କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବଡପଡା ପଂଚାୟତ ମିଜାଉଁଣୀ ଗ୍ରାମରେ ଏକ ଅଭାବନିୟ ଘଟଣା ଘଟିଯାଇଛି । ମା ଛେଉଣ୍ଡ ଝିଅ ସୁଚିତ୍ରା ସ୍ୱାଇଁ (୧୧)କୁ ତାଙ୍କ ଦାଦା ପିଟି ପିଟି ମାରିଦେଇଥିବା ନେଇ ଗ୍ରାମବାସୀ ନାବାଳିକା ଝିଅର ମୃତ ଦେହ ଗାଁ ରାସ୍ତା ରଖି ରାସ୍ତା ଅବରୋଧ କରିବା ସହିତ ୫୦ ରୁ ଉର୍ଦ୍ଧ୍ୱ ଗ୍ରାମବାସୀ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନାରେ ତୁରନ୍ତ ଆସାମିକୁ ଗିରଫ କରିବାକୁ ଦାବୀ କରିଛନ୍ତି […]
Year: 2024
କେନ୍ଦ୍ରାପଡ଼ା, ତା ୯/୪: ଭାରତର ନିର୍ବାଚନ କମିସନ୍ ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଇଭିଏମ୍୍ ଓ ଭିଭିପାଟ୍ର ପ୍ରଥମ ପର୍ଯ୍ୟାୟ ରାଣ୍ଡମାଇଜେସନ୍ ପ୍ରକ୍ରିୟା ଗତ ସୋମବାରଠାରୁ ଆରମ୍ଭ ହୋଇଛି । ସମସ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ଉପସ୍ଥିତିରେ ଏବଂ ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟ ଗରାପୁର କପାଳେଶ୍ୱର ମୌଜାସ୍ଥିତ ୱେୟାର୍ ହାଉସ୍ଠାରେ ସମ୍ପାଦନ ହେଉଛି । ପ୍ରତିଟି […]
କେନ୍ଦ୍ରାପଡ଼ା, ୯ା୪: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ପଞ୍ଚାୟତର ଗରାପୁରସ୍ଥିତ ମହାବୀର ଆଶ୍ରମ ହନୁମାନ ମନ୍ଦିରରେ ଆଜିଠାରୁ ନବଦିନ ବ୍ୟାପୀ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ଶୁଭ ଜନ୍ମ ମହୋତ୍ସବ ଅପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ଅବସରରେ ପ୍ରତ୍ୟେହ ସକାଳେ ଓ ଅପରାହ୍ନରେ ଶ୍ରୀରାମଚରିତ ମାନସ, ତୁଳସୀ ରାମାୟଣ ପାରାୟଣ ଓ ସନ୍ଧ୍ୟାରେ ବିଭିନ୍ନ ସାଧୁସନ୍ଥ ଏବଂ ବିଜ୍ଞ ପ୍ରବଚକମାନଙ୍କ ଦ୍ୱାରା ଶ୍ରୀରାମ କଥାମୃତ୍ତ ପ୍ରବଚନ କାର୍ଯ୍ୟକ୍ରମ […]
