ବଳଦେବ ହାଇସ୍କୁଲ ୧୯୭୪ ବ୍ୟାଚ୍‌ର ବନ୍ଧୁ ମିଳନ



କେନ୍ଦ୍ରାପଡା,୭ା୧: କେନ୍ଦ୍ରାପଡା ପୌରାଞ୍ଚଳ ଅନ୍ତର୍ଗତ ବଳଦେବ ହାଇସ୍କୁଲ ୧୯୭୪ ବ୍ୟାଚ୍‌ର ପୁରାତନ ଛାତ୍ରଛାତ୍ରୀଙ୍କର ଏକ ବୈଠକ ନିକଟସ୍ଥ ଗଣ୍ଡାକିଆ ମା’ ଛୁଆଳିଆ ଠାକୁରାଣୀ ପୀଠରେ ହରେକୃଷ୍ଣ ବରାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ରବିନାରାୟଣ ସାହୁ, ଧିରେନ କୁମାର ସାହୁ, ରବିନ୍ଦ୍ର ଲେଙ୍କା, ଭରତ ସାହୁ ଓ ପ୍ରଫୁଲ୍ଲ ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଦିବଂଗତ ଗୁରୁଜୀ ଓ ବନ୍ଧୁମାନଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ସନତ୍ କୁମାର ସାହୁଙ୍କ ଶ୍ଲୋକ ଆବୃତ୍ତି ସହ ନୀରବ ପ୍ରାର୍ଥନା କରାଯାଇଥିଲା । ବର୍ତ୍ତମାନ ଚିକିତ୍ସିତ ହେଉଥିବା ପ୍ରମୋଦ କୁମାର ନାୟକ ଓ ନିରଞ୍ଜନ ବେହେରାଙ୍କ ଆଶୁ ଆରୋଗ୍ୟ ନିମନ୍ତେ ମା’ଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା । ଚଳିତ ବର୍ଷ ବିଶିଷ୍ଟ ହୃଦ୍‌ରୋଗ ବିଶେଷଜ୍ଞ ତଥା ପୁରାତନ ଛାତ୍ର ମହେନ୍ଦ୍ର କୁମାର ତ୍ରିପାଠୀ ଓ ପତ୍ନୀ ଚକ୍ଷୁରୋଗ ବିଶେଷଜ୍ଞ ସଂଘମିତ୍ରା ତ୍ରିପାଠୀଙ୍କୁ ସମସ୍ତ ବନ୍ଧୁମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଅନୁରୋଧ କରାଯାଇଥିଲା ଏବଂ ସେମାନେ ଆଗାମୀ ଦିନରେ ସମସ୍ତ ବନ୍ଧୁମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ବଳଦେବ ହାଇସ୍କୁଲର ସମସ୍ତ ଉନ୍ନତିମୂଳକ କାର୍ଯ୍ୟକ୍ରମ, ଶ୍ରେଣୀ ଗୃହ ସମସ୍ୟା, ଶିକ୍ଷକମାନଙ୍କ ଅଭାବ ଓ ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ଧିରେନ ସାହୁ ଆଲୋଚନା କରିଥିଲେ । ଏହାର ସମାଧାନ ନିମନ୍ତେ ବିହିତ ପଦକ୍ଷେପ ନେବା ପାଇଁ ସ୍ଥିର କରାଯାଇଥିଲା ଏବଂ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟକ୍ରମ କରିବା ପାଇଁ ସ୍ଥିର କରାଯାଇଥିଲା । ଆଗାମୀ ବର୍ଷରେ ବଳଦେବ ହାଇସ୍କୁଲର ଏକ ସ୍ମରଣିକା ପ୍ରକାଶ ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ବୈଠକରେ ମନସ୍ୱିନୀ ନାୟକ, ଦିପ୍ତିମୟୀ ଦାସ, ମୀରାରାଣୀ ଶତପଥୀ, ନିତ୍ୟାନନ୍ଦ ସ୍ୱାଇଁ, ସୁଶାନ୍ତ ନନ୍ଦ, ଜ୍ଞାନ ରଞ୍ଜନ ମହାନ୍ତି, ଶକ୍ତି ପ୍ରସାଦ ସାମନ୍ତରାୟ, କ୍ଷୀରୋଦ ସାହୁ, ଚନ୍ଦ୍ରଭାନୁ ସିଂ, ବିଜୟ ସାମଲ, ପ୍ରହ୍ଲାଦ ପାତ୍ର, ବନବିହାରୀ ନାୟକ, ନଳିନୀ ସାହୁ, ପ୍ରମୋଦ ମିଶ୍ର, ଶ୍ରୀଧର ସାହୁ, ଭାବଗ୍ରାହୀ ପତି, ଦେବେନ୍ଦ୍ର ସାହୁ, ବିତିତ୍ରାନନ୍ଦ ନାୟକ, ନିରଞ୍ଜନ ପରିଡା, ସୁନୀଲ ଦାସ, ଭ୍ରମରବର ବିଶ୍ୱାଳ, ରମେଶ ଚନ୍ଦ୍ର ମହାନ୍ତି, ଦେବେନ୍ଦ୍ର ଜେନା, ଭୀମସେନ ନାୟକ, ରତ୍ନାକର ରାଉତ, ଭଜହରି ନାୟକ, ଦୁର୍ଯ୍ୟେଧନ ପାଣି ପ୍ରମୁଖ ପ୍ରାୟ ୬୦ଜଣ ପୁରାତନ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ । ଶେଷରେ ଚନ୍ଦ୍ରଭାନୁ ବରାଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading