୀ ଜନତାର ଅଧିକାର ଓ ମହୋତ୍ସବର ଦିବସ । ଏହି ଦିନଟି ଶ୍ରମିକ ଶ୍ରେଣୀକୁ ନିଜର ଅଧିକାର ଓ ବିଶ୍ୱବ୍ୟାପୀ ଜୟଯାତ୍ରା ପଥରେ ଥିବା ଗୌରବମୟ ଇତିହାସ ସମ୍ପର୍କରେ ସ୍ମରଣ କରାଇ ଦେଇଥାଏ । ବିଶେଷକରି ନୂତନ ଶ୍ରମକୋଡ ପ୍ରଚଳନ ପରେ ଦୀର୍ଘ ଲଢେଇ ଫଳରେ ଭାରତବର୍ଷର ଶ୍ରମିକମାନେ ହାସଲ କରିଥିବା ଯତକିଞ୍ଚି ଅଧିକାରକୁ କେନ୍ଦ୍ର ସରକାର ମାଲିକ ଶ୍ରେଣୀ ହାତରେ […]
ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଭାଜପା ପକ୍ଷରୁ ବିଧାନସଭା ପରିଚାଳନା କମିଟି ବୈଠକ ଅନଷ୍ଠି୍ଥିତ ହୋଇଯାଇଛି ।ଏହି ବୈଠକରେ ଲୋକସଭା ଆସନରେ ସାଂସଦ ପ୍ରାର୍ଥୀ ଓ ବିଧାନସଭା ଆସନରେ ବିଧାୟକ ପ୍ରାର୍ଥୀ ମାନେ କିଭଳୀ ଭାବେ ବିଜୟୀ ଲାଭ କରିବେ ସେ ବିଷୟରେ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା । ଲୋକସଭା କୋ-ଅଡିନେଟର ସୁନାକର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜନଗର ନିର୍ବାଚନ ମଣ୍ଡଳୀ ପ୍ରଭାରୀ ସୁନାକର ପ୍ରଧାନ, ବିଧାନସଭା […]
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ପକ୍ଷରୁ ମାଟିଆ ଆଇଟିଆଇ କେନ୍ଦ୍ର ଠାରେ ଶ୍ରମିକମାନଙ୍କ ପାଇଁ ଅନ୍ତର୍ଜାତୀୟ ଶ୍ରମିକ ଦିବସ ଅବସରରେ ଏକ ଆଇନ ସଚତେନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ତାଳୁକ ଆଇନ ସେବା ସମିତିର ଅଧ୍ୟକ୍ଷା ସିନିଅର ସିଭିଲ ଜର୍ଜ ସୁଶ୍ରୀ ସଂଗୀତା ମଲ୍ଲିକଙ୍କ ନିର୍ଦ୍ଦେଶ କ୍ରମେ ଆୟୋଜିତ ହୋଇଥିଲା । ପଟ୍ଟାମୁଣ୍ଡାଇ ବାର ଆସୋସିଏସନର ଉପସଭାପତି ଆଇନଜୀବୀ ସୁରେଶ ନରେନ୍ଦ୍ରଙ୍କ […]
କେନ୍ଦ୍ରାପଡା 2/5-କିଛିଦିନ ହେଲା ଗ୍ରୀଷ୍ମ ପ୍ରବାହ ବଢ଼ି ପ୍ରବଳ ଖରା ସାଙ୍ଗକୁ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି । ଗ୍ରୀଷ୍ମ ପ୍ରବାହରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ପ୍ରଶାସନ ପକ୍ଷରୁ ସାଧାରଣ ଲୋକଙ୍କୁ ସଚେତନ କରାଯାଉଛି । ଏପରି ସ୍ଥଳେ ଜରୁରୀ କାମ ରେ ବାହାରକୁ ବାହାରିବା ସମୟରେ ବିଭିନ୍ନ ପ୍ରକାର ସତର୍କତା ଅବଲମ୍ବନ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜରିକରାଯାଇଛି । କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ […]