କେନ୍ଦ୍ରାପଡା ୯/୪: ସାମାଜିକ ସଂଗଠନ ‘ଜୟ ରାଷ୍ଟ୍ର’ ପକ୍ଷରୁ କେନ୍ଦ୍ରାପଡା ବଡବାରଙ୍ଗ ସ୍ଥିତ ମା ବାରଙ୍ଗେଇ ଠାକୁରାଣୀଙ୍କ ମନ୍ଦିରରେ ହିନ୍ଦୁ ନବବର୍ଷ ପାଳିତ ହୋଇଯାଇଛି । ଏହି ଅବସରରେ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା ଓ ହୋମ କରାଯଇଥିଲା । ଚୈତ୍ର ଶୁକ୍ଳ ପକ୍ଷ ପ୍ରତିପଦରେ ହିନ୍ଦୁ ନବବର୍ଷ ପାଳନ କରାଯିବା ସହ ଅନୁଷ୍ଠାନ ପକ୍ଷରୁ ବିଶ୍ୱ କଲ୍ୟାଣ ପାଇଁ ସମୂହ ପ୍ରାର୍ଥନା କରାଯାଇଥିଲା । ଏହି ପବିତ୍ର ତିଥିରେ ଭଗବାନ […]
କେନ୍ଦ୍ରାପଡ଼ା,୯ା୪: କପଡାରେ ଏକ ସ୍ୱତନ୍ତ୍ର କଳାକୃତି ପ୍ରସ୍ତୁତି କରି କେନ୍ଦ୍ରାପଡାମାଟିର ଝିଅ ବିଜୟଲକ୍ଷ୍ମୀ ପତ୍ରୀ ଇଣ୍ଡିଆଜ୍ ୱାର୍ଲଡ୍ ରେକର୍ଡରେ ସ୍ଥାନ ପାଇଛନ୍ତି । ସୁଶ୍ରୀ ପତ୍ରୀ ବିଚାରମମାନଙ୍କ ସମ୍ମୁଖରେ କପଡାରେ ୧.୪ସେଣ୍ଟିମିଟର ଆକୃତିର ଏକ ଆକର୍ଷଣୀୟ ଗୋଲାଫ ଫୁଲ ଓ ୧.୨ସେଣ୍ଟିମିଟର ଆକାରର ଏକ ପ୍ରଜାପତି ତିଆରି କରିଥିଲେ । ବିଚାରକମାନେ ଏହାକୁ ବିଶ୍ୱର କ୍ଷୁଦ୍ରତମ କଳାକୃତି ବୋଲି ସ୍ୱୀକୃତି ପ୍ରଦାନ କରାଯାଇଛି । ବିଜୟଲକ୍ଷ୍ମୀ ରାଜ୍ୟ ସରକାରଙ୍କ ଦ୍ୱାରା […]
କେନ୍ଦ୍ରାପଡ଼ା,୯ା୪: ଯୁବ ଭାରତ କୃଷକ ସଙ୍ଘ, କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ୧୪ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି । ସେହି ଦାବି ଗୁଡିକ ମଧ୍ୟରେ କୃଷକର ଜଳ ଜମି ଓ ଜମା ସଙ୍କଟ ଦୂର କରାଯିବା ସହ ସାମାଜିକ ସୁରକ୍ଷା ଏବଂ ସ୍ୱତନ୍ତ୍ର ଅର୍ଥନୈତିକ ବିଚାର, କୃଷକମାନଙ୍କୁ ୫୦ବର୍ଷରେ ଭତ୍ତା ପ୍ରଦାନ ଏବଂ କୃଷି ବୀମାର ସହଜ ସଅଳ ଉପଲବ୍ଧ, ନିଶୁଳ୍କ […]
କେନ୍ଦ୍ରାପଡ଼ା ଜିଲା ରାଜନଗର ନିର୍ବାଚନମଣ୍ଡଳୀରେ ସାଧାରଣ ନିର୍ବାଚନକୁ ନେଇ ପ୍ରାର୍ଥୀ ଘୋଷଣା କରିବାରେ ବିଜେଡି ଆଗୁଆ ରହିଥିବା ବେଳେ ଦଳୀୟ କର୍ମୀ ଓ ସମର୍ଥକଙ୍କ ମଧ୍ୟରେ ନିର୍ବାଚନ ଜିତିବାର ଆଶା ବୃଦ୍ଧି ପାଇଛି । ବିଜେଡି ଦଳ ପୁଣି ଧ୍ରୁବ ସାହୁଙ୍କୁ ପ୍ରାର୍ଥୀ କରିଥିବାରୁ ଶିବିରରେ ଉତ୍ସାହ ପରିଲକ୍ଷିତ ହୋଇ ବିଜେଡି କର୍ମୀମାନେ ଲୋକଙ୍କ ନିକଟକୁ ଯିବା ଆରମ୍ଭ କଲେଣି । ହେଲେ ବିଧାନସଭା ପ୍ରାର୍ଥୀ ଘୋଷଣା କ୍ଷେତ୍ରରେ ଭାଜପା […]
