
ପଟ୍ଟାମୁଣ୍ଡାଇ ତା ୩/୧-ଓଡିଶାର ସର୍ବବୃହତ ପଞ୍ଚକଳା ପ୍ରତିଷ୍ଠାନ ଗୋପାଳ ଦାଶ ସ୍ମାରକୀ ସାଂସ୍କୃତିକ ସଂଗଠନ (ଗଡ଼ମେକର)ର ୧୮ତମ ଶିଶିର ଉତ୍ସବ ଓ ୩୮ତମ ବାର୍ଷିକ ଉତ୍ସବ ଅବସରରେ ନୂଆ ବର୍ଷ ଉପଲକ୍ଷେ ପଟ୍ଟାମୁଣ୍ଡାଇ ଶ୍ରୀରାମ ମନ୍ଦିର ସମ୍ମୁଖ ସୁସଜ୍ଜିତ ମଞ୍ଚରେ ଗଡ଼ମେକର ପ୍ରତିଷ୍ଠାତା ନିର୍ଦେଶକ ଗୀତି କବି ସୁଶାନ୍ତ ପାଣିଙ୍କ ପୌରହିତ୍ୟରେ ଗୀତ-ବାଦ୍ୟ, ନୃତ୍ୟ,-ନାଟ୍ୟ, ଚିତ୍ରାଦି ପଞ୍ଚକଳାକୁ ନେଇ ଗଡ଼ମେକରର ଆକାଶବାଣୀ ଦୂରଦର୍ଶନର ସ୍ୱୀକୃତିପ୍ରାପ୍ତ କଳାକାରମାନେ ଚିତାକର୍ଷକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଗୁରୁ ବିଜୟ କୁମାର ଦାଶଙ୍କ ନିର୍ଦେଶନାରେ ଓଡିଶୀ, ମଙ୍ଗଳାଚରଣ, ବଟୁ,ପଲ୍ଲବୀ, ବନଦୂର୍ଗା ନୃତ୍ୟାଭିନୟ ଓ ସୃଜନାତ୍ମକ ଲୋକନୃତ୍ୟ ସ୍ମୃତିପ୍ରିୟା ପ୍ରଧାନ,ସଂପୂର୍ଣ୍ଣାଇନ୍ଦୁ ପାଣି, ବୈଶାଖୀ ରାଉତ, ବିଶ୍ୱମୋହିନୀ ଦାସ, ପ୍ରତୀକ୍ଷା ମହାନ୍ତି, ପ୍ରିୟଦର୍ଶନୀ ବାରିକ ବର୍ଷାରାଣୀ ମଲିକ ଓ ରିତା ସେଠୀ ପ୍ରମୁଖ ନୃତ୍ୟ ଶିଳ୍ପୀମାନେ ପରିବେଷଣ କରିଥିବାବେଳେ ଗୁରୁ ସୁଶାନ୍ତ ପାଣିଙ୍କ ନିର୍ଦେଶନାରେ ଓଡିଶୀ ସଂଗୀତ ଛାନ୍ଦ,ଦେଶାତ୍ମକବୋଧ, ସୁଗମ ସଂଗୀତ କଣ୍ଠଶିଳ୍ପୀ ଅମୃତମୟ ଦାଶ, ସୌମ୍ୟରଞ୍ଜନ ଗାହାଣ,ସୁପ୍ରିୟା ଦାଶ, ପ୍ରିୟଙ୍କା ବେହେରା, ସାଇ ସମୀକ୍ଷା ସାହୁ, ସ୍ବସ୍ତିଦୀପା ସାହୁ, ସ୍ଵାଗତିକା ବେହେରା, ସମନ୍ୱିତା ଦାଶ, କବିରାଣୀ ଦାଶ,ସ୍ମୃତିରାଣୀ ସେଠୀ ପ୍ରମୁଖ ପରିବେଷଣ କରିଥିଲେ । ଗୁରୁ ରମେଶ ଦେଙ୍କ ନିର୍ଦେଶନାରେ ସୁବର୍ଣ୍ଣବିନ୍ଦୁ ପାଣି, କାଁହୁ ପରିଡା, ଆଶିଷ ସାହୁ,ଚିନ୍ମୟୀ ସାହୁ, ବିଭୁ ପ୍ରସାଦ ସେଠୀ, ପ୍ରିୟଙ୍କା ଧଳ, ଅଂଶୁମାନ ତରାଇ ଚିତ୍ରକଳା ପ୍ରଦର୍ଶନ କରିଥିଲେ । ଗୁରୁ ସମୀର ରଞ୍ଜନ ଦାସଙ୍କ ନିର୍ଦେଶନାରେ ଋତୁରାଜ ନାୟକ,ଦୀପକ ମଲିକ, ବିଶ୍ୱଜିତ ଦାଶ,ସରୋଜ ପଣ୍ଡା, ସମୀର ପଣ୍ଡା, ପ୍ରମୋଦ ସାହୁ ତାଳବାଦ୍ୟ ପରିବେଷଣ କରିଥିଲେ । ଗୁରୁ ନଗେନ ପରିଜାଙ୍କ ନିର୍ଦେଶନା ରେ ଗଣକବି ଗୋପାଳ ଦାଶ ରଚିତ ଗୀତିନାଟ୍ୟ କାଞ୍ଚି କାବେରୀ ପରିବେଷଣ କରାଯାଇଥିଲା । ସଂଜୀବ ତରାଇ ଓ ସାଇ ସ୍ୱରାଜ ଶତପଥୀ କାର୍ଯ୍ୟକ୍ରମ ଉପସ୍ଥାପନ କରିଥିଲେ । ଶେଷରେ ଦୟାନିଧି ବଳ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଧ୍ରୁବ ସାହୁ ଅଞ୍ଜଳି ପାଣି ମାନସ ବେହେରା, ସ୍ମୃତିଜିତା ମହାନ୍ତି,ସୌମେନ୍ଦ୍ର ଦାସ,ମନୋଜ ମହାପାତ୍ର, ପ୍ରଭାତ ସ୍ୱାଇଁ, ମିତାଲି ପ୍ରଧାନ, ଅନୁସୂୟା ବଳ, ମଞ୍ଜୁଲତା ବାରିକ ପରିଚାଳନା କରିଥିଲେ ।