କେନ୍ଦ୍ରାପଡା, ୧/୫: ଆଜି କେନ୍ଦ୍ରାପଡା ଦି-ଡେଷ୍ଟିନେସନ ମଣ୍ଡପଠାରେ ବିଶ୍ୱ ଶ୍ରମିକ ଦିବସ ଉପଲକ୍ଷେ ଏକ ଶ୍ରମିକ ସମାବେଶ ଅନୁଷ୍ଠିତ ହୋଇଯାଇଛି । ବିଜୁ ଶ୍ରମିକ ସାମୁଖ୍ୟ ନେତୃତ୍ୱରେ ଅନୁଷ୍ଠିତ ଏହି ସମାବେଶରେ ନିର୍ମାଣ ଶ୍ରମିକ, ପରିବହନ କର୍ମଚାରୀ, ବିଦ୍ୟୁତ୍ କର୍ମଚାରୀ ସମେତ ପାଖାପାଖି ୨ହଜାର ଶ୍ରମିକ ସାମିଲ ହୋଇଥିଲେ । ବିଜୁ ଶ୍ରମିକ ସାମୁଖ୍ୟର ମହାସଚିବ ଓ କଟକ ମେୟର ସୁବାସ ସିଂ, ରାଜ୍ୟ ଉପଦେଷ୍ଟା ଓ ବିଦ୍ୟୁତ କର୍ମଚାରୀ […]
କେନ୍ଦ୍ରାପଡ଼ା, ୧ା୫: କେନ୍ଦ୍ରାପଡା ବିଜୁ ଜନତା ଦଳ ପକ୍ଷରୁ କେନ୍ଦ୍ରାପଡା ଲୋକସଭା କ୍ଷେତ୍ର ଏବଂ ତତ୍ ଅଧିନ ୭ଗୋଟି ବିଧାନସଭା କ୍ଷେତ୍ର ନିମନ୍ତେ ଆଇନଜୀବୀମାନଙ୍କୁ ଆଇନ ପରାମର୍ଶଦାତା ତଥା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି । ସେହି ଅନୁଯାୟୀ କେନ୍ଦ୍ରାପଡା ଲୋକସଭା କ୍ଷେତ୍ର ନିମନ୍ତେ ବରିଷ୍ଠ ଆଇନଜୀବୀ ଭୀମସେନ ଭୂୟାଁଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଥିବା ବେଳେ କେନ୍ଦ୍ରାପଡା ବିଧାନସଭା କ୍ଷେତ୍ର ପାଇଁ ବିଜେଡି ଲିଗାଲ୍ ଫ୍ରଣ୍ଟର ଜିଲ୍ଲା କାର୍ଯ୍ୟକାରୀ […]
କେନ୍ଦ୍ରାପଡ଼ା, ୧ା୫: ଆନ୍ତର୍ଜାତିକ ଶ୍ରମଦିବସ ଅବସରରେ କେନ୍ଦ୍ରାପଡା ଜିଲ୍ଲା ମିଳିତ ଟ୍ରେଡ୍ ୟୁନିୟନ ସମିତି ତରଫରୁ ଖଡିଅଙ୍ଗସ୍ଥିତ ସିଟୁ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଶତାଧିକ ଶ୍ରମିକମାନଙ୍କୁ ନେଇ ଏକ ବିରାଟ ଶ୍ରମିକ ସଭାର ଆୟୋଜନ କରାଯାଇଥିଲା । ଏହି ଅବସରରେ କେନ୍ଦ୍ରାପଡା ଜିଲ୍ଲା ମିଳିତ ଟ୍ରେଡ୍ ୟୁନିୟନ ସଭାପତି ଜଗତ୍ଜୀବନ ଦାସଙ୍କ ସଭାପତିତ୍ୱରେ କେନ୍ଦ୍ରାପଡା ଜିଲ୍ଲା ମିଳିତ ଟ୍ରେଡ୍ ୟୁନିୟନ ସାଧାରଣ ସମ୍ପାଦକ ସୌମ୍ୟରଞ୍ଜନ ଧଳ, ଏ.ଆଇ.ଟି.ୟୁ.ସିର ବରିଷ୍ଠ ଶ୍ରମିକ ନେତା […]
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବାଛରା ପଂଚାୟତରେ ଆଗାମୀ ସାଧାରଣ ନିର୍ବାଚନରେ ରେକର୍ଡ ବିଜୟ ପାଇଁ କ୍ଷେତ୍ର ପ୍ରସ୍ତୁତ କରିଛି ବିଜେଡି । ଉଭୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ବୃହତ ବିଜୟ ବ୍ୟବଧାନ ପାଇଁ ଦଳ ପକ୍ଷରୁ ଏକ ବନ୍ଧୁମିଳନ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ବ୍ଲକ ବିଜେଡି ସଭାପତି କିଶୋର ସାହୁଙ୍କ ପୌରହିତ୍ୟରେ ଆୟୋଜିତ ମିଶ୍ରଣ ସମାବେଶରେ ରାଜନଗର ବିଧାୟକ ଧ୍ରୁବ […]
କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ର ରାଜନଗର ନିର୍ବାଚନ ମଣ୍ଡଳୀ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବୁଧବାର କଂଗ୍ରେସ ଏକ ବିଶାଳ ବାଇକ ଶୋଭାଯାତ୍ରା କରି ନିଜର ଉପସ୍ଥିତି ଜାହିର କରିବ ସହ ଦମ ଦେଖାଇଛି । କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ସିଦ୍ଧାର୍ଥ ସ୍ବରୂପ ଦାସ, ରାଜନଗରର ବିଧାୟକ ପ୍ରାର୍ଥୀ ଅଶୋକ ପ୍ରତିହାରୀ ସହରରେ ରୋଡ ସୋ’ କରିବା ସହ ପଟ୍ଟାମୁଣ୍ଡାଇ ବ୍ଲକ ଏବଂ ମ୍ୟୁନିସିପାଲଟିରେ ଥିବା ବିଭିନ୍ନ ମନ୍ଦିର ଯାଇ ଦେବାଦେବୀଙ୍କ ଦର୍ଶନ କରି […]
କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ତହସିଲ ଅନ୍ତର୍ଗତ ବଡଜରିଆ ରାଜସ୍ୱ ସର୍କଲର ରାଜସ୍ୱ ନିରୀକ୍ଷକ ଭାବେ କିଶୋର ଚନ୍ଦ୍ର ଖଟୁଆ ଦୀର୍ଘ ୩୨ବର୍ଷ ଧରି କାର୍ଯ୍ୟକରି ଆଜି ଅବସରଗ୍ରହଣ କରିଛନ୍ତି । ଏହି ଅବସରରେ ତହସିଲ କାର୍ଯ୍ୟାଳୟ ପରିସରରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ତହସିଲଦାର ପଞ୍ଚାନନ ନାୟକ, ଅତିରିକ୍ତ ତହସିଲଦାର ଦିଲ୍ଲିପ କୁମାର ନାୟକ ଅତିଥି ଭାବେ ଯୋଗଦେଇ ରାଜସ୍ୱ ନିରୀକ୍ଷକ ଶ୍ରୀ […]
କେନ୍ଦ୍ରାପଡା, ୩୦/୪- କେନ୍ଦ୍ରାପଡା ସହର କାକଟଠାରେ କେନ୍ଦ୍ରାପଡା ବ୍ଲକ ବିଜେଡି ପକ୍ଷରୁ କେନ୍ଦ୍ରାପଡା ବିଧାନସଭା କ୍ଷେତ୍ରର ଏକ ବନ୍ଧୁମିଳନ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ଧିରେନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ଲକ ସଭାପତି ଆଲୋକ ସାହୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଜେଡି ବିଧାୟକ ପ୍ରାର୍ଥୀ ଗଣେଶ୍ୱର ବେହେରା, ବ୍ଲକ ଅଧ୍ୟକ୍ଷା ରଶ୍ମିତା ସେଠୀ, ବ୍ଲକ ଉପାଧ୍ୟକ୍ଷ ପ୍ରତାପ […]
ସାମାଜିକ ସୁରକ୍ଷା ଓ ଦକ୍ଷତା କେନ୍ଦ୍ରାପଡ଼ା, ୩୦ା୪: ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୦ ବର୍ଷ ମଧ୍ୟରେ ଏକ କାଳୀନ ଦୈନିକ ମଜୁରୀ ୧୦୦ ଟଙ୍କା ବୃଦ୍ଧିକରି ଇତିହାସ ରଚିଛନ୍ତି ବୋଲି ଆଜି କେନ୍ଦ୍ରାପଡା ଗୌରୀଶଙ୍କର ଠାରେ ଏକ ସାମ୍ବାଦିକ ସମ୍ମୀଳନୀରେ ବିଜୁ ଶ୍ରମିକ ସାମୁଖ୍ୟର ମହାସଚିବ ଓ କଟକ ମେୟର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁବାସ ସିଂ ପ୍ରକାଶ କରିଛନ୍ତି । ଦୈନିକ ମଜୁରୀ ଓଡିଶାରେ […]
ବିଜେଡିକୁ ଟାର୍ଗେଟ କରି କେନ୍ଦ୍ରାପଡ଼ା ଜିଲ୍ଲା ବିଜେପିର ସାମ୍ବାଦିକ ସମ୍ମିଳନୀ । ବର୍ତ୍ତମାନ କେନ୍ଦ୍ରାପଡ଼ାରେ ନିର୍ବାଚନ ପ୍ରଚାର ଜୋରସୋରରେ ଚାଲିଥିବା ବେଳେ ମୁଖ୍ୟତଃ ବିଜେଡି ଓ ବିଜେପି ମଧ୍ୟରେ ଆରୋପ ଓ ପ୍ରତ୍ୟାରୋପର ପର୍ବ ଜାରି ରହିଛି । ଏହି କ୍ରମରେ ଆଜି (ମଙ୍ଗଳବାର) ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡା, ଲୋକସଭା ପରିଚାଳନା କମିଟିର ସଂଯୋଜକ ଉପସଭାପତି ସଞ୍ଜୟ ରଥ, ଲୋକସଭା ସଂଯୋଜକ […]