କେନ୍ଦ୍ରାପଡ଼ା ଜିଲାର ଦ୍ୱିତୀୟ ବୃହତମ ସହର ପଟ୍ଟାମୁଣ୍ଡାଇକୁ ୧୯୮୮ ରେ ରାଜ୍ୟ ସରକାର ଏନ୍ଏସି ଓ ପରେ ମ୍ୟୁନିସିପାଲିଟିର ମାନ୍ୟତା ପ୍ରଦାନ କରିଥିଲେ । ଇତିମଧ୍ୟରେ ଏହି ପୌରପରିଷଦକୁ ୩୫ବର୍ଷ ପୂରିଥିବା ବେଳେ ପୌରାଂଚଳକୁ ସୌନ୍ଦର୍ଯ୍ୟକରଣ ପାଇଁ କୋଟିକୋଟି ଟଙ୍କା ବ୍ୟୟ ଅଟଳଳ କରାଯାଇ ବିଭିନ୍ନ ଉନ୍ନତୀକରଣ କାର୍ଯ୍ୟ କରାଯାଉଛି । ହେଲେ ସରକାର ତଥା ପ୍ରଶାସନ ପକ୍ଷରୁ ଦୃଷ୍ଟି ଦିଆଯାଉ ନଥିବାରୁ ସହରର ଥିବା ସୌନ୍ଦର୍ଯ୍ୟକରଣ ମାଟିରେ ଲୋଟିବାକୁ […]
କେନ୍ଦ୍ରାପଡା ୮/୪: କେନ୍ଦ୍ରାପଡ଼ା ସ୍ୱୟଂସାସୀତ ମହାବିଦ୍ୟାଳୟର ପଞ୍ଜିକୃତ ମାଇଁ ଏନସିସି ଆଲୁମିନି ଆସୋସିଏସନର ସପ୍ତମ ବାର୍ଷିକ ପ୍ରତିଷ୍ଠା ଦିବସ ନିଆରା ଭାବେ ପାଳନ କରାଯାଇଛି । ଏହି ଉପଲକ୍ଷେ ସ୍ଥାନୀୟ କାଜଳା ସ୍ଥିତ ନିମାଇଁ ଚରଣ ମାନସିକ ନୁନ୍ୟତା ବିଦ୍ୟାଳୟରେ ରହୁଥିବା ଛାତ୍ର ଓ ଛାତ୍ରୀ ମାନଙ୍କ ମଧ୍ୟରେ ଆସୋସିଏସନ ପକ୍ଷରୁ ଶୁଖିଲା ଖାଦ୍ୟ, ଚକଲେଟ ଓ କେକ ଦେଇ ପାଳନ କରାଯାଇଥିଲା । ସେମାନଙ୍କ ମଧ୍ୟରେ ଏକ ଆନନ୍ଦ […]
କେନ୍ଦ୍ରାପଡ଼ା, ୮ା୪: କେନ୍ଦ୍ରାପଡା ଗରାପୁରସ୍ଥିତ ଶୋଭନୀୟ ଶିକ୍ଷାଶ୍ରମ ମୁଖ୍ୟ ଫାଟକ ନିକଟରେ ଆନ୍ତର୍ଜାତିକ ଅଶୋଭୋନୀୟତା ନିରୋଧ ଆନ୍ଦୋଳନର କେନ୍ଦ୍ରାପଡା ସଂଯୋଜିକା ମମତା ମଲ୍ଲଙ୍କ ସଂଯୋଜନାରେ ଆନ୍ତର୍ଜାତିକ ଅଶୋଭୋନୀୟତା ନିରୋଧ ଦିବସ ଓ ପୂଜ୍ୟ କୁମାର ଭାଇଙ୍କ ୭୭ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସାମାଜିକ କର୍ମୀ ଶ୍ରୀ ଜଗନ୍ନାଥ ଚାରିଟେବୁଲ୍ ଟ୍ରଷ୍ଟର ସଦସ୍ୟ ରାଜେନ୍ଦ୍ର ମହାପାତ୍ରଙ୍କ ଦ୍ୱାରା ମାନବିକତାର ପତାକା ଉତ୍ତୋଳନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ […]
