ପବିତ୍ର ପାବନ ଜ୍ୟୋତି କଳସ ଯାତ୍ରା



କେନ୍ଦ୍ରାପଡ଼ା,୭ା୧: ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ଶାନ୍ତକୁଞ୍ଜ(ଉ.ଖ.)ପକ୍ଷରୁ ପରମ ବନ୍ଦନୀୟା ମାତାଜୀଙ୍କର ଜନ୍ମ ଶତବାର୍ଷିକ, ଅଖଣ୍ଡ ଜ୍ୟୋତି ପ୍ରଜ୍ଜ୍ୱଳନର ଶତବାର୍ଷିକୀ ଓ ପରମପୂଜ୍ୟ ଗୁରୁଦେବ ପଣ୍ଡିତ ଶ୍ରୀରାମ ଶର୍ମା ଆଚାର୍ଯ୍ୟଙ୍କ ଆଧ୍ୟାତ୍ମିକ ଜନ୍ମ ଶତବାର୍ଷିକ ପାଳନ ନିମନ୍ତେ ସମଗ୍ର ଭାରତ ବର୍ଷରେ ପରିକ୍ରମା କରୁଥିବା ପାବନ ଜ୍ୟୋତି କଳସ ଯାତ୍ରା କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ବ୍ଲକ ରେ ୩୧ତାରିଖ ଠାରୁ ଜାନୁଆରୀ ୯ତାରିଖ ପର୍ଯ୍ୟନ୍ତ ପରିକ୍ରମା କରୁଅଛି। ଏହି ୍‌ାତ୍ରାର ଦ୍ୱିତୀୟ ଦିନ ଭରତପୁର ପଞ୍ଚାୟତର ଭରତପୁର ଗ୍ରାମର ଦଧିବାବନଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଦୀପଯଜ୍ଞ କରିବା ସହିତ ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କୁ ମିଶନର ବିଚାର ଓ ଗୁରୁବରଙ୍କ ସାହିତ୍ୟ ପଠନ ଉପରେ ଗୁରୁତ୍ୱାରୋପ କରିଥିଲେ। ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ସତ୍ ସାହିତ୍ୟ ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ଗାୟତ୍ରୀ ପରିବାରର ଭାଇଭଉଣୀ ତଥା ଶାନ୍ତିକୁଞ୍ଜର ପରିବ୍ରାଜକମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ସଂଚାଳନ କରିଥିଲେ।


Discover more from

Subscribe now to keep reading and get access to the full archive.

Continue reading