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଖଡିଅଂଟା ପଂଚାୟତରେ ଆଗାମୀ ସାଧାରଣ ନିର୍ବାଚନରେ ଉଭୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ବୃହତ ବିଜୟ ପାଇଁ ବିଜେଡି ଦଳ ପକ୍ଷରୁ ମଙ୍ଗଳବାର ଏକ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ବ୍ଲକ ବିଜେଡି ସଭାପତି କିଶୋର ସାହୁଙ୍କ ପୌରହିତ୍ୟରେ ଆୟୋଜିତ ଉତ୍ସବରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସବୁବର୍ଗର ଲୋକଙ୍କ […]
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଖଣତା ପଂଚାୟତରେ ଆଗାମୀ ସାଧାରଣ ନିର୍ବାଚନରେ ରେକର୍ଡ ବିଜୟ ପାଇଁ କ୍ଷେତ୍ର ପ୍ରସ୍ତୁତ କରିଛି ବିଜେଡି । ଉଭୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ବୃହତ ବିଜୟ ବ୍ୟବଧାନ ପାଇଁ ଦଳ ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ବ୍ଲକ ବିଜେଡି ସଭାପତି କିଶୋର ସାହୁଙ୍କ ପୌରହିତ୍ୟରେ ଆୟୋଜିତ ମିଶ୍ରଣ ସମାବେଶରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବେଲତଳ ଶୁଖୁଆପଡା ବସ୍ତିବାସିନ୍ଦା ସଙ୍ଘ ପକ୍ଷରୁ ଥଇଥାନ ଦାବିରେ ସୋମବାର ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିବା ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ଦୀର୍ଘ ୪୦ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ୩୦ଟି ପରିବାରର ୧୫୦ରୁ ଉର୍ଦ୍ଧ୍ୱ ଲୋକ ପିଲାଛୁଆଙ୍କୁ ଧରି ହିଂସ୍ର ଜନ୍ତୁଙ୍କ ଗହଣରେ ଘନ ଜଙ୍ଗଲ ପୂର୍ଣ୍ଣ ବେଲତଳସ୍ଥିତ ଶୁଖୁଆପଡା ବସ୍ତିର ବସବାସ କରି ଆସୁଛନ୍ତି । ୧୦ବର୍ଷ ପୂର୍ବରୁ […]
କେନ୍ଦ୍ରାପଡା, ୨୯/୪: ସୋମବାର ସନ୍ଧ୍ୟା ୭ ଘଟିକା ସମୟରେ ବିଜୁ ଜନତା ଦଳ କେନ୍ଦ୍ରାପଡା ନଗରର ବନ୍ଧୁମିଳନ କାର୍ଯ୍ୟକ୍ରମ ସହରସ୍ଥିତ ଦି ଡେଷ୍ଟିନେସନ୍ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ବିଜେଡିର ବିଧାୟକ ପ୍ରାର୍ଥୀ ଗଣେଶ୍ୱର ବେହେରା ଏବଂ ଦଳର ପୂର୍ବତନ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା ପାଇଁ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ସଭାରେ ପୁରାତନ ଏବଂ ନୂତନ ଭାବେ […]
କେନ୍ଦ୍ରାପଡା, ୨୯/୪: ଭାରତୀୟ ଜୀବନ ବୀମା ନିଗମ (ଏଲ୍ଆଇସି)ର ଦୁହୁରିଆ ସ୍ଥିତ ନିଜସ୍ୱ ଗୃହକୁକୁ ସ୍ଥାନାନ୍ତରିତ ହୋଇଛି । ଏହି ଅବସରରେ କେନ୍ଦ୍ରାପଡା ଶାଖାର ନୂତନ ଗୃହରେ ରବିବାର ଦିନ ସ୍ୱତନ୍ତ୍ର ପୂଜା କରାଯାଇ ସୋମବାର ଦିନ ନୂତନ ଗୃହପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହାପରେ ସେଠାରେ କାର୍ଯ୍ୟାଳୟ ବିଧିବଧ ଭାବେ କାର୍ଯ୍ୟ କରାଯାଇଥିଲା । ଏହାକୁ ଏଲ୍ଆଇସି କଟକ ମଣ୍ଡଳର ବରିଷ୍ଠ ମଣ୍ଡଳ ପ୍ରବନ୍ଧକ ଅସିମ କୁମାର, […]
