ପୋଲିସର ନାକାବନ୍ଦି ଗାଡିଯାଞ୍ଚ



କେନ୍ଦ୍ରାପଡ଼ା, ୫ା୧: କେନ୍ଦ୍ରାପଡା ଟାଉନ ଥାନା ପୋଲିସ ପକ୍ଷରୁ ସହରର ବିଭିନ୍ନ ଛକ ସ୍ଥାନ ଗୁଡିକରେ ନାକାବନ୍ଦି କରାଯାଇ ଗାଡି ଯାଞ୍ଚ କରାଯିବା ସହ ବିଭିନ୍ନ ହୋଟେଲ ଗୁଡିକୁ ମଧ୍ୟ ପୋଲିସ ଯାଞ୍ଚ କରିଛି। ସେହିପରି ପଟ୍ଟାମୁଣ୍ଡାଇ ପୋଲିସ ପକ୍ଷରୁ ବିଭିନ୍ନ ଛକ ଓ ଜନଗହଳି ଯାଗାରେ ପୋଲିସ ପହରା ମରୁଥିବା ଦେଖିବାକୁ ମିଳିଛି ।
ସୂଚନା ଅନୁଯାୟୀ ଯାଜପୁର ଜିଲ୍ଲାର ପାଣିକୋଇଲିସ୍ଥିତ ଏକ ସୁନା ଦୋକାନରେ ଡକାୟତି ଓ ଗୁଳିଚାଳନାରେ ୨ଜଣଙ୍କ ମୃତ୍ୟୁ ହେବା ଘଟଣାକୁ ନେଇ ପୋଲିସ ପକ୍ଷରୁ ଏଭଳି ଯାଞ୍ଚ ବା ଛାନଭିନ କରାଯାଇଛି। କେନ୍ଦ୍ରାପଡା ସହରର ପୁରୁଣା ବସଷ୍ଟାଣ୍ଡ, କାକଟ ଛକ ଓ ତିନିମୁହାଣି ଛକରେ ପୋଲିସ ପକ୍ଷରୁ ନାକାବନ୍ଦି କରାଯାଇ ତନଖି କରାଯିବା ସହ ଡ୍ରାଇଭିଂ ଲାଇସେନ୍ସ ନଥିବା, ଗାଡିର କାଗଜପତ୍ର ନଥିବା ଓ ହେଲମେଟ ପିନ୍ଧିନଥିବା ଦୁଇଚକିଆ ଗାଡିଚାଳକଙ୍କ ସମେତ ଅନ୍ୟ ଗାଡି ଗୁଡିକୁ ମଧ୍ୟ ଯାଞ୍ଚ କରାଯିବା ପରେ ଚେତାବନୀ ଦିଆଯାଇ ଛଡାଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ରାପଡା ଟାଉନ ଥାନା ଅଧିକାରୀ ଦୀଲିପ କୁମାର ସାହୁଙ୍କ ନେତୃତ୍ୱରେ ସହରର ଉପରୋକ୍ତ ସ୍ଥାନ ଗୁଡିକରେ ଗାଡି ଅଟକାଇ ତନଖି କରିବା ସହିତ ସହରର ବିଭିନ୍ନ ହୋଟେଲ ଗୁଡିକୁ ମଧ୍ୟ ଯାଞ୍ଚ କରାଯାଇଛି। କେଉଁ ସ୍ଥାନରୁ କିଏ ଆସି ଏଠାରେ କେଉଁ ହୋଟେଲରେ ରହୁଛନ୍ତି, କେଉଁଥି ପାଇଁ ଆସିଛନ୍ତି ସବୁ ବିଷୟରେ ପୋଲିସ ପଚାରି ବୁଝୁଛି । ସନ୍ଦେହ ଜନକ ଅବସ୍ଥାରେ କୈାଣସି ବ୍ୟକ୍ତିକୁ ଦେଖିଲେ ତା ସମ୍ପର୍କରେ ସତର୍କ ରହିବା ସହ ତୁରନ୍ତ ପୋଲିସକୁ ଜଣାଇବାକୁ ଥାନାଧିକାରୀ ଶ୍ରୀ ସାହୁ ଦୋକାନି ଓ ହୋଟେଲ ମାଲିକମାନଙ୍କୁ କହିଛନ୍ତି । ସହର ମଧ୍ୟରେ ପୋଲିସ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସେହିପରି ପଟ୍‌ଟାମୁଣ୍ଡାଇରେ ମଧ୍ୟ ସୁରକ୍ଷା କଡାକଡି କରାଯାଇଛି ।


Discover more from

Subscribe now to keep reading and get access to the full archive.

Continue reading