କେନ୍ଦ୍ରାପଡ଼ା, ୭ା୪: କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ତହସିଲର ଖାମଖିଆଲି ନୀତି ଯୋଗୁଁ ସୀମା ନିର୍ଦ୍ଧାରଣରେ ଏହା ବାଧକ ହେଉଥିବାରୁ ଦଶମୈାଜାର ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦିନକୁ ଦିନ ବଢିବାରେ ଲାଗିଛି । ଦୀର୍ଘଦିନର ଏହି ସମସ୍ୟାର ତୁରନ୍ତ ସମାଧାନ ପାଇଁ ସଂପୃକ୍ତ ଅଞ୍ଚଳର ଲୋକମାନେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଗତ ୨ବର୍ଷ ଧରି ରାଜକନିକା ତହସିଲ ଅଧିନ ଆୟତନ ରାଜସ୍ୱ ସର୍କଲର ବନ୍ଦପାଳ, ତରପଦା, ଗଜରାଜପୁର,କାଟଣାବଣିଆଁ, କୋଇଲିପୁର […]
କେନ୍ଦ୍ରାପଡ଼ା, ତା ୦୭/୦୪: ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଉପରେ କଡ଼ା ନଜର ରଖିଛି ଭାରତର ନିର୍ବାଚନ ଆୟୋଗଙ୍କ ଦ୍ୱାରା ପ୍ରସ୍ତୁତ ସି-ଭିଜିଲ୍ ସିଟିଜେନ୍ ଆପ୍ । ଏହି ଆପ୍ ସହାୟତାରେ ନିର୍ବାଚନ ଆୟୋଗ ସାରା ଦେଶରେ ଆଦର୍ଶ ଆଚରଣ ସଂହିତା ଉଲ୍ଲଂଘନ ମାମଲା ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି । ସାଧାରଣ ନିର୍ବାଚନ ଘୋଷଣା ହେବା ପରଠାରୁ ଏଦ୍ଯାବତ କେନ୍ଦ୍ରାପଡ଼ା ଜିଲ୍ଲାରେ ୫୫ଟି ଉଲ୍ଲଂଘନ ଅଭିଯୋଗ ଆସିଛି […]
କିଛିଦିନ ଧରି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳରେ ପ୍ରଚଣ୍ଡ ଖରା, ତତଲା ପବନ ଓ ଗୁଳୁଗୁଳରେ ଲୋକେ ଛଟପଟ ହେଉଥିବା ବେଳେ ରବିବାର ଅପରାହ୍ନରେ ସାମାନ୍ୟ ଆଶ୍ୱସ୍ତି ମିଳିଛି । ରବିବାର ଅପରାହ୍ନରେ ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ଝିପିଝିପି ବର୍ଷା ହେବାରୁ ପାଣିପାଗରେ ସାମାନ୍ୟ ପରିବର୍ତନ ଦେଖାଦେଇଛି । ପଟ୍ଟାମୁଣ୍ଡାଇ ସହର ସମେତ ଅନେକ ସ୍ଥାନରେ କାଳବୈଶାଖୀ ବର୍ଷା ପରେ ତାତିରୁ ସାମାନ୍ୟ ଆଶ୍ୱସ୍ତି ଆଣିଛି । […]
କେନ୍ଦ୍ରାପଡ଼ା ଜିଲ୍ଲାର ଅନ୍ୟତମ ପ୍ରଭାବଶାଳୀ ଯୁବନେତା ମିଟୁ ଦାଶଙ୍କ ସାଙ୍ଗଠନିକ ଦକ୍ଷତାକୁ ବିଚାରକୁ ନେଇ ରାଜ୍ୟ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ସଂଗଠନକୁ ଅଧିକ ସୁଦୃଢ ଓ କ୍ରିୟାଶୀଳ କରିବା ପାଇଁ ରାଜ୍ୟ ବିଜେଡି ସମ୍ପାଦକ ଭାବେ ନିଯୁକ୍ତି ଦେଇଛନ୍ତି । ଏନେଇ ରାଜ୍ୟ ବିଜେଡି ସାଙ୍ଗଠନିକ ସମ୍ପାଦକ ବିଧାୟକ ପ୍ରଣବ ପ୍ରକାଶ ଦାସ ପ୍ରେସ ବିଜ୍ଞପ୍ତି ଯୋଗେ ଜଣାଇଛନ୍ତି । ଯୁବନେତା ମିଟୁଦାଶ ଖୋର୍ଦ୍ଧା ଜିଲ୍ଲା […]