କେନ୍ଦ୍ରାପଡା, ୨୯/୪: କଥାକାର ଡ଼ ଯଶୋବନ୍ତ ସାମଲଙ୍କର ଅଷ୍ଟମ ଗଳ୍ପ ସଂକଳନ “ଅଳ୍ପ ଗଳ୍ପ’ ଚଳିତମାସ ୨୮ ତାରିଖରେ ଭୁବନେଶ୍ୱରସ୍ଥିତ ରେଡ଼କ୍ରସ ଭବନରେ ଉନ୍ମୋଚିତ ହୋଇଯାଇଛି । ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥିଭାବେ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ ଯୋଗ ଦେଇଥିବା ବେଳେ ବରେଣ୍ୟ ଅତିଥିଭାବେ ବିଶିଷ୍ଟ କଥାକାର ଅଧ୍ୟାପକ ବିଶ୍ୱରଞ୍ଜନ ଏବଂ ଡ଼ ଗୌରହରି ଦାସ ଯୋଗଦାନ କରିଥିଲେ । ଓଡ଼ିଆ ଭାଷା ସାହିତ୍ୟ ବିଭାଗର ସ୍ୱତନ୍ତ୍ର ସଚିବ କବି […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ କଟକ-ଚାନ୍ଦବାଲି ରାସ୍ତା କଷଣଅଂଟା ପ୍ରଜ୍ଞାପ୍ୟାଲେସ ନିକଟରେ ହାଇୱା ସହ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହୋଇ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ଆଳି ଥାନା ଗୋପାଳପୁର ଗ୍ରାମର ବଂଟି ମଲିକ (୧୮) । ପ୍ରକାଶ ଯେ,ବଂଟି ପଟ୍ଟାମୁଣ୍ଡାଇ ବଜାର କାମସାରି ବାଇକ ନଂ( ଓଡି ୨୯ ଏମ ୬୫୪୮) ଯୋଗେ ଘରକୁ ଫେରୁଥିବା ବେଳେ ହଟାତ ଆଳିଆଡୁ ଦୃତଗତିରେ […]
କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଆଜି କାଳବୈଶାଖୀ ତାଣ୍ଡବ ରଚି ବଜ୍ରପାତରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ସଡକ ଦୁର୍ଘଟଣାରେ ଜଣେ ଯୁବକ ସମେତ ଗଛପଡ଼ି ଆଉଜଣେ ମହିଳା ଗୁରୁତର ଆହତ ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସାଧିନ ଅଛନ୍ତି । ମୃତ ବ୍ୟକ୍ତି ହେଲେ ଲକ୍ଷ୍ମୀଧର ଦାସ(୪୮) । ଆଜି ଅପରାହ୍ନ ୫ଟା ସମୟରେ ହଠାତ୍ ଧୂଳିଝଡ ଆରମ୍ଭ ହୋଇଯାଇଥିଲା । […]
କେନ୍ଦ୍ରାପଡା ଜିଲାରେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ହୋଇଛି । ଫଳରେ ଅସମ୍ଭାଳ ତାତିରୁ ସାମୟିକ ଆଶ୍ୱସ୍ତି ମିଳିଛି । ଆଜି ଦିନ ତମାମ ଖରତାତିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ସଂଧ୍ୟାରେ ଘଡ଼ଘଡ଼ି ସହ ବର୍ଷା ହୋବାରୁ ତାପମାତ୍ରାରେ ପରିବର୍ତ୍ତନ ଘଟି ପାରଦ ତଳକୁ ଖସିବାରୁ ତାତିରୁ ତ୍ରାହି ମିଳିଛି । ତେବେ ଆଦ୍ରତା ଅଧିକ ଥିବାରୁ ଉପକୂଳ ଓଡ଼ିଶାରେ ଗୁଳୁଗୁଳି ଅନୁଭୂତ ହେଉଛି । […]










