ଜିଲ୍ଲାସ୍ତରୀୟ ସିନିୟର ଆନ୍ତଃକ୍ଲବ କ୍ରକେଟ୍ ଟୁର୍ଣ୍ଣାମେଣ୍ଟ ସୁପର ଲିଗ୍ ମ୍ୟାଚ୍‌ରେ ଗୋପବନ୍ଧୁ କ୍ରିକେଟ କ୍ଲବ ବିଜୟୀ



କେନ୍ଦ୍ରାପଡ଼ା,୩ା୧: କେନ୍ଦ୍ରାପଡା ଜିଲ୍ଲା କ୍ରିକେଟ୍ ଆସୋସିଏସନ ଏବଂ ଓସିଏର ମିଳିତ ଆନୁକୂଲ୍ୟରେ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍‌ରେ ଆୟୋଜିତ ଜିଲାସ୍ତରୀୟ ଆନ୍ତଃ କ୍ଲବ ସୁପର ଲିଗ୍ ତ୍ରୟୋଦଶ ମ୍ୟାଚ୍‌ରେ ଗୋପବନ୍ଧୁ କ୍ରିକେଟ କ୍ଲବ ବିଜୟୀ ହୋଇଛି। ଶୁକ୍ରବାର ଦିନ ଆଳି କ୍ରିକେଟ ଓ ସ୍ପୋର୍ସ କାଉନ୍‌ସିଲ ଏବଂ ଗୋପବନ୍ଧୁ କ୍ରିକେଟ କ୍ଲବ ମଧ୍ୟରେ ସୁପର ଲିଗ୍ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଗୋପବନ୍ଧୁ କ୍ରିକେଟ କ୍ଲବ ଟସ୍ ଜିତି ବ୍ୟାଟିିଂ କରି ୩୭.୪ ଓଭରରେ ୧୦ ୱିକେଟ୍ ବିନିମୟରେ ୨୫୯ ରନ୍ କରିଥିଲା । ଜବାବରେ ଆଳି କ୍ରିକେଟ ଓ ସ୍ପୋର୍ସ କାଉନ୍‌ସିଲ ୩୨ ଓଭରରେ ୧୦ ୱିକେଟ୍ ୧୫୪ ରନ୍ କରିଥିଲା। ଫଳରେ ଗୋପବନ୍ଧୁ କ୍ରିକେଟ କ୍ଲବ ୧୦୫ରନରେ ବିଜୟୀ ହୋଇଥିଲା । ଏହି ମ୍ୟାଚରେ ଗୋପବନ୍ଧୁ କ୍ରିକେଟ କ୍ଲବର ଆଳିର ଆକାଶ ଚନ୍ଦ୍ର ନାୟକ ୨୩ଟି ଚୌକା ଓ ୫ଟି ଛକା ମାରି ୧୨୧ ବଲ୍‌ରେ ୧୭୫ରନ୍ କରି ମ୍ୟାନ ଅଫ ମ୍ୟାଚ୍ ହୋଇଥିଲେ । ଏହି ଅବସରରେ କେନ୍ଦ୍ରାପଡା ଜିଲ୍ଲା କ୍ରିକେଟ ଆସୋସିଏସନର ସମ୍ପାଦକ ଶୁଭାଶିଷ ସେନାପତି ଶ୍ରୀ ନାୟକଙ୍କୁ ମ୍ୟାନ ଅଫ ମ୍ୟାଚ୍ ଟ୍ରଫି ପ୍ରଦାନ କରିଥିଲେ । ସେହିପରି ଗୋପବନ୍ଧୁ କ୍ରିକେଟ କ୍ଲବର ଗୋବିନ୍ଦ ପଟ୍ଟନାୟକ ୭ ଓଭର ବୋଲିଂ କରି ୨୩ରନ ଦେଇ ୫ଟି ୱିକେଟ୍ ନେଇଥିବାରୁ ଅନୁପ କୁମାର ରାଉତ ଅତିଥି ଭାବେ ଯୋଗ ଦେଇ ସମ୍ମାନୀତ କରିଥିଲେ । ବିଶ୍ୱଜିତ ଅଧିକାରୀ ଓ ଲଲିତେଣ୍ଡୁ ପଣ୍ଡା ଅମ୍ପାୟର ଭାବେ ମ୍ୟାଚ୍ ପରିଚାଳନା କରିଥିଲେ । ଆନନ୍ଦ ବେହେରା ଓ ଏସ୍‌କେ ମିନାଜୁଦ୍ଦିନ୍ ସ୍କୋରର ଭାବେ ପରିଚାଳନା କରିଥିଲେ । ବରଦା କାନ୍ତ ବରାଳ ଏହି ଖେଳର ବିବରଣୀ ପ୍ରକାଶ କରିଥିଲେ । ଆକବର ଅଲ୍ଲୀ ଖାନ, କାର୍ତ୍ତିକ ସାହୁ, ଦିପକ କୁମାର ବାରିକ, ସମିର ମହାପାତ୍ର ଏହି ଖେଳକୁ ପରିଚାଳନା କରିଥିଲେ । ସୂଚନା ଯୋଗ୍ୟ ଯେ ଅଦିନିଆ ବର୍ଷା ଯୋଗୁ ଗତ ୯ଦିନ ହେବ ଖେଳ ବାତିଲ କରାଯାଇଥିଲା ।


Discover more from

Subscribe now to keep reading and get access to the full archive.

Continue reading