ଭୁବନେଶ୍ୱର,୭ା୪-ନିକଟରେ କଂଗ୍ରେସ ଛାଡ଼ିଥିବା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଦଳୀୟ ସମର୍ଥକଙ୍କ ସହ ରବିବାର ବିଜେଡିରେ ମିଶିଛନ୍ତି । ଶଙ୍ଖଭବନକୁ ଆସି ସେ ବିଜେଡିରେ ସାମିଲ ହୋଇଛନ୍ତି । ବିଜେଡିର ବରିଷ୍ଠ ନେତା ପ୍ରତାପ ଜେନା, ଶଶିଭୂଷଣ ବେହେରା ଓ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି । ଦଳରୁ ଇସ୍ତଫା ଦେବା ପରେ ଗଣେଶ୍ୱର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, କଂଗ୍ରେସ ତାଙ୍କ ପ୍ରତି […]
କେନ୍ଦ୍ରାପଡ଼ା, ୬ା୪: କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଚକ୍ରୋଡା ଗ୍ରାମପଞ୍ଚାୟତର କଚେରୀଡିହ ସ୍ଥିତ ଶ୍ରୀବଟେଶ୍ୱର ମହାଦେବଙ୍କ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଆସବାବପତ୍ର ଚୋରୀ ହୋଇଥିବା ସଦର ଥାନାରେ ଅଭିଯୋଗ ହୋଇଛି । ମନ୍ଦିରର ପୂଜକ କାର୍ତ୍ତିକ ଚନ୍ଦ୍ର ଦାଶଙ୍କ ଅଭିଯୋଗ ଅନୁଯାୟୀ ଶ୍ରୀବଟେଶ୍ୱର ମହାଦେବଙ୍କ ମନ୍ଦିର କବାଟ ଭାଙ୍ଗି ମନ୍ଦିର ଭିତରେ ଥିବା କଂସା ଓ ପିତଳର ବଡ ନୋଟା, ଗଡୁ, ଥାଳି, ଘଣ୍ଟି, ଘଣ୍ଟା, ଆଳତୀ ଦାନୀ, ଅଭିଷେକପାତ୍ର, […]
କେନ୍ଦ୍ରାପଡ଼ା, ୬ା୪: କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀର ସମସ୍ତ ଆଶୟୀ ପାର୍ଥୀ ଗୋଟିଏ ମଞ୍ଚରେ ଏକାଠି ହୋଇଛନ୍ତି । ସେମାନଙ୍କୁ ସମର୍ଥନ ଜଣାଇ ହଜାର ହଜର ଦଳୀୟ କର୍ମୀ ଏକାଠି ହେଇ ଦାବି ଉପସ୍ଥାପନ କରିବା ସହ ଦଳୀୟ ଆଶାୟୀ ପ୍ରାର୍ଥୀଙ୍କ ଭିତରୁ ଜଣଙ୍କୁ ଦଳ ତରଫରୁ କେନ୍ଦ୍ରାପଡା ବିଧାନସଭା ଆସନ ନିମନ୍ତେ ପ୍ରାର୍ଥୀ ଘୋଷଣା କରିବାକୁ ଦୃଢ ମତ ଦେଇଥିଲେ । ଏହି ଉପଲକ୍ଷେ ଆଜି ଅପରାହ୍ନରେ ଦୁହୁରିଆ […]
ଶିକ୍ଷିତ ଯୁବତୀଯୁବକମାନେ ନିଯୁକ୍ତି ଅଭାବରୁ ବେକାର ଦାଦନ ଖଟିବାକୁ ଯାଉଛନ୍ତି ଶ୍ର୍ରମିକଶ୍ରେଣୀର ଲୋକେ ଚାଷକରି ଲାଭ ପାଉନାହାଁନ୍ତି ଚାଷୀ ରାଜ୍ୟରେ ଏକଦା ମନ୍ତ୍ରୀପଡ଼ା ଭାବେ ପରିଚିତ ଲାଭ କରିଥିବା କେନ୍ଦ୍ରାପଡ଼ା ଜିଲାର ସ୍ୱତନ୍ତ୍ର ପରିଚୟ ରହିଥିବା ବେଳେ ଆଜି ବି ଶିଳ୍ପବିହୀନ ଅବସ୍ଥାରେ ପଡିରହିଛି । ଜିଲାର ଶତକଡା ୮୦ ଭାଗ ଲୋକ କୃଷି ଉପରେ ନିର୍ଭର କରି ଜୀବିକା ନିର୍ବାହ କରନ୍ତି । ଶିକ୍ଷିତ ଯୁବତୀଯୁବକମାନେ […]
କେନ୍ଦ୍ରାପଡା,୬ା୪: ଅପରାହ୍ନରେ ବାରୁଅସ୍ଥିତ ଜିଲ୍ଲାର ଅନ୍ୟତମ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନ ଏବଂ ରେଡିଓ ଭାବଗ୍ରାହୀର ମିଳିତ ଆନୁକୂଲ୍ୟରେ ଅନୁଷ୍ଠାନର ଅକ୍ଷୟ ମହାନ୍ତି କକ୍ଷରେ ଓଡିଆ ଭକ୍ତି ସଂଗୀତ ଜଗତର ପ୍ରଥିତଯଶା କଣ୍ଠଶିଳ୍ପୀ ଭଜନ ସାମ୍ରାଜ୍ଞୀ ସ୍ୱର୍ଗୀୟା ଶାନ୍ତିଲତା ବାରିକ ଛୋଟରାୟଙ୍କ ଉଦ୍ଦେଶ୍ୟରେ ଭକ୍ତିପୂତ ଗଭୀର ଶ୍ରଦ୍ଧାଞ୍ଜଳି ସମାରୋହ ଅନୁଷ୍ଠିତ ହୋଇଯାଇଛି । କଳା ନିକେତନର ପ୍ରତିଷ୍ଠାତା ସଂପାଦକ ସଂଗୀତ ନିଦ୍ଦେର୍ଶକ ବିମଳ ପ୍ରସାଦ ପରିଡାଙ୍କ ଅଧ୍ୟକ୍ଷତାରେ […]
କେନ୍ଦ୍ରାପଡ଼ା, ୫/୪: କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କେନ୍ଦ୍ରାପଡା ନଗର କଂଗ୍ରେସ କମିଟି କେନ୍ଦ୍ରାପଡା ଓ ପଟ୍ଟାମୁଣ୍ଡାଇ ବ୍ଲକର କଂଗ୍ରେସ କର୍ମକର୍ତ୍ତାମାନେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ସମର୍ଥନରେ ଦଳର ପ୍ରାଥମିକ ସଭ୍ୟ ପଦରୁ ସମୂହ ଇସ୍ତଫା ଦେଇଛନ୍ତି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଇସ୍ତଫା ଦେବା ସହ ତୁରନ୍ତ ଗ୍ରହଣ କରିବାକୁ ପତ୍ରରେ ଅନୁରୋଧ କରିଛନ୍ତି । ବିଭିନ୍ନ ଦଳୀୟ ପଦ ପଦବୀରେ ନିଯୁକ୍ତି ଦେଇ ଦଳରେ […]
କେନ୍ଦ୍ରାପଡ଼ା, ୫/୪: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ମାରୁତିଛକ ନିକଟସ୍ଥ ସଞ୍ଜିବନୀ ବିଦ୍ୟାମନ୍ଦିରର ଚତୁର୍ଦ୍ଦଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟ ପୁରସ୍କାର ବିତରଣ ଉତ୍ସବରେ ପ୍ରଧାନ ଆଚାର୍ଯ୍ୟ ବିଦ୍ୟାଧର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନ୍ଧ ମୁକ ବଧିର ବିଦ୍ୟାଳୟର ଅଧ୍ୟକ୍ଷ ସ୍ୱପ୍ନାଂଶୁ ଦାସ, ଅବସରପ୍ରାପ୍ତ ଶିକ୍ଷକ ଉପେନ୍ଦ୍ର କର ଅତିଥି ରୂପେ ଯୋଗ ଦାନ କରି କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟ […]
କେନ୍ଦ୍ରାପଡ଼ା, ୫/୪: ସ୍ଥିତିବାନ୍ ଜମିକୁ ଖୋଳି ନଦୀରେ ମିଶାଇବା ଘଟଣାରେ ରୁଜୁ ଅଦାଲତଙ୍କ ଆଦେଶ ଅବମାନନା ମାମଲାର ଶୁଣାଣି ଗୁରୁବାର ଉଚ୍ଚ ନ୍ୟାୟାଳୟରେ ହୋଇଥିଲା । କେନ୍ଦ୍ରାପଡା ଡ୍ରେନେଜ୍ ବିଭାଗ ନିର୍ବାହୀ ଯନ୍ତ୍ରୀ ବ୍ୟକ୍ତିଗତ ହାଜର ହୋଇ ଅଦାଲତଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ । ଏଥିସହ ୪ମାସ ମଧ୍ୟରେ ସମସ୍ୟାର ସମାଧାନ ନିମନ୍ତେ ପଦକ୍ଷେପ ନିଆଯିବ ବୋଲି କହିଥିଲେ । ବିଚାରପତି ବିଭୂ ପ୍ରସାଦ ରାଉତରାୟଙ୍କ ଅଦାଲତରେ ମାମଲାର ଶୁଣାଣି […]
କେନ୍ଦ୍ରାପଡ଼ା, ୫/୪:କେନ୍ଦ୍ରାପଡା ବିଧାନସଭା ଯୁବ କଂଗ୍ରେସ ସଭାପତି ରତିକାନ୍ତ ସାମଲ ଜାତୀୟ କଂଗ୍ରେସ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଆଜି ରାଜ୍ୟ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ରଙ୍କୁ ଇସ୍ତଫା ପତ୍ର ଶ୍ରୀ ସାମଲ ପଠାଇ ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ରରେ ବ୍ୟକ୍ତିଗତ କାରଣରୁ ଜାତୀୟ କଂଗ୍ରେସ ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଲେ ବୋଲି ଉଲ୍ଲେଖ କରିଛନ୍ତି । ଶ୍ରୀ ସାମଲ ୨୦୦୮ ମସିହାରେ […]
ଭୁବନେଶ୍ୱର,୫ ।୪: ବିଜୁ ଜନତା ଦଳ ( bjd) ଶୁକ୍ରବାର ତୃତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ତୃତୀୟ ପର୍ଯ୍ୟାୟରେ ୯ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି । ଏହି ପରି ଭାବେ ମୋଟ ୩ଟି ପର୍ଯ୍ୟାୟରେ ୧୦୮ ଜଣ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ତେବେ ୩ୟ ପର୍ଯ୍ୟାୟରେ […]










